Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଇନ୍ଦ୍ରଧନୁ
ଇନ୍ଦ୍ରଧନୁ
★★★★★

© Amiya Bej

Others

3 Minutes   7.1K    13


Content Ranking

ଫି'ଦିନ ଅଫିସ୍ କ୍ୟାଣ୍ଟିନ୍ ରେ ଦୁଇକପ୍ ବାମ୍ଫୁଆ କଫିରେ ପେଟ ପୁରେନି , କି ସମୟ ନିର୍ଘଣ୍ଟିଆ ପ୍ରେମରେ ମନ ଭରେନି ।

ପ୍ରେମ ମାଗେ ନିରୋଳା ସମୟ । ଗହଳଚହଳରେ ମନକଥା ଅସ୍ପଷ୍ଟ ରହିଯାଏ ।

- ଥରୁଟିଏ ଆସନା?

- ହ୍ବାର୍ଟ? ତୁମ ସେ ବଖୁରିଆ ବ୍ୟାଚେଲର୍ ରୁମ୍ କୁ ??

- ସଫା ରଖିଥିବି । ପୁରା ହାଇଜେନିକ୍ ।

- ନା ନା । ନେଭର୍ । ଆକାଶ ବିଜ୍ଞାନୀ ମାନେ, ସୁନ୍ଦରୀ ତାରା ମାନଙ୍କ ଗତିବିଧିକୁ ଦିନରାତି ନଜର ଲଗାଇ ବସି ରହିଥିଲା ପରି, ସବୁ ସୁନ୍ଦରୀ ମାନଙ୍କ ପଛରେ ଏ ସମାଜଟା, ନଜର ବିଜ୍ଞାନୀ ପାଲଟିଯାଏ ଜାଣନା କି??

- କିନ୍ତୁ ତୁମେ ତ ସୁନ୍ଦରୀ ନୁହେଁ ନା? ହା ହାହା ।

- ଦେଖ ମିଷ୍ଟର୍! ସ୍ଥଳ ବିଶେଷରେ ପୁରୁଷକୁ ପ୍ରତ୍ୟେକ ନାରୀ ସୁନ୍ଦରୀ ଲାଗନ୍ତି । ଆଉ ଯେବେ ତାଙ୍କଠାରେ କେବଳ ମାତ୍ର ଅପସନ୍ ଟେ ଥାଏ , କଥା ସରିଲା । ହା ହାହା ।

- ଠିକ୍ ଠିକ୍! ତୁମେ ମୋ' କେବଳ ମାତ୍ର । ଆସନା ଥରେ ନିରୋଳାକୁ ? ସତେ କଣ ଇଛାଟିଏ ହେଉନି ଆଦୌ ??

- ଇଚ୍ଛା ତ ଅନେକ୍ । କିନ୍ତୁ ପରବର୍ତ୍ତୀ ଯନ୍ତ୍ରଣାକୁ ବୋହିନେବାର ସାମର୍ଥ୍ୟ କ'ଣ ମୋ ଠାରେ ଅଛି? ବୋଧେ ନା ! ଝିଅଟେ ସବୁବେଳେ ଏଇ ଭୟ ପାଖରେ ଯାଇ ଠାକେ । ଇଛା ତକରେ ଖୁବ୍ କସିକରି ଗଣ୍ଠିଟାଏ ଭିଡିଦିଏ । ମୁଁ ଆଉମାନଙ୍କଠୁଁ କିଛି ଭିନ୍ନ ନୁହଁ । କ୍ଷମା ଦିଅ ।

ନାରୀ ଜୀବନ ଦର୍ଶନ ମୋ'ତେ ପଢାଇ , 'ସୌମ୍ୟା' କ୍ୟାଣ୍ଟିନ୍ ରୁ ଏକମୁହାଁ ଉଠି ଚାଲିଗଲା । ମୁଁ କଫି ବିଲ୍ ପଇଠ କରି ଫେରୁଫେରୁ ସେ ଉଭାନ୍ !!

ଅବଦମିତ ଇଛା ତକ ଅପ୍ରକାଶ୍ୟ ରହିଯିବା ବାଞ୍ଛନୀୟ । ଠିକ୍ ଢଙ୍ଗରେ ଉପସ୍ଥାପନ ନକରିପାରିଲେ , ସେସବୁ ଅବୁଝାମଣା ସୃଷ୍ଟିକରେ ।

ମୋ'ର ଏଇ ଅପ୍ରାକୃତିକ ପ୍ରସ୍ତାବ ପାଇଁ ସୌମ୍ୟାକୁ କେତେଥର ଯେ' ସରି କହିବାକୁ ପଡିବ , ହିସାବ କରୁଥିଲି ।

ପ୍ରେମିକକୁ କ୍ଷମା ଦେଇଦେବାରେ , ଥାଏ ପ୍ରେମିକାର ଅପାର ତୃପ୍ତି । ସେଥିପାଇଁ ପ୍ରେମିକଟେ ସଦାସର୍ବଦା କ୍ଷମାଆଶାୟୀ ହୋଇ , ବାରମ୍ବାର ଭୁଲ୍ ଟାଏ କରିଚାଲୁଥାଏ ପରା ।

ସେଇଟା ପ୍ରେମର ଅଦେଖା ପାଖ !!

........

