Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବାପାଙ୍କ ସ୍ମୃତି
ବାପାଙ୍କ ସ୍ମୃତି
★★★★★

© Prasant Kumar Senapati

Inspirational

6 Minutes   7.2K    10


Content Ranking

 ପାଞ୍ଚଦିନ ଛୁଟି କାଟି ଯେତେବେଳେ ଶାଶୁଘରକୁ ଫେରିଲି ସ୍ବାମୀ ଫାଟକ ନିକଟରେ ମୋର ସ୍ବାଗତ ଅପେକ୍ଷାରେ ଥିଲେ । ଫାଟକ ଭିତରକୁ ପ୍ରବେଶ କଲି ତ ସ୍ବିଫ୍ଟ ଡିଜାୟର ଏକ ନୂଆ ଗାଡି ଗ୍ୟାରେଜ୍ ରେ ଦେଖିବାକୁ ପାଇଲି। ଆଖିରେ ଆଖିରେ ସ୍ବାମୀଙ୍କୁ ପ୍ରଶ୍ନ କରିବା ମାତ୍ରେ ସେ ଗାଡିର ଚାବୀ ମୋ ହାତରେ ଦେଇ କହିଲେ - କାଲିଠାରୁ ତୁମେ ଏହି ଗାଡି ନେଇ କଲେଜ୍ ଯିବ ଅଧ୍ୟାପକ ମହାଶୟାା ।

ଓଃ ମାଇ ଗଡ୍ ।

ଏତେ ଖୁସି ହୋଇଯାଇଥିଲି ଅଧିକା କିଛି କହି ପାରିଲି ନାହିଁଁ । ଅଧିକ ଭାବପ୍ରବଣ ହୋଇ ତହସିଲଦାର୍ ସାହେବଙ୍କୁ ଆଲିଙ୍ଗନ କଲି ତ ସେ ମୋ ଚିବୁକ୍ ରେ ଏକ ଚୁମ୍ବନ ଆଙ୍କିଦେଲେ ଓ ମୁଁ ଲାଜରେ ତାଙ୍କ ବଳିଷ୍ଠ ଛାତି ଉପରେ ସରମିି ଲତା ପରି ସରମି ଗଲି । ତହସିଲଦାର୍ ସାହେବ୍ ସବୁବେଳେ ଏମିତି, ତାଙ୍କର ଉପହାର ସବୁବେଳେ ଆଶ୍ଚର୍ଯ୍ୟକର ହୋଇଥାଏ । ଆଶା ଠାରୁ ଅଧିିକ ସେ ସର୍ବଦା ଦେଈଥାନ୍ତି । ସବୁବେଳେ ଚୁପଚାପ୍ ଓ ଅଚାନକ୍ ଉପହାର ।

ନିଜ ପାଖରେ ପୁରୁଣା ଇଣ୍ଡିଗୋ ଅଛି କିନ୍ତୁ ମୋ ପାଇଁ ଦାମୀ ମହଙ୍ଗା ନେଇ ଆସିଲେ । ଛଅ ବର୍ଷର ବୈବାହିକ ଜୀବନ କାଳରେ ଅଗଣିତ ଉପହାର ଦେଇ ସାରିଛନ୍ତି ।

ବହୁତ ସଚ୍ଚୋଟ, କେବେ ବି ଲାଞ୍ଚ ନିଅନ୍ତି ନାହିଁ । କିନ୍ତୁ ଏତେ ଖର୍ଚ୍ଚି ଯେ ପଇସା ଉଧାର ଆଣି ଉପହାର ଦେବାକୁ ପଛାନ୍ତି ନାହିଁ ।

ଲମ୍ବା ଆଲିଙ୍ଗନ ପରେ ଅଲଗା ହୋଇ ଗାଡିକୁ ନୀରିକ୍ଷଣ କଲି । ମୋ ପସନ୍ଦର ରଙ୍ଗ ଥିଲା ଓ ବହୁତ ସୁନ୍ଦର ବି ।

ପୁଣି ନଜର ପଡିଲା ମୋ ସ୍କୁଟି ରହୁଥିବା ଯାଗା ଉପରେ । ହଠାତ୍ ଚମକି ପଡିଲି । ସେ ଯାଗା ଖାଲି ଥିଲା ।

ସ୍କୁଟି କୁଆଡେ ଗଲା, ମୁଁ ଚିତ୍କାର କରି ପଚାରିଲି ।

ବିକ୍ରୀ କରିଦେଲି, ଏବେ କଣ ଆଉ ଆବଶ୍ୟକ ସେ ଭଙ୍ଗାରିଆ ସ୍କୁଟିର ? ନୂଆ ଗାଡି ରଖିବାକୁ ବି ପର୍ଯ୍ୟାପ୍ତ ଯାଗା ନାହିଁ ।

ମୋତେ ନପଚାରି ବିକ୍ରୀ କରିଦେଲ ?

