Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅବୋଲକରା କାହାଣୀ - ୨୪
ଅବୋଲକରା କାହାଣୀ - ୨୪
★★★★★

© ଓଡିଆ ଶିଶୁ ଗପ

Children

3 Minutes   7.3K    12


Content Ranking

ସେବା କରିବାର ଫଳ ୨

ସେଦିନ ଚତୁର ବ୍ୟଙ୍ଗକାର ନିଜ ହାତରେ ରୋଷେଇ ସାରିଲେ । ବୋଲକରାକୁ ଖାଇବାକୁ ଦେଇ ନିଜେ ମଧ୍ୟ ଖାଇଲେ । ଶୋଇବା ବେଳକୁ ଚତୁର ବ୍ୟଙ୍ଗକାର ବାହାରେ ଶୋଇଲେ, ବୋଲକରା ଯାଇ ଘର ଭିତରେ ଶୋଇଲା ।

ଏହା ପରେ ରାତ୍ରିର ଅନ୍ଧାର ବଢି ଚାଲିଲା । ଚାରି ଆଡେ ନିଶବ୍ଦ ଲାଗିଗଲା । ଅର୍ଦ୍ଧ ରାତ୍ର ହୋଇ ଯିବା ପରେ ବୋଲକରାର ଶୋଇଥିବା ଘରେ ନୂପୁରର ରୁଣୁଝୁଣୁ ଶବ୍ଦ ଶୁଭିଲା । ବୋଲକରା ପାଇଁ ତ ଏହା ମଧ୍ୟ ଥିଲା ଏକ ନୂଆ ଜାଗା । ସବୁ ବେଳେ ତାକୁ ଛନ ଛନ ଲାଗେ । ତେଣୁ ବେଳେ ବେଳେ ଶୋଇବାରେ ତାର ବିଳମ୍ବ ହୁଏ । ସେଦିନ ରାତିରେ କିନ୍ତୁ ଛାଇ ନିଦ ଲାଗି ଯାଇ ଥିଲା ସେହି ବୋଲକରାକୁ । ତା’ କାନକୁ ଯେତେବେଳେ ଏପରି ନୂପୁରର ରୁଣୁଝୁଣୁ ଶବ୍ଦ ଶୁଭା ଗଲା ତାକୁ ଆଉ ନିଦ୍ରା ହେଲା ନାହିଁ । ସେ ଜାଣିଥିଲା ଯେ ଚତୁର ବ୍ୟଙ୍ଗକାର ବାହାରେ ବାରଣ୍ଡାରେ ଶୋଇଛନ୍ତି । ତେଣୁ ସେ ଭାବିଲା ଏସବୁ ଯାହା ହେଉଛି ସେସବୁ ଏହି ଘର ଭିତରେ ହିଁ ହେଉଛି । ଏହା ପରେ ବୋଲକରା ଧୀରେ ଧୀରେ ଉଠି ସେହି କୋଠରୀକୁ ଯାଇ ଦେଖିଲା ଘରଟି ଉତ୍ତମ ଭାବରେ ସଜ୍ଜା ଯାଇ କେତେ ନୀଳ ନାଲି ହଳଦିଆ ପରି ନାନା ରଙ୍ଗର ଫୁଲରେ ପଲଙ୍କଟିଏ ସଜା ଯାଇଛି । ସେହି ପଲଙ୍କ ଉପରେ ବସିଛି ଏକ ସୁନ୍ଦରୀ ଝିଅ । ତା’ର ଚତୁଃପାଶ୍ୱର୍ରେ କେତେ ଜଣ ସୁନ୍ଦରୀ ଯୁବତୀ ସହଚରୀ ମାନେ ମଧ୍ୟ ବସି ନାନା ରଙ୍ଗର କଥା ହେଉ ଥାଆନ୍ତି । ତା’ ମଧ୍ୟରୁ ପଲଙ୍କ ଉପରେ ବସିଥିବା ତରୁଣୀ ଜଣକ ସମସ୍ତଙ୍କ ଠାରୁ ବେଶୀ ସୁନ୍ଦରୀ ଥିଲା ।

