Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରତିଦାନ
ପ୍ରତିଦାନ
★★★★★

© Anil Boity

Inspirational Tragedy

6 Minutes   835    31


Content Ranking

ଅଫିସ ରେ ବସିଥିବା ବେଳେ ହଟାତ ଟେବୁଲ ଉପରେ ଥୁଆ ହେଇଥିବା ଫୋନଟି ବାଜି ଉଠିଲା ।ଫୋନ ଉଠେଇଲି ସେପଟରୁ ବଡବାବୁ କହିଲେ ବୀରେନ ବାବୁ ଆପଣଙ୍କୁ କଲି ଭୁବନେଶ୍ୱର ଯିବାକୁ ପଡିବ ଅଫିସ କାମରେ । ମୁଁ ପଚାରିଲି ହଟାତ ସାର କଣ ହେଲାକି ? ନା ନା କମ୍ପାନୀର ଫାଇନାନସିଆଲ ଅଡିଟ କାମରେ। କିଛି ଡକୁମେଣ୍ଟ ରହିଯାଇଛି ତ ।ଏମଡିଙ୍କ ଅର୍ଡର କାଲି ଭିତରେ ତାଙ୍କୁ ରିପୋର୍ଟ ଦରକାର ।ସେଥିପାଇଁ ମୁଁ ତୁମକୁ ଭୁବନେଶ୍ୱର ପଠାଉଛି । ହଁ ତୁମକୁ କାଲି ସକାଳେ ଭୁବନେଶ୍ୱର ଇଣ୍ଟରସିଟିରେ ଯିବାକୁ ପଡିବ ।ମୁଁ ଡକୁମେଣ୍ଟଗୁଡାକ ପିଅନ ହାତରେ ପଠେଇ ଦେଉଛି ।ସେ ତୁମକୁ ଦେଇ ଦେବ।ମୁଁ କହିଲି ହଁ ସାର ନିଶ୍ଚୟ ।ଏତିକି କହି ବଡବାବୁ ଫୋନ କାଟିଦେଲେ ।ମୁଁ ବୀରେନ ମହାନ୍ତି ।ମୁଁ ଏକ ପ୍ରାଇଭେଟ କମ୍ପାନୀ ରେ ଆକାଉଣ୍ଟ ଆଣ୍ଡ ଫାଇନାନ୍ସ ଡିପାର୍ଟମେଣ୍ଟ ରେ କାମ କରେ ।ସମସ୍ତଙ୍କ ଆଦେଶ ଶୁଣିବାକୁ ପଡେ ।ଅଫିସରୁ ସନ୍ଧ୍ୟାରେ ବାହାରି ଘରେ ପହଞ୍ଚିଲି।ଫ୍ରେସ ହେଇକି ଖାଇପିଇ। ।ଘରେ କହିଲି କଲି ସକାଳେ ମତେ ଜଲଦି ଉଠେଇଦେବ।ମତେ କଲି ଭୁବନେଶ୍ୱର ଯିବାର ଅଛି ।ଏତିକି କହି ଶୋଇପଡ଼ିଲି । ଭୋରୁ ଜଲଦି ଉଠି ବାହାରି ପଡିଲି ଷ୍ଟେସନ ।ଟିକେଟ ତ ଆଗରୁ ହେଇସାରିଥିଲା ।ସେଥିପାଇଁ ଲାଇନ ଉପରେ ଛିଡା ହୋଇ ମୋତେ ଟିକଟ କରିବାକୁ ପଡ଼ିନଥିଲା ।