Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dibyajyoti Mohanty

Tragedy

2  

Dibyajyoti Mohanty

Tragedy

ବିଧବାର ବାର୍ଦ୍ଧକ୍ୟଭତ୍ତା

ବିଧବାର ବାର୍ଦ୍ଧକ୍ୟଭତ୍ତା

1 min
7.7K


     ପ୍ରତ୍ୟେକ ମାସ ଶେଷରେ ପହଞ୍ଚେ ଆସି ଗୋଟିଏ ଲଫାପା ଆଉ ସେଥିରେ କିଛି ଟଙ୍କା । ଗାଁର ଶେଷ ମୁଣ୍ଡରେ ଥିବା କାହିଁ କେଉଁ କାଳରୁ ଛପର ହୋଇନଥିବା ସେଇ ଘରଟିକୁ । ଯେଉଁ ଘରଟିରେ ହୁଏତ ଦିନର ସୂର୍ଯ୍ୟ କିରଣ ଓ ରାତ୍ରିର ଜହ୍ନ ଆଲୋକ ଅବାଧରେ ପ୍ରବେଶ କରିପାରୁଥିବେ । ହାତରେ ବାଡିଟେ ଧରି ନଇଁ ନଇଁ ସେ ଝାଟିମାଟି ଘରୁ ବାହିରେ ୭୦ କି ୮୦ ବର୍ଷର ବୁଢୀଟେ । ଡାକ ପିଅନ ହାତରୁ ତା’ର ଥରିଲା ଥରିଲା ହାତରେ ନିଏ ସେଇ ଲଫାପାଟିକୁ । ତାପରଠୁ ପୁଣି ଆରମାସର ସେହି ଦିନ ପର୍ଯ୍ୟନ୍ତ ସେ ବୁଢୀଟିକୁ ଦେଖିବାକୁ ମିଳେନି ଘର ଆଗରେ । ମାତ୍ର ସେଦିନ ସେ ବୁଢୀ ଘର ଆଗରେ ଲାଗିଥିଲା ବେଶ୍ ଗହଳି ଚହଳି । ବୁଢି ଶୋଇଥିଲା ନୀରବ ନିଶବ୍ଦ ହୋଇ ଗୋଟିଏ ଖଟିଆ ଉପରେ । ମୁଣ୍ଡରେ ହାତ ଦେଇ ପାଖରେ ଛିଡା ହୋଇଥିଲା ଲୋକଟିଏ । ଲୋକେ କୁହା କୁହି ହେଉଥିଲେ ସେ କାଳେ ସେଇ ବୁଢୀର ପୁଅ ।

ସ୍ୱାମୀ ମଲାପରେ ବୁଢି ସିଲେଇ ମେସିନ୍ ପାଖରେ ରାତି ରାତି ଅନିଦ୍ରା ହୋଇ ପୁଅକୁ ବଡ ମଣିଷ କଲା । ପୁଅକୁ ବିଦେଶ ପଠେଇଲା । ପୁଅ ବିଦେଶ ଗଲା ପରେ ସେଠି ବାହା ହୋଇ ରହିଗଲା ସବୁଦିନ ପାଇଁ । ଆଉ ସେବେଠୁ ପ୍ରତ୍ୟେକ ମାସର ଶେଷରେ ବିଧାବା ମା’ର ଚଳିବା ପାଇଁ ପଠାଉଥିଲା ବାର୍ଦ୍ଧକ୍ୟ ଭତ୍ତା ଆକାରରେ କିଛି ଟଙ୍କା । ଏଥର କିନ୍ତୁ ଆଉ ପଠାଇବାକୁ ପଡିବନି ବିଧବା ମା’ ପାଖକୁ ବାର୍ଦ୍ଧକ୍ୟ ଭତ୍ତା କାରଣ ବୁଢି ତା’କୁ ଏ ଜଞ୍ଜାଳରୁ ସବୁ ଦିନ ପାଇଁ ମୁକ୍ତି କରି ଦେଇ ଶୋଇଯାଇଛି ସବୁଦିନ ପାଇଁ...

ଦିବ୍ୟଜ୍ୟୋତି ମହାନ୍ତି     

ph.no-7377510254

Email-mikunmohanty63@gmail.com


Rate this content
Log in

Similar oriya story from Tragedy