Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

3  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ବୁଝିବିଚାରିକାମକଲେପ୍ରମାଦନପଡ଼ଇ ଭଲେ

ବୁଝିବିଚାରିକାମକଲେପ୍ରମାଦନପଡ଼ଇ ଭଲେ

3 mins
7.4K


ଶ୍ରୀମତୀ ଲୀନା ମିଶ୍ର

ଏକ ଗ୍ରାମରେ ଦୁଇଟି ସାଙ୍ଗ ରହୁଥିଲେ l ଜଣକ ନାମ ରାମ ଓ ଅନ୍ୟ ଜଣକ ନାମ ଶ୍ୟାମ l ରାମ ଓ ଶ୍ୟାମ ଦୁହେଁ ମିଶି ଏକ ବ୍ୟବସାୟ କରୁଥିଲେ l ରାମ ଭାରି ଲୋଭୀ l ଗରାଖ ମାନଙ୍କୁ ବହୁତ ଠକୁଥାଏ l ସବୁ ଜିନିଷର ଦର ଅଧିକା ଅଧିକା କରି ଲୋକଙ୍କୁ କହିତାଏ l ଶ୍ୟାମ କିନ୍ତୁ ସବୁବେଳେ ସତ୍ କର୍ମ କରୁଥାଏ l କାହାକୁ ଠକିବାକୁ ସେ ଭଲ ପାଉନଥାଏ l ଶ୍ୟାମର ସତ୍ ଗୁଣ ଯୋଗୁଁ ଗରାଖ ତାଙ୍କ ଦୋକାନକୁ ବହୁତ ଯାଉଥାନ୍ତି l ବଟ କରା ଭୁଲ୍ କରି ଗରାଖଙ୍କୁ ରାମ ସଉଦା ଦେଉଥାଏ l ଗରାଖ କିଛି କହିଲେ ସେ କହେ ଆରେ ନେଲେ ନିଅ ନହେଲେ ନାହିଁ l ତୁମେ କ’ଣ ଏକୁଟିଆ ମୋ ଦୋକାନକୁ ଆସୁଛ କେତେ ଗରାଖ ଏମିତି ଆସୁଛନ୍ତି l ସେମାନେ କିଛି କହୁନାହାନ୍ତି l ତୁମେ କାହିଁକି ଆମକୁ ଏତେ କଥା କହୁଛ ? ଆମକୁ ବଦ୍ ନାମ କରୁଛ l ଗରାଖ କିଛି ନକହି ଚୁପ୍ ଚାପ୍ ଚାଲିଯାଆନ୍ତି l ଗାଁରେ ସମସ୍ତେ ଏମାନଙ୍କ ବ୍ୟବସାୟକୁ ନେଇ ଟୁପୁରୁ ଟାପୁରୁ ହୁଅନ୍ତି l

ଥରେ ଶ୍ୟାମର କାନରେ ଏକଥା ପଡ଼ିଲା l ଶ୍ୟାମ ରାମକୁ କହିଲା ସାଙ୍ଗ ଦେଖ l କାହାକୁ ଠକିବା ଭଲ ଉଦ୍ଧେଶ୍ୟ ନୁହେଁ l ସବୁବେଳେ ଠକିଲେ କେବେ ହେଲେ ମଧ୍ୟ ଧାରା ପଡ଼ିବ l ବ୍ୟବସାୟ ଯେମିତି ଭଲରେ ଚାଲିବ ସେକଥା ଚିନ୍ତା କର l ଅଧର୍ମଟା କେତେ ଦିନ ? ରାମ ଏସବୁକୁ ଖାତିରି କରେ ନାହିଁ l ଦି ପଇସା ପାଇଁ ଆମେ ଖଟୁଛେ କିଛି ଠକିବାନି ତ କେମିତି ଚଳିବା l ଆମ ସଂସାର କେମିତି ଚାଲିବ l ଏହାକୁ ସେ ମନରେ ସବୁବେଳେ ଭାବୁଥାଏ l ଏମିତି ବ୍ୟବସାୟ ଭିତରେ ଶ୍ୟାମ ରାମ ଉପରେ ରାଗିଲା ଓ ବ୍ୟବସାୟ ଅଲଗା ଅଲଗା ହୋଇଗଲା l ଶ୍ୟାମ ପାଖକୁ ବହୁତ ଗରାଖ ଯାଉଥାନ୍ତି l ତା’ର ବ୍ୟବସାୟ ଭଲ ଚାଲିଥାଏ l ରାମ କିନ୍ତୁ ଶ୍ୟାମ ବିରୁଦ୍ଧରେ କେତେ ଖଳ ପ୍ରକୃତିର ଲୋକଙ୍କୁ ଧରି ଗୁଲି ଗପ କରୁଥାଏ l କେତେ ଖଳ ପ୍ରକୃତିର ଲୋକ ତା’ ପାଖକୁ ଜିନିଷ କିଣିବାକୁ ଆସନ୍ତି l ରାମ, ଶ୍ୟାମକୁ ବହୁତ ହଇରାଣ କରୁଥାଏ l ଶ୍ୟାମ ତ ଉତ୍ତମ ପ୍ରକୃତିର ମଣିଷ, ତେଣୁ ସାଙ୍ଗ ଭାବି ସେ ସବୁ ସହି ଯାଉଥାଏ l ଶ୍ୟାମ ପାଖକୁ ଏତେ ଗରାଖ ଆସିବାଟା ରାମକୁ ବହୁତ ବାଧୁଥାଏ l ହେଲେ ସେ କରିବ କ’ଣ ତେଣୁ ରାମ ପାଖକୁ ଆସୁଥିବା ଲୋକଙ୍କୁ ବି ସେ ବହୁତ ହଇରାଣ କରୁଥାଏ l ବହୁତ କଷ୍ଟ ପାଇଲା ପରେ ଶ୍ୟାମ ଥରେ ଚିନ୍ତା କଲା ଆରେ ନିଜେ ଜାଣୁନାହିଁ ଲୋକଙ୍କୁ କାହିଁକି ଠକିବି ? ସଚେତନ ହେଉନାହିଁ l ବାରମ୍ବାର ମୋତେ କଷ୍ଟ ଦେଇ ଚାଲିଛି l ମୋତେ ତ ମୋତେ ତ ଯାହା କଷ୍ଟ ଦେଉଛି ପୁଣି ମୋର ଗରାଖକୁ ବି ବହୁତ କଷ୍ଟ ଦେଉଛି l ହାଉ ଆଉ ବହୁତ ଖଳ ପ୍ରକୃତି ଦେଖାଇଲେ ତାକୁ ଥରେ ପାନେ ଦେବି l ଆଉ ଜୀବନସାରା ପୁଅ ଏମିତି କରିବ ନାହିଁ l