ଅବୋଲକରା ସେମାନଙ୍କୁ ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ ସେମାନଙ୍କ ରୂପରେ ମୋହିତ ହୋଇ ପଡିଲା । ସୁନ୍ଦରୀ ମାନେ ବୋଲକରାକୁ ଧରି ନେଇ ପଲଙ୍କ ଉପରେ ବସାଇ ଦେଲେ । ଆଉ ସେମାନେ ମଧ୍ୟ ବୋଲକରା ସହିତ ବିପରୀତ ସମ୍ଭୋଗ କଲେ । ଏମିତି ସମ୍ଭୋଗ ସୁଖରେ ସାରା ରାତ୍ରିଟା ଅବୋଲକରାର ବିତି ଗଲା । ଶେଷରେ ବୋଲକରା ହାଲିଆ ହୋଇ ପଲଙ୍କ ଉପରେ ପଡି ଯାଆନ୍ତେ ସେହି ସୁନ୍ଦରୀ ମାନେ ଏହି ସୁଯୋଗରେ ସେ ସ୍ଥାନ ଛାଡି ଚାଲି ଗଲେ । ଗଲା ବେଳେ ତରୁଣୀର ମୁଣ୍ଡ ଉପରେ ଗୁଡାଏ ସୁନା ମୋହରରେ ପୂର୍ଣ୍ଣ ଥିବା ଥଳିଟାଏ ଛାଡିଦେଇ ଗଲେ ।

ସକାଳ ହେବା ବେଳକୁ ଅବୋଲକରା ନିସ୍ତେଜ ହୋଇ ଚେତା ହରାଇବା ପରି ପଡି ରହି ଥାଏ । ଆଗ ଚତୁର କଥାକାର ଉଠି ଦେଖିଲେ ଯେ ବେହୋସ୍ ହୋଇ ବୋଲକରା ଶୋଇ ରହିଛି । ସଂପୂର୍ଣ୍ଣ ଉଲଗ୍ନ ହୋଇ ପଡିଛି । ଏହାର ଅସଲ କାରଣ ଜାଣିବା ନିମନ୍ତେ ଚତୁର ବ୍ୟଙ୍ଗକାର ଅବୋଲକରାକୁ ଶଯ୍ୟାରୁ ଉଠାଇବାକୁ ଚେଷ୍ଟା କଲାରୁ ଅବୋଲକରା ବିରକ୍ତ ହୋଇ ଯାଇ କହିଲା ଆରେ ମୋତେ ନିଦରୁ ଉଠାଇ ଦେଲ କାହିଁକି । ମୋ ସହିତ ତ କେତେ ଜଣ ସୁନ୍ଦରୀ ଯୁବତୀ ସମ୍ଭୋଗ କରୁ ଥିଲେ । ସେମାନେ ସବୁ ଗଲେ କୁଆଡେ ।

ଚତୁର ବ୍ୟଙ୍ଗକାର ଭାବିଲେ ଅବୋଲକରା ଆଜି ଏପରି କାହିଁକି ହେଲା, ସେପରି କଥା କହୁଛି ଯାହା କେବେ ହେଲେ ଚତୁର ବ୍ୟଙ୍ଗକାର ଦେଖି ନଥିଲେ କି ତା ଠାରୁ ଶୁଣି ନଥିଲେ । ତା ମୁଖରୁ ବାହାରୁଛି ଯୁବତୀ । ପୁଣି ଏହି ସୁନା ମୋହରର ଥଳି ।

ଚତୁର ବ୍ୟଙ୍ଗକାର ଏସବୁ ଦେଖି ଏଥିର ଅସଲ କାରଣଟା ଜାଣିବା ଲାଗି ଚେଷ୍ଟା କରି ମନେ ମନେ ସେ କର୍ଣ୍ଣ ପିଶାଚିନୀ ମନ୍ତ୍ର ପାଠ କରିବାକୁ ଲାଗିଲେ । ସବୁ କଥା ପରେ ଚତୁର ବ୍ୟଙ୍ଗକାର କହିଲେ ରେ ବୋଲକରା ଏହା ସବୁ ହେଉଛି ତୋର ଅସୀମ ପରିଶ୍ରମ ଓ ଏହି ବ୍ରାହ୍ମଣର ସେବା କରିବାର ଫଳ । ଏହା ପରେ ବୋଲକରା ପଚାରିଲା – ମହାନୁଭବ ଏଇଟା କ’ଣ ଭୂତକୋଠି ।