ଷ୍ଟେସନ ପହଞ୍ଚିଲା ପରେ ଷ୍ଟେସନ ଦୁନିଆରେ ମୁଁ କିଛି ସମୟ ଯାଇଥିଲି । ପ୍ଲାଟଫର୍ମ ରେ ଘୋଷଣା ରୁ ମୁଁ ଜାଣିଲି ମୁଁ ଯାଉଥିବା ଇଣ୍ଟରସିଟି ୧ ନମ୍ବର ପ୍ଲାଟଫର୍ମ ରେ ଲାଗିଛି ।ମୁଁ ଟ୍ରେନ ରେ ପ୍ରବେଶ କରି ଟ୍ରେନ ର ଭିଡ ଭିତରେ ମୋ ସିଟ ଯଥାସମ୍ଭବ ଖୋଜି ପାଇଲି । ଟ୍ରେନ ଭିତରେ କୋଳାହଳ ମତେ ବିରକ୍ତ କରି ପକାଉଥାଏ ।ମନେ ମନେ ଭାବୁଥାଏ କେତେବେଳେ ଟ୍ରେନ ଟି ଛାଡିବ।ଟ୍ରେନ ରେ ବେପାରୀଙ୍କର ରଡ଼ି ଚା ,ଚଣା ,ବାଦାମ ଓ କୋଲଡ୍ରିଙ୍କସ ବେପାରୀ ମାନଙ୍କ ଯାତାୟାତ ଚାଲୁଥାଏ ।ମୋତେ ବିରକ୍ତ ଲାଗିଲେ କଣ ହେବ ।ସେମାଙ୍କୁ ତ ତାଙ୍କ ପେଟ ପାଟଣା ପାଇଁ ଏସବୁ କରିବାକୁ ପଡୁଛି ।ଜଣେ ପେପର ବିକାଳୀ ଚିତ୍କାର କରି କରି ଆସୁଥାଏ ।ପେପର।। ପେପର।। ପେପର।। ।ମୁଁ ଚିପା ଗାଲରେ ପେପର ଭାଇ ପେପର ଗୋଟେ ଦେଲେ ।ପେପର ଭାଇ ସମସ୍ତ ପେପର ନାଁ କୁ ଯେମିତି ଗଡ ଗଡ଼ କରି କରି କହିଗଲେ କୋଉ ପେପର ଦେବୀ ସମ୍ବାଦ ,ସମାଜ ,ଧରିତ୍ରୀ ,ପ୍ରମେୟ ,।ମୁଁ କହିଲି ବାସ ବାସ ଯୋଉଟା ହେଲେ ଗୋଟେ ଦେଇ ଦିଅନ୍ତୁ ।ସେ ମତେ ଗୋଟେ ପେପର ଧରେଇ ଦେଲେ ଆଉ ମୁଁ ତାଙ୍କ ହାତକୁ ପାଞ୍ଚଟଙ୍କିଆ ନୋଟ ଟେ ଧରେଇଦେଲି ।ପୁଣି ସେ ବଡ ପାଟିରେ ଚିତ୍କାର କରି ଚାଲିଲେ ପେପର ପେପର କହି ଅନ୍ୟ ଏକ ବଗିକୁ ।ଟ୍ରେନ ଟି ତାର ଦ୍ରୁତ ଗତିରେ ଚାଲିଥାଏ ।ଝର୍କାରୁ ସୁଲୁ ସୁଲିଆ ପବନ ମୋ ଦେହରେ ପିଟି ହେଉଥାଏ ।ମୁଁ ଧୀରେ ଧୀରେ ବିରକ୍ତ କର ଭବନରୁ ଦୁରେଇ ଚାଲୁଥାଏ ।ପେପର ଉପରେ ଆଖି ପକାଇଲି ।ପ୍ରତିଦିନ ସେଇ ଏକା ଖବର ,କିଏ କାହାକୁ ମାରିଲା ତ କେଉଁଠି ଗାଡି ଚଢିଗଲା ।କେଉଁ ବାଳିକାକୁ କିଏ ଧର୍ଷଣ କରିଦେଲା ।