Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସ୍ଵାର୍ଥ
ସ୍ଵାର୍ଥ
★★★★★

© Seetaram Dash

Tragedy

1 Minutes   228    6


Content Ranking

ଏକ ଅଣୁ ଗଳ୍ପ

ଯୋଗିଆ ର ଅନେକ ଦିନୁ ବ୍ୟବହାର ହେଉ ନ ଥିବା ଗୁହାଳଟିରେ ବୁଲା କୁତିଟି ପାଞ୍ଚଟି ଛୁଆ ଜନ୍ମ କରିଛି। ଘର ପାଖରେ ଗୁହାଳ। ତା ପାଖରେ ଘଷି ଗଦା, ଜାଳ କୁଟା ଆଉ ଇଟା ପଥର ସବୁ କେଉଁ କାଳରୁ ଅଛି। କୁତିଟା ଗାଈ ଗୋରୁ ,ଛେଳି ମେଣ୍ଢା,ମଣିଷ କାହାକୁ ଛାଡୁନାହିଁ ସେ ବାଟରେ। ଯୋଗିଆର ଘରେ ଛୋଟ ପିଲା। ଭାରି ଦୁଷ୍ଟ, ନାଗସାପ ଲାଙ୍ଗୁଡ଼ରେ ହାତ ମାରିବା ବୟସ। ଯୋଗିଆ ଏବେ କିଛି କିଛି ଖାଦ୍ୟ କୁତିକୁ ଦେଉଛି। ଦେବାର ଦୁଇଟି ଉଦ୍ୟଶ ପ୍ରଥମ ପିଲାମାନଙ୍କୁ କୁତିଟି ନ କାମୁଡୁ,ଦ୍ୱିତୀୟ ଅନ୍ୟକୁ ନିଜର ଉଦାରତା ଦେଖାଇ ହେବା। ଦିନେ ସକାଳେ ଯୋଗିଆର ପୁଅ ଗୁହାଳ ପାଖରେ କାନ୍ଦୁଛି, କୁତିଟି ତଳେ ଗଡି ବୋବଉଛି। ଘରେ ସମସ୍ତଙ୍କର ହୋସ ଉଡ଼ିଗଲା। ଘର ଭିତରୁ ଯୋଗିଆ ବଡ଼ ପାଟିରେ କହିଲା ଆଜି ସଫା ବାଡେଇ ମରିଦେବି। ଏକ ସାଙ୍ଗରେ ଧାଇଁଲେ ସମସ୍ତେ। ଦେଖିଲା ବେଳକୁ ପୁଅ ଡରରେ କାନ୍ଦୁଛି, ଅଳ୍ପ ଦୂର ଛାଡ଼ି ପଡିଛି କୁତି ଆଉ କୁତିର ପେଟତଳେ ଅଧା ମରା ତମ୍ପସାପ ଟିଏ ଛଟପଟ ହେଉଛି। ସମସ୍ତେ ସାପକୁ ବାଡେଇ ମାରିଲେ। ଏବେ ଶୀତ ରାତିରେ କାହାକୁ ଶୁଆଇ ଦେଉ ନାହାନ୍ତି ମା ଛେଉଣ୍ଡ ପାଞ୍ଚଟି କୁକୁର ଛୁଆ।

ବୁଲା କୁତି ତମ୍ପସାପ କୁକୁର ଛୁଆ

Rate the content


Originality
Flow
Language
Cover design

Comments

Post

Some text some message..