ବର୍ଷା
ବର୍ଷା
(ପ୍ରଥମ ଗଳ୍ପ social media ରେ....
ଆଶା କରୁଛି ଭଲପାଇବା)
ବର୍ଷା. ପ୍ରତାପ ନାୟକ
,,,,,,,,, ୭୦୦୮୦୫୪୨୮୨
ଜୀବନର ଦୋଛକିରେ ପଡିଯାଇଥିଲା ସେ,ନା ପଛକୁ ଫେରି ପାରୁଛି ନା ଆଗକୁ ଯିବାକୁ ସାହସ କୁଳୋଉଛି।ମନେମନେ ବିରକ୍ତ ହେଲା।ଏତେ ଆଉ ଅପେକ୍ଷା କରିପାରିବନି।ମନ ସ୍ଥିର କରିନେଲା।ଏଇ ଯୋଉ ପ୍ରଥମ ବସ ଆସିବ ସେଥିରେ ଉଠିକି ଚାଲିଯିବ।ବର୍ଷା ଝିପିଝିପ୍ ଆରମ୍ଭ ହୋଇଯାଇଥିଲା।ଦକ୍ଷିଣା ପବନ ବୋହି ଆଣୁଥିଲା ଖଣ୍ଡେ ଭସା ବାଦଲକୁ।ଅଧା ଓଦା ହେଇଗଲାଣି। ବାଇକରେ ଆସି ବ୍ରେକ କସିଲା ଶ୍ରାବଣ।ଡେରିପାଇଁ ଅନୁତପ୍ତ ବି ।କିଛି ବୁଝିଲାନି କି ଶୁଣିଲାନି,ସ୍ଥିର ନିଶ୍ଚୟ କରିସାରିଛି।ବସ୍ ଲାଗିଲାତ, ବିନା ଉତ୍ତର ବିନିମୟରେ ଉଠିଗଲା ବସରେ।ଶ୍ରାବଣ ଜାଣିଥିଲା ତାକୁ,ଅଟକେଇବାକୁ ଚେଷ୍ଟା ବି କଲାନି।ବସ୍ ଚାଲିଗଲା,ଶ୍ରାବଣ ବି ପୁରା ଓଦା ହେଇ ସାରିଲାଣି,ପକେଟରୁ ଚଷମା କାଢି ଆଖିରେ ଲଗେଇଲା,ଭାବିଲା ବସକୁ ପିଛା କରିବ,ନା ସେ କାହିଁକି ପିଛା କରିବ ,ଯାଉ ସେ।ଏମିତି ସବୁଦିନ ଅପେକ୍ଷା,ସମ୍ପର୍କ ଏଇଠି ଛିଡିଯିବା ଭଲ।ବର୍ଷା କମିଯାଇଥିଲା,ରୁମାଲ ବାହାର କରି ହାତ ମୁଁହ ପୋଛିହେଲା,ହଲେ ସେ ଏବେ କୁଆଡେ ଯିବ,ସବୁ ରାସ୍ତାତ ତାର ସେ ନିଜେ ବନ୍ଦ କରିସାରିଛି ଦି ବର୍ଷତଳୁ।ଅଜାତିରେ ଲିଭ ଇନ ରିଲେସନସିପରେ ରହିବାରୁ ପରିବାରର ଦରଜା ସବଦିନ ପାଇଁ ବାପା ବନ୍ଦ କରିଦେଇଛନ୍ତି।ସିଏବି ଦୋଛକିରେ.....।ବାସ୍ ଏତିକିରେ ପୂର୍ଣ୍ଣଚ୍ଛେଦ।ବଦଳି ହେଇ ଚାଲିଯାଇଥିଲା ଅନ୍ୟ ଏକ ସହରକୁ।ଭୁଲି ଯାଇଥିଲା ଅତୀତ।