ପ୍ରତିଦିନ ଏସବୁ ଖବର ପଢି ପଢି ଭଲ ଲାଗେ ନାହିଁ ।ଏ ଖବର କାଗଜବାଲାଙ୍କୁ ହେଇଚି କଣ ? କଣ କିଛି ଭଲ ଖବର ଛାପିବାକୁ ତାଙ୍କୁ ଭଲ ଲାଗେନି ।ଦ୍ୱତୀୟ ପେଜ ଖୋଲି ଦେଖୁ ଦେଖୁ ହଟାତ ଏକ ବିଜ୍ଞାପନରେ ମୋ ଆଖି ଲଟ କିନା ଲାଗିଗଲା ।ସେ ବିଜ୍ଞାପନଟିକୁ ପଢ଼ିସାରିଲା ପରେ ଏ କୋଳାହଳ ଭିତରେ ଥିବା ଟ୍ରେନଟି କେଜାଣି କାହିଁକି ମୋତେ ଜନଶୂନ୍ୟ ଭଳି ଲାଗୁଥିଲା କେତେବେଳେ ଯେ ମୋ ଆଖି ଦୁଇଟି ଭିଜି ଯାଇଥିଲା ମୁଁ ଜାଣି ପାରିନଥିଲି । ମୋ ମୁଣ୍ଡ କିଛି କାମ କରୁ ନଥିଲା ।ଆରେ ଏ କଣ ଯିଏ ଏତେ ପିଲାଙ୍କୁ ପାଠ ପଢ଼େଇ ମଣିଷ କରେଇ ଥିଲେ ସେ ଆଜି ଏତେ ଗୁରୁତର ଅବସ୍ଥା ରେ କଟକ ବଡ ମେଡିକାଲ ରେ ଶଯ୍ୟାଶାୟୀ ହେଇଛନ୍ତି ।ଏବଂ ତାଙ୍କର ଦେଖାଶୁଣା କରିବାକୁ ତାଙ୍କ ପାଖରେ କେହିନାହାନ୍ତି । ଆଶ୍ଚର୍ଯ୍ୟ ଲାଗୁଚି ଏ କଥା ଭାବିଲେ ତାଙ୍କର ପରିବାର ବି ତାଙ୍କ ପାଖରେ ନାହାନ୍ତି ଦେଖାଶୁଣା କରିବା ପାଇଁ ।ସସ୍ମିତା ମହାନ୍ତି ଆମ ଶିକ୍ଷୟତ୍ରୀ ଥିଲେ ।ସେ ତାଙ୍କ ଶିକ୍ଷୟତ୍ରୀ ଜୀବନରେ ବିନା ସ୍ୱାର୍ଥରେ ଅନେକ ଛାତ୍ର ଜୀବନକୁ ଗଢ଼ିଛନ୍ତି ହେଲେ ଆଜି ଏ ମିଛ ମାୟା ଦୁନିଆରେ ସ୍ୱାର୍ଥମୟ ଦୁନିଆରେ ବାନ୍ଧି ହୋଇ ପଡିଛନ୍ତି ।ତାଙ୍କର ଏଇ ଦୟନୀୟ ଅବସ୍ଥା ବୁଝିବାର କଣ କାହାର ବି ଅଧିକାର ନାହିଁ ।ତାଙ୍କ ହାତରେ ସେ ଗଢୁଥିବା ସେ ବିଶ୍ୱାସ ରଖୁଥିବା ଛାତ୍ର ଛାତ୍ରୀ ଆଜି କେହି ତାଙ୍କ ପାଖରେ ନାହାନ୍ତି । ମୋର ମନେ ପଡିଲା ବିକାଶ ,ସମୀର ,ମାନସ ଏମାନଙ୍କୁ ତ ମ୍ୟାଡ଼ାମ ବହୁତ ଭଲ ପାଉଥିଲେ ।ସେମାନେ ଏ ଖବର ଜାଣି ନାହାନ୍ତି ।ହଁ ବୋଧହୁଏ ବ୍ୟସ୍ତ ବହୁଳ ଜୀବନ ରେ ସେ ଜାଣିନଥିବେ ।