ଦିନେ ଶ୍ୟାମ ପୋଲିସ୍ ପାଖକୁ ଯାଇ ରାମ ବିଷୟରେ ସବୁ କହିଥିଲା l ପୋଲିସ୍ କହିଲେ ହଉ ତୁମେ ଯାଅ ଯେତେବେଳେ ଅସୁବିଧା ହେବ ମୋତେ ଜଣାଇବ, ମୁଁ ସବୁ ଠିକ୍ କରିଦେବି l ରାମ ବଟକରା ଠିକ୍ ନକରି କମ୍ କରି ଲୋକଙ୍କୁ ଦେଇଦିଏ l ଥରେ ଜଣେ ଗରାଖ ରାମକୁ କହିଲେ, ଭାଇ ମୋତେ ଯେଉଁ ସଉଦା ଦେଉଛ ତା’ର ପରିମାଣ କମ୍ ଅଛି l ରାମ ରାଗିଗଲା କହିଲା ନେବ ଯଦି ନିଅ, ନହେଲେ ଥୋଇଦିଅ l ଗରାଖ ଜଣଙ୍କ ଜିନିଷ ନେଇ ଶ୍ୟାମ ଦୋକାନକୁ ଗଲେ ସେଠି ତଉଲି ଦେଖିଲେ, ଜିନିଷ କମ୍ ଅଛି l ସଙ୍ଗେ ସଙ୍ଗେ ଶ୍ୟାମ ଯାଇ ପୋଲିସ୍ କୁ ଜଣାଇଲେ l ପୋଲିସ୍ ଆସି ରାମକୁ ବହୁତ ଧମକ ଦେଲେ ଓ ବାନ୍ଧିନେଲେ l ଶ୍ୟାମ ରାମକୁ ବୁଝାଇଲେ ଆରେ ସାଙ୍ଗ ; ମୁଁ ତୋର ଅନିଷ୍ଟ ଚିନ୍ତା କରୁନାହିଁ l ତୋତେ ଜ୍ଞାନ ଦେବା ପାଇଁ ପାଇଁ ମୁ ଏସବୁ ସୃଷ୍ଟି କରିଛି l ତୁ ଯଦି ଲୋକଙ୍କୁ ଠକି ନଥାନ୍ତୁ ତା’ ହେଲେ ମୋ ପରି ତୋ ପାଖକୁ ବହୁତ ଗରାଖ ଯାଇଥାନ୍ତେ l ସତ୍ କର୍ମ କାଲେ ସତ୍ ଫଳ ମିଳେ l ଠକିଲେ ଦିନେ ନା ଦିନେ ଦଣ୍ଡ ପାଇବ l ସମୟକୁ ଚାହିଁ ସୁଧୁରିଯା ଭାଇ ନହେଲେ ପଛେ ବହୁତ ପସ୍ତାଇବୁ l କଥାରେ ଅଛି ‘’ବୁଝି ବିଚାରି କାମ କାଲେ ପ୍ରମାଦ ନ ପଡ଼ଇ ଭଲେ ‘’ l ସବୁବେଲେ ଚାରି ଆଡ଼କୁ ଚାହିଁ , ଚିନ୍ତା କରି ସବୁ କାମ କରିବୁ l ରାମ ନିଜର ଭୁଲ୍ ବୁଝିପାରିଲା l ରାମ ଓ ଶ୍ୟାମ ମିଶି କରି ବ୍ୟବସାୟ ଚାଲୁ ରଖିଲେ l


Rate this content
Log in

Similar oriya story from Children