Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପିଲାଦିନ ର ସୁନେଲି ଦିନ
ପିଲାଦିନ ର ସୁନେଲି ଦିନ
★★★★★

© Raja Sekhar CH V

Inspirational

6 Minutes   3.8K    9


Content Ranking

ରଚନା : ଶ୍ରୀ ରାଜଶେଖର ସି 'ଚିମା'

ପ୍ରତି ମନୁଷ୍ୟ ଜୀବନରେ ଅଭୁଲା ଅତୀତ ଥାଏ । ଆଉ ସେଥିରେ ବାଲ୍ୟାବସ୍ଥାର ବିଭିନ୍ନ କଥା ଏକ ଅବିସ୍ମରଣୀୟ ଅନୁଭୂତି । ପିଲାଦିନର ନିଶ୍ଚିନ୍ତ ସମୟ ଆଉ କେବେ ବି ମିଳେନି । କାରଣ ଛୁଆ ଜାଣିଛି ଯେ ତାର ମାତା ପିତା ସବୁ କଥା ବୁଝିବେ । ନା ଧାନ ଉପାର୍ଜନ କରିବାକୁ ହେବ ନା ଘରର କିଛି କାମ କରିବାକୁ ପଡ଼ିବ । କରିବ ତ କେବଳ ଚଗଲାମୀ ଆଉ ଦୁଷ୍ଟାମୀ । ବାପା ମାଙ୍କ ଠାରୁ ମାଡ଼ ଖାଇଲେ ପୁଣି ରୂଷିବାର ଆଉ ଖାଇବା ପାଇଁ ନାଟ । ବଡ଼ ହେଲା ପରେ ଜଣା ପଡ଼େ କେତେ ଅବୁଝା ଥିଲି ମୁଁ । ଯେତେ କଷ୍ଟ ହେଲେ ବି ମାତା ପିତା ସବୁ କିଛି ସହନ୍ତି । ମାତା ପିତା ସନ୍ତାନ ପାଇଁ ସର୍ବଦା ପ୍ରଥମ ଗୁରୁଜନ ।