ମୁଁ ବିକାଶକୁ ଫୋନ କଲି ଆରେ ଜାଣିଛୁ ଆମ ମ୍ୟାଡ଼ାମଙ୍କ ଦେହ ବହୁତ ଅସୁସ୍ଥ ଅଛି । ସେପଟରୁ ବିକାଶ କୋଉ ମ୍ୟାଡ଼ାମ ?ମୁ କିଛି ସମୟ ପାଇଁ ସ୍ତବ୍ଦ ହୋଇଗଲି ।ଯେ ମ୍ୟାଡ଼ାମ ଙ୍କ ଆଖପାଖରେ ସବୁବେଳେ ବୁଲୁଥିଲା ତା ମୁଁହ ରୁ ଆଜି ଶୁଣିବାକୁ ପାଇଲି କୋଉ ମ୍ୟାଡ଼ାମ? ଆରେ ଆମ ସସ୍ମିତା ମ୍ୟାଡ଼ାମ ! ଓହୋ ସସ୍ମିତା ମ୍ୟାଡ଼ାମ ହଁ ହଁ କାହା ତାଙ୍କର କଣ ହେଲା ତାଙ୍କ ଦେହ ବହୁତ ଅସୁସ୍ଥ ଅଛି । ଆଜିର ପେପର ପଢେ ସବୁ ଜାଣି ପାରିବୁ ।ଆରେ କହୁନୁ ତାଙ୍କର କଣ ହେଇଛି।ତାଙ୍କର ଗୋଟେ କିଡନୀ ନଷ୍ଟ ହୋଇଯାଇଛି ,ଆରେ ଆରେ ଏଟା ବହୁତ ଦୁଃଖର କଥା ।ବିକାଶ ତୁ ଆସୁନୁ ଆମେ ମିଶିକି ଯିବା ମ୍ୟାଡ଼ାମ ଙ୍କୁ ଦେଖିବା ପାଇଁ ।ତତେ ଦେଖିଲେ ହୁଏତ ସେ ବହୁତ ଖୁସି ହେବେ ।କାରଣ ସେ ତତେ ବହୁତ ଭଲ ପାନ୍ତି।ଆରେ ନା ନା ମୋତେ ପରା ଆଜି ଯିବାର ଅଛି ବାଙ୍ଗଲୋର କମ୍ପାନୀ କାମରେ ।ମୁଁ ଯାଇ ପାରିବିନି ।ଏମିତି ମୁଁ ସବୁ ପିଲାଙ୍କୁ କହିଲି ମ୍ୟାଡ଼ାମ ଙ୍କ ବିଷୟରେ ହେଲେ କେହି ମ୍ୟାଡ଼ାମ ଙ୍କୁ ଦେଖା କରିବାକୁ ପ୍ରସ୍ତୁତ ହେଲେନାହିଁ ।ସେମାନେ ତା ମ୍ୟାଡ଼ାମ ଙ୍କ ଅତିପ୍ରିୟ ଥିଲେ ।ମ୍ୟାଡ଼ାମ ଏମାନଙ୍କୁ ନେଇ ଖୁବ ଗର୍ବ କରୁଥିଲେ ଏମାନେ ଆମ ସ୍କୁଲ ର ମେଧାବୀ ଛାତ୍ର ଥିଲେ ମୁଁ ଶୁଣିଥିଲି ମ୍ୟାଡ଼ାମ କହୁଥିଲେ ,ଛାତ୍ର ହେବାଟା ଏମାନଙ୍କ ଭଳି ଏମିତି ଭଲ ପାଠ ପଢୁଥାଅ ,ଖୁବ ନାଁ କମାଅ ,ଖୁବ ପଇସା କମାଅ ଓ ଖୁବ ଏନଜୟ କର ,ବଡ ମଣିଷ ହୁଅ ।ହେଲେ କେବେ କହିଲେନି ଏ ଦୁନିଆରେ ଭଲ ମଣିଷଟେ ହୁଅ ।ମୋର ସବୁ ଆଶା ବିଫଳ ହୋଈଗଗଲ କିଏ ଯାଉ ନଯାଉ ମୁଁ ତା ନିଶ୍ଚୟ ଯିବି ।ମ୍ୟାଡ଼ାମ ଙ୍କୁ ଦେଖି ଆସିବି ।ମ୍ୟାଡ଼ାମ ମତେ ଭଲ ପାଉନଥିଲେ ତାହାତ ସତ ।ତାଙ୍କରି ଘୃଣା ଓ ନିଷ୍ଠୁର ଭାବ ରୁ ମୁଁ ଆଜି ମଣିଷ ହୋଇ ପାରିଛି ।