Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Abstract Others

3  

Amiya Bej

Abstract Others

ନାଇଟି

ନାଇଟି

2 mins
7.0K


{୧}

- ଆଇଲୁ ଏଠିକି !

- କଅଣ ?

- ଦେହରେ ଘେରାଏ ଶାଢୀ ଗୁଡେଇବାତ ଶିଖ୍ !

- ଛିଇଇ.. ! ମୁଁ ପାରିବିନି ।

- ଆରେ? ଶାଶୁଘରେ ବି କଣ ନିଜଘରପରି ଅଧା ଲଙ୍ଗୁଳୀ ହୋଇ ବୁଲିବୁ ଭାବୁଛୁ ?

- କାଇଁ ? ଶାଶୁଘର କଣ ନିଜଘର ନୁହଁ ?

- ନାଇଁ ! ସେଠି ମା' ନଥିବ , ଶାଶୁ-ମା ଥିବ । ବୁଝିଲୁ ?

- ତୁ ମୋତେ ଏମିତି ସେମିତି ଘରେ ଦେଇଦେବୁନା କଣ ? କହୁଥିଲୁ ପା' ଜୋଇଁପୁଅ ବମ୍ବେରେ ସ୍ଥାୟୀ ?

ସେଠି ଶାଢୀ ପିନ୍ଧି ମାଉସୀ ସାଜିବି କି' ?

- ମୁହଁ ଲଗାନା କହିଦେଉଛି । ଚୁପଚାପ୍ ପିନ୍ଧି ଶିଖ୍ ।

ଶାଢୀ ପିନ୍ଧିବାରେ କିଛିଗୋଟେ ବଡ କୌଶଳ ନଥିଲା । ଦୁଇଥରରେ ସେ କୁଞ୍ଚ ପକେଇବା ଶିଖିଯାଇଥିଲା । ମାମା ତୁଚ୍ଛାଟାରେ ଅଯଥା ଚିନ୍ତା କରୁଥିଲା ।

{୨}

ସବୁ ମା ବାପା , ନିଜ ଛୁଆଙ୍କୁ ନେଇ ଆତଙ୍କିତ ରୁହନ୍ତି । ଅଯଥା ସନ୍ଦେହ ହେଉ ଅବା ସମୁଚିତ ଭୟ । 

ମାମା ବିଦାୟି ବେଳେ , କାନ୍ଦିକାନ୍ଦି ଅଚେତ୍ ହୋଇଯାଇଥିଲା । ସୌମ୍ୟା ବୁଝିପାରୁଥିଲା ମାମାର ଚିନ୍ତା ସବୁକୁ । ସତକଥା , ତା'ର ଦମ୍ଭସବୁ ଶାଶୁଘରେ ପହଞ୍ଚି , ପାଣି ଫାଟିଗଲା । ସେ ସିନା ଏବେକାର ଝିଅ , ଶାଶୁ ନଣନ୍ଦ ବି କେଉଁ ଏବେକାର ନୁହେଁ ଯେ ? ଭୟ ପାଇଗଲା ସୌମ୍ୟା । ମାମାର ସଣ୍ଠଣା ସବୁ ମନେପଡୁଥିଲା । କୌଣସି ମତେ ଦଶପନ୍ଦରଟା ଦିନ ମାପିଚୁପି କାଟିବାକୁ ମାମା କାନେକାନେ କହିଥିଲା । ତାପରେ , ବମ୍ବେ ଚାଲିଗଲେ ଚିନ୍ତା ଗଲା ! ଏ ସମାଜରେ , ପୁଅଟେ ଯାଏ ଝିଅଘରକୁ । ବାଛିବାକୁ , ଦେଖିବାକୁ ! ଅଥଚ ଯେ' ପ୍ରକୃତରେ ନିଜ ବାକି ଜୀବନ ଯେଉଁଠି କାଟିବ , ତାର ଦେଖିବା ବାଛିବା କିଛି ନାହିଁ । ତା' ଉପରେ ବାଧ୍ୟ ବାଧକତାଟେ ଲଦି ଦିଆଯାଏ କେବଳ !!!

