Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Tragedy

3  

Satyabati Swain

Tragedy

ନଷ୍ଟ ଚରିତ୍ରା

ନଷ୍ଟ ଚରିତ୍ରା

7 mins
224



ଲୋକେ ଛି ଛାକର କରୁଥିଲେ ମାଳିନୀକୁ । ଗେରସ୍ତକୁ ଖାଇଲା । ବିଚରା କିଶନ୍ ମୁଣ୍ଡେଇ ଥିଲା । ନିଜେ ନଖାଇ ଭଲ ଖୁଆଉଥିଲା ଓ ସଜ କରୁଥିଲା । ଯାହା ରୋଜଗାର କରୁଥିଲା ସବୁ ଉଡଉଥିଲା ତାରି ପଛରେ । ଆଜି ସିନେମା,କାଲି ପୁରୀ,ପହରଦିନ ଛତିଆ ବୁଲେଇ ନେଉଥିଲା । ମଜୁରିଆ ଟିଏ ସିନା;ମନଟା ରାଜା ପରି । ସନ୍ଧ୍ୟାରେ କାମ ସାରି ଫେରିଲା ବେଳକୁ ବରା, ପିଆଜି,ଦୋଷା କି ଚିକେନ୍ ବିରିଆନି ଆଣିଥିବା ଥୟ । ମାଳିନୀ ଆଇଁଷ ପ୍ରିୟ ବୋଲି ପଙ୍କ ଚିପି ଚିପି ଆଣିଥିବ ଚେଙ୍ଗ, ତୋରି, ରତା କି ମାଗୁର । ଯେମିତି ଖୁଆଉଥିଲା,ସେମିତି ପିନ୍ଧାଉଥିଲା ଓ ସଅକରେ ରଖିଥିଲା ରାଣୀ ପରି ।


         ଅଥଚ ଛତର ଖାଇକି ଦେଖ କିଶନ୍ ମରିବା ମାସ କେଇଟା ଯାଇନି ୟା ତା ସାଙ୍ଗରେ ଥେଇ ଥେଇ ହେଲାଣି । ଧରମ ସହିବ;ବିଧବା ହୋଇ ଯେଉଁ ଖଞ୍ଜରେ ସଜେଇ ହେଉଛି । ଚୁମ୍ବକ ପରି ଟାଣୁଛି ତ ଟୋକାଙ୍କୁ । ରାତିକେ ହାତୀଏ ରୋଜଗାର କରୁଛି ଦେହ ବିକି । କଣ କହିବି ଏମିତି ବଜ୍ଜାତ ସ୍ତ୍ରୀ ଲୋକଙ୍କୁ । ନାରୀ ମାନଙ୍କ କଳଙ୍କ । ଏମିତି କେଇଟାଙ୍କ ପାଇଁ ସମଗ୍ର ନାରୀ ଜାତି କଳଙ୍କିତ । ଏପରି ସ୍ତ୍ରୀ ଲୋକଙ୍କୁ ବାଡେଇ ବାଡେଇ ବିଚ୍ ବଜାରରେ ମାରିବା ଉଚିତ । ଛି ଛି ।


        ମାଳିନୀ ନାଁରେ ଏମିତି କେତେ ଆଜେ ବାଜେ କଥା ଶୁଣି ମୋତେ ଭଲ ଲାଗୁନଥିଲା । ଭଲ ଲାଗୁ ନଥିଲା ଏଇଥିପାଇଁ ଯେ ମୁଁ ଯେତିକି ଜାଣିଥିଲି ମାଳିନୀ ସେମିତି ପିଲା ନ ଥିଲା । ଏଣୁ ମୋ ମନ ସ୍ୱୀକୃତି ଦେଉ ନଥିଲା ଲୋକେ ଯାହା କହୁଛନ୍ତି ସତ ବୋଲି । ଏଣୁ ଭାରି ଖୋଜୁଥିଲି ମନେ ମନେ ତାକୁ । ଦୈବାତ ସାବିତ୍ରୀ ଓଷା ଦିନ ମନ୍ଦିରରେ ତା ସହିତ ମୋର ଦେଖା ହୋଇଗଲା । କହିଥିଲି ରବିବାରିଆ କେତେବେଳେ ମୋତେ ଦେଖା କରିବାକୁ ।


