ନୀଳଜହ୍ନ
ନୀଳଜହ୍ନ
ତୁ ମନେ ପଡୁ ନିରୋଳା ମୁହୂର୍ତ୍ତରେ।।ଶୁନ୍ ଶାନ୍ ,ନିଛାଟିଆ ସମୟ ମୋତେ ଗ୍ରାସ କରନ୍ତି ଯେତେବେଳେ।।ତୁ ମନେ ପଡୁ କାମରୁ ଫୁର୍ ସତ୍ ପାଇଲେ,କିଛି ବି ଗୋଳମାଳିଆ ଟେନ୍ ସନ୍ ମୁଁଣ୍ଡରେ ନଥାଏ,ମୁଁ କେବଳ ସମ୍ପୂର୍ଣ୍ଣ ମୋ ଭିତରେ ବିଚରଣ କରୁଥାଏ ଠିକ୍ ସେତିକି ବେଳେ।।ତୁ ମନେ ପଡୁ... ଭାରି-- ମନେ ପଡୁ ଜହ୍ନ କର ଲେଉଟାଇଲା ବେଳେ।।
ତୁ ମନ ପଡୁ ଅମାବାସ୍ୟା କଳା ଆଲିଙ୍ଗନରେ।।ତୋତେ ଦେଖିବାକୁ ଭାରି ଡହଳ ବିକଳ
ମୋ ହୃଦୟ,ଆତ୍ମା।।ମୋ ଆଖିରେ ସେଇ ହାଇସ୍କୁଲ ପାସ୍ ପରଠାରୁ ଦେଖିବାର ତୃଷ୍ଣା।।
ମୁଁ ଜାଣି ପାରିନି ତୁ ମୋପାଇ କଣ ??
ବାନ୍ଧବୀ!!
ମୋ ବଧୁ ତୋ ଭାଇ ର ଭଉଣୀ!!
ପ୍ରେମିକା!!!
ମାନସୀ!!!
ନୀଳତୃଷ୍ଣା
ନା ନୀଳଜହ୍ନ!!!!
କେଉଁ ଗୋଟେ ଅଲଗା ଆକାଶ ଛାତିର!!!
କିବା ସର୍ଗି ଫୁଲଟିଏ ମୋ ଅବୁଝା କିଶୋର ପ୍ରାଣର!!!
ଷଷ୍ଠ ଶ୍ରେଣୀରୁ ତୋ ସହ ମୋ ପରିଚୟ।।କୋମଳ କୈଶୋର ହୃଦର ତୁ ଗୋଟିଏ ବ୍ୟାକୁଳ ଜିଜ୍ଞାସା।। ମୋ କିଶୋର ଅବୁଝା ସବୁଜ ପ୍ରଜାପତି ଭରା ବଗିଚାର ତୁ ଗୋଟଏ ନାଗ ଚମ୍ପା।।
ତୁ ମୋତେ କାହିଁକି ଭଲ ଲାଗୁ ସେ କାରଣ ମୁଁ ଏଯାଏ ଖୋଜି ପାଇନି।।ତୁ ଭଲ ଲାଗିଥିଲୁ ସେଇ ଷଷ୍ଠ ଶ୍ରେଣୀରୁ।।ଖୋଲି ଗଲା ସି ମ୍ ସି ମ୍ ମନର ଦ୍ୱାର।।
--------------------------------
ଢେଙ୍କାନାଳର ଗୋଟିଏ ସ୍କୁଲ।।ଷଷ୍ଠ ଶ୍ରେଣୀ ପିଲା।।ସେଥିରେ ତୁ ଗୋଟିଏ ଗୁଜୁରାଟୀ ଝିଅ' ତୃଷ୍ଣା'।।ମୁଁ ନିଲମ ଓରଫ ନୀଳ୍।।ଆଜିକାଲି ପରି ସେତେ ବେଳେ ଏତେଟା ପୁଅ ଝିଅ ଫିଲିଙ୍ଗସ୍ ନଥିଲା।।ଗୋଟିଏ ଶ୍ରେଣୀର ସମସ୍ତ ପିଲାଙ୍କ ଗୋଟିଏ ପରିଚୟ,ସାଙ୍ଗ।।ଖେଳ,କୁଦ,ଖିଆ ପିଆ,ପଢା ପଢି ସବୁ ଶେୟାର ହେଉଥିଲା।।ସେ ଝିଅ ପିଲା,ମୁଁ ପୁଅ ପିଲା ଏ ବାଜେ ସଂକୀର୍ଣ୍ଣ ମନୋଭାବ ନଥିଲା ଆମ ମାନଙ୍କ ମନରେ।।
