Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

3  

Amiya Bej

Others

କବି ପତ୍ନୀ

କବି ପତ୍ନୀ

1 min
14.2K


- ଆରେ ହେଃ! , ତୁମେ ସତସତିଆ ଗୋଟେ କବି ପାଲଟିଗଲଣି ନା କଅଣ ?

- ନାଇଁତ !

- ଆଉ ! ଏ ଫେସବୁକ୍ ରେ ଯେଉଁ ସବୁ ଲେଖାଲେଖି ? କଣ କେଉଁଠୁ କପି ଫପି ?

- ହାଃ ହାଃ । ଏମିତି ଟିକେଟିକେ ଗାରାଗୁରୀ ଖାଲି ।

- ହେ ମାଁ ! କେତେବଡ ମିସ୍ ଟେ' କଲି ମୁଁ !

- କଅଣ ମିସ୍ ?

- ମୋତେ କବିମାନଙ୍କୁ ଭାରି ଭଲଲାଗେ ।

- ଯେ ?

- ତୁମ ଭିତରେ ଏତେ କଳା ଥିଲା ବୋଲି ଜାଣିଥିଲେ -

- ଜାଣିଥିଲେ ?

- ଛାଡି ନଥାନ୍ତି ।

- ଓଃ! ଏବେ ତ ଜାଣିଲୁ ? ଧରିପକା !

- ଆଉ କଣ ହେବ ?

- କାଇଁ ?

- ରୁହ ଦେଖେଉଛି । ଭିଡ଼ିଓ ଅନ୍ କର ।

- କଲି ।

- ଏଇଦେଖ ! ୟା' ଙ୍କର ସବୁ ବହି ଆଉ ମେଡେଲ୍ ।

- ଏଁ ! ତୋ' ବର ନାଁ କଣ କହିଲୁ ?

- ବିଶିଷ୍ଟ କବି ରଙ୍ଗାଧର ସତପତି ପା' ।

- ଓଃ! ସାଆରେ ? ତୁ ତାଙ୍କୁ ବା' ହେଇଚୁ ?

- ହି ହି ମୁଁ କିନ୍ତୁ ତାଙ୍କର ଏ କବିତା ଫବିତା କିଛି ବୁଝେନି । ମୋ ଘର , ଛୁଏ ଭଲତ ମୁଁ ଭଲ ।

- ଏବେପା କହୁଥିଲୁ , ତୋତେ କବିମାନେ ଭଲ ଲାଗନ୍ତି ବୋଲି ?

- ସବୁ କବି କଣ ତୁମପରି ?

- ଆଁଆଁଆଁ .........

✨ ଅମିୟ


Rate this content
Log in