     ସତକୁ ସତ ଆଜି ରବିବାର ସକାଳୁ ସକାଳୁ ମାଳିନୀ ଆସି ହାଜର । ମୁଁ ପିଲାମାନଙ୍କ ସଫା କରୁଥାଏ । ସେ ଆସି ମୋ ହାତରୁ ଛଡେଇ ନେଲା ଲୁଗା ପଟା । ଆପଣ ଯାଆନ୍ତୁ ମୁଁ କାଚି ଦେଉଛି କହି । ଆରେ ନା ନା ତୁ ବଅ ମୁଁ କହିଲି । ସେ ନଛୋଡ ବନ୍ଦା । ଜୋର ଜବରଦସ୍ତ ନେଇ ଲୁଗା କାଚିଲା ଓ ଧୋଇ ଧାଇ ଛାତରେ ଶୁଖାଇ ଦେଲା । ମୁଁ ତାକୁ ଚା ଓ ପରଟା ଦିଟା ଖାଇବାକୁ ଦେଲି । କହିଲି ଆଜି ତୁ ଆମ ଘରେ ଖାଇକି ଯିବୁ । ନାହିଁ ନାହିଁ କରୁଥିଲା । କହିଲା କାହିଁକି ଆସିବାକୁ କହିଥିଲେ ଦିଦି?

     

  ମୁଁ କହିଲି ଏମିତି ଅନେକ ଦିନ ତୋତେ ଦେଖି ନଥିଲି ତ । ତା ଛଡା ରୋଷେଇ ବାସ ସାରେ ଖାଇବା ସରିଲେ କଥା ହେବା । କଣ ଭାବିଲା କେଜାଣି ଗୁମ ହୋଇଗଲା କ୍ଷଣେ । ମୁଁ ରୋଷେଇରେ ବ୍ୟସ୍ତ ରହିଲି । ସେ କି ବସିବା ଲୋକ ! ସେତିକି ସମୟରେ ଘର ସମସ୍ତ ଜିନିଷ ଛାଡି ଝୁଡ଼ି ଦେଲା । ଛାତ ଅଳନ୍ଧୁ ସଫା କଲା । ଚଟାଣ ପୋଛି ଦେଲା ବି । ମୁଁ କହିଲି ବସିବାକୁ ତୋତେ ଭଲ ଲାଗୁନିକି ? ଆସିଲା ପରଠୁ ତୋ ହାତ ତ ଥୟ ହେଉନି ।

 

     ନିଗିଡି ପଡିଲା କେଇ ଠୋପା ଲୁହ ତା ଆଖିରୁ । ସେ ଲୁହ ଢ଼ୋକି କହିଲା"କିଶନ୍ ପା ଦିଦି ମୋତେ ଦିନା କେତେ ଦୋଳିରେ ଝୁଲାଇଥିଲା । ମୋ ଭାଗର ବସିବା,ଖୁସିରେ ରହିବା ଦିନତକ ମୁଁ ବା ଜିଇଁ ସାରିଛି କିଶନ୍ ଥିଲା ବେଳେ । ଆଉ ବସିବା କଣ ବାକି ଅଛି ଏ ଜନମ ପାଇଁ!ଖାଲି ତୁଚ୍ଛା ଶରୀରଟା ବଞ୍ଚିବା ପାଇଁ ଯାହା କିଛି କରୁଛି ନା । ମନ ତ ଜାଳି ପୋଡ଼ି ଯାଇଛି ମଶାଣୀରେ କିଶନ୍ ଦେହ ସାଥିରେ । ସୁଦୁ କାଠ ଏ ଦେହ । ମଲା ଯେ ଦିଦି ମୋତେ ବା ଆହୁରି ଦେଇ ଯାଇଛି ଦିଟା ବଡ଼ ବୋଝ । ପିଲା ଦି ଟା । କିଶନ୍ ମଲା ବେଳକୁ ମୋର ଛଅ ମାସ ଚାଲୁଥିଲା । ପେଟରେ ହାତ ମାରି କେତେ କୁରୁଳୁ ଥିଲା । ତାର ଛୁଆ ହେବ,ତାକୁ ବାପା ଡାକିବ । ବଡ଼ ଇଂଗିଲିସ ସ୍କୁଲରେ ତାକୁ ପାଠ ପଢେଇବ । ମଜୁରିଆ ନୁହେଁ ବାବୁ କରିବ,ବାବୁ । କିନ୍ତୁ ସେ କି ଜାଣିଥିଲା ଛୁଆ ମୁହଁ ଦେଖିବା ତା କପାଳରେ ଷଠିଦୁତି ଲେଖି ନାହିଁ?ତା ମଲାର ତିନି ମାସ ପରେ ମୋର ଯାଆଁଳା ପିଲା ଦିଟା ହେଲେ ଝିଅଟିଏ ଓ ପୁଅଟିଏ । ପୁଅଝିଅ ଦିଟା ଯାକ ଅବିକଳ କିଶନ୍ ପରି । ସେଇ ମୁହଁ,ସେଇ ନାକ,ସେଇ ଆଖି ସେଇ ଶରୀର । ରଙ୍ଗ ଯାହା କେବଳ ମୋରି ଆଣିଛନ୍ତି ଦିଦି" । ଏତକ କହି ସାରିଲା ବେଳକୁ ତା ପିନ୍ଧା ଲୁଗା କାନି ଆଖି ପାଣିରେ ସମ୍ପୂର୍ଣ୍ଣ ଓଦା ।