ମୁଁ ଓ ତୃଷ୍ଣା ସେମିତି ଦୁଇ ଜଣ ବନ୍ଧୁ।ଏକାଦଶ ଯାଏ ଆମର ଏ ବନ୍ଧୁତା ଥିଲା।।ମାତ୍ର ଏକାଦଶ ପାସ୍ ପରେ ସେ ଗୋଟିଏ କଲେଜ ଓ ମୁଁ ଅନ୍ୟ ଏକ କଲେଜରେ ପଢ଼ିଲୁ।।ଆଉ ଆମ ଦୁହିଁଙ୍କ ଦେଖା ସାକ୍ଷାତ କି କଥା ବାର୍ତ୍ତା ହୋଇ ପାରିଲା ନାହିଁ।।
ମୁଁ ଶୁଣିଲି ଆଇଏ ଦ୍ଵିତୀୟ ବର୍ଷ ତାର ବିବାହ ହୋଇଗଲା।।ମୁଁ ସ୍ନାତକ ପାସ୍ ପରେ ଚାକିରୀ ଓ ତା ପରେ ପରେ ବିବାହ କଲି।।ଜୀବନ ତା ବାଗରେ ମୋ ଜୀବନକୁ ଗଡେଇ ନେଲା।।ଦୁଇ ଝିଅର ବାପା ବି ମୁଁ ହେଲି।।
ଏତେ ସବୁ ଭିତରେ କିନ୍ତୁ ଭୁଲି ପାରି ନଥିଲି ସେଇ ଗୁଜୁରାଟୀ ଝିଅଟିକୁ।।ତା ମୁହଁ ମୋ ହୃଦୟ କାନ୍ଥରେ ପୁରା ଛାପି ହୋଇ ଯାଇଥିଲା।।ମନ କହୁଥିଲା ତୃଷ୍ଣା କୁ ଥରେ ଦେଖିବାକୁ।ମାତ୍ର ଥରେ.....।
ହେଲେ କାହିଁକି ? ଏ ପ୍ରଶ୍ନ ବହୁତ ପଚାରିଛି ନିଜକୁ।।ତା ଭାଇ ଆମ ଢେଙ୍କାନାଳରେ ଜଣେ ଲବ୍ଧ ପ୍ରତିଷ୍ଠିତ ବ୍ୟବସାୟୀ।।ସେ ମୋର ବି ବନ୍ଧୁ।ହେଲେ ଝିଅଟି ଗୁଜୁରାଟରେ ବିବାହ କରିଛି।।ତା ଭାଇକୁ ମୁଁ ଅନେକ ଥର କହିଛି"ତୃଷ୍ଣା ଆସିଲେ ମୋତେ ନିଶ୍ଚୟ ଖବର ଦେବୁ।।ଅନେକ ଦିନ ହେଲା ଦେଖା ହୋଇନି"
ସେ କାଁ ଭାଁ ତା ଭାଇର କିଛି ବିଶିଷ୍ଟ କାର୍ଯ୍ୟରେଯୋଗ ଦେଵାକୁ ଆସେ।।ସେ ଆସିବା ଶୁଣି ମୁଁ ଅଧୀର ହୋଇ ଦଉଡ଼ି ଯାଏ ଦେଖା କରିବାକୁ।।କିନ୍ତୁ ବାରମ୍ବାର ବିଫଳ ତାର ସ୍ୱାଦ ହିଁ ଚାଖେ।।