ଉତ୍ତରଣ ବୟସରେ କାହିଁକି ଆଜି ଭାରି ମନେପଡୁଥିଲା ।ବର୍ଷା ଦିଟୋପା ହେଇ ପରିବେଶକୁ ଶିତୁଅା ଶିତୁଆ କରିଦେଇଛି।ମନହେଲା ଟିକେ କଫି ପିଇବ,ଷ୍ଟଲ ତ ଏଇ ପାଁଶହ ମିଟର ଭିତରେ ହେବ ,ସଂଧ୍ୟା ଭ୍ରମଣ ସହ କଫି ପିଆ ବର୍ଷାର ଶିତୁଆ ପାଗରେ, ରୋମାଞ୍ଚିତ ହେଲା ସେ ,ସପ୍ ରେ ଦିଢୋକ କଫି ପିଇଛିକି ନାହିଁ,ତା ପଛ ପଟରୁ ଏକ ନରମ ହାତର ସ୍ପର୍ଶ ତା କାନ୍ଧକୁ ଛୁଇଁଲା,ବାସ୍ ତମେ ଏଠି ?ବିଶ୍ୱାସ କରିପାରିଲାନି ଶ୍ରାବଣ,ମୋଟା ଚଷମା ତା ପରି ତାଙ୍କର ବି ଲାଗି ସାରିଥିଲା,ପାଖ ଚିଆରରେ ବସି ପଡି ସିଏ ବି କଫିର ଅର୍ଡର ଦେଲା,କିଛି ସମୟ ଉଭୟେ ବାକ୍ ଶୂନ୍ୟ।ଭଲ ଅଛ ଶ୍ରାବଣ,ଉଁ ହଁ ,ତମେ ?ମୁଁ ବି ,ବିବାହ ।ନା ,ଆଉ ତୁମେ ? ମୁଁ ବି ବିବାହ କରିନି।ଦରକାର ନଥିଲା ।ଏକା ରହୁଛି ,ଏଇ ପାଖରେ ମୋ ଫ୍ଲାଟ,ମୋର ବି ତ ପାଖରେ......।ଗୋଟା କଥା ପଚାରିବି।ଗୋଟା କାହିଁକି ,ପଚାର ତୁମ ମନଇଚ୍ଛା।ଆଉ ବର୍ଷାର ଭେଟ ହେବନି ଶ୍ରାବଣ ସହିତ ?ଅତ୍ୟାଧୁନିକ ଯୁଗରେ ସେ ସମୟ କଣ ଅଛି ,ବର୍ଷା ଆସିବ ତା ବଧୁବେଶ ନେଇ ଭରା ଶ୍ରାବଣରେ? ଏମିତି ଭେଟ ହେଇ ଯିବ ଅଚାନକ ବେଳେ ବେଳେ ବର୍ଷାର ଶ୍ରାବଣ ସହିତ ।ରୁତୁଚକ୍ରର ତ ଦରକାର ହେଉନି।କଫିର ବିଲ୍ କୁ ପେଡ୍ କଲା ବର୍ଷା।ବାହାରେ ବର୍ଷାର ପ୍ରକୋପ ବି ବଢି ଯାଇଥିଲା,ଶ୍ରାବଣ ଭାବୁଥିଲା ତା ଫ୍ଲାଟକୁ ବର୍ଷାକୁ ଡାକିବ,ଯେମିତି ଦୀର୍ଘ ବର୍ଷ ତଳେ ରହୁଥିଲେ......।ବର୍ଷା ତା କାର୍ ରେ ଶ୍ରାବଣକୁ ତା ଫ୍ଲାଟ ପାଖରେ ଛାଡି କହଲା ତୁମ ନମ୍ବର ଦିଅ କାଲି ଡାକିବ ମୁଁ ଆସିବି,ମିସ୍ କଲ୍ କରିଦଉଛି ,ସେଭ୍ କରିନିଅ।ଗାଡି ଚଲେଇ ଚାଲିଗଲା ବର୍ଷା।ବାହାର ବର୍ଷା ବି କମି ଆସିଥିଲା।ଶ୍ରାବଣ ଭାବୁଥିଲା,ତା ମନ ସହରରେ ଗଛ ଲଗେଇ ଜଙ୍ଗଲ ସୃଷ୍ଟି କରିବ,ଯେପରି ଆଗଭଳି ଶ୍ରାବଣରେ ବର୍ଷା ଆସୁଥିଲା ସେମିତି ନିଶ୍ଚୟ ଆସିବ ବର୍ଷା ଶ୍ରାବଣରେ।ପ୍ରକୃତିସ୍ଥ ହେବେ ଉଭୟେ ଆଉ ସମସ୍ତେ,ଯନ୍ତ୍ରଭଳି କେତେ ଆଉ ମୁଁହ ଫେରେଇବ ଯେ ନିଜକୁ ନିଜେ......।