Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lipsa Acharya

Inspirational Children

4.5  

Lipsa Acharya

Inspirational Children

ସିପିର କାଠ କଣ୍ଢେଇ

ସିପିର କାଠ କଣ୍ଢେଇ

5 mins
383


ଚାରିଦିନ ହବ ସିପି ନା ଠିକ୍ ରେ ଖାଉଚ୍ଥି; ନା ଶୋଉଚ୍ଥି। ବାରିପଟେ ଶୋଇଯାଇଥିବା ଆମ୍ବଗଚ୍ଥକୁ କୁଣ୍ଢାଇ ଧରି ଲୁହ ଗଡାଉଚ୍ଥି। ତା'ର ଏପରି ଅବସ୍ଥା ଦେଖି ଘରଲୋକ ସାହାସ କରି ବାଢେଇ କୁ ଡାକି ପଡି ଯାଇଥିବା ଗଚ୍ଥକୁ ହାଣି ପାରୁ ନାହାନ୍ତି। ଭାଗ୍ଯ ଭଲ ଗଚ୍ଥଟା ଘର ଭିତର ଅଗଣାରେ ପଡିଚ୍ଥି ବାହାରେ ହେଇଥିଲେ ଲୋକମାନେ ଗଚ୍ଥ ହାଣି ଦେଇଥାନ୍ତେ। 


ସିପିର ଜେଜେ ବାପା କିପରି ବୁଝାଇବେ ସିପିକୁ ବୁଝିପାରୁ ନ ଥିଲେ। ଆଜିକା ଦୁନିଆଁରେ ମଣିଷ ସ୍ବାର୍ଥରେ ଟିକିଏ ଆଞ୍ଚ ଆସିଲେ ଘରଲୋକଙ୍କୁ ପର କରି ଦିଅନ୍ତି। ସେପରି ସ୍ଥଳେ ସିପିର ଏଇ ଆମ୍ବଗଚ୍ଥ ସହିତ ଥିବା ଆତ୍ମିୟତା କିଚ୍ଥି ଅଲଗା ପ୍ରକାରର ଥିଲା। 


ସିପିର ଜନ୍ମ ଏଇ ଆମ୍ବଗଚ୍ଥ ମୂଳରେ ହେଇଥିଲା। ଏଇକଥାଟା ଯଦି ୧୯୯୦ ମସିହାର ହେଇଥାନ୍ତା ତେବେ କେହି ବିଶ୍ବାସ କରିଥାନ୍ତେ। କଥାଟା ଏଇ ଦଶବର୍ଷ ତଳର ମାନେ ୨୦୧୧ ମସିହାର କଥା। ସେତେବଳୁ ତ ଲୋକ ସଚେତନ ହେଇ ସାରିଥିଲେ। ଚ୍ଥୁଆ ହସ୍ପିଟାଲ୍ ରେ ଜନ୍ମ ହେଲେ ଉଭୟ ମା' ଆଉ ଚ୍ଥୁଆ ଙ୍କ ପାଇଁ ମଙ୍ଗଳ। ତେବେ ସିପି ଆମ୍ବଗଚ୍ଥ ମୂଳେ କେମିତି ଜନ୍ମ ହେଲା। ତା'ର ବି ଗୋଟିଏ ବିରାଟ ଇତିହାସ ଅଚ୍ଥି।


