Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ସିଂହର କୃତଜ୍ଞତା

ସିଂହର କୃତଜ୍ଞତା

1 min
7.3K


ବହୁତ ଦିନ ତଳେ ଜଣେ ଲୋକ ଜଙ୍ଗଲରେ ବୁଲଥିବାବେଳେ ଗୋଟିଏ ସିଂହକୁ ପଡିରହିଥିବାର ଦେଖିଲା । ପ୍ରଥମେ ସେ ଲୋକଟି ତ ସିଂହକୁ ଦେଖି ଖୁବ୍ ଡରି ଯାଇଥିଲା; କିନ୍ତୁ ତା ପାଖକୁ ଯାଇ ଲୋକଟି ଦେଖିଲା ଯେ, ସିଂହର ଗୋଡରେ କଂଟା ଫୁଟିଯାଇ ସେଠାରେ ଘା’ ହୋଇଯାଇଛି ଓ ଖାସ୍ ସେଥିପାଇଁ ସେ ସିଂହଟି ଆଉ ମୋଟେ ଉଠିପାରୁ ନାହିଁ । ଲୋକଟି ସିଂହକୁ ଏ ଅବସ୍ଥାରେ ଦେଖି ତା’ର ଗୋଡରୁ କଂଟା ବାହାର କରିଦେଲା ଏବଂ ସେଇ ଘା’ରେ ପଟି ବାନ୍ଧି ତାକୁ ଭଲ କରି ଦେଲା । ସେହି ଦିନଠାରୁ ସିଂହ ଓ ସେ ଲୋକ ସାଙ୍ଗ ହୋଇ ଜଙ୍ଗଲରେ ରହିଲେ । କିଛି ଦିନପରେ ରଜାଘର ଲୋକ ସିଂହ ଓ ସେ ଲୋକକୁ ଜଙ୍ଗଲରୁ ଧରି ନେଇଗଲେ । ରାଜା ସେ ଲୋକଟିକୁ ସିଂହକୁ ଖାଇବାକୁ ଦେବାକୁ କହିଲେ; କିନ୍ତୁ ଯେତେବେଳେ ରାଜା ଲୋକଟିକୁ ସିଂହ ପାଖରେ ଛାଡିଦେଲେ, ସିଂହ ତ ଆଗରୁ ସେ ଲୋକଟିକୁ ଚିହ୍ନିଛି; ତେଣୁ ସେ ସିଂହ ଲୋକଟାକୁ ନଖାଇ ଛାଡିଦେଲା । ଏହା ଦେଖି ରାଜା ଓ ଅନ୍ୟ ଲୋକମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ । ଲୋକଟିକୁ ପଚାରି ରାଜା ବୁଝିଲେ ଯେ ଲୋକଟି ସିଂହର ଉପକାର କରିଥିବାରୁ ସିଂହ ତା’ର ଘନିଷ୍ଠ ବନ୍ଧୁ ହୋଇଯାଇଛି ।

ଉପକାର କଲେ ଉପକାରୀ ହିଂସ୍ର ଜନ୍ତୁମାନେ ମଧ୍ୟ ମନେ ରଖି ଉପକାର ଶୁଝନ୍ତି ।


Rate this content
Log in

Similar oriya story from Children