ମନେ ମନେ ମୁଁ ତା ଛବିଟିଏ ମନ ଭିତରେ ଆଙ୍କେ।।କେମିତି ହୋଇଯିବଣି ହୃଦୟ କ୍ୟାମେରାରେ ଦେଖେ।।ଉଲଲ୍ସିତ ହୁଏ ମୋ ମନ ପ୍ରାଣ।।ଗୋଟିଏ ଅଜବ ପ୍ରଶାନ୍ତି ମୋ ଭିତରେ ଖେଳିଯାଏ।।ଆଖି ବୁଜି ମୋ ସାମ୍ନାରେ ତାକୁ ଠିଆ କରାଏ।।ତା ସଙ୍ଗେ ନୀରବରେ ଅନେକ କଥା ହୁଏ।।ତା ସ୍କୁଲ ଛାଡିବା ରୂପଟି ମୋ ମନତଳେ ଭାସି ଉଠେ।।ପ୍ରଗଳ୍ଭ ହୋଇ ନାଚି ଉଠନ୍ତି ମନ ଜୁଆର ଢେଉ ପରି।।ଭିଜି ଯାଏ
ସର୍ବାଙ୍ଗ ମୋର ଜୁଆର ଢେଉ ଛିଟାରେ।।ମୋ ଆତ୍ମା ଝୁରେ ସେଇ ଏକାଦଶ ପାସ୍ ଝିଅ ତୃଷ୍ଣା କୁ ବିଭୋର ହୋଇ।।
ମୁଁ ଅପେକ୍ଷା କରେ......କେବଳ ଅପେକ୍ଷା।।ଜଣେ ସ୍ୱାମୀ,ଦୁଇ ଝିଅଙ୍କ ବାପା ହୋଇ ବି ମୁଁ କାହିଁକି ଅପେକ୍ଷା ରଖେ ତୃଷ୍ଣା କୁ ଦେଖିବାକୁ!!!ମୋ ସ୍ତ୍ରୀକୁ ଏ ବିଷୟରେ କୁହେ।।
ଭଲ ସାଙ୍ଗଟି ତୁମର ତୃଷ୍ଣା; ମନ କୁହନ୍ତାନାହିଁ ଦେଖିବାକୁ!!!ଭଲ ବନ୍ଧୁ ହେଲେ ଏମିତି ଦଶା ହୁଏ।।ମୋ ସ୍ତ୍ରୀ ମୋତେ ବୁଝାଏ।।
କେମିତିକା ସାଙ୍ଗ ସିଏ ମୋର...!ଯିଏ ମୋତେ ମୋଠୁ ଛଡାଇ ନେଉଛି!!!ମୋ ମନ,ହୃଦୟ,ଆତ୍ମା,ମସ୍ତିଷ୍କ ରେ ଘର କରି ଜବର ହୋଇ ବସିଛି!!!!ଓଃ ଭଗବାନ ଥରେ ତ ତା ସଙ୍ଗେ ମୋତେ ଦେଖା କରାଇ ଦିଏ,ପ୍ଲିଜ଼.....ମାତ୍ର ଥରେ।ପ୍ଲିଜ଼.....,ପ୍ଲିଜ଼.... ପ୍ଲିଜ଼।
ବୋଧହୁଏ ଈଶ୍ୱର ମୋ ଡାକ ଶୁଣିଲେ।। ମୋତେ ଯେତେ ବେଳେ ଏକଚାଳିଶ ବର୍ଷ;ତା ଭାଇ ମୋ ସାଙ୍ଗ ଖବର ଦେଲା ତୃଷ୍ଣା ଗୋଟିଏ ବିବାହରେ ଯୋଗ ଦେବାପାଇଁ ଆସିବ ଓ ଦୁଇ ଦିନ ରହିବ।।
ଓ ଭଗବାନ!!!କି ଖୁସି ମୋର।।ଜୀବନର ସତେକି ସବୁଠୁ ଦୁର୍ଲ୍ଲଭ ପଦାର୍ଥ ମୋତେ ମିଳିବାକୁ ଯାଉଛି।।ଖୁସିରେ ମୁଁ ମହକି ଉଠୁଥିଲି।।ତୃଷ୍ଣା... ଯାହାକୁ ମୋର ଦୀର୍ଘ ତେଇଶି ବର୍ଷର ଅପେକ୍ଷା;ତା ସହ ଭେଟ ହେବ!!!