ଆମ ଗଂଜାମରେ ଚ୍ଥୁଆ ଜନ୍ମ ସମୟରେ ଝିଅ ମା' ଘରେ ରୁହେ। ତେବେ ସିପି ତାଙ୍କ ଘରେ କେମିତ ଜନ୍ମ ହେଲା କହି କେହି କେହି ପ୍ରଶ୍ନ ବି କରନ୍ତି। ସିପିର ବାବା ତା' ଜେଜେବାପା, ଜେଜେମା' ଙ୍କ ଗୋଟିଏ ପୁଅ । ତେଣୁ ତା' ଜେଜେମା' ତା ମାମାକୁ ବେଶୀ ମା' ଘରୁ ଯିବାକୁ ଦିଅନ୍ତି ନାହିଁ। ସିପି ଆଠମାସ ଆରମ୍ଭରେ ଜନ୍ମ ହେଇ ଯାଇଥିଲା। ସେହି ଦିନ ତା' ମା'କୁ ଘରେ ସବୁ ଏକୁଟିଆ ଚ୍ଥାଡି ଭୋଜି ଖାଇବାକୁ ପଳେଇଥିଲେ। ସିପିର ମା' ଏକୁଟିଆ ଥିଲେ ବାହାରେ ବର୍ଷା ଆଗମନ ହେବାର ଦେଖି ଅଗଣାକୁ ଦୈଡିଗଲେ। ଲୁଗା ସବୁକୁ ଓଦା ହେବାରୁ ରକ୍ଷା କରିବାକୁ। ଅଗଣାରେ ପହଞ୍ଚ ଲୁଗା ତାରରୁ ବାହାର କରୁଥିବା ସମୟରେ ତାଙ୍କର ଗର୍ଭଯନ୍ତ୍ରଣା ହେବା ଆରମ୍ଭ କରିଦେଲା। ଘରେ କେହି ନାହାନ୍ତି। ବୋହୂ ପିଲାଟେ କେମିତି ଜୋର୍ ପାଟି କରି କାହାକୁ ଡାକିବ। ଅବଶ୍ଯ ଅଗଣାରେ ପାଟି କରି ସେ ପଡିଶା ଘର ତାଙ୍କ ଖୁଡୀଶାଶୁ ଙ୍କୁ ଡାକି ପାରିଥାନ୍ତେ। ହେଲେ ଯନ୍ତ୍ରଣା ଯୋଗୁଁ ସେତକ ବି କରି ପାରିଲେ ନାହିଁ । ଆକାଶରେ ବିଜୁଳି ଘଡଘଡିର ମାତ୍ରା ଅଧିକ ହେଇ ବର୍ଷା ବଡ ବଡ ବରକୋଳି ଆକାରର ପଡିବା ଆରମ୍ଭ କଲା। ସିପିର ମା'ଙ୍କ ଶକ୍ତି ନ ଥାଏ ଘର ଭିତରକୁ ଯିବାକୁ। ଯନ୍ତ୍ରଣା ବଡିବା ଯୋଗୁ ସେ ଆମ୍ବଗଚ୍ଥ ମୂଳରେ ବସି ପଡିଲେ। ବହୁତ ଯନ୍ତ୍ରଣା ପରେ ସିପିର କୁଆଁ ଡାକ ଶୁଣାଗଲା। ଜନ୍ମ ହେଉ ହେଉ ସିପି ମାଟି ମା'କୁ ସ୍ପର୍ଶ କରିଥିଲା। ବର୍ଷା ହେଉଥାଏ ମାତ୍ର ସିପି ଆଉ ତା' ମାକୁ ଆମ୍ବଗଚ୍ଥର ବିଶାଳ ବାହୁ ସୁରକ୍ଷା ଦେଉଥିଲେ। ସେଦିନ ଜ୍ଯେଷ୍ଠ ମାସର ତୋଫାଖରା ରେ କଳାବାଦଳ କେଉଁଠୁ ଆସିଥିଲା କେଜାଣି। ସିପିର ମା' ଚେତା ଶୂନ୍ଯ ହେଇଗଲେ। ଗଚ୍ଥରେ ପାଚିଲା ଆମ୍ବ ସବୁ ଝୁଲୁଥିଲା ପବନରେ ଗୋଟିଏ ଗୋଟିଏ ଭୂମିସ୍ପର୍ଶ କରୁଥାନ୍ତି। ଆଶ୍ଚର୍ଯ୍ଯର କଥା ସିପି କି ତା' ମା' ଉପରେ ଆମ୍ବ ଖସି ନ ଥିଲା। ଦୁହେଁ ସୁରକ୍ଷିତ ଥିଲେ। 


ସିପି ଦିନକୁ ଦିନ ଯେତେ ବଡ ହେଲା ଆମ୍ବଗଚ୍ଥ ପ୍ରତି ତା ଆତ୍ମିୟତା ସେତେ ବଡିଲା। ଜେଜେ ସେ ଜନ୍ମ ହଉ ହଉ ମାଟି ସ୍ପର୍ଶ କରିଥିଲା କହି ତାକୁ ଜାନକୀ ବୋଲି ଡାକନ୍ତି। ସିପିର ସ୍କୁଲ୍ ନା ବି ଜାନକୀ। ସିପି ପାଇଁ ସେଇ ଆମ୍ବ ଗଚ୍ଥ ଡାଳରେ ଜେଜେମା' ଲୁଗାରେ ଦୋଳିଟେ ବାନ୍ଧି ଦେଇଥିଲେ। ଟିକିଏ ବଡ ହେବା ପରେ ପାପା ବଡକାଠ ପଟା ରେ ଲୁହା ଚେନ୍ ସାହାର୍ଯ୍ଯରେ ଦୋଳି କରି ଦେଇଥିଲେ ଆମ୍ବଗଚ୍ଥ ଶାଖାରେ। ସିପିର ଖିଆ ପିଆ ହୋମଓ୍ବାର୍କ କରିବା ସବୁ ସେହି ଦୋଳି ଉପରେ। 


