Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବିକ୍ରମ ବେତାଳ -୨୨
ବିକ୍ରମ ବେତାଳ -୨୨
★★★★★

© ଓଡିଆ ଶିଶୁ ଗପ

Children

4 Minutes   7.1K    14


Content Ranking

କାହାର ପତ୍ନୀ -

ଠିକ୍ ଏହି ସମୟରେ କେଉଁଠାରୁ ଏକ କଳା ସାପ ବାହାରି ଆସି ମଧୁମାଳତୀକୁ କାମୁଡି ଦେଇ ପଳାଇଲା । କାଳ ସର୍ପ କାମୁଡିବା ଦ୍ୱାରା ବିବାହ ଲାଗି ଚାଲିଥିବା ବିବାଦ ହଠାତ୍ ବନ୍ଦ ହୋଇଗଲା । କିଛି ସମୟ ପରେ ମଧୁମାଳତୀର ପ୍ରାଣବାୟୁ ଉଡିଗଲା । ତିନିଜଣ ଯାକ ଯୁବକ ଏହା ଦେଖି ଏପରି କାନ୍ଦିଲେ ଯେ ଯିଏ ଦେଖିଲା ସିଏ ଆଶ୍ଚର୍ଯ୍ୟ ହୋଇଗଲା । ଏହାପରେ ସମସ୍ତେ ମିଶି ମଧୁମାଳତୀର ଅନ୍ତିମ ସଂସ୍କାର କରିଦେଲେ ।

ସେହି ତିନିଜଣଯାକ ଯୁବକଙ୍କ ମଧ୍ୟରୁ ଜଣକର ନାମ ଥିଲା ମାଧବ । ଦ୍ୱିତୀୟ ଜଣକର ନାମ ‘ବାମନ’ ଏବଂ ତୃତୀୟ ଜଣକର ନାମ ମଧୁସୂଦନ ଥିଲା । ମାଧବ ନାମଧାରୀ ଯୁବକ ଜଣକ ମଧୁମାଳତୀର ଚିତା ଜଳି ସାରିବାପରେ ତା’ର କେତେକ ହାଡକୁ ଏକାଠି କରି ଏକ ଗଣ୍ଠିଲି ମଧ୍ୟରେ ବାନ୍ଧି ରଖିଲେ । ଏହାକୁ ନେଇ ସେ ଜଙ୍ଗଲକୁ ଚାଲିଗଲେ ଓ ତପସ୍ୟା କରିବାକୁ ଲାଗିଲେ ।

ବାମନ ନାମଧାରୀ ଯୁବକ ମଧୁମାଳତୀର ପୋଡିଯାଇଥିବା ପାଉଁଶକୁ ଏକ ଗଣ୍ଠିଲି ମଧ୍ୟରେ ଧରି ଗୋଟିଏ କୁଡିଆ ନିର୍ମାଣ କରି ରହିବାକୁ ଲାଗିଲା ।

ମଧୁସୂଦନ ମଧ୍ୟ ସନ୍ନ୍ୟାସୀ ବେଶ ଧାରଣ କରି ଅରଣ୍ୟକୁ ଯିବାକୁ ବାହାରିଲେ ।

ମଧୁସୂଦନ ଯିବା ବାଟରେ ଗୋଟିଏ ନଗରୀରେ ପହଁଚିଲେ । ନଗରୀରେ ପହଁଚିବା ପରେ ଗୋଟିଏ ତାନ୍ତ୍ରିକର ଘରେ ରହିବାକୁ ମନସ୍ଥ କଲେ । ତାନ୍ତ୍ରିକ ବିଳମ୍ବରେ ଘରକୁ ଫେରି ଭୋଜନ କରିବାକୁ ବସିବା ମାତ୍ରକେ କୌଣସି ଏକ କଥାକୁ ନେଇ ପତ୍ନୀ ସହିତ ଝଗଡା ଆରମ୍ଭ କରିଦେଲା । ସେ ଏତେ ଜୋର୍ରେ ରାଗିଯାଇଥିଲା ଯେ ନିଜ ପୁଅକୁ ଉଠାଇ ଜଳନ୍ତା ଚୂଲୀ ମୁହଁକୁ ଫୋପାଡି ଦେଲା । ପୁଅଟି ବିଚରା ଜଳି ଜଳି ମରିଗଲା । ଏହା ଦେଖି ତାର ପତ୍ନୀ କାନ୍ଦିବାକୁ ଲାଗିଲା ।