ସମସ୍ତଙ୍କ ଜୀବନରେ ଛାତ୍ର ସମୟ ଏକ ବର୍ଣ୍ଣନାତୀତ ସମୟ । ନିତିଦିନ ବିଦ୍ୟାଳୟ ଯାଇ, ସାଙ୍ଗ ସହପାଠୀଙ୍କ ସହ ଗପ କରିବାର ସେହି ସୁନେଲି ଦିନ ଆଉ ଫେରି ଆସିବନୀ । ବିଦ୍ୟାଳୟରେ ପୁଣି ଗୁରୁଜନଙ୍କ ଶିକ୍ଷା ସବୁଦିନେ ଯେ ମାନେରହିବ । ମୋ ପିଲା ଦିନ ସବୁ କଟିଛି ଭୁବନେଶ୍ୱରରେ ୧୯୮୦ ମସିହାରୁ । ଗୋଟିଏ ବିଦ୍ୟାଳୟରେ ମୋରୋ ୧୪ ବର୍ଷ କାଟିଲା । ମୁଁ ନିଜକୁ ଭାଗ୍ୟବାନ ମନେ କରେ ଯେ ମୋ ଗୁରୁଜନ ମାନେ ବହୁତ ସାହାଯ୍ୟ କରିଲେ ପାଠ ପଢ଼େଇବାରେ । କାରଣ ଏମିତି ବି ସମୟ ଥିଲା ଯେ ମୁଁ ଅଙ୍କ ପାଠ ବୁଝି ପାରୁ ନା ଥାଏ । ଦୁଇ ଜଣ ଆଦରଣୀୟ ଶିକ୍ଷୟିତ୍ରୀ "ଶ୍ରୀମତୀ ସଂଯୁକ୍ତା ମହାନ୍ତି" ଏବଂ "ଶ୍ରୀମତୀ ଅପର୍ଣ୍ଣା ରାୟ" ଙ୍କ ପ୍ରଭାବ ବହୁତ ପଡ଼ିଲା। ମୋତେ ଉଭୟ ପୂଜନୀୟ ଶିକ୍ଷୟିତ୍ରୀ ମାନେ ସବୁବେଳେ ଯେତେଥର ସନ୍ଦେହ ହେଲେ ବି ପ୍ରାଥମିକ ଅର୍ଥ କୁ ବୁଝାଉ ଥିଲେ । ମୁଁ ଜୀବନ ସାରା ତାଙ୍କର ଏହି ଅମୁଲ୍ୟ ଅବଦାନ ହେତୁ କୃତଜ୍ଞ ହୋଇରହିବି । ଇଂରାଜୀ ଭାଷାର ଶିକ୍ଷୟିତ୍ରୀ "ଶ୍ରୀମତୀ ଅନ୍ନପୂର୍ଣ୍ଣା ପଣ୍ଡା" ଆମକୁ ତିନି ବର୍ଷ ଇଂରାଜୀ ପଢ଼େଇଥିଲେ । ତାଙ୍କ ଶିଖେଇବା ପଦ୍ଧତି କେବେ ଭୁଲି ହେବନି । ବ୍ୟାକରଣରେ ଭଲ କରିବାର ଆତ୍ମବିଶ୍ୱାସ କେବେଳ ତାଙ୍କରି ଯୋଗୁଁ ସମ୍ଭବ ହୋଇ ଥିଲା । ବହୁତ ନୀତି କଥା ବି ଶିଖେଇଲେ ଆଉ ସର୍ବଦା କହୁନ୍ତି ଯେ ଶ୍ରେଣୀକକ୍ଷରେ ମନ ଏକାଗ୍ରଚିତ୍ତ କରି ଶୁଣିଲେ ବହୁତ କିଛି ପାଠ ମାନେରହିବ ଆଉ ନିୟମିତ ଭାବେ ପାଠ ପଢ଼ିବା ଛାତ୍ର ଜୀବନରେ ବହୁତ ଆବଶ୍ୟକ ଅନିବାର୍ଯ୍ୟ । ବୁଝାଉ ଥିଲେ ଯେ ବାପା ମାଆ କେତେ କଷ୍ଟ କରି ଆମକୁ ପାଠଶାଲା କୁ ପଠାଉ ଛନ୍ତି ପାଠ ପଢ଼ିବା ପାଇଁ । ଆଉ ଦୁଇ ଜଣ ଇଂରାଜୀ ଶିକ୍ଷୟିତ୍ରୀଙ୍କ ବହୁତ ଭଲ ପ୍ରଭାବ ଥିଲା ମୋ ଆତ୍ମବିଶ୍ୱାସ ଉପରେ । ସେମାନେ ହେଲେ "ଶ୍ରୀମତୀ ଶ୍ୱେତପଦ୍ମାରଥ" ଏବଂ "ଶ୍ରୀମତୀ ମମତା ବାନାର୍ଜୀ" । ଆଉ ପୁଣି ଆମ ଇତିହାସ ଶିକ୍ଷକ "ଶ୍ରୀ ସତ୍ୟନାରାୟଣ ହୋତା" ଆମକୁ ଇତିହାସ ବିଷୟ ଏକ ଗଳ୍ପ ଭାବେ ବୁଝାଉ ଥିଲେ । ତାହା ଏବେ ବୁ ଆମ ସାଙ୍ଗ ସମୂହରେ ଚର୍ଚ୍ଚାର ବିଷୟ । ଆମ ହିନ୍ଦୀ ଭାଷାର ଶିକ୍ଷୟିତ୍ରୀ " ଶ୍ରୀମତୀ ଶହବାନୁ ଆଜିମ" ଏବଂ "ଶ୍ରୀମତୀ ନୀଳିମା କୁମାର" ଙ୍କ ପ୍ରେରଣାଦାୟକ ପାଠ ସବୁ ବେଳେ ଯେ ମନେରହିବ । ବ୍ୟାକରଣରେ "ଅଳଙ୍କାର" ପାଠ୍ୟବିଷୟ କୁ ଶ୍ରୀମତୀ ଆଜିମ ଏତେୟା ଭଲ ଭାବେ ଆମକୁ ବୋଧନ କରି ଥିଲେ ଯେ ପଚିଶ ବର୍ଷ ପରେ ବି ଆମକୁ ମନେ ଯେ ଅଛି । ଆଉ ଶ୍ରୀମତୀ ନୀଳିମା ଙ୍କ କବିତା ବୁଝେଇବା ଶୈଳୀ ଏତେୟା ଭଲ ଥିଲା ଯେ ମୁଁ ବିଦ୍ୟାର୍ଥୀ ଜୀବନରେ କିଛି କବିତା ଲେଖିବାର ସାହସ କରି ପାରିଥିଲି । ଏମିତି ଅନେକ ଅନେକ ଭଲ କଥା ଅଛି ନିଜ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଷୟରେ ଯାହା ମୁଁ ପିଲା ଦିନରେ ଅନୁଭବ କରିଥିଲି । ଯେହେତୁ ପ୍ରତିଦିନ ୭ ଘଣ୍ଟା ଲେଖାଏ ୧୪ ବର୍ଷ ପର୍ଯ୍ୟନ୍ତ ଦେଖିବା ଯୋଗୁଁ ତାଙ୍କ ସହ ପ୍ରତ୍ୟକ୍ଷ ପରୋକ୍ଷ ସମୟ ସ୍ନେହ ସର୍ବଦାରହିବ । ତାଙ୍କ ସ୍ଥାନ ମୋ ଜୀବନରେ "ସେଲେବ୍ରିଟୀ" ବା "ସୁପ୍ରସିଦ୍ଧ ବ୍ୟକ୍ତି" ।

