Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରେମ 4
ପ୍ରେମ 4
★★★★★

© Neelima Nivedita Behera

Others

3 Minutes   7.3K    21


Content Ranking

 ଅନିକେତ୍ । ଏଇ ନାଁରେ ସମତେ ଡାକନ୍ତି ତାକୁ । ତେଣୁ କହିପାରିବିନି ଏଇଟା ତା’ର ଡାକ ନାଁ କି ଭଲ ନାଁ । ତେବେ ଏତିକି ଜାଣେ ଯେ ଆଜି କିଛି ଗୋଟେ ସ୍ପେଶାଲ୍ ଡ଼େ । ନହେଲେ ସକାଳୁସକାଳୁ ଅନ୍ୟ ଷ୍ଟାଫମାନେ ତରତର ହେଇ ତା’ ଡେକ୍ସକୁ ବେଲୁନରେ ସଜଉଛନ୍ତି କାହିଁକି ? ବୋଧେ ତା’ ଜନ୍ମଦିନ ହେଇଥିବ । ହେଇଥାଉ, ମୋର କ’ଣ ଯାଏଆସେ ଯେ ? ସେ ମୋ ସହିତ ନା କେବେ କଥା ହେଇଛି ନା ମୁଁ ତା’ ସହିତ । ଆମ ଡିପାର୍ଟମେଣ୍ଟ୍ ବି ଅଲଗା ଅଲଗା । ଏମିତି ଏଣୁତେଣୁ ଭାବୁଭାବୁ ହଠାତ୍ ବିଜୁ ଭାଇ ମୋ ମୁହଁ ପାଖକୁ ନେଇଆସିଲେ ଥାଳିଭର୍ତ୍ତି ୧୦ ଟଙ୍କିଆ ସାଲେପୁର ରସଗୋଲା ଥାଳିଟା । ମୋ ହାତ ବି ଆପଣାଛାଏଁ ଯାଇ ଚଟ୍ କିନା ଟେକିନେଲା ସେଥିରୁ ଗୋଟାଏ, ଆଉ ଟପ୍ କିନା ପକେଇଦେଲା ପାଟିରେ । ପାଟିଭର୍ତ୍ତି ମିଠାର ସୁଆଦ ନଉନଉ ଭାବିଲି, “ଆରେ ହେଇ ! ମୁଁ ଯଉଟା ଖାଇଲି ସେଇଟା ଆଉ ସିଏ ଆଣି ନଥିଲା ତ !” ପୁଣିଥରେ ଭାବନାରେ ବ୍ରେକ୍ ଲଗେଇ କାନକୁ ଶୁଭିଲା, “ହାପି ବାର୍ଥ ଡ଼େ ଅନିକେତ୍ ।” ଏଇଟା ଏବେ ନିହାତି ଅଭଦ୍ରାମି । ତା’ ମିଠା ଖାଇବି ଆଉ ତାକୁ ଉଇଶ୍ ବି କରିବିନି ?

ବାଁ ହାତ ଗଳେଇଲି ମୋ ଝୁଲାମୁଣିରେ । ଯୋଗକୁ କାଡବେରୀ ଚକଲେଟ୍ ଗୋଟେ ଥିଲା ବ୍ୟାଗରେ । ଥିଲା ମାନେ ? ଆଜି ସକାଳେ ପୁରେଇଥିଲି ମ ! ଲଞ୍ଚ୍ ଖାଉଖାଉ ଦିନ ୨ଟା ବାଜୁଛି, ତେଣୁ ପାଖରେ କିଛି ଗୋଟେ ଥିଲେ ଛୋଟା ଭୁକ୍ ବେଳେ କାମରେ ଆସିବ ଭାବି ୩ ଦିନ ତଳେ ମାମୁଁ ଆଣିଥିବା ଚକଲେଟଟା ପୁରେଇଥିଲି ମୋ ବ୍ୟାଗରେ । ଏବେଳେ ମୁଣ୍ଡକୁ ଜୁଟିଲା ଗୋଟେ ଆଇଡିଆ । ସେଇ ଚକଲେଟଟା ତା’ ହାତକୁ ବଢେଇ ଦେଇ ଗୋଟିଏ ନିଶ୍ଵାସରେ କହିଦେଲି, “ହାପି ବାର୍ଥ ଡ଼େ ।“ ସେ ବି ବେଲଜ୍ୟା ପରି ଧରିନେଲା ଆଉ ଆଖି ପିଛୁଳାକେ ଚାଲିଗଲା ଆଖି ସାମ୍ନାରୁ ।