ଚତୁର ବ୍ୟଙ୍ଗକାର କହିଲେ ନା – ଏହା ହେଉଛି ରାଜାଙ୍କର ବିଳାସ କୋଠି । ଦିନ ଥିଲା ଏହି ରାଜା ଖୁବ୍ ସୁଖରେ ତାଙ୍କ ରାଜ୍ୟର ପ୍ରଜା ମାନଙ୍କୁ ରଖି ଥିଲେ । ତାଙ୍କ ରାଜ୍ୟରେ କେହି ହେଲେ ପ୍ରଜା ଦାରିଦ୍ରତା ଦେଖି ନଥିଲେ । ଏ ରାଜ୍ୟରେ ଶତ୍ରୁ ମିତ୍ର ଏମିତି କିଛି ନଥିଲା । ପ୍ରଜା ମାନେ ପରସ୍ପର ମଧ୍ୟରେ ସୁଖର ଆଦାନ ପ୍ରଦାନ କରୁ ଥିଲେ । ପୁଣି ଏମିତି ଏକ ସମୟ ଆସିଲା ରାଜାଙ୍କ ଭାଗ୍ୟରେ ଆସିଲା ଦୁର୍ଯୋଗ, ଶତ୍ରୁ ମାନେ ତାଙ୍କର ଏହି ରାଜ୍ୟକୁ ଆକ୍ରମଣ କରି ତାଙ୍କଠୁ ତାଙ୍କ ରାଜ୍ୟ ଛଡାଇ ନେଲେ । ଶତ୍ରୁ ମାନେ ଏକତ୍ରିତ ହୋଇ ରାଜ୍ୟର ଯୁବରାଜଙ୍କୁ ହତ୍ୟା କଲେ । ରାଜ୍ୟ ପର ରାଜ୍ୟରେ ପରିଣତ ହେଲା । ଏ ରାଜ୍ୟରେ ପ୍ରକୃତ ରାଜାଙ୍କର କେହି ହେଲେ ଦାୟାଦ ରହିଲେ ନାହିଁ । ଏହା ପରେ ଯୋଗକୁ ଗନ୍ଧର୍ବ ମାନେ ଆସି ଏ ରାଜ୍ୟକୁ ଦଖଲ କରି ନେଇ ଥିବାରୁ ବର୍ତ୍ତମାନ ଏହି କୋଠିଟି ଭଲ ଅବସ୍ଥାରେ ରହି ଅଛି । ଏ କୋଠିକୁ ଯେ ଆସେ ସେ ଭୟ କରେ । କାରଣ ଏହି ରାଜ୍ୟର ରାଜ କୁମାରୀ ସିନା ମରି ଗଲେ ହେଲେ ସେହି ରାଜ କୁମାରୀଙ୍କର ପ୍ରେତାତ୍ମା ଅଦ୍ୟାବଧି ଏହି କୋଠରିରେ ବାସ କରୁଛନ୍ତି । ଯଦି କେହି ନୂଆ ଯୁବକ ଏହି କୋଠିକୁ ଆସୁଛନ୍ତି ସେତେ ବେଳେ ରାଜ କନ୍ୟାର ପ୍ରେତାତ୍ମା ନିଜ ରୂପ ଧରି ସେହି ଯୁବକ ସହିତ ଜୋର୍କରି ସମ୍ଭୋଗ କରୁଛି ।

ଉପଦେଷ୍ଟା ଯେତେବେଳେ ପ୍ରେତର ସମ୍ବାଦଟି ପ୍ରକାଶ କଲେ ବୋଲକରା ଖୁବ୍ ଭୟ ପାଇ ଯାଇ କହିଲା – ହେ ମହାନୁଭବ, ଏବେ ଆମେ ଯେତେ ଶୀଘ୍ର ପାରିବା ଚାଲ ଏଠାରୁ ପଳାଇ ଯିବା । ତାହା ନହେଲେ ଏହି ପ୍ରେତ ମାନେ ଆମକୁ ନିଶ୍ଚୟ ଖାଇ ଯିବେ ।

ଚତୁର ବ୍ୟଙ୍ଗକାର ବୋଲକରା ଠାରୁ ଏ କଥା ଶୁଣି ସାରି କହିଲେ ତୁମେ ଆଦୌ ଭୟ କର ନାହିଁ । ସେ କେବେ କାହାରି କ୍ଷତି କରନ୍ତି ନାହିଁ । ତେବେ ସେ ଯାହା ହେଉନା କାହିଁକି ଆଉ ଅଳ୍ପ ସମୟ ପରେ ଆମେ ଏଠାରୁ ପଳାଇ ଯିବା । ତୁମେ ଏବେ ଗଣ୍ଠିଲି ପତ୍ର ସଜାଡ ।

ବ୍ୟଙ୍ଗକାର ଘର ଅବୋଲକରା

Rate the content


Originality
Flow
Language
Cover design

Comments

Post

Some text some message..