Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -172
ଜହ୍ନମାମୁଁ -172
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   7.4K    19


Content Ranking

ପାଞ୍ଚ ପ୍ରଶ୍ନ 3

ତାଙ୍କର ସେ ଚିତ୍କାର ଅଟ୍ଟାଳିକା ଭିତରେ ପ୍ରତିଧ୍ୱନିତ ହେଲା । କିନ୍ତୁ ଚିତ୍କାର ଶେଷ ହେବା ବେଳକୁ ସେଠି ଆଉ ସେ ଅଟ୍ଟାଳିକା ନାହିଁ କି କେହି ମଧ୍ୟ ନାହାଁନ୍ତି । ତେବେ ସେହି ରୂପସୀର କଣ୍ଠସ୍ୱର ସେ ଶୁଣି ପାରିଲେ, “ପ୍ରକର୍ମ ରାଜ୍ୟର ରାଜାଙ୍କୁ ଅମୂଲ୍ୟ ମଣି ଭେଟି ଦେଲେ ଯାଇ ସରୋବରର ସନ୍ଧାନ ପାଇବ ।”

ଧୀରସିଂହ ଦେଖିଲେ, ସେ ଗୋଟିଏ ପ୍ରାନ୍ତର ଭିତରେ ଠିଆ ହୋଇଛନ୍ତି । ସେ ଅଗତ୍ୟା ନୈଋତ କୋଣ ଠଉରାଇ ବାଟ ଚାଲିଲେ । କ୍ରମେ ରାତି ହେଲା । ସେ ବିବଶ ହୋଇ ଗୋଟିଏ ଗଛ ମୂଳରେ ଯାଇ ଶୋଇ ପଡିଲେ । ସକାଳ ହେଲା । ସେ ଉଠି ପଡି ଦେଖିଲେ, ଅଦୂରରେ ଗୋଟିଏ ନଗରୀ ଦିଶୁଛି । ସେ ନଗରୀ ପାଖକୁ ଯାଇ ଜଣେ ପ୍ରହରୀକୁ ପଚାରିଲେ, “ଏ ନଗରୀର ନାମ କ’ଣ?”

ପ୍ରହରୀ କହିଲା, “ଏହା ପ୍ରକର୍ମ ନଗରୀ ।” ଧୀରସିଂହ କହିଲେ, “ରାଜପ୍ରାସାଦ କେଉଁଠି?” ପ୍ରହରୀ ତାଙ୍କୁ ରାଜପ୍ରାସାଦ ଆଡେ ନେଇଗଲା । ତାଙ୍କ ଅଂଟିରେ ବନ୍ଧା ହୋଇଥିବା ପେଟିରେ ଗୋଟିଏ ମଣି ଥିଲା । ସେ ମଣିଟି ଖୋଲି ନେଇ ରାଜାଙ୍କୁ ଭେଟିଦେଲେ । ରାଜା ଉକ୍ତ ମଣିଟି ଦେଖି ଅତ୍ୟନ୍ତ ମୁଗ୍ଧ ହେଲେ ଓ କହିଲେ, “ଏହିପରି ମଣି ଖଣ୍ଡିଏ ପାଇବାକୁ ମୁଁ ବହୁଦିନରୁ ଆଗ୍ରହୀ ଥିଲି । ଧନ୍ୟବାଦ ଯୁବକ, ଧନ୍ୟବାଦ । ମୁଁ ତୁମକୁ କୌଣସି ସାହାଯ୍ୟ କରିପାରେ?”

ଧୀରସିଂହ କହିଲେ “ମହାରାଜ! ମୋତେ ଗୋଲାପ ସରୋବରକୁ ଯିବା ନିମନ୍ତେ ବାଟ ବତାଇ ଦିଅନ୍ତୁ ।”

ରାଜାଙ୍କ ଭ୍ରୁକୁଂଚନ ହେଲା । ସେ କହିଲେ, “ଯୁବକ! ତୁମେ ମଧ୍ୟ ଆଉ କେତେଜଣ ହତଭାଗ୍ୟ ରାଜପୁତ୍ରଙ୍କ ଭଳି ନିଜର ସର୍ବନାଶକୁ ନିଜେ ଡାକି ଆଣୁଛ? ଗୋଲାପ ସରୋବରର ସନ୍ଧାନରେ ଯାଇ ଆଜିଯାଏଁ କେହିବି ଫେରିନାହିଁ । ଏକଥା ତୁମେ ଜାଣ?”

