Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

pratap nayak

Others

3  

pratap nayak

Others

ଭୂମିକା

ଭୂମିକା

3 mins
513


ପ୍ରତାପ ନାୟକ

୭୦୦୮୦୫୪୨୮୨

ଛଟପଟ ହଉଥିଲେ ସୁବ୍ରତ କେତେବେଳେ ରାତି ତାର ରୂପ ଦେଖେଇବ।ଅନ୍ଧାରରେ ଫେନିଳ ଆଲୋକର ସ୍ନିଗ୍ଧ ରେଖାଟିଏ ଘୁରି ବୁଲୁଥିବ ଘରସାରା ରାତିଟା ଯାକ।କ୍ଲାନ୍ତ ଶରୀର କ୍ଲାନ୍ତି ମେଣ୍ଟେଇବ କଣ୍ଢେଇଟିଏ ହେଇ ଆଉ ଜଣକ ହାତରେ......।

ଅପରିଚିତ ବ୍ୟକ୍ତି କେତେ କମ୍ ଦିନରେ ନିଜର ନିଜର ଲାଗନ୍ତି....ଅଜଣାତରେ ନିଜର ବି ହେଇସାରିଥାନ୍ତି ମଧ୍ୟ,ତାଙ୍କୁ ମନରୁ ଫେଡି ହୁଏନା କି ଅପେଖ୍ୟାକୁ ଆଦରିନେଇ ହୁଏନା।

କେତେବେଳେ ଘରକାମ ସବୁ ସରିବ ଯେ?ନା ଆଜି ଯାଣିକି ଡେରି କରୁଛି ବବିତା।ତା କାମ ତ ସରୁନି ପୁଣି ନିଦ ମଧ୍ୟ ଆସୁନି ସୁବ୍ରତକୁ ତା ବ୍ୟତିରକେ।

ଖେଳୁଛି ଛାଇନିଦ ଲୁଚକାଳି ପୂର୍ବକୁ ଅନେଇ.....।

ଆବିଷ୍କାରର ଭିନ୍ନରୂପ କାହିଁ ଆଜି ଅଲଗା ଅଲଗା ଲାଗୁଛି....। ଏଇ ,କଣ ହେଇଛି।

ନା କିଛି ନା ତ .....ତେବେ ସେପଟକୁ ବୁଲି କାହିଁ ଶୋଇଛ।ଦେହ ଅବଶ ଲାଗୁଛି ନା ତୁମ ବାପାବୋଉଙ୍କ କଥା ମନେ ପଡୁଛି ।ହାତ ରଖିଲା ବବିତାର ଅଣ୍ଟା ଉପରେ ସୁବ୍ରତ ପଛପଟରୁ ।ଆସ୍ତେ କରି ସୁବ୍ରତଙ୍କ ହାତକୁ ନିଜ ଉପରୁ କାଢିଦେଲା ବବିତା।

ଏପରି କାହିଁକି ହୁଏ .......

ମଣିଷ ଯାଣିଯାଣିତ ଭୁଲ କରେନା, ହେଲେ ଆପେଆପେ ହୋଇଥିବା ଭୁଲର ଶେଷ ସ୍ପର୍ଶ କେବଳ ପ୍ରାୟଶ୍ଚିତ ହିଁ ପ୍ରାୟଶ୍ଚିତ।ଏମିତି କାହିଁକି ହୁଏ??

ମଣିଷ ଭାବେ ଯାହା ପାଏନା ତ ହେଲେ,ପାଇବା ଜିନିଷକୁ ନିୟତି ବେଳେ ବେଳେ ଏତେ ଦୁରକୁ ନେଇଯାଏ ଯେ ସମୟ ନଇରେ ନା କୂଳ ମିଳେ ନା ତା ଥଳକୁ ଦେଖିହୁଏ,କେବଳ ହୁତାସନ ।ସେହି ହୁତାସନରେ ହିଁ ଜୀବନକୁ ବଂଚେଇ ହୁଏ ମଣିଷ ନିଜ ମୁହଁରେ ମଣିଷର ମୁଖା ପିନ୍ଧି। ତୁମେ ଆଜି ଏପରି କଣ ପ୍ରଗ୍ଳଭା ହେଇ ପଡିଛ ବବିତା।ମୁଁ ତ କୂଳ କିନାରା ପାଉନି,କଣ ହେଇଛି ତୁମର? ସାତଦୀପ ଆଠକଳସର ମୋହ,ଅଗ୍ନୀ କତିରେ ବାଗଦତା।ଚିରକାଳ ସାତ ଜନମକୁ ସାଥି......