ଏବେ ମୁଁ ଜଣେଇବାକୁ ଚାହୁଁଛି ପିଲାଦିନ ସାଙ୍ଗ ମାନଙ୍କ ବିଷୟରେ। କେତେ ସାଙ୍ଗ ଯେ ଆସିଲେ ଆଉ ପଳେଇଲେ । କିନ୍ତୁ ଆମର ଗୋଟାଏ ସାଙ୍ଗ ସମୂହ ଥିଲା ଯୋଉ ମାନେ ୧୦ ବର୍ଷ ମିଶିକି ପଢ଼ିଲୁ । ପ୍ରତି ଦିନ ହାସ୍ୟଗଳ୍ପ ,ପିଲାଳିଆ ବାଦ ବିବାଦ, ରାଗିବା, ବଡିଆପିଟା , କଲମର ନୀଳ ସ୍ୟାହି କୁ ଧଳା କୁର୍ତ୍ତା ଉପରେ ପକେଇ ପକେଇ ଯୋଉ ନିତିଦିନ ହୋଲି !! । ମିତ୍ରଙ୍କ ସହ ବିରତି ସମୟରେ ଖାଇବା ପିଇବା ସବୁ ବେଳେ ମନେ ପଡ଼େ । କାହାଘରୁ କଣ ଖାଇବାକୁ ଆସିଛି, ତାହା ଚିନ୍ତାରହୁ ଥାଏ । ଆଉ ମିଳି ମିଶି ଭାଗ କରି ଯାହା ଖାଇ ଆନନ୍ଦ ଉପଭୋଗ କରୁଥିଲୁ, ତାହା ଆଜି ଆଉ ମିଳିବନି । ତାଙ୍କ ସହ ନିଜ ମନର ବୁଝା ଅବୁଝା କଥା ଜଣାଇବାର ସମୟ ଏକ ସୁନ୍ଦର ସମୟ ।

