Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅନୁତାପ
ଅନୁତାପ
★★★★★

© Pallabi Das

Others

3 Minutes   359    17


Content Ranking

 ଆଜି ହଠାତ୍ ମୌସୁମି ର ଆଗମନ ହେଇଛି ।

ପ୍ରଚଣ୍ଡ ରୌଦ୍ରତାପରେ ଘାଣ୍ଟି ହଉଥିବା ଜୀବଜଗତ ଆଜି 

ଖୁସିରେ ନାଚି ଉଠିଛନ୍ତି । ଏକ ଉଚ୍ଚ ଅଟ୍ଟାଳିକାର ବଡ କ୍ୟାବିନ୍ ଭିତରେ ବସି ଝରକା କାଚ ଦେଇ ପୂଜା ଦେଖୁଛି ମୌସୁମିର ଆଗମନକୁ । ବାହାରକୁ ବାହାରି ନ ପାରିଲେ ସୁଦ୍ଧା ଭିତରେ ବସି ପ୍ରକୃତିକୁ ମନ ଭରି ଉପଭୋଗ କରୁଛି ସେ । ହଠାତ୍ ତା ଟିମ୍ ଲିଡ୍ ବୋହୁତ୍ ଗୁଡ଼ାଏ କାମ ଆଣି ଧରେଇ ଦେଇଛି , ପୂଜା କମ୍ପ୍ୟୁଟର୍ ରେ ଟିକେ କାମ କରୁଛି ଆଉ ଟିକେ ପଛକୁ ବୁଲି ଝରକା କାଚ ଦେଇ ଆକାଶକୁ ଚାହୁଁଛି । ଯେନ ତେନ ପ୍ରକାରେ କାମ ସାରି ଦେଇ , ସେ ବାହାରି ପଡ଼ିଲା ଘର ଅଭିମୁଖେ ।


କିଛ଼ି ଘଣ୍ଟା ପୂର୍ବରୁ ଶୁଖିଲା ଥିବା ରାସ୍ତା ଗୁଡା ବର୍ତ୍ତମାନ ନାଳ ପାଣି ରେ ଭର୍ତ୍ତି ହୋଇ ଯାଇଥିଲା । ସବୁ ବେଳେ ଦ୍ରୁତ ଗତିରେ ଚାଲୁଥିବା ପୂଜା ଏବେ ଧୀରେ ଧୀରେ ପାଦ ଚିପି ଚିପି ରାସ୍ତାରେ ଚାଲୁଥିଲା । ମନ ରେ ଶଙ୍କା ଥିଲା କି ତାକୁ ଘରକୁ ଯିବାକୁ ବସ୍ ମିଳିବ କି ନାହିଁ , ଆଉ ଯଦି ବି ମିଳିଯାଏ ତେବେ କେତେ ଭିଡ ଥିବ ! କାରଣ ଅତୀତ ରେ ସେ ଦେଖିଛି ତା ସାଙ୍ଗ ମାନେ କେତେ ହଇରାଣ ହୁଅନ୍ତି ଅଫିସ୍ ରୁ ଫେରିବା ବେଳେ ବସ୍ ଭିଡ ଆଉ ଟ୍ରାଫିକ ସମସ୍ୟା ଯୋଗୁ । ଭାଗ୍ଯକୁ ତାକୁ ବେଶି କିଛି ସମସ୍ୟା ହୋଇ ନଥିଲା ଘରେ ପହଁଚିବାକୁ ।