ଧୀରସିଂହ କହିଲେ “ମହାରାଜ! ସେକଥା ମୁଁ ବି ତ ଶୁଣିଛି । ତଥାପି ମୋତେ ଅନୁଗ୍ରହ କରି ସେଠାକୁ ଯିବା ନିମନ୍ତେ ସାହାଯ୍ୟ କରନ୍ତୁ ।”

ରାଜା ଗମ୍ଭୀର ହୋଇ କହିଲେ, “ବେଶ୍ । ତେବେ ଯାଇପାର ।” ଏହା କହି ସେ ଜଣେ ପ୍ରହରୀକୁ କିଛି କହିଲେ । ପ୍ରହରୀ ଧୀରସିଂହଙ୍କୁ ବାଟ ଦେଖାଇ ନେଇଗଲା ।

ସଂନ୍ଧ୍ୟା ବେଳକୁ ସେ ଗୋଟିଏ ଉଚ୍ଚ ପ୍ରାଚୀର ପାଖରେ ଯାଇ ପହଁଚିଲେ । ପ୍ରାଚୀର ସେପାରିରୁ ନାନାଦି ଜଳପକ୍ଷୀଙ୍କ ଧ୍ୱନି ଶୁଭୁଥାଏ ଓ ଜଳ ମଧ୍ୟ ପବନରେ ଚହଲୁଥିବାର ସଙ୍କେତ ମିଳୁଥାଏ । ପ୍ରହରୀ ପାଟି କରି କହିଲା, “ଆଉଜଣେ ଆସିଗଲେ!” ପାଚେରୀ କୁଆଡେ ସଙ୍ଗେ ସଙ୍ଗେ ଅନ୍ତର୍ହିତ ହୋଇଗଲା । ପ୍ରହରୀର ଆଉ ଦେଖା ମଧ୍ୟ ମିଳିଲା ନାହିଁ । କିନ୍ତୁ ଧୀରସିଂହଙ୍କ ଆଗରେ ବଡ ବେଣୀ ରଖିଥିବା ଗୋଟାଏ ନିଶୁଆ ଲୋକ ଠିଆ ହୋଇଥାଏ ।

ଧୀରସିଂହ ପଚାରିଲେ “ତମେ କିଏ?”

ଲୋକଟି କହିଲା “ଏଠାକୁ ଯିଏ ଆସନ୍ତି, ତାଙ୍କୁ ସରୋବର ଭିତରକୁ ନେଇଯିବା ହେଲା ମୋର କାମ । ଚୁପ୍ଚାପ୍ ଠିଆ ହୋଇ ରୁହ ।” ଏହା କହି ସେ ଲୋକଟି ଧୀରସିଂହଙ୍କ ମୁଣ୍ଡରେ ତିନିକଳସ ପାଣି ଢାଳିଲା । “ବର୍ତ୍ତମାନ ତୁମେ ସରୋବର ଭିତରକୁ ଯାଇପାର । ସରୋବର ଭିତରକୁ ଗଲେ ଯାଇ ତୁମେ ଏହାର ରହସ୍ୟ ଜାଣିବ ।”

ଧୀରସିଂହ ସରୋବର ଭିତରକୁ ଓହ୍ଲାଇଗଲେ । ହଠାତ୍ ସରୋବରର ପାଣି ବଢିବାକୁ ଲାଗିଲା । ଯେତେବେଳେ ସେ ପ୍ରାୟ ବୁଡିଯିବେ, ସେତେବେଳେ ଦେଖିଲେ, ସରୋବର ଭିତରେ ଥିବା ଗୋଟିଏ ଘର ଛାତରୁ ଜଞ୍ଜିରଟିଏ ଓହଳି ରହିଛି । ସେ ଉପରକୁ କୁଦିପଡି ତାହା ଧରି ପକାଇଲେ । ସେହିକ୍ଷଣି ଭୀଷଣ ଶବ୍ଦ ହେଲା । ସତେ ଅବା ଶହେଟି ବଜ୍ର ଏକସଙ୍ଗରେ ପଡିଲା । ସେ ନିଜ କାନରେ ହାତ ଦେଲେ । କିନ୍ତୁ ଆଖି ଖୋଲିବା ବେଳକୁ ଆଉ ସେ ସରୋବର ନାହିଁ । ସେ ଦେଖୁଛନ୍ତି, ଆଗରେ ଗୋଟିଏ ମଣ୍ଡପ । ଆଉ ସେ ମଣ୍ଡପ ଉପରେ କେତେଗୁଡିଏ ଶଙ୍ଖମଲମଲ ପଥରର ମୂର୍ତ୍ତି । ଶୁଆଟିଏ ମଝିରେ ପିଞ୍ଜରା ଭିତରେ ବସିଛି ।