ଆଉ ସବୁଠୁ ବେଶୀ ଖୁସି ଦିଏରବିବାର କୁରବିବାର ଛୁଟି । ୧୯୮୦ ରୁ ୧୯୯୦ ମସିହା ପର୍ଯ୍ୟନ୍ତ କେବଳ ଦୂରଦର୍ଶନ ଥିଲା ।ରବିବାର ସକାଳରରଙ୍ଗୋଲି ହିନ୍ଦୀ ଚିତ୍ର ଗୀତର କାର୍ଯ୍ୟକ୍ରମ, ରାମାୟଣ, ମହାଭାରତ , ବିକ୍ରମ ବେତାଳ, କାଠସଗର୍ଵ, ଶରଦ ଶଶି, ଓଡ଼ିଆ ଚିତ୍ରଗୀତି, ଆକାଶବାଣୀର ଗୀତ କାର୍ଯ୍ୟକ୍ରମର ମଜା ଆଜି ଆଉ ମିଳୁନି । ପିଲା ଦିନେ ମୁଁ ତେଲୁଗୁ ,ଓଡ଼ିଆ ଇଂରାଜୀ , ହିନ୍ଦୀ ଭାଷା ଉପରେ ଧାରଣା ଶକ୍ତି ଦୂରଦର୍ଶନର ସମ୍ବାଦ ଉପସ୍ଥାପକ ଙ୍କ ଠାରୁ ସମ୍ବାଦ ଶୁଣି ଶୁଣି ଅର୍ଜନ କରିଲି । କୋଡ଼ିଏ ନିମିଷର ସେହି ଦୈନନ୍ଦିନ ବାର୍ତ୍ତା ବିବରଣୀ କେବେ ବି ଭୁଲି ହେବନି । ଏବେ ତ କୌଣସି ବାର୍ତ୍ତା ଟିଭି ଚାଁନେଲ ଦେଖିବାର ଇଛା ହିଁ ନାହିଁ କାରଣ ସବୁ ପ୍ରସ୍ତୁତି ମିଥ୍ୟା ଆଉ ଅଭିନୟ । ପୁଣି ଆମେ ଖରାବେଳର ଛୁଟି ଦିନରେ ବିଶାଖାପାଟଣା,ପାର୍ବତୀପୁରମ ଯାଉ ଥିଲୁ । ବିଶାଖାପାଟଣାରେ ମୋ ଅଜା ଆଇରହୁ ଥିଲେ । ମୋର ଆଠ ଜଣ ମାମୁଁଙ୍କ ପୁଅ (ଭାଇ) ବା ଝିଅ (ଭଉଣୀ) ସବୁ ମିଶିକି ପନ୍ଦର ରୁ ବେଶୀ ପିଲାର ଗହଳି ପୁରା ଘରରେ । ଯାହା ତ ଉତ୍ପାତ କହି ହେବନି !! ଆଉ ସମସ୍ତେ ମିଶିକି ଗୋଟାଏ ଧାଡ଼ିରେ ବସି ଖାଉଥିଲୁ । ଆଈ ଙ୍କରନ୍ଧନ ସବୁ ଦିନ ମଜା ଦେଉ ଥିଲା । ଆଈଙ୍କ ସ୍ନେହ ମମତା ଅତୁଳନୀୟ । ମୋତେ ଏବେ ବି ମନେ ପଡ଼େ ମିଠା ପାନୀୟ ବୋତଲ ତାଙ୍କ ପାଇଁ ଅଣ ହେଲେ , ଆମେ ସବୁ ଭାଇ ଭଉଣୀ ମିଶିକି ତାଙ୍କୁ ଘେରି ଟିକେ ଟିକେ କିଛି ଟୋପାଏ ପିଇକି ଖୁସି ଅନୁଭବ କରୁଥିଲୁ । ନିଃସ୍ୱାର୍ଥ ମନରେ ମାତାମହୀ ସବୁ କିଛି ଦେଉଥିଲେ । ଭୋର ଭୋର ଚାରିଟାରେ ନିଦ ରୁ ଉଠି ଏତେ ବଡ଼ ପରିବାର ପାଇଁ ରୋଷେଇ ଘର କାମ କରୁଥିଲେ । ପୁଣି ଆମ ପାଇଁ ଅଳ୍ପାହାର, ଜଳଖିଆ, ପିଠା, ମିଠା, ଆଚାର ଇତ୍ୟାଦି ନିରନ୍ତର ରାନ୍ଧୁଥିଲେ । ତାଙ୍କ ରୋଷେଇ ଘରର ପାତ୍ର ଏକ ଅକ୍ଷୟପାତ୍ର । ମୋ ଅଜାଙ୍କୁ ବହୁ ସହରବାସୀ ଜାଣିଥାନ୍ତି । ତାଙ୍କଠାରୁ କିଛି ବିଚାର ବିମର୍ଶ ଲାଗି ସବୁ ଦିନ ଘରକୁ ଆସୁଥିଲେ । ଆଉ ଏତେ ବ୍ୟସ୍ତ ସମୟରେ ବି ଅଜା ଆମକୁ କାହାଣୀ ଶୁଣାଉ ଥିଲେ । ଆଉ ମୁଁ ଯେବେ ବି ଅଜା ଆଈଙ୍କ ଚରଣସ୍ପର୍ଶ କରୁଥିଲି, ମୋ ଆଈ ସମସ୍ତଙ୍କୁ କହୁ ଥାନ୍ତି ଯେ ମୋ ନାତି ଏହି ସଂସ୍କାର ଓଡିଶା ରୁ ଶିଖିଛି । ଏହା ଓଡ଼ିଶାରେ ଛୋଟମାନଙ୍କର ବଡ଼ଙ୍କ ଆଦର ପ୍ରକଟ କରିବାର ପଦ୍ଧତି । ଉଭୟ ଅଜା ଆଈ ଯେଉଁଠି ବି ଅଛନ୍ତି , ତାଙ୍କର ଆଶୀର୍ବାଦ ସଦା ମୋ ସହିତ ଅଛି ।