{୩}

ଅଷ୍ଟମଙ୍ଗଳା ଯାଏଁ ଢେର୍ କୋଳାହଳ ଲାଗିରହିଥିଲା ଘରଟିରେ । ପରେପରେ ସବୁ ବନ୍ଧୁବାନ୍ଧବ ଲେଉଟିଲେ ।ରହିଗଲେ ଖାଲି ଘରଲୋକ ଏଥର। ସୌମ୍ୟା ବି ଟିକେ ସହଜ ହୋଇସାରିଥିଲା । ମାମାକୁ ଫୋନ କରି ଜଣାଇଦେଲା ବ୍ୟସ୍ତ ନହେବାକୁ । ଖୁବ୍ ନିଜର ଲାଗୁଥିଲା ସବୁକିଛି । ତେବେ ସବୁଠାରୁ ବିରକ୍ତିକର ଥିଲା , ଦିନରାତି ଶାଢୀ ଘୋଡ଼େଇ ହେବାରେ । ମନେପଡୁଥିଲା ମାମା ଆଉ ନିଜଘର ସ୍ୱାଧୀନତା କଥା । ଅଷ୍ଟମି ରାତିରେ ଖିଆପିଆ ପରେ ଶାଶୁ ଆସି ସାନ ନଣନ୍ଦକୁ କହିଲେ -

- ଯାଅସବୁ ଶୋଇବା ଘରକୁ । ବଦଳା ବଦଳି କରି ଆରାମ କରିବ । ପିଲାଟାର ବସିବସି ଅଣ୍ଟା ଲାଗିଯିବଣି। ସାନ ନଣନ୍ଦ ସ୍ୱୀଟି ତା' ପିଛା ଛାଡ଼ୁନଥିଲା ଜମା । ଅନ୍ତରଙ୍ଗ ସାଙ୍ଗଟିଏ ବନିସାରିଥିଲା ଏଇ ଦିନ କେଇଟାରେ! ଲୁଗା ଖୋଜିବାକୁ ଯାଇ ଘାଣ୍ଟି ପକାଇଲା ସ୍ୱୀଟି , ସୌମ୍ୟା ଆଣିଥିବା ସୁଟକେଶ୍ ସବୁ । ଚିଲ୍ଲେଇ ପଡି କହିଲା

- ଭାଉଜ ! ସାଙ୍ଗରେ ଲୁଗା ଦୋକାନ ଟେ' ତ ବୋହିଆଣିଛ ! ହେଲେ ଆଜିଠୁଁ ରାତିରେ ପିନ୍ଧିବ କଣ ?

- ଶାଢୀ 

- ଶାଢୀ ନା ଚୋପା ।

ପାଟିଶୁଣି ଶାଶୁ ପହଞ୍ଚିଗଲେ ଦୁଆରେ । ପରିସ୍ଥିତି ବୁଝି କହିଲେ -

- ହଉ ! ନ ଆଣିଛି ଯଦି ନାହିଁ । ତୁ ଯା ତୋ' ନୂଆ ନାଇଟିଟେ ଆଣିଦେ ।

{୪}

- ଗୋଟେ କଥା ପଚାରିବି ?

- ହୁଁ

- ତୁମର ପୁଣି ଛୁଟି କେବେ ହେବ ?

- ମାର୍ଚ୍ଚରେ । କାଇଁ ?

- ଭାବୁଥିଲି , ମୁଁ ଏଇଥର ତୁମସାଙ୍ଗେ ନଯାଇ , ମାର୍ଚ୍ଚରେ ଗଲେ , ଭଲ ହୁଅନ୍ତା !!!

- ହ୍ୱାର୍ଟ ????

✿ ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର ✿


Rate this content
Log in

Similar oriya story from Abstract