ହସିଦେଲେ ସୁବ୍ରତ ,ହଉ ହଉ ।ଗତକାଲି କହୁଥିଲ ଓଡିଆରେ, ପ୍ରାଇଭେଟରେ ପିଜି କରିଦବ ବୋଲି।ମୋ ଟାଳଟୁଳ ଜବାବର ଉତ୍ତର ରଖୁଛ ଆଜି। ନା ନା ସେମିତି କିଛି ନୁହେଁ ।ତୁମ ଖୁସିରେ ମୁଁ ଖୁସି, ତୁମର ଯାହା ଇଚ୍ଛା ସେଇଆ ହିଁ ହବ।କୌଣସି କଥାରେ ମୁଁ ତୁମଠୁ ଅଲଗା ହେବାକୁ ଚାହେଁନା।ମୋ ଶରୀର ମୋ ଆତ୍ମା ମୋ ମନ ସବୁ ତୁମ ପାଖରେ ବନ୍ଧା ପଡିଛି।କାୟମନୋବାକ୍ୟରେ ମୁଁ ତୁମର।

ହଉ ଅନେକ ରାତି ହେଲାଣି ,ତୁମେ ଶୋଇପଡ।

ସୁବ୍ରତଙ୍କ ହାତ ପାପୁଲିକି ଆଉ ନିଜ ଉପରୁ ଉଠେଉଲା ନାହିଁ ବବିତା ।ହେଇ ଯାଉ ଯାହା ହଉଛି.....।ସରିଯାଉ ରାତି ।ବିଚାର ତାର ଠିକ୍ ଅଛି,ଯିଏ ସ୍ୱାମୀ ସିଏ ହିଁ ସ୍ୱାମିତ୍ୱ ଯାହିର କରୁ।ଅନୁଭବି ଯାଉ ସ୍ୱାମୀର ପାରିବା ପଣିଆ।ସଂବେଦନଶୀଳ ଅଂଗ କ୍ରୀୟାଶୀଳ ହେଉ ,ଏହାତ ବିଧିର ବିଧାନ।

ନୀଳ ଆଲୋକରେ ଯେମିତି ଚିକଚିକ୍ ଦେଖାଯାଉଥିଲା ସେ ବହି ଖଣ୍ଡିକ,ସତେକି ବହି ଥାକରୁ ଡେଇଁ ପଡିବ ବବିତା କୋଳକୁ,ଯିଦ୍ କରିବ ଚୁମା ଦବାକୁ ସକାଳ ପରିକା ।ବହିର ମଲାଟ ଭିତରେ ନୀଳ ଲଫାପା ତା ଭିତରେ ଅଛି ସିଏ।ରହିଥାଉ ହେଇ ଏକ ଅଦମ୍ୟ ଇତିହାସ,ଯେବେ ଉଦ୍ଧାର ପାଇବ ପାଉ। ପାଷାଣୀ ଅହଲ୍ୟାକୁ ଅପେଖ୍ୟା କରିବାକୁ ପଡିଥିଲା ଯୁଗ ଯୁଗ ଶ୍ରୀରାମଙ୍କ ପଦବ୍ରଜ ରେଣୁ ପାଇଁ ଯେପରି......।

