Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡିଆ ଶିଶୁ ଗପ

Children Classics

2  

ଓଡିଆ ଶିଶୁ ଗପ

Children Classics

ଆକବର ବିରବଲ - ୧୪

ଆକବର ବିରବଲ - ୧୪

1 min
7.4K


ଓଟ ବେକ ବଙ୍କା

ଥରେ ଆକବର ତାଙ୍କର ମନ୍ତ୍ରୀମାନଙ୍କ ଉପରେ ଖୁସି ହୋଇ ପୁରସ୍କାର ପ୍ରଦାନ କରିବେ ବୋଲି ଘୋଷଣା କରିଦେଲେ । ହେଲେ ଦିନ ପରେ ଦିନ ଗଡିଚାଲିଲା । ଆକବର ତାଙ୍କର ଘୋଷଣା ସଂପର୍କରେ ଭୁଲିଗଲେ । ମନ୍ତ୍ରୀ ବିରବଲ କିନ୍ତୁ ଏକଥାକୁ ଠିକ୍ ମନେରଖି ଥାଆନ୍ତି । ରାଜାଙ୍କୁ ତ’ ସିଧା ସଳଖ ପୁରସ୍କାର ମାଗିପାରିବେ ନାହିଁ । ସେଥିପାଇଁ ମନେ ମନେ ସୁଯୋଗ ଅପେକ୍ଷାରେ ଥାଆନ୍ତି ।

ଦିନେ ରାଜା ଆକବର ବିରବଲଙ୍କୁ ସାଂଗରେ ନେଇ ପ୍ରାତଃ ଭ୍ରମଣରେ ବାହାରି ପଡିଲେ । ଯିବା ସମୟରେ ବିଭିନ୍ନ ବିଷୟରେ ଦୁଇଜଣଙ୍କ ମଧ୍ୟରେ ଆଲୋଚନା ଚାଲିଥାଏ । ହଠାତ୍ ଏକ ଓଟ ସେହି ସମୟରେ ସେମାନଙ୍କ ବାଟଦେଇ ଚାଲିଗଲା । ଓଟକୁ ଦେଖି ଆକବର ପଚାରିଲେ, “ବିରବଲ! କହିଲ ଦେଖି ଓଟର ବେକ ଏମିତି ବଂକା କାହିଁକି?” ବିରବଲ ତ’ ସୁଯୋଗ ଅପେକ୍ଷାରେ ଥାଆନ୍ତି । ସେ ସଂଗେ ସଂଗେ ରାଜାଙ୍କୁ ଉତ୍ତର ଦେଲେ, “ମହାରାଜ! ଶାସ୍ତ୍ର, ପୁରାଣ ମାନଙ୍କରେ କୁହାଯାଇଛି, “ଯେଉଁମାନେ ନିଜର ପ୍ରତିଜ୍ଞା ରଖି ପାରନ୍ତିନାହିଁ ସେମାନଙ୍କର ବେକ ଓଟର ବଂକା ବେକପରି ହୋଇଥାଏ । ଏହି ଓଟ କ୍ଷେତ୍ରରେ ବୋଧହୁଏ ସେଇଆ ଘଟିଛି ।”

ବିରବଲଙ୍କ କଥା ଶୁଣିବା ପରେ ତାଙ୍କର ଏପରି କହିବାର ଉଦ୍ଧେଶ୍ୟ ରାଜା ଜାଣି ପାରିଲେ । ଯେମିତି ପ୍ରାତଃ ଭ୍ରମଣରୁ ଫେରିଲେ ନିଜର ପ୍ରତିଜ୍ଞା ଅନୁଯାୟୀ ମନ୍ତ୍ରୀଗଣଙ୍କୁ ପୁରସ୍କୃତ କଲେ । ଏହିପରି ବିରବଲ ଚତୁରତା ବଳରେ ପ୍ରତ୍ୟେକ ସମସ୍ୟାର ସମାଧାନ କରି ଦେଇ ପାରୁଥାଆନ୍ତି ।


Rate this content
Log in

Similar oriya story from Children