        ମୋର ରୋଷେଇ ସରି ଯାଇଥିଲା । ମିଷ୍ଟର ବି ସେଭିଂ ହୋଇ ସେଲୁନରୁ ଆସି ଯାଇଥିଲେ । ମାଳିନୀକୁ ଦେଖି ଚକିତ ହୋଇଗଲେ । ଭିତରକୁ ଯାଇ ଚୁପ୍ କି ମୋତେ ଡାକି କହିଲେ ସେଇଟା କାହିଁକି ଆମ ଘରକୁ ଆସିଛି!ବାଜେ ସ୍ତ୍ରୀ ଲୋକଟା । ମୁଁ ମିଷ୍ଟରଙ୍କ ପାଟିରେ ହାତ ଦେଇ କହିଲି ଆସ୍ତେ ମାଳିନୀ କାଳେ ଶୁଣିବ,ମୁଁ ତାକୁ ଡକାଇଛି । ବାବୁ ବିରକ୍ତ ହୋଇ କହିଲେ କାହିଁକି ? ଓହୋ ତୁମେ ଗାଧୋଇ ପାଧୋଇ ଖାଇକି ଶୋଇବ ଯାଅ । ଏତେ କଥାରେ କଣ ମୁଣ୍ଡ ପୁରାଉଛ । ମୁଁ ଦେଖି ପାରୁଥିଲି ମୋ ମିଷ୍ଟରଙ୍କ ଆଖିରେ ଭର୍ତ୍ତି ଘୃଣା ମାଳିନୀ ପାଇଁ ।


    ପିଲା ମାନେ ଓ ମିଷ୍ଟର ଖାଇ ସାରିଲା ପରେ ଆମେ ଦୁହେଁ ଖାଇଲୁ । ମାଳିନୀ କହିଲା କାଇଁକି ଡାକିଥିଲେ ଏ ଯାଏ କହିଲେନି ତ ଦିଦି । କିଛି କାମ ଧନ୍ଦା ଅଛି କି କରିବା ପାଇଁ ? କାମ ପୁଣି ତୁ ମୁଁ କହିଲି ମାଳିନୀ କୁ । ସେ ପୁଣି କାନ୍ଦି ପକାଇ କହିଲା ତୁମ କିଶନ୍ ସିନା ରାଣୀ କରି ରଖିଥିଲା । ଏବେ ତ ଚାକରାଣୀ ପଣକୁ ଯୋଗ୍ୟ ନୁହେଁ ଦିଦି । ବାସନ ମଜାଠୁ ଝାଡା ପରିସ୍ରା ଧୁଆ ଧୋଇ ବି କରୁଛି ଯିଏ ଡାକିଲେ । ଖରା ତରା କାମକୁ ପାରେନି । କିନ୍ତୁ ଘର ଭିତର ସବୁ କାମ ଆସିବ । କିଛି ଦରକାର ହେଲେ ଖବର ଦେବେ ଦିଦି ।

  

