Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj Dalbehera

Abstract Others

2.5  

Manoj Dalbehera

Abstract Others

ଅନନ୍ତ ପ୍ରତୀକ୍ଷା

ଅନନ୍ତ ପ୍ରତୀକ୍ଷା

1 min
14.6K


ଅନନ୍ତ ପ୍ରତୀକ୍ଷା

ମନୋଜ ଦଳବେହେରା

ଅନେକ ପ୍ରତୀକ୍ଷା ପରେ କାଳୀ କନ୍ୟାଟି ଭାଗ୍ୟରେ ବିବାହ ଯୋଗ ଘଟିଲା I କିନ୍ତୁ ସେତେବେଳକୁ ଆଷାଢ଼ ମାସର ଶେଷ ତିଥି I ଘୋଟି ଆସୁଥିବା କଳାମେଘର ରୂପ ଦେଖି କନ୍ୟାପିତା ମନେ ମନେ ଖୁସି ହେଉଥିଲେ ; ବର୍ଷା ହେଲେ ଲୋକ ଆସିବା କମି ଯିବେ I ବରଯାତ୍ରୀ ବି I  ଯେତିକି ଖାସି କଟା ଯାଇଛି ସେତିକିରେ ଭୋଜିଟା ଚଳିଯିବ I ନହେଲେ ମାଂସ ଦାମ ଯାହା ହେଲାଣି !

ଏ ଯାଏଁ ହାଣ ଅପେକ୍ଷାରେ ଥିବା ଖାସିଟି ଆକାଶକୁ ଚାହିଁ ବର୍ଷାର ଆଗମନୀରେ ଉତଫୁଲ୍ଲିତ ହେଉଥିଲା I  ଢେର୍ ଦିନରୁ କଅଁଳିଆ ଡାଳପତ୍ର ଖାଇବାକୁ ମିଳି ନାହିଁ I ଏଥର ପ୍ରଚୁର ମିଳିବ I

ପ୍ରତୀକ୍ଷାର ଅନ୍ତ ଘଟାଇ ବର୍ଷା ଆରମ୍ଭ ହୋଇଗଲା I ଆରମ୍ଭ ହୋଇଗଲା ବରଯାତ୍ରୀଙ୍କର ଟଳମଳ ପାଦର ରଙ୍ଗୀଲା ନୃତ୍ୟ I ବିବାହ ଦିନଟି  ଜୀବନର କେତେ ପ୍ରତୀକ୍ଷିତ ମୁହୂର୍ତ୍ତ ସତରେ !  ଜୀବନର ଅର୍ଦ୍ଧାଧିକ ବସନ୍ତ ବୈଶାଖୀର  ଝାଞ୍ଜିରେ ଜଳିଯିବା ପରେ ପ୍ରତୀକ୍ଷାର ଅନ୍ତ ଘଟାଇ ମିଳନ ଆସେ I

ବେଳକୁ ବେଳ ବର୍ଷା ବଢୁଥିଲା I ବରଯାତ୍ରୀଙ୍କ ଭିଡ଼ ବି  I କନ୍ୟା ପିତା ଚିନ୍ତାରେ I ଯେତେକ ମାଂସ ଅଛି ସେତକ ବରଯାତ୍ରୀଙ୍କୁ ପାଇବ ତ ? ଶେଷକୁ ଉପାୟ ନପାଇ  ସେହି ଖାସିଟିକୁ କଂସେଇ ପାଖକୁ ଟଣାଗଲା I ସେତେବେଳକୁ ଖାସିଟି ପ୍ରଥମ  ବର୍ଷାର ସ୍ପର୍ଶରେ ବିଭୋର ଥିଲା I ସେ ଟଣାହୋଇ ଯାଉଥିବା ବେଳେ ତାକୁ ଲାଗୁଥିଲା ସେ ଯେମିତି ସବୁଜ ଶ୍ୟାମଳ ଖାଦ୍ୟପାଖକୁ ଯାଉଛି I ସେ ଉଲ୍ଲସିତ ହୋଇ ପଡିଲା I ଠିକ୍ ସେତିକିବେଳେ ଗୋଟିଏ ଚୋଟରେ ତା ମୁଣ୍ଡ ଦେହରୁ ଅଲଗା ହୋଇଗଲା I ସବୁ ସ୍ଵପ୍ନ ତା’ର ବିଛାଡି ପଡୁଥିଲା ଭୁଇଁରେ କଞ୍ଚା ତତଲା ରକ୍ତ ହୋଇ ଆଉ କାହା ସ୍ଵପ୍ନକୁ ସାକାର କରିବା ପାଇଁ   I

 

ବାରିପଦା

ମୋ : ୯୪୩୭୨୯୪୯୪୫

email : makudabe64@gmail.com


Rate this content
Log in

Similar oriya story from Abstract