Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ମନୁଆର ଗଣତି – ଭାଗ ୨

ମନୁଆର ଗଣତି – ଭାଗ ୨

4 mins
7.2K


‘ପୁରୁଣା ସୀଲଟ୍ ଭାଙ୍ଗି ଗଲା, ନୂଆ କିଣିବାକୁ ଆଦୌ ପଇସା ନାହିଁ’, ମନୁଆ କହିଲା। ମାଷ୍ଟ୍ରେ ରାଗିକି ବାଡ଼ିରେ ପାହାରେ ଦେଲେ ତା’କୁ। ‘ସୀଲଟ୍ ଥିଲେ ବି’ ଏହି ନିରସ ଗଣିତ ମୁଁ କରିନଥାନ୍ତି’, ମନୁଆ ଧୀର ରରେ କହିଲା। ମାଷ୍ଟ୍ରେ ତାତି କି ନିଆଁ! ଚାପୁଡ଼ାଟିଏ ମାରିଲେ। ମନୁଆର ଗାଲ ନାଲି ପଡ଼ି, ଆଖି ଛଳ-ଛଳ ହେଲା। ସେ କାନ୍ଦି କାନ୍ଦି ଶ୍ରେଣୀ ଛାଡ଼ି, ଗେଟ୍ ଡେଇଁ, ଦୌଡ଼ି ପଳାଇଲା। ପର ଦିନ ମା’ ମନୁଆକୁ ସ୍କୁଲ ପାଇଁ ଉଠାଇଲେ। ମନୁଆ କିନ୍ତୁ ଉଠିଲା ନାହିଁ। ଆଖି ବୁଜି ନିଜ ଖଟରେ ଶୋଇ ରହିଲା। ତା’ ପର ଦିନ ବି ସେଇଆ କଲା. ଆଉ ତା’ ପର ଦିନ, ଆଉ ତା’ ପର ଦିନ ବି। ସ୍କୁଲ ଯିବାକୁ ମନୁଆକୁ କେହି ବୁଝାଇ ପାରିଲେ ନାହିଁ। ସପ୍ତାହେ ବିତି ଗଲା। ମାସେ ହୋଇଗଲା। ମନୁଆ ନିଜ ଘର ବାହାର ପାଚେର ଉପରେ ବସି ରହିଲା। କେବେ କେବେ ସେ ଘଣ୍ଟା ଘଣ୍ଟା ଧରି ବଜାର୍ ରେ ବୁଲେ। ଗୁଡ଼ି ଉଡ଼େଇବାକୁ ଛାତ ଉପରକୁ ଯାଏ, କିନ୍ତୁ ମଜା ଆସେନି। ମା’ ଗାଳି