ଯିଏ ଏ ଦୁନିଆରେ ମତେ ମଣିଷ କରିଛି ତାଙ୍କୁ ଅସୁବିଧା ସମୟରେ ଚଡି ଚାଲିଯିବି କେମିତି ? ଛୋଟ ଥିଲା ବେଳେ ଗୋଟେ କଥା ଶୁଣିଥିଲି ।ତାହା ଆଜି ପ୍ରମାଣିତ ହୋଇ ଯାଇଛି ।ସୁଖ ଥିଲା ବେଳେ ସମସ୍ତେ ହାତ ବାଢ଼ନ୍ତି ଦୁଃଖ ଥିଲେ ମୁଁହ ବୁଲେଇ ଚାଲିଯାନ୍ତି ।ଏ କଥାର ତାତ୍ପର୍ଯ୍ୟ ଆଜି ମୁ ବୁଝି ପାରିଲି ।ମୁଁ ଛୋଟ ବେଳେ ଭଲ ପଡ଼ୁନଥିଲି ଏଇ ମ୍ୟାଡ଼ାମ ଙ୍କ ପାଖରୁ କେତେ ଯେ ଗଲି ମାଡ଼ ଖାଇଛି କେତେ ନିଲ ଡାଉନ ନ ହେଇଛି।ଥରେ ହୋମ ୱାର୍କ କରିନଥିଲି ମ୍ୟାଡ଼ାମ ରାଗରେ ଜର୍ଜରିତ ହୋଇ ଖୁବ ବାଡେଇଥିଲେ ।ବେଳେ ବେଳେ ତ ରାଗି ଯାଇ କହନ୍ତି ଅକାଳକୁଷ୍ମାଣ୍ଡ ତୁ ତୋ ଜୀବନରେ କିଛି କରି ପାରିବୁ ନାହିଁ ।ପାଠ ଯଦି ନ ପଶୁଛି ମୁଣ୍ଡ ରେ ପାଠ ଛାଡି କି ଯା କାମ କରିବୁ ।ମତେ ଖୁବ ଅପମାନିତ ଲାଗିଥିଲା ମୋ ସାଙ୍ଗମାନଙ୍କ ଆଗରେ ।ଆଉ କହିଥିଲେ ଯେଉଁ ମାଙ୍କ ସାଙ୍ଗରେ ବୁଲୁଛୁ ସେମାଙ୍କ ପାଖରୁ କିଛି ଶିଖ ।ମତେ ତ ଯାହା ଅପମାନିତ କରନ୍ତି କରନ୍ତି ପ୍ୟାରେଣ୍ଟସ ମିଟିଙ୍ଗରେ ମୋ ବାପା ମା ଙ୍କୁ ବି ଖୁବ ଅପମାନିତ କରନ୍ତି ।ଦିନେ ଦିନେ ଖୁବ ରାଗ ଲାଗେ ମୋତେ ମ୍ୟାଡ଼ାମଙ୍କ ଉପରେ ।ହେଲେ ବାପା ଆଉ ବୋଉ ମୋତେ ବୁଝେଇକି କହନ୍ତି ସେ ତୋ ଭଗବାନ ।ତୋ ଭଲ ପାଇଁ ହିଁ କହୁଛନ୍ତି ।ତୁ ମଣିଷ ହେଲେ କଣ ତାଙ୍କୁ ପଚାରିବୁ ନା ଭଲ ଚାକିରୀ କଲେ ତୁ ତାଙ୍କୁ ଦେଇ ଦେବୁ ।କହି କି ମୋ ମନକୁ ବୁଝେଇ ଦିଅନ୍ତି ।ବାପା କହନ୍ତି ।ଯିଏ ଯାହାକୁ ବେଶୀ ଭଲ ପାଏ ସେ ତାର କିଛି ବି ଭୁଲ ଦେଖିଲେ ବିରକ୍ତ ଭାବ ପ୍ରକାଶ କରେ ।।ମ୍ୟାଡ଼ାମ ମୋତେ ଖୁବ ଭଲ ପାଆନ୍ତି ବୋଧେ ।ସେଥିପାଇଁ ମୋର ଭୁଲ ଦେଖିଲେ ମତେ ଗଲି ଦିଅନ୍ତି ,ମାଡ ମାରନ୍ତି ।।ହେଲେ ଏତେ ବଡ ଦୁନିଆରେ ଆଜି ସେ ଏକ ହୋଇ ଯାଇଛନ୍ତି ।