ଗୋଟେ ଭଙ୍ଗାରିଆ ସ୍କୁଟି ତ ଥିଲା, ବିକ୍ରୀ କରିଦେଲି । ଏତେ ରାଗୁଛ କଣ ପାଇଁ ?

ତହସିଲଦାର ବାବୁ ଭାବହୀନ ସ୍ବରରେ କହିଲେ ତ ମୁଁ ଚିତ୍କାର କରି କହିଲି- ଖାଲି ସ୍କୁଟି ନଥିଲା ସେ । ମୋ ଜୀବନ ଥିଲା, ମୋ ସ୍ପନ୍ଦନର ପ୍ରତ୍ୟେକ ନିଶ୍ବାସ ପ୍ରଶ୍ବାସ ଓ ମୋ ହସ ଖୁସିର ସାଖୀ ଥିଲା ସେ । ମୋ ବାପାଙ୍କର ଏକମାତ୍ର ସ୍ମୃତି ଥିଲା ସେ । ମୁଁ ତୁମ ଉପହାରକୁ ସମ୍ମାନ ଦେଉଛି, କିନ୍ତୁ ସ୍କୁଟି ବଦଳରେ ନୁହେଁ । ମୋର ଦରକାର ନାହିଁ ତୁମ ଉପହାର । ତୁମେ ମୋର ସବୁଠାରୁ ପସନ୍ଦର ଜିନିଷ ବିକ୍ରୀ କରି ଦେଇଛ । ତାହା ପୁଣି ମୋତେ ନପଚାରି ।

ମୁଁ କାନ୍ଦିବାକୁ ଲାଗିଲି ।

ହୋ ହାଲ୍ଲା ଶୁଣି ଶାଶୁମା ବି ବାହାରକୁ ଚାଲି ଆସିଲେ ।

ସେ ମୋ ମଥାକୁ ଆଉଁସି ଦେଲେ ତ ମୁଁ ଭାବନ୍ବିତ ହୋଇ କାନ୍ଦିଲି ।

କାନ୍ଦେ ନାହିଁ ରେ ମା, ମୁଁ ତ ପ୍ରଥମରୁ କହିଥିଲି ବୋହୁକୁ ଥରେ ପଚାରି ବୁଝିନେ ।

ତହସିଲଦାର ବାବୁ ହୋଇଗଲାଣି, ମା କଥା ବି କାହିଁକି ଶୁଣିବ । କିନ୍ତୁ ମା ତୁ କାନ୍ଦେ ନାହିଁ ।

ତୁ ଠିଆ ଠିଆ କଣ ଦେଖୁଛୁ, ଯାଆ ମୋ ବୋହୁର ସ୍କୁଟି ଫେରାଇ ଆଣିବୁ ।

ତହସିଲଦାର ସାହେବ ମଥା ହଲେଇ ହଁ କହିଲେ ଓ ମୋ ପାଖକୁ ଆସିଲେ ।

କାନ୍ଦିବାର ମୋତେ କେବେ ଦେଖିନଥିଲେ, ଅମାପ ପ୍ରେମ କରୁଥିଲେ ମୋତେ ।

ଯାଚନା ଭରା ସ୍ବରରେ କହିଲେ ""ସରି''। ମୁଁ କଣ ଜାଣିଥିଲି କି ସେ ସ୍କୁଟି ତୁୁମର ଏତେ ନିଜର ଥିଲା । ମୁଁ ତ ଭଙ୍ଗା ଜିନିଷ ହିସାବରେ ମାତ୍ର ପାଞ୍ଚ ହଜାର ଟଙ୍କାରେ ବିକ୍ରୀ କରି ଦେଇଛି । ମାମୁଲି ପାଞ୍ଚ ହଜାର ମୋର କେଉଁ କାମରେ ଆସିବ । କିଛି ବିଚାର ନକରି ବିକ୍ରୀ କରିଦେଲି ଯେ କାର୍ ଆସିବା ପରେ ସ୍କୁଟିର କାମ କଣ ? ତୁମ ମୁହଁରେ ଖୁସି ଦେବାକୁ ଚାହୁଁଥିଲି, ଆଖିରେ ଲୁହ ନୁହଁ । ଏବେ ଯାଇ ତୁମ ସ୍କୁଟି ଫେରାଇ ଆଣୁଛି । ଏତିକି କହି ସେ ଚାଲିଗଲେ ।

