Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Others

3  

Rasmi Rekha Tripathy

Others

ଯେସାକୁ ତେସା

ଯେସାକୁ ତେସା

1 min
7.4K



: ହଇଲୋ ତୋ ମାଆ ତୋ ଆଙ୍ଗୁଠିଟାକୁ ଟାଣି ଲମ୍ବା କରି ଦେଇ ପାରିଲାନି?

ଗୋଟିଏ ଭୋଜିରେ ମୋ ଝିଅକୁ ଏହି କଥା ସମସ୍ତଙ୍କ ସାମ୍ନାରେ ହିଁ ପଚାରୁଥିଲେ ମୋ ପିଉସୀ ଶାଶୁ l ମଣିଷ କେତେ ନିଷ୍ଠୁର ହୋଇପାରେ ଭାବୁଥିଲି ମୁଁ l ମୋ ବଡଝିଅର ବାଆଁ ଗୋଡର ଗୋଟିଏ ଆଙ୍ଗୁଠି ଛୋଟ ଥିଲା l ଜନ୍ମ ବେଳେ ସମସ୍ତେ କହୁଥିଲେ ଲକ୍ଷ୍ମୀ ପାଦ l କିନ୍ତୁ ସେଥିପାଇଁ ତାର ପ୍ରସ୍ତାବଟି ଭାଙ୍ଗି ଯାଇଥିଲା, ତାହା ମୁଁ ସେ ଦିନ ଜାଣିଲି l ରାଗ ଲାଗିଲେ ବି ଚୁପ୍ ହୋଇ ରହିଥିଲି l କିନ୍ତୁ ଚୁପ୍ ରହି ନ ଥିଲା ମୋ ରଣଚଣ୍ଡୀ , ମୋ ସାନ ଝିଅ l

: ମୋ ମାଆ ସିନା ନାନୀର ଆଙ୍ଗୁଠିଟା ଟାଣି ବଡ କରି ପାରି ନାହିଁ, ତେବେ ତୁମ ପରି ଜାଣି ଶୁଣି ତାକୁ ଯୌତୁକ ଲୋଭୀ ରାକ୍ଷସଙ୍କ ହାତରେ ମଧ୍ୟ ଦେଇ ନାହିଁ l ଭୁଲି ଗଲ କି ସୁମ ନାନୀ କଥା? ମୋ ନାନୀ ପାଠ ପଢିଛି l ବାହା ନ ହେଲେ ବି କାହା ଉପରେ ବୋଝ ହେବ ନାହିଁ l ସୁମ ନାନୀଙ୍କୁ ତ ତୁମେ ସେତିକି ବି କରେଇନ l ମୋ ନାନୀ ଚିନ୍ତା ଛାଡି ଦେଇ ନିଜ ଝିଅ କଥା ଚିନ୍ତା କଲେ ଭଲ ହେବ l

ମୋ ରଣଚଣ୍ଡୀର ଏହି ଉତ୍ତର ମୋ ପିଉସୀ ଶାଶୁଙ୍କ ଚୁପ୍ କରେଇଦେବା ପାଇଁ ଯଥେଷ୍ଟ ଥିଲା l


Rate this content
Log in