      ଆରେ ନାଇଁ ମ । ମୁଁ ସବୁ କାମ ନିଜେ କରି ପାରେ । କୋଢି଼ଆଙ୍କ ପରି ବସି ଖାଇଲେ ଝଡେଇବା ପାଇଁ ପୁଣି କାଳି ଅନ୍ଧାରରୁ ଚାଲେ,ଯୋଗ କର, ଡାଇଟିଙ୍ଗ କର ଇତ୍ୟାଦି କାଇଁ କରିବି । ଏମିତି ଡାକିଥିଲି ନା ।ମାଳିନୀକୁ ଯେଉଁ କଥା ପଚାରିବି ଡାକିଥିଲି ସାହାସ କୁଳେଇଲା ନାହିଁ । କେଜାଣି କଥା ଗୁଡା ତଣ୍ଟି ଭିତରୁ ପଦାକୁ ଆସିବାକୁ ମନ କଲେ ନାହିଁ । ମୋ ହପସପ ଭାଵ ଦେଖି ମାଳିନୀ କହିଲା ମୁଁ ଜାଣିଛି କାଇଁ ଡାକିଥିଲ ଦିଦି । ଏଇ ଯେଉଁ ସମସ୍ତେ କହୁଛନ୍ତି ସେକୁଆଡେ "ରାସ ଲୀଳା" କରୁଛି " ନଷ୍ଟ ଚରିତ୍ରା " ଟା ସେଇ କଥା ତ!

 

   ମୋ ମନ ଭାବନା ଲୁଚେଇ ନ ଜାଣିଲା ପରି କହିଲି ରାସ ଲୀଳା ! ନଷ୍ଟ ଚରିତ୍ରା ! ସେ ପୁଣି କଣ ?


   ମାଳିନୀ ଜ୍ୟୋତିଷ ଜାଣିଲା ପରି କହିଲା" ତୁମ ଆଖି ଓ ହାଵ ଭାବରୁ ପଢି ପାରୁନି କି ଦିଦି ତୁମେ କଣ ଜାଣିବାକୁ ଚାହୁଁଛ ! ଏ ଦୁନିଆଁ ଭାରି ଖରାପ ଦିଦି । ସଜ ମାଛରେ ପୋକ ପକେଇଦେବେ । କିଶନ୍ ମଲା ପରେ ସେ ନିଆଶ୍ରୀ ହୋଇଗଲା । ଏକା ଏକା ପ୍ରସବ ଯନ୍ତ୍ରଣା ଛଟପଟ ହେଲା ଯେ ମେଡ଼ିକାଲ ନେବାକୁ କେହି ନଥିଲେ । ଘର ମାଲିକର ଚାରିମାସ ଭଡା । ତେଜରାତି ଦୋକାନରେ ବାକି । ଏଥିରେ ପୁଣି ତାର ଲୋକ କି ପଇସା ନଥିବାକୁ ଅପେରେସନ୍ ନହେଲେ ପିଲା ଜନ୍ମ ହୋଇ ପାରିବେ ନାହିଁ ବୋଲି ଡାକ୍ତର କହିଦେଲେ । କେହି ତାକୁ ଦୟା କଲେଣି । ତିନି ଦିନ ପ୍ରସବ କଷ୍ଟରେ ଅଧାମରା ହୋଇ ଯାଇଥିଲା ସେ । ଠାକୁର ଡାକ ଶୁଣିଲେ କି କଣ ଦେଉଳି ଗ୍ରାମେଶ୍ୱର ର ମଣ୍ଟୁ ବାବୁ ଯୋଗକୁ ତାଙ୍କ ମାକୁ ନେଇ ମେଡ଼ିକାଲ ଆସିଥିଲେ । ତାକୁ ନିସ୍ତେଜ ଅବସ୍ଥାରେ ପାଖରେ କେହି ନାହିଁ ଦେଖି ନର୍ସକୁ ପଚାରି ବୁଝିଲେ ସବୁ । ତାଙ୍କରି ଦୟାରୁ ଡାକ୍ତର ଅପେରେସନ୍ କଲେ ଓ ତା ରାଜା ରାନୀ ଜନ୍ମ ନେଲେ ।