ମୁଁ ନିଜ କୋଠରୀରେ ଆସି ଶୋଇଗଲି । ମୁଁ ନିସ୍ତବ୍ଧ ଓ ନିରବ ଥିଲି । ତାଙ୍କର ବି କଣ ଭୁଲ୍ ଥିଲା । ହଁ, ଥରେ ଦୁଇଥର ସେ କହିଥିଲେ ଏହାକୁ ବିକ୍ରୀ କରି ନୂଆ ନେଇ ଆସିବା । ମୁଁ ହସି ହସି କହିଥିଲା ନାଁ ଏହା ମୋ ପାଇଁ ଠିକ୍ ଅଛି । କିନ୍ତୁ ଅଚାନକ ସ୍କୁଟି ନପାଇ ମୁଁ ଅଧିକ ଭାବୁକ ହୋଇ ଯାଇଥିଲି, ହୋଇନଥାନ୍ତି କିପରି ?

ତାହା ମୋର ସ୍କୁଟି ନଥିଲା, ""ମୋ ବାପାଙ୍କ ଇଜ୍ଜତ'' ଥିଲା ।

ଯେତେବେଳେ ମୁଁ କଲେଜ୍ ରେ ପଢୁଥିଲି, ସେ ସମୟରେ ମୋର ଜଣେ ବାନ୍ଧବୀ ନୂଆ ସ୍କୁଟି ନେଇ କଲେଜ୍ ଆସିଲା । ସବୁ ସାଙ୍ଗ ଝିଅମାନେ ଅଭିନନ୍ଦନ ଜଣାଇଲେ । ଠିକ୍ ସେହି ସମୟରେ ମୁଁ ପଚାରିଦେଲି କେତେ ଟଙ୍କା ?

ତୁରନ୍ତ ସେ ଯେଉଁ ଉତ୍ତର ଦେଇଥିଲା, ତାହା ଶୁଣି ମୋର ପ୍ରାଣ ଚାଲିଯିବା ପରି ଲାଗିଲା- ଯେତେ ଟଙ୍କାର ହେଉନା କାହିଁକି, ତୋ ବାପାର କ୍ଷମତା ବାହାରେ ।

ଏହା ଶୁଣି ମୋ ଶରିରରୁ ଜୀବନ ଚାଲି ଯାଇଥିଲା । ସବୁ ସାଙ୍ଗମାନେ ସେଠାରୁ ଚାଲିଗଲେ । କିନ୍ତୁ ମୁଁ ସେଇଠି ବସି ରହିଲି । କେହି ବି ମୋ ହୃଦୟର ଆଘାତକୁ ବୁଝି ପାରିନଥିଲେ । କେବେ ଲାଗିନଥିଲା କି ସେମାନେ ମୋତେ ନିଜ ଠାରୁ ଅଲଗା""ଗରିବ'' ଭାବୁଥିଲେ । କିନ୍ତୁ ସେଦିନ ଅନୁଭବ କରି ସାରିଥିଲି ମୁଁ ସେମାନଙ୍କ ମଧ୍ୟରୁ ଜଣେ ନୁହେଁ ।

ଘରକୁ ଆସିବା ପରେ ଉଦାସ ଭାବକୁ ବି ଲୁଚାଇ ପାରିଲି ନାହିଁ । ମା'ର କୋଳରେ ମଥା ରଖି ବହୁତ କାନ୍ଦିଲି । ମା'କୁ କହିଲି ତ ମା କେବଳ ଏତିକି କହିଥିଲା ବଦମାସ୍ ଝିଅଗୁଡାକ । କିନ୍ତୁ ତୁ ସେମାନଙ୍କ କଥା ନଶୁଣି ପଢାରେ ଧ୍ୟାନ ଦେ ।

ରାତିରେ ବାପା ଘରକୁ ଆସିଲେ ତ ମୁଁ ଖାଲି ଏତିକି ପଚାରିଲି ""ବାପା ଆମେ ଗରିବ କି ?''