ଘର ପାଖ ଷ୍ଟପେଜ୍ ରେ ପହଁଞ୍ଚିବା ପରେ ଟିକେ ଶାନ୍ତି 

ର ନିଶ୍ଵାସ ମାରି ,ବ୍ୟାଗ୍ ଭିତରୁ ଛତାଟା ବାହାର କରି ସେ ଚାଲିଲା ଘର ଅଭିମୁଖେ । ବାଟରେ ସେ କେତେ ଚିହ୍ନା ଅଚିହ୍ନା ଲୋକଙ୍କୁ ଭେଟୁ ଥିଲା , କିନ୍ତୁ କାହିଁକି କେଜାଣି ମନ ତାର ଖୋଜୁଥିଲା ସେଇ ଏକ ଚିହ୍ନା ମୁହଁକୁ । ନିଜକୁ ଧିତକାରି ଥିଲା, ମନକୁ ତାଗିଦ୍ କରୁଥିଲା ଜମା ମନେ ନ ପକେଇବାକୁ କିନ୍ତୁ କାହିଁକି କେଜାଣି ଆଜି ସବୁ ତା ବୋଲ ମାନିବା ବନ୍ଦ କରି ଦେଇଥିଲେ । ଅନ୍ଧାର ରାତିରେ ଆଖିର ଲୋତକ ସବୁ ଚଷମାର ଫାଙ୍କ ଦେଇ ବୋହିବାରେ ଲାଗିଥିଲା, କିନ୍ତୁ ତା ଚାଲିବା ବନ୍ଦ ହୋଇ ନଥିଲା, ସେ ଆହୁରି ଦ୍ରୁତ ଗତି ରେ ଚାଲୁଥିଲା । ଘରେ ପହଁଚି କାହା ସାଥିରେ କିଛି କଥା ନହୋଇ ମାଆ ବନେଇ ଥିବା ପକୁଡ଼ି ଥାଳି ଧରି ବସି ଗଲା ଝରକା ପାଖରେ ଆଉ ମନେ ପକେଇବାକୁ ଲାଗିଲା ତା ଅତୀତର ସ୍ମୃତି ସବୁକୁ।


ଘର ଉଠା ପକା କରୁଥିବା ଝିଅ ଆଜି ଏତେ ଶାନ୍ତ କାହିଁକି , ସନ୍ଦେହ ରେ ମାଆ ଚାଲି ଆସିଥିଲେ ପୂଜାର ଶୋଇବା ଘରକୁ । ସେଠି ଯାଇ ଦେଖନ୍ତି ତ ଝରକା ପାଖକୁ ଲାଗି, ପଡ଼ିଥିବା ଚେୟାର ଉପରେ ତାଙ୍କ ଝିଅ ଆଣ୍ଠୁ ଭିତରେ ମୁହଁ ଲୁଚେଇ କଇଁ କଇଁ ହୋଇ କାନ୍ଦୁଛି । ପୂଜା ମାଆଙ୍କୁ ଦେଖି ଅପ୍ରସ୍ତୁତ ହୋଇଗଲା ମାଆ ବି ତା ଲୁହ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ମୁଣ୍ଡଟାକୁ ଆଉଁସି ଦେଇ କହି ଦେଇଥିଲେ " ସେଥିପାଇଁ କହୁଥିଲି କାହାକୁ କେବେ ମନ ଦବୁନି ବୋଲି" । ବାସ୍ ଏତିକି ରେ ପୂଜାର କାନ୍ଦ ଆହୁରି ବଢ଼ି ଯାଇଥିଲା ମାଆଙ୍କୁ କୁଣ୍ଢେଇ କାନ୍ଦିବାକୁ ଲାଗିଥିଲା । ବାହାରେ ନିଧୂମ୍ ବର୍ଷାର ସ୍ଵର ସହ ପୂଜାର କାନ୍ଦିବା ସ୍ଵର ଏକାକାର ହୋଇ ଯାଇଥିଲା, ଲାଗୁଥିଲା ଯେମିତି ପ୍ରକୃତି ରାଣୀ ଆଜି କାନ୍ଦି ଉଠିଛି ।


ଆଜିକୁ ପ୍ରାୟ ଦୁଇ ବର୍ଷ ବିତିଯାଇଥିଲା, ପ୍ରଣୟ ସାଥିରେ ଠିକ୍ ଏଇ ମୌସୁମି ସମୟ ରେ ଭେଟ ହୋଇଥିଲା ପୂଜାର । ସେତେବେଳେ ପୂଜା ଗ୍ରାଜୁଏସନ୍ ର ଶେଷ ବର୍ଷର ଛାତ୍ରୀ ଥିଲା । ପ୍ରଣୟ ସେତେବେଳେ ଗୋଟେ ବେସରକାରୀ କମ୍ପାନୀରେ ଚାକିରି କରୁଥାଏ, ପ୍ରଥମେ ପୂଜା ସାଥିରେ ବନ୍ଧୁତା ଆଉ ତାପରେ ଭଲ ପାଇବାର ଛଳନା କରି ଶେଷରେ ଧନ ଲୋଭରେ ଆଉ କୋଉ ଝିଅ କୁ ବାହା ହୋଇ ଯାଇଥିଲା । ବିବାହର ଖବର ପୂଜାକୁ ସାଙ୍ଗମାନଙ୍କ ଠାରୁ ମିଳିଥିଲା, ଆଖି ଆଗରେ ତା'ର ଅନ୍ଧକାର ଛାଇ ଯାଇଥିଲା, ଭାବି ପାରିଲାନି କେମିତି କ'ଣ କହି ମାଆ ବାପାଙ୍କୁ ସାନ୍ତ୍ଵନା ଦବ । ପୂଜା ସାଥିରେ ଖୁବ୍ କମ୍ ଦିନର ମିଳାମିଶା ସେଥିରେ ପୁଣି କିଛି ମାସ ହବ ପୂଜାର ଘର ଲୋକଙ୍କ ପ୍ରଣୟ ପ୍ରତି ଆସିଥିବା ବିଶ୍ବାସ, ସବୁ କିଛି ଆଖି ଆଗରେ ନାଚି ଯାଉଥିଲା । ନିଜକୁ ଦୃଢ଼ କରି ଘରେ ଜଣେଇ ଦେଇଥିଲା ସେ, ବାପା ମାଆ ଭାଇ ଭଉଣୀ ସମସ୍ତେ ତାର ସେଇ ଘଡ଼ିସନ୍ଧି ମୁହୂର୍ତ୍ତରେ ତାର ସାହସ ବନିଥିଲେ । ଏତେ ଦିନ ପରେ ଏବେ ପୁଣି ଥରେ ନିଜକୁ ସେଇ ସ୍ଥାନରେ ପାଇ ବହୁତ୍ ମନ ଖରାପ କରୁଛି, ମାଆ ଙ୍କୁ ପ୍ରଣୟ କୁ ଭୁଲିଯିବା କଥା ଦେଇ ରଖି ପାରିନି ନାହିଁ ଆଉ କାହା ହାତ ଧରି ଆଗକୁ ବଢ଼ି ପାରିଛି ।

କାନ୍ଦି କାନ୍ଦି ମାଆଙ୍କୁ ବହୁତ୍ ଥର ପଚାରି ଦେଇଛି - "ମାଆ ମୋର ଭୁଲ କେଉଁଠି ରହିଗଲା, ମୋ ସାଥିରେ ଏମିତି କାହିଁକି ଘଟିଗଲା, ମୁଁ ତ କେବେ କାହାର କିଛ଼ି କ୍ଷତି କରିନି " । ଆଜିବି ତାର ସେଇ ଏକା ସମାନ୍ ପ୍ରଶ୍ନ, ଉତ୍ତର ରେ ମାଆ କାନ୍ଦି ଦେଇ କହିଦେଲେ - " ତୁ ପରା ମୋର ବାହାଦୁର ଝିଅ ତୋ ଭବିଷ୍ୟତ ପାଇଁ ଭଗବାନ ଗୋଟେ ବାହାଦୁର୍ ପୁଅ ଯୋଗାଡ଼ କରି ରଖିଛନ୍ତି ସମୟ ଆସିଲେ ନିଶ୍ଚୟ ପଠେଇବେ " ।


ବାହାରେ ବର୍ଷା ବନ୍ଦ ହୋଇଯାଇଥିଲା ଆଉ ପୂଜା ମନ ଭିତରେ ଥିବା ଝଡ଼ର ଅବସାନ ଘଟି ସେ ମାଆଙ୍କ କୋଳରେ ସୁଖ ନିଦ୍ରାରେ ଶୋଇ ଯାଇଥିଲା । ଆଉ ମାଆ ଦେଖୁଥିଲେ ତାଙ୍କ ଝିଅର ମଳିନ ପଡ଼ିଥିବା ଚେହେରାକୁ ଆଉ ଆଶିର୍ବାଦ ଦଉଥିଲେ ଝିଅର ଆଗାମୀ କାଲିର ଭବିଷ୍ୟତ ପାଇଁ ।


ମା ପୂଜା ପ୍ରଣୟ

Rate the content


Originality
Flow
Language
Cover design

Comments

Post

Some text some message..