- ହେଃ! ସନ୍ଡେ ପରା ?

- ଉଁଉଁଉଁ! ଯେଏଏଏ ?

- କ'ଣ କରୁଛ, ଏକାଏକା ରୁମ୍ ଟାରେ?

- ବହୁ କିଛି ।

- ଯେମିତି କି?

- ତୁମ ସହ କଳ୍ପରମଣ ।

- ଛେଃ! ବେହିୟା ! ଆସ ଓମଫେଡ୍ ଛକକୁ । ତୁମ ସହ କଫିଟିଏ ପି'ବାକୁ ଏବେ ଏବେ ମନ ଭାରି । ଆସନା ପ୍ଲିଜ୍ ।

- ସରି ! ମୁଁ ନିରୁପାୟ । ସ୍ବପ୍ନ ତକ ଏତେ ଜଲିଦି ସାରି ହେବନି ଜମା । ବାଏ ।

- ହ୍ୟାଲୋ ହ୍ୟାଲୋ ହ୍ୟାଲୋ ।

ମୁଁ ଫୋନ୍ କାଟିଦେଲି । ସୌମ୍ୟାକୁ ମୋ' ମନସ୍କ କରାଇବାକୁ , ଏଇ କୌଶଳଟି ଖୁବ୍ କାମଦିଏ । ମୁଁ ଅଧା କଥାରୁ କଥା କାଟିଦିଏ ।

...........

ବେଲ୍ ଶୁଣି ଅଧାଦେହରେ ଦୁଆର ଖୋଲିଲାରୁ ସାମ୍ନାରେ ସୌମ୍ୟା !!!! ପୁରୁଷ ପଣିଆର ସବୁଯାକ ସାହସ ଭାଗ ମୋ'ର ଅତର୍ଛାରେ ଛତ୍ରଭଙ୍ଗ ଦେବାରେ ଲାଗିଲେ । ଅତଏବ ମୁଁ ସୌମ୍ୟାର ମୁହଁରେ ଧଡ୍ କରି କବାଟ ଆଉଜାଇ ଦେଲି ପୁଣି । ହେଃ ଖୋଲ ଖୋଲ କହି ବାହାରୁ ସେ ଚିଲ୍ଲୋଉଥିଲା ଖାଲି ।

ଏଠାକୁ ପୂର୍ବାଭାସ ନଦେଇ , ସତସତିକା ଆସିଯିବାଟା ପ୍ରେମିକାର ଆବେଗ ନା ଅପ୍ରତ୍ୟାଶିତ ଆକ୍ରମଣ ?????

କୌଣସି ମତେ ବିଛଣାଟାକୁ ଟାଣିଟୁଣି ସିଧା କରି , ଅଧା ଝାଡୁଟାରେ ଚଟାଣକୁ ଗୋଲାଏ ପହଁରାଇ ଦେଇ , ସେ ଗୋଲ୍ ବେକିଆ କଳା ଗଞ୍ଜିଟାକୁ ଦେହରେ ମଡାଇ , ଦୁଆର ଖୋଲିଲାରୁ , ଗୋଟେ ବଡ ଉଆଁସିଆ ମୁହଁ କରି ଛିଡା ହେଇଛି ସୌମ୍ୟା ।

- ଆସ, ଏବେ ଆସ ।

- ହୁଁଉଁଉଁଉଁ ।

- କିନ୍ତୁ???

- ହଁଅଁ! ଛକକୁ ଡାକିଲି ଆସିଲନି । ତୁମ ବିନା ଏକା କଫି ଭଲ ଲାଗେନି ।

- ଦେଖ! ଆକାଶରେ କଳାହାଣ୍ଡିଆ ମେଘ । ଏତେ ବାଟ ସ୍କୁଟିରେ ଫେରିବ କେମିତି ?

- ଜାଣେ! ମୌସୁମୀ ବର୍ଷା ଠିକଣା ହୀନ । ଆରମ୍ଭ ହେଲେ ଆକ୍ତାମାକ୍ତା ନକଲା ଯାଏଁ ଥମେନି । ଅସ୍ତ ବ୍ୟସ୍ତ କରାଏ । ଅସୁସ୍ଥ କରାଏ । ତଥାପି ..

- ତଥାପି?

- ତୁମ ବିନା କଫି କପେରେ ନା ପେଟ ଭରେ ନା ମନ । ଆଗ କୁହ କିଚେନ୍ କାଇଁ????

- ସୌମ୍ୟା! ଆଉ ସେ ତୁମ ଦର୍ଶନ ସବୁ ???

- କ'ଣ?

- ଏଇ, ଇଚ୍ଛା ପରବର୍ତ୍ତୀ ଯନ୍ତ୍ରଣାକୁ ବୋହିନେବାର ସାମର୍ଥ୍ୟ ଆଦି ...??

- ଜାଣ ପ୍ରେମିକ? ନାରୀ ପୁରୁଷ ପରି ସାହସୀ ହୋଇନପାରେ , କିନ୍ତୁ ..

- କିନ୍ତୁ??

- ଖୁବ୍ ସତ୍-ସାହାସୀ ...!!!!

ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର

ଫି'ଦିନ ପ୍ରେମ ସୌମ୍ୟା

Rate the content


Originality
Flow
Language
Cover design

Comments

Post

Some text some message..