Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ସାତ ବାମନ ଓ ରାଜକୁମାରୀ

ସାତ ବାମନ ଓ ରାଜକୁମାରୀ

2 mins
7.3K


ଶ୍ରୀମତୀ ସୁଜାତା ସିହ୍ନା

ହେମା ନାମରେ ଜଣେ ସୁନ୍ଦରୀ ରାଜକନ୍ୟା ଥିଲା l ତାର ପିଲାବେଳୁ ମାଆ ମରିଯିବାରୁ ରାଜା ଆଉ ଥରେ ବିବାହ କଲେ l ନୂଆରାଣୀ ଥିଲା l ସେ ତା’ର ଯାଦୁର ଆଇନାରେ ନିଜ ପ୍ରତିଛବିକୁ ଦେଖି ପଚାରେ- ସତ କହ ଆଇନା ! ଏ ପୃଥିବୀରେ ସବୁଠାରୁ ସୁନ୍ଦରୀ କିଏ ? ଏହା ଶୁଣି ଆଇନା କୁହେ- ‘ ଏ ପୃଥିବୀରେ ତୁମ ଠାରୁ ବଳି ସୁନ୍ଦରୀ ଆଉ କେହି ନାହିଁ l ଏଥିରେ ରାଣୀ ବହୁତ ଖୁସି ହୋଇଯାଆନ୍ତି l ମନ ମଧ୍ୟରେ ଗର୍ବ ଅନୁଭବ କରନ୍ତି l କାହାକୁ ଖାତିର କରନ୍ତି ନାହିଁ l

ପ୍ରତିଦିନ ପରି ସେଦିନ ବି ରାଣୀ ତାଙ୍କର ଆଇନାକୁ ସେହି ପ୍ରଶ୍ନ ପଚାରିଲେ l ଆଇନା କହିଲା- ହେମାଠାରୁ ବଳି ସୁନ୍ଦରୀ ଆଉ କେହି ନାହିଁ l ଏହା ଶୁଣି ରାଣୀମନେ ମନେ ରାଗି ତାଙ୍କ ସେବକକୁ କହିଲେ – ସମସ୍ତଙ୍କ ଅଜାଣତରେ ରାଜକୁମାରୀ ହେମାକୁ ଜଙ୍ଗଲକୁ ନେଇ ଯାଇ ତାକୁ ମାରି ଦିଆଯାଉ l ସେବକ ରାଣୀଙ୍କ ଆଜ୍ଞାଙ୍କୁ ପାଳନ କରି ହେମାକୁ ଜଙ୍ଗଲକୁ ନେଇ ଯାଇ କହିଲା- ରାଜଜେମା ! ତୁମ ସାବତ ମାଆ ତୁମକୁ ମାରିବା ପାଇଁ ମତେ ତୁମ ସହ ଏଠାକୁ ପଠାଇଛନ୍ତି l ମୁଁ କିନ୍ତୁ ତୁମକୁ ମାରିବି ନାହିଁ l ତୁମେ ତୁମ ଜୀବନ ନେଇ ଏ ରାଜ୍ୟରୁ ପଳାଅ l ଏହା ଶୁଣି ହେମା ଜଙ୍ଗଲରେ ଏକାକୀ ଦୌଡିବାକୁ ଲାଗିଲା l ବହୁତ ବାଟ ଯିବା ପରେ ଏକ କୁଡିଆ ଦେଖାଗଲା ସେ କୁଡିଆ ଭିତରକୁ ଯାଇ ଦେଖିଲା ତା’ ଭିତରେ ଛୋଟ ଛୋଟ ସାତଟି ଚୌକି, ମଝିରେ ଗୋଟିଏ ଟେବୁଲ ଓ ସାତଟି କ୍ଷତ ଅଡିଛି l ଟେବୁଲ ଉପରେ ସୁସ୍ଵାଦ ଖାଦ୍ୟ ସବୁ ରହିଛି l ସେ ମନଭରି ଖାଦ୍ୟ ଖାଇ କ୍ଷତ ଉପରେ ଶୋଇ ପଡ଼ିଲା l ହଠାତ୍ କାହାର ସ୍ଵରରେ ତାର ନିଦ ଭାଙ୍ଗିଗଲା l ଦେଖିଲା ତା’ ଚାରିପଟେ ସାତଜଣ ବାମନ ଘେରି ବସିଛନ୍ତି l ସେ ସେମାନଙ୍କୁ ସାହାସର ସହିତ ନିଜର ପରିଚୟ ଦେଇ ନିଜ ସାବତ ମାଆର କଥା ଜଣାଇଲା l ହେମାର ଦୁଃଖଭରା କଥା ଶୁଣି ବାମନମାନେ ତାକୁ ସାନ୍ତ୍ୱନା ଦେଇ କହିଲେ ତୁ ଆଜିଠାରୁ ଆମ ଘରେ ଝିଅ ହୋଇ ରହିଯାଆ l ସବୁଦିନ ଭଳି ସେଦିନ ବି ସକାଳେ ବାମନମାନେ ତାଙ୍କ କାମରେ ବାହାରିଚାଲିଗଲେ l ରାଣୀ ଯେତେବେଳେ ଜାଣିଲା ଯେ ହେମା ବଞ୍ଚିଛି ସେ ବିଭିନ୍ନ ବେଶ ବଦଳାଇ ହେମାକୁ ମାରିବାକୁ ଚେଷ୍ଟା କଲା l କିନ୍ତୁ ବାମନମାନଙ୍କର ତଦାରଖରେ ଥିବାରୁ ହେମାର କିଛି ହେଲା ନାହିଁ l