ତାନ୍ତ୍ରିକର ଏପରି କାର୍ଯ୍ୟକଳାପ ଦେଖି ମଧୁସୂଦନ ମନେ ମନେ ରାଗିଗଲେ । ସେ ସଂଗେ ସଂଗେ ନିଜ ଆସନରୁ ଉଠିଗଲେ ଏବଂ ରାଗିଯାଇ କହିଲେ- “ମୁଁ ତ’ ଆପଣଙ୍କୁ ଜଣେ ଧର୍ମାତ୍ମା ବୋଲି ଜ୍ଞାନ କରି ଏଠାରେ ରହିବାପାଇଁ ମନ ବଳାଇଥିଲି । କିନ୍ତୁ ତୁମେ ତ’ ଦୁଷ୍ଟ ସ୍ୱଭାବର ବ୍ୟକ୍ତି । ତୁମର ଏତେ ରାଗ ଯେ ନିଜ ରକ୍ତର ସନ୍ତାନକୁ ତୁମେ ନିଆଁରେ ଫୋପାଡି ପାରିଲ । ଏବେ ମୁଁ ଏଠାରେ ଆଉ ଗୋଟିଏ ମୂହୁର୍ତ ରହିବାକୁ ଚାହୁଁନାହିଁ ।”

ଅତିଥିଙ୍କର ଏପରି କଥା ଶୁଣି ତାନ୍ତ୍ରିକର ରାଗ କୁଆଡେ ଉଭେଇ ଗଲା । ସେ କହିଲା- “ଅତିଥି ମହାରାଜ! ଆପଣ ଏମିତି ରାଗିକରି ମୋ ଘରୁ ଯାଆନ୍ତୁ ନାହିଁ । ମୋ ପାଖରେ ଏକ ସଂଜିବନୀ ମନ୍ତ୍ର ଅଛି, ଯାହା ଦ୍ୱାରାକି ମୁଁ ବର୍ତ୍ତମାନ ମୋର ପୁତ୍ରକୁ ବଂଚାଇ ଦେଇପାରିବି ।”

ତାନ୍ତ୍ରିକର କଥା ଶୁଣି ମଧୁସୂଦନ ଚମକି ପଡିଲେ । ତାନ୍ତ୍ରିକଟି ସଂଗେ ସଂଗେ ଚମତ୍କାର ଦେଖାଇବାପାଇଁ ତା’ର କାର୍ଯ୍ୟ ଆରମ୍ଭ କରିଦେଲା । ଏହା କହି ତାନ୍ତ୍ରିକ ଘର ଭିତରକୁ ଗଲା ଓ ସଂଗରେ ଏକ ପୋଥୀ ନେଇ ଆସିଲା । ଏହାପରେ ତାନ୍ତ୍ରିକ ଶିଶୁର ପାଉଁଶ ଓ ହାଡକୁ ଏକାଠି କରି ମନ୍ତ୍ର ପଢିବାକୁ ଆରମ୍ଭ କଲେ ଓ ମନ୍ତ୍ର ଜଳ ଛିଂଚି ମୃତ ଶିଶୁଟିକୁ ଜୀବନଦାନ ଦେଲେ । ଏପରି ଅଦ୍ଭୂତ ଘଟଣା ଦେଖି ମଧୁସୂଦନ ଆଶ୍ଚର୍ଯ୍ୟ ହୋଇଗଲେ ।