        ସେବେଠୁ ବାବୁ ପିଲାଙ୍କୁ ଦେଖିବାକୁ ବେଳେ ବେଳେ ଆସନ୍ତି । ଲୋକଙ୍କ ଆଖିରେ ଏ ଯାଏନି । ତାଙ୍କ ସହ ଲଗେଇ ଜୁଟେଇ ଅନେକ କଥା କୁହନ୍ତି । ଥରେ ତାଙ୍କ ସ୍ତ୍ରୀ ନିଜେ ତା ପାଖକୁ ଆସି ଜେଛା ତା ବକି ଦେଇ ଗଲେ । ସେ କୁଆଡେ ଲକ୍ଷହୀରା । ସବୁ ମର୍ଦଙ୍କୁ ଗଦ ଶୁଂଘାଇ ବଶ କରି ରଖିଛି ।


          ସତ କିନ୍ତୁ ଏଇଆ ଯେ ମଣ୍ଟୁ ବାବୁ ଆସିଲାରୁ ବଜାରୀ ଛତରା ଟୋକାଙ୍କ ମନ୍ଦ ଉଦେଶ୍ୟ ପୁରଣ ହୋଇ ପାରୁ ନାହିଁ । ଆଖି ଟେକି ବାବୁଙ୍କ ଭୟରେ କେହି ଅନାଇଁବାକୁ ସାହସ କରନ୍ତିନି । ଜୀଅନ୍ତା ଦି ଗଡ଼ କରିଦେବା ଲୋକ ମଣ୍ଟୁବାବୁ । ଆଉ ସେ ଘର ମାଲିକ ପୁଅ ରାଜା ରାନୀ କୁ ଟିକେ ଭଲ ପାଏ । ଖେଳନା କି ଚକୋଲେଟ ଟିଏ ଦିଏ କେତେବେଳେ । ତା ବୋଲି ତାକୁ କୁଆଡେ ଫୁସୁଲେଇ ତାଠୁ ପଇସା ଝଡେଇ ଅୟସ କରୁଛି । ଗରିବ ସତେଇଶି ବର୍ଷର ସୁନ୍ଦରୀ ବିଧବା ଯୁବତୀ ସେ ଛୋଟ ବା ବଡ଼ ଯେଉଁ ପୁରୁଷ ସହ ସୁବିଧା ଅସୁବିଧାସରେ ଟିକେ କଥା ହେଲେ ବି ସେ କାଳେ ସେମାନଙ୍କୁ ଘରେ ପୁରେଇ ରାସ ଲୀଳା କରୁଛି?


       ଏତବେଳକୁ ମାଳିନୀ ର କଇଁ ଉଠିଲାଣି । କାନ୍ଦି କାନ୍ଦି ସେ କହୁଥାଏ ବେଳେବେଳେ ଭାବେ ଏସିଡ ପକାଇ ତା ସୁନ୍ଦର ଭରପୁର ଦେହ ମୁହଁ ଜାଳି ଦେବାକୁ । ଏଇ ନହୁଲି ବୟସ ଓ ଶରୀର ପାଇଁ ଏତେ କଥା ନା! । ଅନାଥ ପରି ଜୀବନ ତାର । ଯାହାକୁ ଟିକେ ସାହାଯ୍ୟ ସହଯୋଗ ହାତ ବଢ଼ାଇଛି ତା ନାଁ ଟାକୁ ଯୋଡିଛନ୍ତି ଲୋକେ ।


    ତୁମେ କୁହ ଦିଦି ବିନା ସାହାଯ୍ୟ ସହଯୋଗରେ ବଞ୍ଚିପାରିବ କି ଦିଟା କଅଁଳ ଛୁଆର ବିଧବା ମା ! ଆର୍ଥିକ ସାହାଯ୍ୟ ପାଇଁ ଓପାସରେ ରହିଛି,ଛୁଆଙ୍କୁ ପାଣି ପିଆଇ ବଞ୍ଚାଇଛି କିନ୍ତୁ ହାତ ପାତିନି । ଟିକେ ପିଲା ବଡ ହେବାରୁ ମନ୍ଦିର ମନ୍ଦିର ବୁଲି ଭୋଗ ଦୀପ,ଧୂପ ଫୁଲ ଆଦି ବିକ୍ରି କରେ । ସୋମବାର ଶିବ ମନ୍ଦିର,ମଙ୍ଗଳ ବାର ମଙ୍ଗଳା ମା ମନ୍ଦିର,ଗୁରୁବାର ସୁବର୍ଣ୍ଣ୍ଣ ବରାହୀ ମାଙ୍କ ମନ୍ଦିର, ଶୁକ୍ରବାର ସନ୍ତୋଷି ମନ୍ଦିର ଓ ଶନିବାର ଶନିଦେଵ ମନ୍ଦିର ବୁଲି ବୁଲି ଏ ବେଉସା କରେ । ବାକି ବୁଧବାର ଓ ରବିବାର ଜଣେ ଦି ଜଣ ଡାକ୍ତରଙ୍କ ଘର ପୋଛା ଓ କପଡା ସଫା କରେ । ଏମିତିରେ ଚଳି ଯାଉ ଛୋଟ ବଡ଼ ତିନି ପ୍ରାଣୀ ।