ଚାରିଦିନ ତଳେ ଅଦିନିଆ ବର୍ଷା ହେଇଥିଲା ପବନରେ ଗଚ୍ଥଟା ମୂଳରୁ ଭୁଇଁ ଉପରେ ଶୋଇଗଲା। ସିପି ଝରକା ବାଟେ ଦେଖି ଚିଲାଇ ଖିଲା ଝାଡିପିଟି ହେଉଥିଲା ସିନା ଗଚ୍ଥ ପାଇଁ କିଚ୍ଥି କରି ପାରୁ ନ ଥିଲା। ବର୍ଷା କମିବା ମାତ୍ର ଦୌଡି ଯାଇ ଗଚ୍ଥକୁ ଜାବୁଡି ଧରି ବହୁତ କାନ୍ଦିଲା। ଚାରିଦିନ ହବ ଗଚ୍ଥଟି ପୁରା ଅଗଣାଟାକୁ ମାଡି ବସି ସେମିତି ପଡିଚ୍ଥି। ଜେଜେବାପା ସିପିକୁ କହିଲେ ଏଗଚ୍ଥ କାଇଁ କେବର ; ମୋ ଜେଜେ କହୁଥିଲେ ତାଙ୍କ ଜେଜେ କୁଆଡେ ଏଗଚ୍ଥକୁ ଲଗାଇଥିଲେ। ଏତେ ଦିନ ପର୍ଯ୍ଯନ୍ତ ଆମକୁ ଫଳ , ପତ୍ର, ଚ୍ଥାଇ ଦେଉଥିଲା ଆଜି ତା' ଜୀବନ ସରିଗଲା। ଗଚ୍ଥ ମରିଗଲା ଶୁଣି ସିପି ଆହୁରି ଜୋର୍ ରେ କାନ୍ଧିଲା। ତାହା ହେଲେ କ'ଣ ମୋ ଗଚ୍ଥ ମୋ ପାଖକୁ କେବେ ଫେରିବ ନାହିଁ। 