ପ୍ରକୃତରେ ଘଟଣାଟି ମଧ୍ୟ ଆଶ୍ଚର୍ଯ୍ୟ ରକମର ଥିଲା । ଏପରି କାର୍ଯ୍ୟ ଦେଖି ମଧୁସୂଦନର ମନକୁ ପାପ ଛୁଇଁଲା । ସେ ମନେ ମନେ କିପରି ଏହି ପୋଥିଟିକୁ ଚୋରାଇ ନେଇ ପ୍ରିୟତମା ମଧୁମାଳତୀକୁ ବଂଚାଇବ ସେ ସଂପର୍କରେ ଚିନ୍ତା କଲା । ସେହି ଦିନ ରାତିରେ ସୁବିଧା ସୁଯୋଗ ଦେଖି ପୋଥିଟିକୁ ଧରି ରାତି ପାହିବା ପୂର୍ବରୁ ତାନ୍ତ୍ରିକର ଘରୁ ଲୁଚି ପଳାଇ ଆସିଲେ । ମଧୁସୂଦନ ଯେଉଁଠାରେ ମାଧବ ମଧୁମାଳତୀର ହାଡକୁ ରଖି ତପସ୍ୟା କରୁଥିଲେ, ସେହି ସ୍ଥାନରେ ଆସି ପହଁଚିଲେ ।

ମଧୁସୂଦନ ମାଧବଙ୍କ ନିକଟରେ ସମସ୍ତ ଘଟଣା ବର୍ଣ୍ଣନା କଲେ ଓ କିପରି ମଧୁମାଳତୀଙ୍କୁ ବଂଚାଇବେ ଚିନ୍ତା କଲେ । ଏମାନେ ଦୁଇଜଣ ଏକମନ ହୋଇ ବାମନକୁ ମଧ୍ୟ ଖୋଜି ପାଇଲେ ଯାହାଙ୍କ ପାଖରେ ମଧୁମାଳତୀର ପାଉଁଶ ଥିଲା । ତିନିଜଣ ଯାକ କଥାବାର୍ତ୍ତା ହୋଇ ଶେଷରେ ମଧୁମାଳତୀକୁ ଜୀବନ ଦାନ ଦେବାକୁ ନିଷ୍ପତି ନେଲେ । ତିନିଜଣ ଯାକ ମିଶି ପ୍ରଥମେ ତାର ହାଡକୁ ପୋଡିଲେ । ଏହା ଉପରେ ପାଉଁଶ ଗୁଡିକୁ ରଖିଦେଲେ । ସବୁ ଶେଷରେ ମଧୁସୂଦନ ସଂଜିବନୀ ମନ୍ତ୍ର ପାଠ କଲେ । କିଛି ସମୟ ପରେ ମଧୁମାଳତୀ ଉଠିବସିଲେ । ତାର ସୌନ୍ଦର୍ଯ୍ୟ ଆହୁରି ଉଜ୍ଜ୍ୱଳ ଦେଖାଯାଉଥାଏ ।

ମଧୁମାଳତୀକୁ ଦେଖିବାପରେ ତିନିଜଣଙ୍କର ଆଖି ତାରି ଉପରେ ରହିଗଲା । ପରିସ୍ଥିତି ଏପରି ହେଲା ଯେ ତିନି ଜଣ ଯାକ ତାକୁ ନିଜର ପତ୍ନୀ ରୂପେ ଗ୍ରହଣ କରିବାକୁ ଇଚ୍ଛା ପ୍ରକଟ କଲେ । ମଧୁସୂଦନ କହିଲା, ମୁଁ ସଂଜୀବନୀ ପୋଥୀ ଆଣିବାରୁ ମଧୁମାଳତୀ ବଂଚିଲା । ତେଣୁ ତା’ପ୍ରତି ମୋର ପ୍ରଥମ ଅଧିକାର ଅଛି । ବାମନ କହିଲା, ମୁଁ ତା’ର ପାଉଁଶକୁ ରଖିବାରୁ ସେ ଜୀବିତ ହେଲା । ତେଣୁ ତା’ପ୍ରତି ମୋର ଅଧିକାର ଅଛି । ସେହିପରି ମାଧବ ଅସ୍ଥି ରଖିଥିବା କଥା କହି ମାଳତୀକୁ ପତ୍ନୀ ରୂପେ ଗ୍ରହଣ କରିବାର ସମସ୍ତ ଅଧିକାର ଯେ ତା’ର ତାହା ସେ ପ୍ରତିପାଦନ କଲା ।

