Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

SIPRA NAMTA

Others

3  

SIPRA NAMTA

Others

ସତୀ

ସତୀ

2 mins
7.4K


ହସ୍ପିଟାଲର ବେଡରେ ଶୋଇ ଶୋଇ ଵିରକ୍ତ ଲାଗୁଥିଲେ ମଧ୍ୟ କିଛି କରିବାର ନ ଥିଲା ମୋହନର । ପାଖରେ ସ୍ତ୍ରୀ ସୁଧା ଦିନ ରାତି ସେବା କରୁଛି ।କିନ୍ତୁ ଦିନକୁ ଦିନ ସ୍ୱାସ୍ଥ୍ୟବସ୍ଥା ଖରାପ ଆଡକୁ ଯାଉଥିବାର ସୂଚନା ପାଉଛି ସେ ।

---ସୁଧା ....କାତର କଣ୍ଠରେ ମୋହନ କହିଲା ।

---ଉଁ , ...କ'ଣ କହୁଛ ..ବେଶୀ କିଛି ଖରାପ ଲାଗୁଛି ?

ଡାକ୍ତରଙ୍କୁ ଡାକିବି ..।

ସୁଆଗିଆ ସ୍ୱର ସୁଧାର ।

--ନା, ନା , ମୁଁ ଗୋଟେ କଥା କହୁଥିଲି କି , ଯଦି ମୋର କିଛି ହୋଇଯାଏ ତାହେଲେ କଣ କରିବ ????

--ଓଃ ହୋ କାହିଁକି ସେ ବାଜେ କଥା ଗୁଡାକ ମୁଣ୍ଡରେ ପୁରାଉଛ କହିଲ ?? ଆଉ କେଇଟା ଦିନ ପରେ ଦେହ ଭଲ ହୋଇଯିବନି କି !!!

---ନା .....ମୁଁ କହୁଥିଲି ଯେ ଯଦି ମୋର କିଛି ହୋଇ ଯାଏ ।

ତା ହେଲେ ତୁମେ ମୋ ସ୍ମୃତି ନେଇ ସତୀତ୍ୱର ପରାକାଷ୍ଠା ଦେଖାଇବ ନା ଅନ୍ୟ କିଛି କରିବ...ମାନେ ଆଉ କାହାକୁ.... ବିବାହ କରିବ ।

------ -------- -------

ଜ୍ୱରର ମାତ୍ରା ବଢିଯାଉଛି ।ଆଉ ତା ସାଥୀରେ ଅନ୍ୟାନ୍ୟ ଉପସର୍ଗ ଦେଖାଦେଉଛି ।ବିଭିନ୍ନ ଟେଷ୍ଟ କରାଯାଉଛି ।ହସ୍ପିଟାଲ ବେଡରେ ପଡି ପଡି ମୋହନର ଶରୀରଟା କେମିତି ଗୋଟେ ପାଉଁଶିଆ ଦେଖାଯାଉଛି ।

ବିବାହର ମାତ୍ର ଅଳ୍ପ କେଇ ମାସ ହୋଇଛି ମୋହନ ଓ ସୁଧାଙ୍କର ।କିନ୍ତୁ ବିବାହର କେଇଟା ଦିନ ପରେ ଜଣାପଡିଲା ତାକୁ ବ୍ଲଡ଼ କ୍ୟାନସର । ସୁଧାର ପୃଥିବୀଟା ଅନ୍ଧକାର ହୋଇଗଲା ।

ଯଦି ମୋହନର କିଛି ହୋଇଯାଏ ,ତେବେ ସବୁ ଦୋଷ ଆସିବ ତା ଉପରକୁ ।କିନ୍ତୁ ମୋହନ ବଞ୍ଚିବ ଏ କଥାର କିଛି ମୂଲ୍ୟ ନାହିଁ ।ତେବେ ସେ ଯାହା ଚାହୁଁଛି ,ମାନେ ତା ମୃତ୍ୟୁ ପରେ କେବଳ କେଇଟା ରୋଗାକ୍ରାନ୍ତ ମୁହୂର୍ତ୍ତର ସ୍ମୃତିକୁ ନେଇ ଏତେ ଲମ୍ବା ଜୀବନ ଜୀଇଁ ହେବ ??

ତା ପ୍ରଶ୍ନର ଉତ୍ତର କେମିତି ଦେବ ବୋଲି ମନେ ମନେ ସଜାଡୁ ଥିଲା ଶବ୍ଦ ଗୁଡିକୁ ।କି ପ୍ରକାର ସତୀ ହେବ ସେ !!!

କାୟିକ ,ବାଚିକ ,ନା ମାନସିକ !!!

ସିପ୍ରା ନାମତା ,ନମ୍ରତା

ବାରିପଦା


Rate this content
Log in