ସେତେବେଳେ ବାପା ମୋର ମଥାକୁ ଆଉଁସି କହିଥିଲେ ଆମେ ଗରିବ ନୁହେଁରେ ମା । ଆମ ଜୀବନରେ ଏହି ସମୟଟା ଗରିବ ।

ପୁଣି ପରଦିନ ମୁଁ କଲେଜ୍ ଗଲିନାହିଁ । କେଜାଣି କାହିଁକି କଲେଜ୍ ଯିବାକୁ ଇଛା ହେଲାନାହିଁ । ସଂନ୍ଧ୍ୟିାରେ ବାପା ଘରକୁ ଶିଘ୍ର ଫେରି ଆସିଲେ ଓ ସାଥିରେ ଯାହା ଆଣିଥିଲେ ଏତେ ଖୁସି ହୋଇଥିଲି କି ଶବ୍ଦରେ ବର୍ଣ୍ଣନା କରି ପାରିବି ନାହିଁ । ଏକ ବହୁତ ସୁନ୍ଦର ସ୍କୁଟି । ପ୍ରଜାପତି ପରି, ସୁନାର ଚଢେଇ ପରି, ଗୋଟେ ସୁନ୍ଦର ପରୀ ଥିଲା ମୋ ପାଇଁ । ମୋ ସପନର ସାର୍ଥକତା, ମୋ ଜୀବନ ଥିଲା ସେ । ସତ କହିବାକୁ ଗଲେ ସେଦିନ ରାତିରେ ମୋତେ ନିଦ ହେଲାନାହିଁ । ମୁଁ ହୃଦୟରୁ ବାପାଙ୍କୁ କେତେଥର ଧନ୍ୟବାଦ ଦେଇଛି ମନେ ନାହିଁ । ସ୍କୁଟି କେଉଁଠୁ ଆସିଲା, ପଇସା କିଏ ଦେଲା ଏସବୁ ଭାବିବା ପାଇଁ ସମୟ ପାଇଲି ନାହିଁ । ଦୁଇଦିନ ମୋର ପ୍ରଶିକ୍ଷଣ ହେଲା, ସାଇକେଲ୍ ଶିଖିଥିଲି । ତେଣୁ ସ୍କୁଟି ବି ଶଖିଗଲି । ପାଞ୍ଚଦିନ ପରେ କଲେଜ୍ ରେ ପହଞ୍ଚିଲି, ମୋ ବାପାଙ୍କ ଇଜ୍ଜତକୁ ଧରି । ଗୋଟେ ରାଜକୁମାରୀ ପରି ସ୍ବର୍ଣ୍ଣଜଡିତ ରଥରୁ ଓହ୍ଲାଇଲି । ସତ କହିବାକୁ ଗଲେ ମୋ ଜୀବନର ସବୁଠାରୁ ଖୁସିର ଦିନ ଥିଲା ସେଦିନ । ମୋ ବାପା ମୋତେ କେତେ ଭଲପାଆନ୍ତି ସମସ୍ତଙ୍କୁ ଖବର ହୋଇଗଲା ।

କିନ୍ତୁ କିଛିଦିନ ପରେ ଜଣେ ବାନ୍ଧବୀ କହିଲା ତୁମ ବାପା ଆଜି ରିକସା ଚଲାଉଥିଲେ । ସେତେବେଳେ ମୁଁ ତାକୁ କହିଥିଲି କି ତୁ ଆଉ କାହାକୁ ଦେଖିଥିବୁ, ମୋ ବାପାଙ୍କର ନିଜସ୍ବ ଅଟୋ ଅଛି ।

କିନ୍ତୁ ମନ ଭିତରେ ଏକ ଅଜଣା ଭୟ ଘର କରିବାକୁ ଲାଗିଲା । କଣ ବାପା ମୋ ସ୍କୁଟି ପାଇଁ ନିଜ ଅଟୋ ବିକ୍ରୀ କରି ଦେଇଛନ୍ତି କି ? ଏବଂ ଛଅ ମାସରୁ ଅଧିକ ହୋଇଗଲାଣି ମୋତେ ବି ଖବର ହେବାକୁ ଦେଲେ ନାହିଁ ।

ସଂଧ୍ୟାରେ ବାପା ଘରକୁ ଆସିଲେ ଓ ମୁଁ ତାଙ୍କୁ ଏକଲୟରେ ଚାହିଁଲି । ଆଜି ବହୁତ ଦିନ ପରେ ମୁଁ ତାଙ୍କୁ ନୀରେକ୍ଷୀ ଦେଖୁଥିଲି, ମୋତେ ଲାଗିଲା ବାପା ବହୁତ ଦୁର୍ବଳ ହୋଇ ପଡିଛନ୍ତି । କିନ୍ତୁ ଧ୍ୟାନ ଦେଇ କେବେ ଦେଖିନଥିଲି । ବିଳମ୍ବ ରାତିରେ ଘରକୁ ଫେରୁଥିଲେ ଓ ସକାଳୁ ସକାଳୁ ଘରୁ ବାହାରି ଯାଉଥିଲେ । ଅଟୋ ବି କୌଣସି ଏକ ବନ୍ଧୁଙ୍କ ଘରେ ରଖି ଆସୁଥିଲେ । କିପରି ଜାଣିଥାନ୍ତି କି ଅଟୋ ବିକ୍ରୀ କରି ଦେଇଛନ୍ତି ।

