ଚୁଡାନ୍ତ ନିଷ୍ପତ୍ତି
ଚୁଡାନ୍ତ ନିଷ୍ପତ୍ତି
ଚୁଡାନ୍ତ ନିଷ୍ପତ୍ତି
ଆଜିଥିଲା ଫାଇନାଲ୍ । ମୋ' ବିଚକ୍ଷଣ ଓକିଲଙ୍କ ପ୍ରତି ଢେର୍ ଭରସା ଥିଲା ମୋର । ସମୟରେ କୋର୍ଟ ଗଲି । ସୌମ୍ୟା ପଂହଚିସାରିଥିଲା ଦଳବଳ ନେଇ । ଅନେକ ବିମର୍ଷ ପରେ କଥା ଛିଡିଲା । କିଛି ମୁଁ ମାନିନେଲି, କିଛି ସୌମ୍ୟା । ଉଭୟପକ୍ଷ ବଂଧୁ ସହୋଦର ବେଶ୍ ପ୍ରସନ୍ନ ଜଣାପଡୁଥିଲେ ଯେ ଶେଷକୁ ଗୋଟେ ଝାମେଲାର ପରିସମାପ୍ତି ଘଟିଲା । ଆଜି ଆମେ ଦୁହେଁ ଆନୁଷ୍ଠାନିକ ଭାବେ ଅଲଗା ହେବାର ସୀକୃତି ପାଇଯାଇଥିଲୁ ।
ଫେରୁଫେରୁ ସୌମ୍ୟା ଆଡକୁ ଚାହିଁଲି । ଚାହିଁଲି କ'ଣ, ଚାହିଁବାକୁ ମନହେଲା । ସେ ବି ସଭିଙ୍କୁ ଉହାଡ଼ କରି ମୋତେ ଦେଖୁଥିଲା ବୋଧେ ।
ସମସ୍ତିଙ୍କ ପ୍ରଶ୍ନୋତ୍ତର ଦେଇଦେଇ ବେଶ୍ ଥକିସାରିଥିଲି ମୁଁ । ଅସାଢ ଦେହଟାକୁ ଅସଜଡା ବିଛଣାରେ ଫୋପାଡିଲା ବେଳେ, ଲାଗିଲା ଯେମିତି ଅଧêଆ ବେଡ଼ସିଟ୍ ଆଉ ତକିଆ ଦୁହେଁ ବିଦ୍ରୋହ କରିଦେଇଛନ୍ତି ।
ମୋତେ ଏକାକି ମୁଣ୍ଡଗୁଞିବାକୁ ସେମାନଙ୍କ କୋଳ ପ୍ରସ୍ତୁତ ନାହିଁ କହି ପ୍ରତିବାଦ କରୁଛନ୍ତି ।
ସୌମ୍ୟା ତ ଗଲାଣି ଢେର୍ ଦିନରୁ । ମୁଁ ଏତେ ଭାବପ୍ରବଣ ହେବା ଅନୁଚିତ ଭାବି ନିଜକୁ ବୁଝାଇଲି।
ଜୋର୍ କରି ବିଛଣାରେ ମୁହଁ ମାଡ଼ି ପଡିରହିଲି ।
କଡ ଲେଉଟାନ୍ତେ ପଂଖା ପବନରେ କେଉଁଆଡୁ ଲମ୍ବାବାଳଟିଏ ଆସି ମୋ ମୁହଁରେ ଛନ୍ଦି ହେବାରେ ଲାଗିଲା । ମୁଁ ନିଶ୍ଚିତଥିଲି ୟେ' ସୌମ୍ୟାର ।
( ତା' ଯିବାପରଠୁଁ ନା ଏ ଘରକୁ କିଏ ଆସୁଥିଲେ ନା ମୁଁ ଆସିବାକୁ ଦେଉଥିଲି )