ଶୁଆ କହିଲା “ଯୁବକ । ତମେ ଯଦି ତିନିଥର ଚେଷ୍ଟା କରି ମୋ ମୁଣ୍ଡକୁ ତୀର ବିଦ୍ଧ କରି ପାରିବ, ତେବେ ଏଠାରୁ ନିସ୍ତାର ପାଇଯିବ । ନହେଲେ ଅନ୍ୟମାନଙ୍କ ଭଳି ପଥର ବନିଯିବ ।”

“କାହିଁକି?”

ଶୁଆ କହିଲା “ମୋ ଭିତରେ ଗୋଟିଏ ଅମୂଲ୍ୟ ରତ୍ନ ରହିଛି । ତା’ର ବହୁତ ଶକ୍ତି । ତାକୁ ଯିଏ ନେବ, ସେ ଦୀର୍ଘଜୀବୀ ହେବ । ତେଣୁ ଯେଉଁ ତାନ୍ତ୍ରିକ ତାହା ପାଇଥିଲେ, ସେ ଏ ସରୋବର ସୃଜି ଏପରି ବ୍ୟବସ୍ଥା କରିଯାଇଛନ୍ତି, ଯାହା ଦ୍ୱାରା ଉପଯୁକ୍ତ ସାହସୀ ବ୍ୟକ୍ତି ନହେଲେ ଆଉ କେହି ସେ ରତ୍ନ ପାଇବେ ନାହିଁ । ସେଠି ଧନୁ ଓ ତିନୋଟି ତୀର ଅଛି । ଚେଷ୍ଟା କରି ଦେଖ ।”

ଧୀରସିଂହ ଧନୁରେ ତୀର ଯୋଖି ମାରିଲେ । କିନ୍ତୁ ତାହା ଶୁଆ ମୁଣ୍ଡରେ ଆଦୌ ବାଜିଲା ନାହିଁ । ସେ ଦେଖିଲେ, ତାଙ୍କ ଆଣ୍ଠୁ ପର୍ଯ୍ୟନ୍ତ ସେ ପଥର ପାଲଟି ଗଲେ । ଦ୍ୱିତୀୟ ଥର ବି ଲକ୍ଷ୍ୟଭ୍ରଷ୍ଟ ହେଲା । ଏଥର ଅଂଟାଯାଏଁ ସେ ପଥର ପାଲଟି ଗଲେ । କିନ୍ତୁ ତୃତୀୟ ଥର ସେ ଲକ୍ଷ୍ୟ ଭେଦ କଲେ । ସଙ୍ଗେ ସଙ୍ଗେ ଶୁଆ ସେଠାରୁ କୁଆଡେ ଅନ୍ତର୍ହିତ ହେଲା । ସେଠି ରତ୍ନଟିଏ ରହିଥିଲା । ଧୀରସିଂହ ସେ ରତ୍ନଟି ଉଠାଇ ନେଇ ପଥର ପ୍ରତିମାମାନଙ୍କ ଦେହରେ ଛୁଆଁଇ ଦେବା ମାତ୍ରେ ସେମାନେ ମଣିଷ ପାଲଟି ଯାଇ ତାଙ୍କୁ କୃତଜ୍ଞତା ଜଣାଇଲେ ।

ଧୀରସିଂହ ରତ୍ନଲାଭ କରି ରାଜକୁମାରୀ ସୁଲୋଚନାଙ୍କ ପାଖକୁ ଲେଉଟି ଆସି ସରୋବରର ରହସ୍ୟ କଥା ବିସ୍ତାର ପୂର୍ବକ କହିଲେ । ରାଜକୁମାରୀ ଆନନ୍ଦିତା ହେଲେ ଓ କହିଲେ, “ଧନ୍ୟବାଦ । ଆଗାମୀ କାଲି ମୁଁ ପଂଚମ ଓ ଶେଷ ପ୍ରଶ୍ନ କରିବି ।”

ଅଟ୍ଟାଳିକା ରାଜା ଧୀରସିଂହ

Rate the content


Originality
Flow
Language
Cover design

Comments

Post

Some text some message..