ମୁଁ ଦୌଡି ଯାଇ ବାପାଙ୍କୁ କୁଣ୍ଢାଇ ଧରିଲି । ବାପା ଆପଣ ଏପରି କାହିଁକି କଲେ ? ବାସ୍ ଏତିକି ମାତ୍ର କହି ପାରିଥିଲି । ଆଖିରୁ ଧାର ଧାର ଲୁହ ଝରି ଯାଉଥାଏ ।

ତୁ ମୋର ଇଜ୍ଜତ, ତୁ ମୋର ସମ୍ମାନ, ତୁ ମୋର ଆଦର୍ଶ । ତୋ ଆଖିରେ ଲୁହ ଝରିବାର ଦେଖି ଯଦି ଲୁହ ପୋଛି ନପାରିବି, ତେବେ ମୁଁ କିପରି ବାପ ? ତୁ ଚିନ୍ତା କରନାହିଁ, ଅଟୋ ବିକ୍ରୀ କରିନାହିଁ, ବନ୍ଧକ ରଖି ପଇସା ଆଣିଛି । ଏହି ମାସ ଶେଷ ସୁଦ୍ଧା ଫେରାଇ ଆଣିବି ।

ଆପଣ ଦୁନିଆର ସବୁଠାରୁ ବେଷ୍ଟ ବାପା । ବେଷ୍ଟ ଠାରୁ ବି ବେଷ୍ଟ । ଏହା ସିଦ୍ଧ କରିବା କଣ ଆବଶ୍ୟକ ଥିଲା ? ମୁଁ ସ୍କୁଟି କେବେ ମାଗିଥିଲି ? ଆପଣ କଣ ପାଇଁ ଏପରି କଲେ ? ଛଅ ମାସ ହେଲା ରିକସା ଚଲାଉଛନ୍ତି ଆପଣ । ମୋ ପାଇଁ କେତେ କଷ୍ଟ ସହିଲେ ଆପଣ ? ମୁଁ ପାଗଳ କିଛି ବି ବୁଝି ପାରିଲିନି । ଏତିକି କହି ମୁଁ ବହୁତ ଜୋରେ କାନ୍ଦିଲି । ବାପା, ମାଆ, ମୁଁ ଓ ମୋ ଛୋଟ ଭାଇ ସମସ୍ତେ କାନ୍ଦିଲୁ । ମନେ ନାହିଁ କେତେ ସମୟ ପର୍ଯ୍ୟନ୍ତ କାନ୍ଦିଲୁ ।

ତାହା କେବଳ ସ୍କୁଟି ନଥିଲା ମୋ ପାଇଁ । ମୋ ବାପାଙ୍କ ରକ୍ତ ବୁହା ଝାଳ ଥିଲା ସେ । ସେଥିରେ ମୋ ବାପାଙ୍କ ପ୍ରତ୍ୟେକ ରକ୍ତ ବିନ୍ଦୁ ସିଞ୍ଚି ହୋଇଥିଲା । ତାକୁ କୌଣସି ଭଙ୍ଗାର ଦୋକାନରେ ବିକ୍ରୀ କରିଦେଲେ ଦୁଃଖ ତ ହେବ ନିଶ୍ଚୟ ।

ହଠାତ୍ ମୋର ତନ୍ଦ୍ରା ଭଙ୍ଗ ହେଲା । ଏକ ଜଣାଶୁଣା ଧ୍ବନୀ କାନରେ ବାଜିଲା । ଫଟ୍ ଫଟ୍ ଫଟ ମୋ ଜୀବନ ଧନର ଧ୍ବନି ଥିଲା । ତହସିଲଦାର ସାହାବ ସ୍କୁଟି ଚଲେଇ ଆସୁଥିଲେ ଓ ଚଲେଇବା ସମୟରେ ପୁରାୁ ବୁଦ୍ଦୁ ଲାଗୁଥିଲେ । କିନ୍ତୁ ଅତି ସୁନ୍ଦର ରମଣୀୟ ବୁଦ୍ଦୁ । ମୋତେ ଅମାପ ଭଲ ପାଉଥିବା ରାଜକୁମାର ବୁଦ୍ଦୁ ।

ସମାଜର ଦର୍ପଣ

© ପ୍ରସାନ୍ତ ସେନାପତି

ମୋ-9600168163

ବାପା ସ୍ମୃତି ସ୍କୁଟି

Rate the content


Originality
Flow
Language
Cover design

Comments

Post

Some text some message..