ଅତି ଉତ୍ସୁକତା ଉଡାଜାହାଜରେ ମୁଁ ପ୍ରବଳ ମାତ୍ରାରେ ଅଧୀର ହୋଇ ମୋ ସ୍ତ୍ରୀକୁ ସାଙ୍ଗରେ ନେଇ ତୃଷ୍ଣାକୁ ଦେଖିବା ପାଇଁ ଉଡାଣ ଭରିଲି ସମ୍ଭବତଃ ସର୍ବାଧିକ ବେଗରେ।।ମୋ ଶରୀର ପଛେ ଥିଲା ବେଳେ ମନଟା ଜୋରେ ଆଗେ ଆଗେ ଦୌଡୁଥିଲା।।
କିନ୍ତୁ.....କିନ୍ତୁ ଦେଖା ହେଲା ପରେ ମୋ ମନ ଗୋଟେ ବଡ଼ ଝଟ୍ କା ଖାଇଲା।।କାଇଁ ସେଇ ନହକା ବେତ ତୋଫା ଗୋରା ତକ୍ ତକ୍ ସୁନ୍ଦରୀ ଝିଅଟା!!!!!!
କାଇଁ ମୋ ମନ ଖୋଜୁଥିବା ଏକାଦଶ ପାସ୍ ତୃଷ୍ଣା!!!କାଇଁ....କାଇଁ ସେ ମନର ମଣିଷ ଯାହାକୁ ମୋ ହୃଦୟ କାନ୍ଥ ଜାବୁଡି ଧରିଛି....
ଇସ୍!!!ଝିଅଟା ଏତେ ପରିମାଣରେ ବଦଳି ଗଲା କେମିତି!!!ରୂପ,ରଙ୍ଗ,ଚେହେରା,ଏପରିକି ସ୍ଵଭାବ..।।ଉଗ୍ର ଆଧୁନିକତାର ଗୋଟିଏ ପ୍ରତିଛବି ସେ।।ଅଶ୍ଳୀଳତାର ଶେଷ ସୀମାର ସୈନିକ।।ଉଗ୍ର,ଅତି ଚି ପ୍ ଟାଇପ ର ମହିଳା।। ଡ୍ରିଙ୍କ କରେ ,ମାତାଳ ହୁଏ।।କଥାବାର୍ତ୍ତା, ରୁଚି ଏକବାର ଭିନ୍ନ...
ଦେଖିବି-- ଦେଖିବି--- ଯାହାକୁ ଏତେ ବର୍ଷ ଚାତକ
ପରି ଅନେଇ ଥିଲି ଏ କଣ ସେଇ..!
ତା ସହ କଥା ହେଲା ବେଳେ ଉପରେ ମୁଁ ସିନା ଖୁସି ଥିଲା ପରି ଲାଗୁଥିଲି,ହେଲେ ଭିତରଟି ମୋର ଅସୁଖରେ,ଅପ୍ରାପ୍ତିରେ ଆଉଟୁ ପାଉଟୁ ହେଉଥିଲା।।
ଫେରିଲା ବାଟରେ ହୃଦୟଟି ମୋତେ ଭାରି ଓଜନିଆ ଓଜନିଆ ଲାଗୁଥିଲା।।ଭାବୁଥିଲିକାଶ୍ ତୃଷ୍ଣା ସଙ୍ଗେ ମୋର ଏ ଜୀବନରେ ଆଦୌ ଦେଖା ହୋଇ ନଥାନ୍ତା...!!!
ସେ ସେମିତି ଚମକୁ ଥାନ୍ତା ମୋ ହୃଦ କନ୍ଦରରେ ମୋ ଭାବନାର,ମୋ ସ୍ୱପ୍ନର,ଚିର ଇପ୍ସିତ "ନୀଳଜହ୍ନ" ଟିଏ ହୋଇ।।କାଶ୍....
______________
*Minoo,ସତ୍ୟବତୀ ସ୍ଵାଇଁ,ବାଲିକୁଦା, ଜଗତସିଂହପୁର*"