Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଆକବର ବିରବଲ - ୩୧

ଆକବର ବିରବଲ - ୩୧

1 min
7.5K


ସୁବର୍ଣ୍ଣ ପଥର

ପାରସ୍ୟର ସମ୍ରାଟ୍ ଏବଂ ମହାରାଜ ଆକବର ଦୁହେଁ ଘନିଷ୍ଠ ବନ୍ଧୁ ଥିଲେ । ଥରେ ପାରସ୍ୟ ସମ୍ରାଟ୍ ଭାରତ ଭ୍ରମଣରେ ଆସିଥାଆନ୍ତି । ସେ ଆକବରଙ୍କୁ ପଚାରିଲେ, “ବନ୍ଧୁ! ତୁମ ପାଖରେ ଏପରି ଏକ ଅଲୌକିକ ପଥର ଅଛି କି, ଯାହାକୁ ତୁମେ ଛୁଇଁଲା ମାତ୍ରକେ ସୁନା ପାଲଟିଯିବ? ସମ୍ରାଟ୍ ଙ୍କ କଥା ଶୁଣିବା ପରେ ଆକବର କିଛି ସମୟ ନୀରବ ହୋଇଗଲେ । ଏହାପରେ ବିରବଲଙ୍କୁ ପାଖକୁ ଡକାଇଲେ । ପାରସ୍ୟ ସମ୍ରାଟ୍ ଙ୍କ ସହିତ ତାଙ୍କର ପରିଚୟ କରାଇଦେବାକୁ ଯାଇ କହିଲେ, “ବନ୍ଧୁ! ଏଇ ବିରବଲ ହେଉଛନ୍ତି ମୋର ସୁବର୍ଣ୍ଣ ପଥର । ମୋ ପାଖରେ ତାଙ୍କ ପରି ଚତୁର ବ୍ୟକ୍ତି ଥିବା ପର୍ଯ୍ୟନ୍ତ ମୋର ସୁବର୍ଣ୍ଣ ପଥର ଲୋଡା ନାହିଁ । କାରଣ ଧନ ଅପେକ୍ଷା ବୁଦ୍ଧି ସବୁଠାରୁ ଉଚ୍ଚରେ । ମୋ ପାଖରେ ସୁବର୍ଣ୍ଣ ପଥରର କୌଣସି ଆବଶ୍ୟକତା ନାହିଁ ।”

ଆକବରଙ୍କ କଥା ଶୁଣି ପାରସ୍ୟ ସମ୍ରାଟ୍ ଖୁସି ହୋଇଗଲେ । ସେ ରାଜାଙ୍କୁ ବିରବଲଙ୍କ ପରି ମନ୍ତ୍ରୀ ପାଇଥିବାରୁ ଅଶେଷ ଧନ୍ୟବାଦ୍ ଜଣାଇଲେ ।


Rate this content
Log in

Similar oriya story from Children