ବାପା କହିଥିଲେ ଜୀବନ ରେ ଯାହା ବି କରିବୁ ପୁଅ ଭଲ ମଣିଷଟେ ହବୁ ।ମାନବିକତା ଠୁ କେବେ ଦୂରେଇ ଯିବୁନି ।ମୋର ଅତୀତର ଭାବନାରୁ ଫେରି ବର୍ତମାନର ଦୁନିଆକୁ ଫେରିଲି ।ଅଫିସର କାମ ସାରି ସିଧା ଗଲି କଟକ ବଡ ମେଡିକାଲ କୁ ।ସେଠିକାର ମେଡିକାଲ ସୁପରିଟେଣ୍ଡେଣ୍ଟ ସହ କଥା ହେଲି ଆପଣ ଦେଇଥିବା ସସ୍ମିତା ମହାନ୍ତି ଙ୍କ ଏକ ପେପର ରେ ବିଜ୍ଞାପନ ଦେଖି ମୁ ଅପାଙ୍କ ପାଖକୁ ମ୍ୟାଡ଼ାମ ଙ୍କ ବିଷୟରେ ବୁଝିବାକୁ ଆସିଛି ।ମୁ ବୀରେନ ମହାନ୍ତି ମ୍ୟାଡ଼ାମ ଙ୍କ ଛାତ୍ର ।ମୁ ଟିକେ ।ମ୍ୟାଡ଼ାମଙ୍କୁ ସାଙ୍ଗରେ ଦେଖା କରି ପରେ ? ହଁ ହଁ ନିଶ୍ଚୟ କାହିଁକି ନୁହେଁ।ଆସନ୍ତୁ ମୋ ସାଙ୍ଗରେ ମୁ ଆପଣାକୁ ।ମ୍ୟାଡ଼ାମଙ୍କ ସାଙ୍ଗରେ ଦେଖା କରେଇ ଦେଉଛି ।ମୁଁ ଦୂରରେ ଛିଡା ହେଇ ।ମ୍ୟାଡ଼ାମଙ୍କୁ ଦେଖିଲି କେଜାଣି କାହିଁକି ମୋ ଶରୀରର ଅଷ୍ଟାଙ୍ଗ ଲୋମ ଟାଙ୍କୁରୀ ଉଠିଲା ଏବଂ ମୁଁ ମୋ କୋହ ସମ୍ଭାଳି ନପାରି କାନ୍ଦି ପକେଇଥିଲି ।