ଏତିକି କଥା କହିସାରି ବେତାଳ ଚୁପ୍ ହୋଇଗଲା । କିଛି କ୍ଷଣ ପରେ ବିକ୍ରମାଦିତ୍ୟଙ୍କୁ କହିଲା- “ବିକ୍ରମାଦିତ୍ୟ! ଏବେ ତୁମେ କୁହ ବାସ୍ତବରେ ମାଳତୀ କାହାର ପତ୍ନୀ ହେବ? ବିକ୍ରମ କିଛି ସମୟ ଚିନ୍ତା କଲାପରେ କହିଲେ, “ମୋର ମତାନୁସାରେ ମଧୁମାଳତୀ ବାମନଙ୍କୁ ଗ୍ରହଣ କରିବା ଆବଶ୍ୟକ ।”

ବେତାଳ ଆଶ୍ଚର୍ଯ୍ୟର ସହିତ ପଚାରିଲା- କାହିଁକି? ରାଜା କହିଲେ- “ଶୁଣ ବେତାଳ! ଏହି ସଂସାରରେ ବନ୍ଧୁ ବାନ୍ଧବ ସଂପର୍କର ଏକ ଭିନ୍ନ ଗାରିମା ରହିଛି । ପ୍ରତ୍ୟେକ ସଂପର୍କୀୟ ମାନଙ୍କର କିଛି ନା କିଛି କର୍ତ୍ତବ୍ୟ ରହିଛି । ମଧୁସୂଦନ ମାଳତୀକୁ ଜନ୍ମ ଦେଇ ପିତାର କର୍ତ୍ତବ୍ୟ କଲେ । ମାଧବ ତାର ହାଡ ଗୁଡିକୁ ଏକାଠି କରି ଭାଇର କର୍ତ୍ତବ୍ୟ କଲେ । ବାମନ ମାଳତୀର ଚିତାଭସ୍ମ ରଖିଥିଲେ, ଯାହାକି ଏକ ସଂସାରରେ ସ୍ୱାମୀର କର୍ତ୍ତବ୍ୟ ରୂପେ ଗଣାଯାଏ । ତେଣୁ ମଧୁମାଳତୀ ବାମନକୁ ବିବାହ କରିବା ଠିକ୍ ହେବ ।”

ରାଜାଙ୍କର କଥା ସରିବାପରେ ବେତାଳ ଜୋର୍ରେ ଅଟ୍ଟହାସ୍ୟ ଆରମ୍ଭ କରିଦେଲା ଓ କହିଲା- “ବିକ୍ରମ! ତୁମେ ଠିକ୍ କଥା କହିଛ । କିନ୍ତୁ ମୋର ମନା କରିବା ସତ୍ୱେ ତୁମେ ପୁଣି କଥା କହିଥିବାରୁ ମୁଁ ମୋ ବାଟରେ ଚାଲିଲି ।” ଏହା କହି ବେତାଳ କାନ୍ଧ ଉପରୁ ଉଠି ଯାଇ ଉଡି ଉଡି ସେହି ବୃକ୍ଷ ନିକଟକୁ ଚାଲିଲା । ରାଜା ପୁଣି ବେତାଳ ପଛରେ ଦୌଡିବାକୁ ଲାଗିଲେ । ବେତାଳ ପୁଣି ସେହିପରି ଗଛର ଡାଳରେ ଓଲଟା ଝୁଲି ପଡିଲେ ।

ସାପ ମଧୁମାଳତୀ ସଂଜୀବନୀ

Rate the content


Originality
Flow
Language
Cover design

Comments

Post

Some text some message..