ଶିଥୀଳ ହେଉଥିଲା ଅଂଗ।ତୃଷା ରାଣି ଖୋଜୁଥିଲା ପାଣି ।ଅଲରା କେଶ ଝାଳରେ ଲତପତ।ଖ୍ୟୁଧା ଯାକ ଡେଉଁ ଥିଲେ ତୃପ୍ତି ରୂପକ ପାହାଡ ସେପଟେ।ଦିଗବଳୟ ଆଢୁଆଳେ ସମୀରଣର ଆଭାସ ଖର ନିଶ୍ୱାସକୁ କରିବାକୁ ଚାହୁଁଥିଲା ସହଜରୁ ସହଜ.....।ଶାନ୍ତିକାମୀ ଶରୀର ଲୋଟୁଥିଲେ ବିନା ବାକ୍ୟବିନିମୟର ଅନ୍ଧାରି ମୂଲକେ......।

ସହଜ ପରେ ପ୍ରକୃତିସ୍ଥ ଧନ ମନ ମାନ।ଆଉ ଯା ରହିଲା ଭବିଷ୍ୟତ ଉତ୍ତରଦାୟୀ ତାର।ନଉ କୁଆଡେ ।ପିନ୍ଧୋଉ ମୂକୁଟ।ଆସନ୍ତୁ ଆଉ ଗୋଟିଏ ସୁବ୍ରତ ! କିଏ ମନା କରୁଛିକି।ସେହି ତ ନାରୀ ଜୀବନର ସାର୍ଥକତା, ନାରୀ ଜୀବନର ପୂର୍ଣ୍ଣତା।

ହାତଠାରି ଚାହିଁବାକୁ କହୁଥିଲା ବହିଥାକ.....।ହସୁଥିଲା ପ୍ରେମିକାର ସମ୍ପୁର୍ଣ୍ଣତାକୁ ଲଖ୍ୟକରି।ସତରେ ପ୍ରେମିକର ପୂର୍ଣ୍ଣତା ଆସେ ପ୍ରେମିକାର ଖୁସିରେ...।

ନା ତା ପକ୍ଷରେ ଏତେ ଭାବପ୍ରବଣତା ଆଦୌ ଭଲ ନୁହେଁ....। ଭଲନୁହେଁ ସ୍ୱାମୀର ଶେଯରେ ପରପୁରୁଷକୁ ମନରେ ଆଣିବା । ଇଏବିତ ପରକ୍ରୀୟା ପ୍ରୀତିର ଲକ୍ଷଣ।ପରକ୍ରୀୟା ପ୍ରୀତି ଶୋଭା ପାଏନା ନାରୀ ଚରିତ୍ରକୁ....।ଯଦି ନାରୀ ବ୍ୟଭିଚାରିଣୀର ଆଖ୍ୟାନେଇ ବଂଚିବ ତେବେ କି ଲାଭ ନାରୀର ନାରୀତ୍ୱରେ....। ବ୍ୟକ୍ତି ସ୍ୱାଧୀନତା ଆଳରେ ପରକ୍ରୀୟା ପ୍ରୀତି ନିଜକୁ ନିଜ ଭିତର ବିବେକର ଦଂଶନରେ କେବଳ ସମାଧୀ ଦେବ ସିନା....।

ଶୋଇପଡିଲେଣି ସୁବ୍ରତ।ପୁଣି ସକାଳୁ ବୋହୂ ଭୂମିକାରେ ସଜେଇବ ସମୟ।ବାପଘର ନୁହେଁ ଯେ ବୋଉ କୁ ହେଁ ଢେଁ ମାରିଦେଇ ତକିଆ କୁଣ୍ଢେଇ ଆଉ କିଛି ସମୟ ଶୋଇହବ।ବୋଉ ନାଁରେ ବାପାଙ୍କ ପାଖରେ ମିଛ ଫେରାଦ କରିହବ....।

ବହିଥାକ ବି ଶୋଇପଡିଲାଣି।କହୁଛି ତୁମେ ବି ଶୋଇପଡ ମୋ ପ୍ରୀୟ ମାନସୀ ଶରୀର ତୁମର ଅବସ ହେଲାଣି.....।

..........କ୍ରମଶଃ......


Rate this content
Log in