ଦିଅନ୍ତି, ଭାଇ ଥଟ୍ଟା କରେ, ଜେଜେମା’ ଗୁହାରୀ କରନ୍ତି, କକା ଫୁସୁଲାନ୍ତି, ସାଙ୍ଗମାନେ ବୁଝାନ୍ତି, କିନ୍ତୁ କେହି ବି ମନୁଆକୁ ସ୍କୁଲ ଯିବାକୁ ରାଜି କରାଇ ପାରିଲେ ନାହିଁ। ବର୍ଷା ଆସିଲା। ସ୍କୁଲ ଖରାଦିନ ଛୁଟି ପରେ ଖୋଲିଲା। ସମସ୍ତେ ଭାବିଲେ ମନୁଆ ଏଥର ସ୍କୁଲ ଯିବ। କିନ୍ତୁ ନା’। ମନୁଆ ଗଲା ନାହିଁ। ବର୍ଷେ ବିତିଗଲା। ସମସ୍ତେ ମନୁଆକୁ ଏକା ଛାଡ଼ିଦେଲେ। ମନୁଆ ବି ଆଉ ଖାତିର୍ କଲା ନାହିଁ। ସେ ଅଲଗା ଜିନିଷ ସବୁ କରିବାକୁ ଲାଗିଲା। ବଜାରକୁ ଯାଇ ପରିବା ବାଲାଙ୍କୁ ହଇରାଣ କଲା। ଅନ୍ୟ ବଦମାଶ୍ ପିଲାଙ୍କ ସଙ୍ଗେ ମିଶି ସ୍କୁଲ ଯାଉଥିବା ପିଲାଙ୍କୁ ଚିଡ଼ାଇଲା। ତା’ ସାଙ୍ଗମାନଙ୍କ ଖାତାରୁ କାଗଜ଼ ଚିରି ଉଡ଼େଇଲା। ଛାତ ଉପରୁ ବାଟୋଇମାନଙ୍କୁ ବାଟୁଳି ମାରିଲା। ଦିନେ ପୁରୁଣା ମାଷ୍ଟ୍ରେ ବଦଳି ହେଲେ। ତାଙ୍କ ଜାଗାରେ ନୂଆ ଯୁବ ମାଷ୍ଟ୍ରେ ଆସିଲେ। ସେଦିନ ମନୁଆ ପାଚେରୀ ଉପରେ ବସି ସ୍କୁଲ ଯାଉଥିବା ପିଲାମାନଙ୍କୁ ଦେଖୁଥିଲା। ପଢ଼ିବାକୁ କାହିଁ ଯାଉନି ବୋଲି ତା’କୁ ଆଉ କେହି ପଚାରୁନଥିଲେ। ଓଲଟା ପିଲାମାନେ ତା’କୁ ଦେଖୁ ଦେଖୁ ଦୂରକୁ ପଳାଉଥିଲେ, କାଳେ ତାଙ୍କୁ ହଇରାଣ କରିବ ବୋଲି।