ଆଉ ଜେଜେମା ଜେଜେବାପାଙ୍କ ସହ ପିଲା ଦିନ ଛୁଟି ବେଳେ ବିଜୟନଗରମ ପାଖ ସହର ପାର୍ବତୀପୁରମରେ କାଟୁଥିଲା । ଜେଜେମାଙ୍କ ସ୍ନେହ ଅମିତ ଥିଲା । ତାଙ୍କ ସହ ମୁଁ କିଛି କଳା ଧଳା କଥାଚିତ୍ର ପ୍ରେକ୍ଷାଳୟରେ ଦେଖିବାକୁ ଯାଉଥିଲି । ସବୁଠାରୁ ବେଶୀ ମନେ ପଡ଼େ ତାଙ୍କ ଘର ଦୁଆର ଆଗରେ ଥିବା ପିଇବା ପାଣି ହେତୁ ସର୍ବସାଧାରଣ ନଳର ବ୍ୟବହାର । ପାଣି ସକାଳେ ଏକ ନିର୍ଦ୍ଦିଷ୍ଟ ସମୟରେ ଆସୁଥାଏ । ଆଖପାଖ ଘରର ମହିଳା ମନେ ମାଠିଆ ଧରି ପାଣି ପାଇଁ ଧାଡ଼ିରେ ଠିଆ ହୁଅନ୍ତି । ସେଥିରେ ପୁଣି କିଛି ମହିଳା ମନେ ମାଠିଆ ବାଡେଇ ବାଡେଇ ଯାହା ଝଗଡା ବାଦ ବିବାଦ କରନ୍ତି, ତାହା ମୁଁ ଦେଖି ଦେଖି ହସୁ ଥାଏ । କାରଣ ମୋତେ ଏହା ନୂଆ ନୂଆ ଲାଗୁଥିଲା । ଦାନ୍ତ ବି ନା ଘଷି ଦେଖୁଥିଲି ଏହି ହାସ୍ୟଭରା ଦୃଶ୍ୟ !!

ଛୁଟି ସାରିକି ପୁଣି ଭୁବନେଶ୍ୱର ଆସିଲା ବେଳକୁ କିଛି ଦିନ କଷ୍ଟ ହୋଉ ଥାଏ । ଆଉ ଏହି ସବୁ ଛୁଟିଦିନର କଥା ବିଦ୍ୟାଳୟରେ ମୋ ସାଙ୍ଗ ମାନଙ୍କୁ ଶୁଣାଉଥାଏ।

ଏମିତି ପିଲାଦିନର ବହୁତ ସୁନେଲି କଥା ଅଛି ଜଣେଇ ବାକୁ ଯାହା ଏହି ଗଳ୍ପରେ ଜଣେଇବା ସମ୍ଭବ ନାହିଁ । ପିଲା ଦିନର କଥା ଏକ ମଧୁର ସୁମଧୁର ଅନୁଭୂତି ଯାହା କେବଳ ସ୍ମୃତିରେ ଚିରଦିନ ଚିରହରିତ ହୋଇ ଜୀବନରେ ମନେରହିବ ।

ନୀତି ଶିକ୍ଷା : ନିଜ ମାତା ପିତାଙ୍କୁ, ପିଲା ଦିନର ସାଙ୍ଗ ମାନଙ୍କୁ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ, ଜେଜେ ଜେଜେମା , ଅଜା ଆଈ ଙ୍କୁ , ଭାଇ ଭଉଣୀଙ୍କୁ ଆଉ ଅନ୍ୟ ଗୁରୁଜନଙ୍କୁ କେବେ ଭୁଲି ବେନି । କାରଣ ବାଲ୍ୟକାଳରେ ତାଙ୍କ ଠାରୁ ମିଳି ଥିବା ସଂସ୍କାର, ବ୍ୟବହାର,ଅଭ୍ୟାସ ଓ ସ୍ୱଭାବର ଭଲ ପ୍ରଭାବ ଜୀବନ ପର୍ଯ୍ୟନ୍ତ ଥାଏ |

ବାଲ୍ୟାବସ୍ଥା ଦୂରଦର୍ଶନ ଜେଜେମା

Rate the content


Originality
Flow
Language
Cover design

Comments

Post

Some text some message..