ଦିନ କେଇଟା ହେଇଛି ମାତ୍ର । ମୋତେ ଏଇ ଅଫିସରେ ଜୈନ୍ କରିବାର । ଏବେଏବେ ତ ବଦଳି ହେଇ ଆଇଛି ମୁଁ ଦିଲ୍ଲୀ ହେଡ୍ ଅଫିସରୁ, ରାଇରଙ୍ଗପୁରର କଣାଶ ବ୍ରାଞ୍ଚ୍ କୁ ! ତେବେ କେମିତି ମୁଁ ଜାଣିଲି ଆଜି ତା’ ଜନ୍ମଦିନ ବୋଲି ଓ ପୂର୍ବପ୍ରସ୍ତୁତି ସହିତ ଚକଲେଟଟିଏ ଆଣିଥିଲି ତା’ ପାଇଁ ? କାଇଁ ଏ ପ୍ରଶ୍ନଟିଏ ତ ଆସିଲାନି ତା’ ମନକୁ ? ହାବଭାବ କଉଥିରେ ବି ତ ଦିଶିଲାନି ! ହଉ ଛାଡ଼ ! ବେଫିକର୍ ରହ । ଯେଇମିତି ମିଠାଟେ ଖାଇଲୁ ସେଇମିତି ଚକଲେଟଟେ ଦେଲୁ, ଉଇଶ୍ ବି କଲୁ, ଆଉ ଏତେ କ’ଣ ଭାବୁଛୁ ଯେ ? ମନକୁ ମନ କହିହେଲି ଆଉ ଫାଇଲ୍ ଚଷିବାରେ ପୁଣି ଲାଗିପଡ଼ିଲି ।

ମିସ୍ ମହାନ୍ତି । ମୋ ପଛକୁ ବିପରୀତ ମୁହଁ କରି ବସନ୍ତି । ଶ୍ୟାମଳୀ ରଙ୍ଗରେ ବି ବେଶ୍ ଆକର୍ଷଣୀୟା । ଆଖି, ଓଠ, କଟି .... ଓଃ .... ଆଗକୁ ଆଉ କହିହେବନି । ତାଙ୍କୁ ମୁଁ ଆଧୁନିକା କହିପାରେ, ନା ପାରମ୍ପରିକ । ଅଣ୍ଟା ଯାଏଁ ଲମ୍ବା ବେକାଏ କେଶ, ସାଙ୍ଗକୁ ଚିପା ଜିନ୍ସ । ପାଦରେ ହାଇ ହିଲ୍ ହେଲେ ହାତରେ ପଟେ ଲେଖାଏଁ ଚୁଡି । ସେ ଯାହେଉ, ତାଙ୍କ ରୂପ-ଚାଲି-କଥା ଓ ହସରୁ ଆଖି ନଫେରିବାଟା କିନ୍ତୁ ଥୟ । ତାଙ୍କ ପାଖକୁ ଲାଗି ମିସେସ୍ ଚୌଧୁରୀ ଚୁପିଚୁପି କହିଲେ,

- ଆଜି ଅନିକେତର ଜନ୍ମଦିନ । ଯା’ ଉଇଶ୍ କରି ଦେ’ ।

- ହେଲେ ସେ ତ ତାଙ୍କ ଡେସ୍କରେ ନାହାନ୍ତି ଅପା ।

ବର୍ଷା କାଇଁ ହବକି ଏଇମିତି ଅଦିନିଆ ! ଅନିକେତ୍ ହାଜର୍ । ହସି ହସି କହୁଛି,

- ଆଜି ଏତେ ଡେରି କାଇଁ କଲ ଯେ ମିସ୍ .........?

- ହୁଁ... ଟିକେ ଡେରି ହେଇଗଲା । ଟ୍ରାଫିକ୍ ଯୋଗୁ । ଏନି ୱେ ! ହାପି ବାର୍ଥ ଡ଼େ ଟୁ ୟୁ ।

- ଥ୍ୟାଙ୍କ ୟୁ । ନିଅ ।

ଦେଖା ଯାଉନଥିଲେ ବି ଶୁଭୁଥିଲା ସବୁ କିମ୍ବା କହିପାରନ୍ତି ମୁଁ କାନ ପାରି ଶୁଣୁଥିଲି । ମିଠା ଥାଳି ତ ବୁଲା ସରିଥିଲା । ତେବେ ଅନିକେତ୍ କ’ଣ ଯାଚିଲା ମିସ୍ ......... ଙ୍କୁ ? ପୁଣିଥରେ ମନ ଭିତରେ ଉଙ୍କି ମାରି ଆସୁଥିବା ପ୍ରଶ୍ନରେ ଗୋଟାଏ ଥୁକୁଲ୍ ପକେଇ ମୋ ପଟକୁ ବୁଲିଆସି ବଢାଇଦେଲେ ମୋତେ ବି ଅନିକେତ୍, ନିଅନ୍ତୁ କହି । ଏବେଳେ ମୁଁ ହସିବି ନା କାନ୍ଦିବି ଯେ ? ସେଇଟା ଥିଲା ମୋ ଦେଇଥିବା କାଡବେରୀ ଚକଲେଟରୁ ଦି’ଟା ପିସ୍ ।

ନୀଳିମା ନିବେଦିତା

ଅନିକେତ୍ ଚକଲେଟ ବାର୍ଥ ଡ଼େ

Rate the content


Originality
Flow
Language
Cover design

Comments

Post

Some text some message..