     ଏଇ ତା ରାସ ଲୀଳା କାହାଣୀ । ଜାଣିଛ ଦିଦି ଯେଉଁ ଲୋକେ ଏମିତି କୁହନ୍ତି ସେମାନେ ଜାଣି ନାହାନ୍ତି ଭଲ ପାଇବା କଣ । କିଶନ୍ ପରା ତା ଦେହ ମନକୁ ଜାବୁଡି ଧରିଛି । ସେ କିଶନ୍ ମୟ । ତା ମନ ହୃଦୟ ମନ୍ଦିରରେ କିଶନ୍ ହିଁ ଦେବତା ହୋଇ ପୂଜା ପାଉଛି!ତାକୁ ତ ଲାଗେ ତା କିଶନ୍ ଛାଇ ହୋଇ ତା ସଙ୍ଗେ ଅଛି । ଅନ୍ୟ କଥା ସେ ଚିନ୍ତା କରିବ କେମିତି ଯେ !


       ମୁଁ ତା ଲୁହ ପୋଛି ଦେଇ କହିଲି କାନ୍ଦେନି । ଲୋକେ କଣ କହିଲେ ସେଥିକି ଖାତିର କରନାହିଁ । କିଶନ୍ ତୋ ସାଙ୍ଗରେ ଅଛି ତୋ ପୁଅ ଝିଅ ରୂପରେ । ସେମାନଙ୍କୁ କେମିତି ମଣିଷ କରିବୁ ଚିନ୍ତା କର । ମାର୍ ଗୁଳି ଲୋକଙ୍କ କଥାକୁ । ପିଲାଙ୍କ ପାଇଁ କିଛି ଖାଇବା ନେଇ ମାଳିନୀ ଚାଲିଗଲା ପରେ ମୋ ମିଷ୍ଟର ଆସି କହିଲେ ଆହା କି କରୁଣ ଜୀବନ ବଞ୍ଚୁଛି ମାଳିନୀ । ସେ ସବୁ ଆର ଘରେ ଥାଇ ଶୁଣିଛନ୍ତି ମାଳିନୀ କାହାଣୀ । ସେ ବି ମାଳିନୀ କୁ ନଷ୍ଟ ଚରିତ୍ରା ଭାବୁଥିଲେ । କିନ୍ତୁ ବାସ୍ତବରେ ଆମ ପୁରୁଷ ଜାତି ହିଁ ଏପରି ଅସହାୟ ଲୋକଙ୍କୁ ନଷ୍ଟ ଚରିତ୍ର ଆଖ୍ୟା ଦେଇ ଥାଆନ୍ତି । କେଜାଣି କେବେ ସୁଧୁରିବ ଲୋକଙ୍କ ଏଇ ମାନସିକତା । ଏକା ଅକେଲା ପୁଣି ନହୁଲି ବୟସୀ ସୁନ୍ଦରୀ ବିଧବା ହେଲେ ସଇଲା ଜାଣ । ବଞ୍ଚେଇ ଦେବେନି ଶାନ୍ତିରେ ତାକୁ । ତା ଶରୀର ଟା ଉପରେ ଅଟକି ଯିବ ସଭିଙ୍କ ଆଖି ।

 

      ପ୍ରକୃତ ନଷ୍ଟ ଚରିତ୍ରା କିଏ ମାଳିନୀ ପରି ତରୁଣୀ ନା ଆମ ସମାଜର ଲୋକେ !



Rate this content
Log in

Similar oriya story from Tragedy