ନୂଆ ମାଷ୍ଟ୍ରେ ସେ ବାଟେ ଯାଉଥଲେ। ମନୁଆ ତାଙ୍କୁ ଦେଖିଲା। ମନୁଆକୁ ବି’ ସିଏ ଦେଖିଲେ। କିଛି କହିଲେ ନାହିଁ। ପର ଦିନ, ସେହି ଜାଗାରେ, ସେହି ସମୟରେ, ପୁଣି ପାଚେରୀ ଉପରୁ ମାଷ୍ଟ୍ରେଙ୍କୁ ଦେଖିଲା। ମାଷ୍ଟ୍ରେ ତା’କୁ ଦେଖି ହସଟିଏ ଦେଲେ, ଛୋଟ ହସଟିଏ। ମନୁଆ ପାଚେରୀରୁ ଡେଇଁ ପଳାଇଲା। କିଛି ଦିନ ପରେ, ମାଷ୍ଟ୍ରେ ସେହି ବାଟେ ଯାଉଥିଲେ। ସାଙ୍ଗରେ ଗୋଟେ ବଡ଼ ବ୍ୟାଗ୍। ବ୍ୟାଗ୍ ବହୁତ ଓଜନ। ମାଷ୍ଟ୍ରେ ବଡ଼ କଷ୍ଟରେ ନେଉଥିଲେ। ମନୁଆ ଦେଖି ଟିକେ ଭାବିଲା। ମାଷ୍ଟ୍ରେ ଥୀରି ଥୀରି ଚାଲି ଚାଲି ତା’କୁ ଟପିଲେ। ମନୁଆ ଚିନ୍ତା କରି ମାଷ୍ଟ୍ରେଙ୍କ ପଛରେ ଧାଇଁଲା। କିଛି ନ କହି, ବ୍ୟାଗ୍ ର ଗୋଟେ ପଟ ଧରିଲା। ମାଷ୍ଟ୍ରେଙ୍କ ବୋଝ ହାଲକା ହେଲା। ଦୁହେଁ ମିଶି ଓଜନିଆ ବ୍ୟାଗ୍ ଟିକୁ ସ୍କୁଲ କୁ ଆରାମରେ ନେଇ ଗଲେ। ସ୍କୁଲ ରେ ପହଞ୍ଚି ବଡ଼ ଯତ୍ନରେ ବ୍ୟାଗ୍ ଟିକୁ ମାଷ୍ଟ୍ରେଙ୍କ ଟେବୁଲ୍ ଉପରେ ରଖିଲେ। ମାଷ୍ଟ୍ରେ ବ୍ୟାଗ୍ ଖୋଲି ମନୁଆକୁ ଦେଖାଇଲେ। ବ୍ୟାଗ୍ ରେ ବିଭିନ୍ନ ପ୍ରକାରର ବହି ସବୁ ଭର୍ତ୍ତି। ରଙ୍ଗୀନ ଓ ବହୁ ଆକାରର ଚିକ୍ ଚିକ୍ ନୂଆ ବହି। ‘ବହି କାଢ଼ିବାରେ ମତେ ସାହାଯ୍ୟ କରିବ?’, ମାଷ୍ଟ୍ରେ ମନୁଆକୁ ପଚାରିଲେ। ମନୁଆ ବ୍ୟାଗ୍ ରୁ ବହି କାଢ଼ିଲା। ବହୁ ଗପ ବହି ସବୁ, ନାନା ପ୍ରକାରର ଚିତ୍ର। ବଡ଼ ବଡ଼ ଅକ୍ଷର ସବୁ। ଏତେ ସବୁ ରଙ୍ଗୀନ ଗପବହି ଦେଖି ମନୁଆର ମନ ହାଇଁ ପାଇଁ ହେଲା। ସେ ଦୀର୍ଘ ଦୁଇ ବର୍ଷ ଧରି ବହି ଖଣ୍ଡେ ଛୁଇଁ ନଥିଲା। ତା’ ପର ଦିନ, ମନୁଆ ସ୍କୁଲ ବାହାରେ ଅପେକ୍ଷା କଲା। ସ୍କୁଲ ଛୁଟି ହେଇ ସମସ୍ତେ ଘରକୁ ଗଲା ପରେ, ଯେତେବେଳେ ମାଷ୍ଟ୍ରେ ଏକା ଥିଲେ, ସେ ଯାଇ କବାଟ୍ କଡ଼ରେ ଠିଆ ହେଲା। ସ୍କୁଲ ପୁରା ଖାଁ ଖାଁ। ମାଷ୍ଟ୍ରେ ତା’କୁ ଦେଖି କହିଲେ, ‘ଭଲ କଲ ଆସିଲ, ତମ ସାହାଯ୍ୟ ଦରକାର’। ‘ସ୍କୁଲ ରେ ଏତେ ପିଲା ଥାଉ ଥାଉ, ମାଷ୍ଟ୍ରେଙ୍କର ମୋ’ ଠୁ କି’ ସାହାଯ୍ୟ ଦରକାର?’, ମନୁଆ ମନେ ମନେ ଭାବିଲା। ‘ମତେ ଏହି ବହି ସବୁ ଖଞ୍ଜିବାରେ ସାହାଯ୍ୟ କରିବ?’, ମାଷ୍ଟ୍ରେ ତା’କୁ ପଚାରିଲେ। ମନୁଆ ତଳେ ବସିଲା। ତା’ ଚାରି ପଟେ ବହି ଗଦା ହୋଇଛି। କେତେ କେତେ ଗପ ବହି ସବୁ। ସିଏ ପଶୁ ମାନଙ୍କର ଗପ ବହି ସବୁ ଏକାଠି କଲା। ଚୀତାବାଘ ସାଙ୍ଗେ ହାତ ଓ ଓଟ ର ବହି ରଖିଲା। ପରିରାଇଜ ଗପ ଠାକୁର-ଠାକୁରାଣୀଙ୍କ ବହି ସହ ରଖିଲା। ‘ରୋମାଞ୍ଚକ ଗପ ଅଲଗା ରଖିଲେ ଭଲ ହେବ, ନା ବଡ଼ ଲୋକଙ୍କ ଜୀବନୀ ସାଙ୍ଗେ?’, ସେ ଭାବିଲା। ତା’ ପରେ ଗଣିତ ବହି ସବୁ ଆସିଲା। ମନୁଆ ଏବେ ଧୀରେ ଧୀରେ ବହି ସବୁକୁ ଖଞ୍ଜିଲା। ତା’ ଆଖି ଆଉ ହାତ ଶିଥିଳ ପଡ଼ିଲେ। ମୋଟା ଓ ସରୁ ସଂଖ୍ୟା ସବୁ ଏକା ସାଙ୍ଗରେ ନାଚୁଥିଲେ। ସଂଖ୍ୟା ଉପରେ ସଂଖ୍ୟା ଢଳ-ଢଳ ହେଉଥିଲେ, ସତେ ଅବା ପଡ଼ି ଯିବେ। ଗୁଣନ ଦେଖିଲା. ଗୁଣି ହୋଇ ସଂଖ୍ୟା ସବୁ ଧୀରେ ଧୀରେ ମୋଟା ହେଇ ହେଇ ଯାଉଥିଲେ. ହରଣ ଠିକ୍ ଓଲଟା। ବଡ଼ରୁ ଆରମ୍ଭ ହୋଇ ଧୀରେ ଧୀରେ ସୁନ୍ଦର ଲାଞ୍ଜ ସମାନ ସଂଖ୍ୟା ଛୋଟ ହୋଇ ହୋଇ ଯାଉଥିଲେ। ଭାଗ୍ୟ ଭଲ ଥିଲେ, ହରଣ ପରେ କିଛି ଶେଷ ରହୁ ନଥିଲା. ମନୁଆର ଧୀରେ ଧୀରେ ସଂଖ୍ୟା ଓ ଗଣତିର ସବୁ କରାମତି ମନେ ପଡ଼ିଲା। ଅନ୍ଧାର ହେଲା। ସ୍କୁଲ ରେ ବିଜୁଳି ନାହିଁ। ‘ତମେ ଏବେ ଘରକୁ ଯାଅ, କିନ୍ତୁ କାଲି ପୁଣି ଆସ’, ମାଷ୍ଟ୍ରେ କହିଲେ। ‘କାଲି ବାକି ସମସ୍ତେ ସ୍କୁଲ ରେ ଥିଲା ବେଳେ ଆସ’। ପର ଦିନ ସ୍କୁଲ ଆରମ୍ଭ ହେବା ପରେ, ମନୁଆ ଆସିଲା। ତା’କୁ ସ୍କୁଲ ରେ ଦେଖି ସମସ୍ତେ କାବା, ସମସ୍ତଙ୍କୁ ଡର ବି’ ଲାଗୁଥିଲା।

