Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmayee Barik

Abstract Others Fantasy

2  

Chinmayee Barik

Abstract Others Fantasy

ଗପ

ଗପ

2 mins
7.6K


ଓଠ ହସେ ସୁଖରେ ଆଉ ଦୁଃଖରେ ବି ।

ଆଖି ବି ଭରିଯାଏ ସୁଖରେ ଆଉ ଦୁଃଖରେ ।

ନଃଶ୍ୱାସ ବି ଚାଲେ ସେମିତି ସମାନ ଭାବରେ ।

ଏହା ଭିତରେ ଯାହା କିଛି ବଦଳେ ତାହା ହୃଦୟର ଅନୁଭବଟି । ଅନୁଭବକୁ ନେଇ ଓଠର ହସ ଖେଳେ,ଆଖିର ଲୁହ ବରଷେ । ସେ ଅନୁଭବ ବି ଏକାନ୍ତ ନଃଜସ୍ୱ । କେଉଁଠି ମଲ୍ଲୀଫୁଲ ପରି ଚହଟି ଯାଏ ତ କୋଉଠି କାଗଜ ଫୁଲ ପରି ପଡି ରହେ ।ଅନୁଭବ ବିଛାଡି ହୋଇପାରେନା ଯେଉଁଠି ପାରି ସେଇଠି ।ତାକୁ ବି ଜାଗାଟିଏ ଦରକାର ବିଛାଡି ହେବାକୁ ଲୁହରେ ହେଉ କି ହସରେ । ଜାଗାର ମହାତ୍ମରେ ଅନୁଭବ ନିଜକୁ ଉଛୁଳାଇ ପକାଏ । ବାଡ ବତା ମାନେନି । ନା ବାଟ ନା ଘାଟ ।ନା ସମାଜର ଆକଟ । ଅନୁଭବ ବି ଘଷି ନେସି ହୁଏ ନିଜକୁ ପରିପ୍ରକାଶ କରିବାରେ । କୋମଳ,ସମ୍ବେଦନଶୀଳ ଜାଗାଟେ ଦରକାର ନିଜକୁ ଖୋଲିବାକୁ । ହଁ...ସେ ଜାଗା ହିଁ ବୁଝିପାରେ ହସ ପଛରେ କେତେ ଲୁହର ପାହାଡ ଅଛି କିମ୍ବା କେତେ ଲୁହ ପଛରେ ଆତ୍ମ ସନ୍ତୋଷ ରହିଛି । ଚିହ୍ନିବାକୁ ଆଖି ନୁହେଁ ହୃଦୟଟେ ଦରକାର । ଯେଉଁ ହୃଦୟର ଝରକା ଖୋଲିଦେଲେ ଆପଣାର ମୁହଁ ଦିଶେ ।ସେଠି ନିଜର ସବୁ ଅନୁଭବ ର କବିତା ବି ପଢି ହୁଏ । ସବୁ ହସର ହିସାବ ଆଉ ଲୁହର କାହାଣୀ ଛଳ ଛଳ ହୋଇ ବହି ଆସେ । ଅନୁଭବ ଖୋଜେ ଆଉ ଏକ ଅନୁଭବ ଠିକ୍ ନିଜ ଭଳି । ଖାପ ଖାଉଥିବା ପାଦର ଯୋତା ଭଳି । ଟିକେ ଛୋଟ ହେଲେ କଷ୍ଟ ହୁଏ ଭାରୀ ଆଉ ଟିକେ ବଡ ହେଲେ ଚାଲିବାରେ ସାଥୀ ଦେଇ ପାରେନା । ଭାରୀ ମହଙ୍ଗା ନିଜ ଭଳି ଅନୁଭବଟିଏ ପାଇବାରେ ।

ଯିଏ ପାଏ ସେ ଧନ୍ୟ ହୁଏ,ଯିଏ ନ ପାଏ ତା ନିଜ ଅନୁଭବ ବି ତିକ୍ତକ୍ତାରେ ଭରିଯାଏ । ଏ ଖୋଜିବା ଆଉ ପାଇବାର ରହସ୍ୟ ବଡ ଜଟିଳ । ଖୋଜି ଖୋଜି ନୟାନ୍ତ ହେଲେ ବି ମିଳେନି ପୁଣି କେତେବେଳେ ଥକ୍କା ମେଣ୍ଟାଉ ଥିବା ରାସ୍ତାରେ ବି ସେ ତୁମକୁ ଲିଫ୍ଟ ଦେଇ ଦିଏ ।କିଏ ଜାଣିଛି ଏମିତି ଅନୁଭବର ଆସିବାର ସମୟ କଣ ? ମିଳି ଯାଏ ତ ମିଳି ଯାଏ ବାସ୍ । ତା ପଛରେ କିଛି କାରଣ ନ ଥାଏ । ନ ମିଳିଲେ ମିଳିବାର ଆଶାରେ ମଣିଷ ବନଚେ । ନିଜ ଅନୁଭବକୁ ....ନିଜ ପରି ଏକ ଅନୁଭବ ସହ ଭୋଗିବା ଏକ ସ୍ୱର୍ଗୀୟ ଅନୁଭବ କହିଲେ ଅତ୍ୟୁକ୍ତି ହେବନି ।

ସେହି ଖୋଜ୍ ରେ ତ ମଣିଷ ଜୀବନ୍ ତମାମ୍ ଏମିତି ହସୁଥାଏ...କାନ୍ଦୁଥାଏ ...ଅଭିନୟ କରି ଚାଲିଥାଏ.......


Rate this content
Log in

Similar oriya story from Abstract