ଦିନେ ରାଣୀ କୌଶଳ କ୍ରମେ ଏକ ବୁଢ଼ୀ ବେଶରେ ଆସି ହେମାକୁ ଏକ ବିଷମିଶା ସେଓ ଖାଇବାକୁ ଦେଲା l ତାହା ଖାଇବାକୁ ଦେଲା l ତାହା ଖାଇ ହେମାର ମୃତ୍ୟୁ ହେଲା l ବାମନମାନେ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ବଞ୍ଚାଇ ପାରିଲେ ନାହିଁ l ଶେଷରେ ସେମାନେ ନିଜ ମାଆ ପରୀ ରାଣୀଙ୍କୁ ସ୍ମରଣ କରି ତାଙ୍କୁ ସବୁ କଥା ଜଣାଇଲେ l ପରୀରାଣୀ ନିଜର ଯାଦୁବାଡି ସାହାଯ୍ୟରେ ତାକୁ ବଞ୍ଚାଇ ଦେଲେ ଓ ରାଣୀ ଅହଲ୍ୟାର ଆଇନାକୁ ଭାଙ୍ଗିଦେଲେ l ରାଣୀ ଅହଲ୍ୟା ଗର୍ବ ଓ ଦମ୍ଭ ଭାଙ୍ଗିଗଲା l

ରାଜକୁମାରୀ ହେମାର ଚେତା ଫେରିବା ଦେଖି ବାମନମାନେ ବହୁତ ଖୁସି ହୋଇ ଯାଇ ତାକୁ ସବୁ କଥା କହିଲେ ଏବଂ ହେମାକୁ ନେଇ ତାଙ୍କ ପିତାଙ୍କ ପାଖରେ ଛାଡିଦେଇ ଆସିଲେ l ଝିଅକୁ ପାଇ ରାଜା ବହୁତ ଖୁସି ହେଲେ ଏବଂ ପଚାରିଲେ ତୁମେ ଏତେ ଦିନ କେଉଁଠାରେ ଥିଲ ? ହେମା ସାବତମାଆର ଚକ୍ରାନ୍ତ କଥା ଶୁଣାଇଲା ପରେ ରାଜା ରାଣୀ ଅହଲ୍ୟାକୁ ଫାଶୀ ଦଣ୍ଡରେ ଦଣ୍ଡିତ କଲେ l


Rate this content
Log in

Similar oriya story from Children