ମନୁଆ ସାହୀ-ପଡ଼ିଶାରେ ଦାଦା ଭାବେ କୁଖ୍ୟାତି ଅର୍ଜନ କରିଥିଲା। ‘ମନୁଆ ମତେ ସାହାଯ୍ୟ କରିବ’, ମାଷ୍ଟ୍ରେ ପିଲାମାନଙ୍କୁ କହିଲେ। ମନୁଆକୁ ସିଏ ଛୋଟ ପିଲାଙ୍କ ସାଙ୍ଗରେ ବସାଇଲେ। ତାଙ୍କ ବହି ତାକୁ ଦେଇ କହିଲେ, ‘ଏମାନଙ୍କୁ ସଂଖ୍ୟା ସବୁ ରେଖାରେ ଖଞ୍ଜିବା ଶିଖାଇବ?’ ଛୋଟ ପିଲାଏ ମନୁଆକୁ ଘେରି ଗଲେ। ମନୁଆ ଦାଦାକୁ ଏତେ ଗଣିତ ଜଣା ଜାଣି ସେମାନେ କାବା ହେଲେ। ମନୁଆ ସେମାନଙ୍କୁ ଲାଇନ୍ ରେ ଠିଆ କଲା, ଛୋଟରୁ ବଡ଼। ତାଙ୍କୁ ଧରିବାକୁ ସଂଖ୍ୟା ଦେଲା। ସେମାନଙ୍କୁ ଏବେ ଗଣତି ସହଜ ଲାଗିଲା। ତାଙ୍କ ଲାଇନ୍ ପରି ସଂଖ୍ୟା ବି ଛୋଟରୁ ବଡ଼ ଯାଏଁ ଖଞ୍ଜି ହୋଇ ଗଲେ। ମନୁଆ ପ୍ରତି ଦିନ ଆସିବାକୁ ଲାଗିଲା ଓ ମାଷ୍ଟ୍ରେ ତା’କୁ ପ୍ରତି ଦିନ ଟିକିଏ ଟିକିଏ ବଡ଼ କାମ ଦେବାକୁ ଲାଗିଲେ। ଗଣତି ପ୍ରତି ମନୁଆର ପୁରୁଣା ଆଦର ଧୀରେ ଧୀରେ ଫେରିବାକୁ ଲାଗିଲା। ଗଣିତରେ ତା’ କୁଶଳତାକୁ ଛୋଟ ପିଲା ମାନେ ବି’ ଧୀରେ ଧୀରେ ଶିଖୁଥିଲେ। ମାସେ ପରେ, ମନୁଆର ମା’ ତା’କୁ ସକାଳେ ଖୋଜିଲେ। ମନୁଆର କୋଉଠି ଦେଖା ନାହିଁ। ଛାତ ଉପରେ ଦେଖିଲେ, ନାହିଁ। ପାଚେରୀ ଉପରେ ଯେଉଁଠି ସେ ଗୋଡ଼ ଝୁଲେଇ ବସେ ଦେଖିଲେ, ନାହିଁ। ଖାଲି ତା’ ଗୁଡ଼ି ଓ ବାଟୁଳି ଥିଲା। ଆମ୍ବ ଗଛ ଉପରେ ଦେଖିଲେ, ନାହିଁ। ବଜାରକୁ ଗଲେ। ପରିବାବାଲା ସବୁ ନିଜ ନିଜ ପରିବା ବିକୁଥିଲେ। ତାଙ୍କୁ କେହି ହଇରାଣ କରୁ ନଥିଲେ। ଶେଷରେ ସିଏ ସ୍କୁଲ ଗଳିରେ ଯାଉ ଯାଉ ସ୍କୁଲ ଝରକା ବାଟେ ଭିତରକୁ ଚାହିଁଲେ। ମନୁଆ! ମୁଣ୍ଡ ତଳକୁ କରି ନିଜ ଖାତାକୁ ଧ୍ୟାନମଗ୍ନ ହୋଇ ଦେଖୁଥିଲା। ମନ ଦେଇ ଗଣିତ କଷୁଥିଲା। ନିଜ ବୟସର ଅନ୍ୟ ପିଲାଙ୍କ ସାଙ୍ଗରେ ବସି କଷ୍ଟ ଗଣିତ କଷୁଥିଲା। ମାଷ୍ଟ୍ରେ ଝରକା ବାଟେ ମନୁଆର ମାଁ’କୁ ଦେଖିଲେ। ଥୀରି କି’ ହସିଲେ। ମା’ ବି ଖୁସିରେ ଗଦ ଗଦ ହୋଇ ହସିଲେ।

ମନୁଆ ପୁଣି ଥରେ ସ୍କୁଲ ଯାଉଥିଲା।

ଆଉ ଏଇ ଥର ବେଶି ବେଶି ଶିଖୁଥିଲା। ସବୁଠାରୁ ଭଲ କଥା, ଏବେ ସେ ବହୁତ ଖୁସିରେ ପାଠ ପଢୁଥିଲା।


Rate this content
Log in

Similar oriya story from Classics