ଏହି ସମୟରେ ପଚ୍ଥରୁ ଶୁଣାଗଲା । କିଏ କହିଲା ତୋ ଗଚ୍ଥ ଫେରିବ ନାହିଁ। ସେ ତୋ ପାଖକୁ କୁଣ୍ଢେଇ ହେଇ ଫେରିବ। ସିପି ବୁଲି ପଡି ଦେଖିଲା ବେଳକୁ ଜେଜେଙ୍କ ସାଙ୍ଗ । ସିପି ଦୈଡି ଯାଇ ତାଙ୍କୁ ପ୍ରଣାମ କଲା। ଆଉ କିପରି ଜେଜେ ବୋଲି ପଚାରି ଜିଜ୍ଞାସା ଭରା ଆଖିରେ ଅନାଇଲା। ସିପିର ଜେଜେଙ୍କ ସାଙ୍ଗ କହିଲେ ଜାଣିଚ୍ଥୁ , " ଆମର ଏଇ ଘୁମୁସର ଅଞ୍ଚଳରେ ଜଣେ ରାଜା ଥିଲେ। ଯାହାଙ୍କ ନାମ ଥିଲା ଧନଞ୍ଜୟ ଭଞ୍ଜ। ସେ ବହୁତ ବିଦ୍ବାନ ଥିଲେ। କାବ୍ଯଚର୍ଚ୍ଚା କରିବାକୁ ବହୁତ ଭଲ ପାଉଥିଲେ। ଥରେ ତାଙ୍କର ରାଜ ଦରବାରକୁ ଜଣେ ଶିଳ୍ପୀ କାଠ କୁଣ୍ଢେଇ ନାଚ ଦେଖାଇବାକୁ ଆସିଥିଲେ। ତାଙ୍କ ସହିତ ତାଙ୍କ ଝିଅ ବି ଆସିଥିଲେ। ରାଜା ସେହି ଶିଳ୍ପୀ ଙ୍କ ଝିଅକୁ ଦେଖି ତାକୁ ବାହା ହେବାକୁ ଚାହିଁଲେ। ରାଜାଙ୍କ ଆଦେଶକୁ ପ୍ରଜା କେମିତି ମନା କରିବେ। ଶିଳ୍ପୀ ଜଣଙ୍କ ରାଜାଙ୍କୁ ଦୁଇଦିନ ସମୟ ମାଗି କହିଲେ, " ଆମେ ଘରକୁ ଯାଇ ବାହାଘର ପାଇଁ ପ୍ରସ୍ତୁତ ହେଇ ଆସିବୁ।" ରାଜା ବି ହଁ କଲେ। ଦୁଇଦିନ ପରେ ଶିଳ୍ପୀ ଜଣଙ୍କ ତାଙ୍କ ଝିଅକୁ ନେଇ ଆସିଲେ ରାଜ ଦରବାରକୁ। ଝିଅଟି ମୁଣ୍ଡରେ ଓଡଣା ଦେଇଥିଲା। ରାଜା ଝିଅର ମୁହଁ ଦେଖିବାକୁ ଚାହିଁଲେ; ଶିଳ୍ପୀ ରାଜାଙ୍କୁ ଅଟକାଇ କହିଲେ , " ବାହାଘର ପରେ ମୁଁ ଏଠାରୁ ଗଲା ପରେ ତୁମେ ଝିଅର ମୁହଁ ଦେଖି ପାରିବ।ତା' ପୂର୍ବରୁ ନୁହେଁ।" ରାଜା ବି ରାଜି ହେଇଗଲେ।  ସିପି ବହୁତ ଆଗ୍ରହରେ ପଚାରିଲା , "ତା' ପରେ କଣ ହେଲା ଜେଜେ?" କଣ ହବ। ବିବାହ ସାରିଗଲା; ଶିଳ୍ପୀ ଜଣକ କନ୍ଯାଦାନ କରି ନିଜ ଘରକୁ ପଳେଇଗଲେ। ରାଜା ଯେତେବେଳେ ଝିଅର ଓଡଣା ଟେକିଚ୍ଥନ୍ତି ଗୋଟିଏ ଚାପୁଡା ତାଙ୍କ ଗାଲରେ ବାଜିଲା। ରାଜା କିଚ୍ଥି ବୁଝିବା ପୂର୍ବରୁ ଆଉ ଗୋଟିଏ ଚାପୁଡା ଗାଲକୁ ବାଜିଲା। ଶେଷରେ ରାଜା କ୍ରୋଧରେ ପାଗଳ ହେଇ ଓଡଣାକୁ ଝିକି ବାହାର କଲେ। ହେଲେ ସେଥିରେ ଝିଅ ନ ଥିଲା ଥିଲା ଗୋଟିଏ କାଠ କଣ୍ଢେଇ। ରାଜାଙ୍କ ସମେତ ସବୁ ଆଶ୍ଚର୍ଯ୍ଯ ହେଇଗଲେ। ଦୁଇଦିନ ଭିତରେ ଶିଳ୍ପୀ ଟି ଏତେ ବଡ କାଠର କଣ୍ଢେଇ ତାଆରି କଲା କେମିତି। ସେଥିରେ ଏମିତି ଯାନ୍ତ୍ରକି ସଜା ହେଇଥିଲା ଯିଏ କଣ୍ଢେଇର ଓଢଣା ଖୋଲିବ ତାକୁ ଚାପୁଡା ଖାଇବାକୁ ପଡିବ।" 