ମ୍ୟାଡ଼ାମଙ୍କର ସେ ତେଜୀୟାନ ଚେହେରା ଆଉ ତେଜୀୟାନ ହୋଇନଥିଲା ।ମୋତେ ଏମିତି ଲାଗୁଥିଲା ସେ ମେଡିକାଲ ରେ ସସ୍ମିତା ମହାନ୍ତି ନୁହଁ ଅନ୍ୟ କିଏ ଶୋଇଛନ୍ତି।ସୁପରିଟେଣ୍ଡେଣ୍ଟ କହିଲି କଣ କଲେ ମ୍ୟାଡ଼ାମ ।ମ୍ୟାଡ଼ାମ ସୁସ୍ଥ ହେବେ ।।ସିଧା ସଳଖ ସୁପରିଟେଣ୍ଡେଣ୍ଟ କହିଲେ ମ୍ୟାଡ଼ାମଙ୍କର ଦୁଇଟିଯାକ କିଡ୍ନୀ ନଷ୍ଟ ହେଇଯାଇଛି । କିଡ୍ନୀ ମିଳିଲେ ମ୍ୟାଡ଼ାମ ସୁସ୍ଥ ହେଇଯିବେ ।କିଡ୍ନୀ ପାଇଁ ଆମେ ବହୁତ ଜାଗା ଚେଷ୍ଟା ବି କଲୁ ।ହେଲେ ସେମିତିକା ସହୃଦୟ ବ୍ୟକ୍ତି କେହି ମିଳିନାହାନ୍ତି ଯେ ସ୍ୱଇଚ୍ଛାରେ ନିଜ କିଡ୍ନୀ ଦାନ କରିପାରିବେ ।ତାଙ୍କ ଫରେନରେ ରହୁଥିବା ପୁଅ ଓ ଆମେରିକାରେ ରହୁଥିବା ଝିଅଙ୍କୁ ଆମେ ମେଲ କରି ଜଣାଇ ଦେଇଥିଲୁ ।ସେମାନଙ୍କ ପାଖରୁ ବି କିଛି ଉତ୍ତର ଆସିଲା ନାହିଁ ।ମୁଁ ପଚାରିଲି ତାହେଲେ କଣ ହେବ ଯଦି କିଡ୍ନୀ ନ ମିଳେ ।ତାହେଲେ ମ୍ୟାଡ଼ାମ ଏ ଧରାପୃଷ୍ଠରେ ଖୁବ କମ ଦିନର ଅତିଥି ।ମୋ ମୁଣ୍ଡ କିଛି କାମ ଦେଉନଥାଏ ।ଡ଼କ୍ଟରଙ୍କୁ ପନ୍ଦର ମିନିଟ ସମୟ ମାଗିଲି ।ସେ ପନ୍ଦର ମିନିଟ ଭିତରେ ମୁଁ ସ୍ଥିର କଲି ବାପାଙ୍କୁ କହିଥିବା କଥାକୁ ରଖିବି ।ମୁଁ ବାପାଙ୍କୁ ଫୋନ କଲି ।ବାପା ଆପଣ କହିଥିଲେ ନା ଏ ଦୁନିଆ ରେ ବଡ଼ମଣିଷ ହେବା ତ ଖୁବ ସହଜ କଥା ହେଲେ ଭଲ ମଣିଷ ହେବା ଖୁବ କଷ୍ଟ ।ମୁଁ ଗୋଟେ ଭଲ ମଣିଷର କାମ କରିବାକୁ ଚାଁହୁଛି ବାପା ।ଆରେ କଣ ହେଇଛି କଣ ଇଆଡୁ ସିଆଡ଼ୁ ଗପୁଛୁ।ମୁଁ କହିଲି ମୁଁ ମୋ ଗୁରୁଦକ୍ଷିଣା ଦେଉଛି ବାପା ।ଏତିକି କହି ଫୋନଟି କାଟି ଦେଲି ।ଏବଂ ଡ଼କ୍ଟରଙ୍କୁ କହିଲି ମୁଁ ମୋ କିଡ୍ନୀ ଦେବୀ ।ଡ଼କ୍ଟର ଆଶ୍ଚର୍ଯ୍ୟ ହେଇକି କହିଲେ ତମେ ।ହଁ ହଁ ମୁଁ ସେ ମେଡିକାଲ ବେଡ଼ ରେ ଶୋଇଥିବା ମ୍ୟାଡ଼ାମଙ୍କ ମୁଁହରୁ ଯେଉଁ ହସ ଲିଭିଯାଇଛି ସେ ହସକୁ ମୁଁ ଆଉ ଥରେ ଫେରେଇ ଦେବାକୁ ଚାଁହୁଛି ।ଡ଼କ୍ଟର କହିଲେ ଠିକ ଅଛି ଆସ ମୋ ସାଙ୍ଗରେ କିଛି ବ୍ଲଡ଼ ଟେଷ୍ଟ କଲା ପରେ କିଡ୍ନୀ ଟ୍ରାନ୍ସଫର କରାଯିବ।ଏତିକି କହି ଡକ୍ଟର ସାର ଆଗରେ ଚାଲିଲେ ମୁଁ ଚାଲିଲି ତାଙ୍କ ପଛରେ। କିଛି ଡ଼କୁମେଣ୍ଟ ସାଇନ କଲି । ଆଉ ଆଖି ବନ୍ଦ କରି ବେଡ଼ ରେ ଶୋଇପଡ଼ିଲି । ଆଉ ଦେଖିଲି ମ୍ୟାଡାମ ଙ୍କ ହସିଲା ଚେହେରା ମୋ ଆଖି ଆଗରେ ଝଲସି ଗଲା... ।

ପ୍ରତିଦାନ ଭୁବନେଶ୍ୱର ତେଜୀୟାନ

Rate the content


Originality
Flow
Language
Cover design

Comments

Post

Some text some message..