କାହାଣୀ ଶୁଣେଇ ଦେଲ ଜେଜେ। ହେଲେ ଏ କାହାଣୀ ସହିତ ମୋ ଆମ୍ବଗଚ୍ଥ ଫରିବାର କଣ ସମ୍ପର୍କ? ସିପିର ଆଗ୍ରହ ଦେଖି ତା ଜେଜେ କହିଲେ, " ଜାନକୀ କଣ ଯେ ବୁଝି ପାରୁନୁ? ତୁ ତ ଜାଣୁ ମୋ ସାଙ୍ଗ ଜେଜେ ବହୁତ ଭଲ କାଠ କାରିକର। ସିପି ଜେଜେଙ୍କ କଥା ନ ସରୁଣୁ କହି ଉଠିଲା, " ମାନେ ଏଇ କାଠରୁ ମୋ ପାଇଁ ଗୋଟିଏ କଥା କୁହା କଣ୍ଢେଇ ତିଆରି କରିଦେବେ ଜେଜେ।" ସିପିର କଥା ଶୁଣି ଦୁଇସାଙ୍ଗ ବହୁତ ହସିଲେ। ସିପିର ଜେଜେ କହିଲେ ;" କଥା କୁହା କଣ୍ଢେଇ ପରା ତୁ ନିଜେ! ଆଉ କଣ ଦରକାର। ତୁ ଏଗଚ୍ଥ କାଟିବାକୁ ଦେଲେ ଏହାରି କାଠରେ ସାଙ୍ଗ ଜେଜେ ତୋ ପାଇଁ ଗୋଟିଏ କଣ୍ଢେଇ କୁଆରି କରିଦେବେ। " ଜେଜେଙ୍କ କଥା ଶୁଣି ସିପି ରାଜି ହେଇଗଲା। 


ବାଡେଇ ଆସି ଯନ୍ତ୍ରପାତି ସାହାର୍ଯ୍ଯରେ ଗଚ୍ଥର କାଠକୁ କାଟି ଚ୍ଥୋଟ ଚ୍ଥୋଟ କରିଦେଲା। ପଟାରିକ୍ସା ଆସି ସେ ସବୁ ଭୁଇଁ ନେଇଗଲା। କିଚ୍ଥି ଦିନ ପରେ ସାଙ୍ଗଜେଜେ ସିପି ପାଇଁ ଗୋଟିଏ କାଠର କଣ୍ଢେଇ ନେଇ ତାଙ୍କ ଘରକୁ ଆସିଲେ।କଣ୍ଢେଇକୁ ସିପି ହାତକୁ ବଡାଇ ଦେଇ କହିଲେ , " ଦେଖେ ତୋ ଆମ୍ବଗଚ୍ଥ କାଠ ନୂଆ ଜୀବନ ପାଇଚ୍ଥି।" ସିପି କଣ୍ଢେଇକୁ ପାଇ ବହୁତ ଖୁସି ହେଇଗଲା। କଣ୍ଢେଇର ନାଲି ଫ୍ରକ୍ ରେ ଗୋଟିଏ ଘଣ୍ଟା ଲାଗିଥିଲା। ସିପି ନୂଆଁ ସାଙ୍ଗକୁ ପାଇ ବହୁତ ଖୁସି ହେଇଗଲା। ଖାଇପିଇ ସେ କଣ୍ଢେଇକୁ ଧରି ରାତିରେ ଶୋଇଲା ସିପି। "ସକାଳ ୬ଟା ରେ କାହାର ଶୁଭ ସକାଳ ସିପି। ଉଠିଯାଅ ଏଥର । କାଉ ରାବିଲା ନି। ସୂର୍ଯ୍ଯ ଉଦୟ ହେଲେନି।" ସିପିର ନିଦ ଭାଙ୍ଗି ଗଲା କିଏ କହିଲା କହି ସେ ଚାରି ଆଡକୁ ଅନାଇଲା। ପାଖରେ ଶୋଇଥିବା ତା' ମାମା ବହୁତ ଆଗରୁ ଉଠିଗଲେଣି। ପାପା ବି ରୁମ୍ ରେ ନଥିଲେ। ଏସବୁ କିଏ କହୁଚ୍ଥି କହି ସିପି ଚାରିଆଡେ ଆଖି ବୁଲାଇଲା। ଶେଷରେ ଜାଣିଲା ଏସବୁ ଆଉ କେହି ନୁହେଁ ତା' କାଠ କଣ୍ଢେଇ କହୁଚ୍ଥି। ୬ଟା ରେ ଆଲାମ ବାଜିଲେ କାଠ କଣ୍ଢେଇ ଏପରି କୁହେ। ସିପି ତା' କାଠ କଣ୍ଢେଇକୁ ଧରି ଦୈଡିଲା ସମସ୍ତଙ୍କୁ ଦେଖାଇବା ପାଇଁ କି , "ତା' କାଠ କଣ୍ଢେଇ କଥା କୁହେ।"



Rate this content
Log in

Similar oriya story from Inspirational