Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2  

Amiya Bej

Others

ରହସ୍ୟ

ରହସ୍ୟ

1 min
1.7K


ରହସ୍ୟ

(ପରିବାର ସହ ବେଳାଭୂମିରେ ମୋ'ସହ ଘଟିଥିବା ଅଘଟଣ ..)

- ପାପା , ଏ ସମୁଦ୍ରର ପାଣି ଲୁଣିଆ କାହିଁକି ? ମୋ ଆଠବର୍ଷ ପୁଅର ପ୍ରଶ୍ନରେ ହଡ଼ବଡେଇ ଗଲି ମୁଁ ।

କାଲି ଯେଉଁ "ତଅପୋଇ" ଗପ କହିନଥିଲି, ସେଇ ସାଧବ ପୁଅ ଛ'ଜଣ ଯାକ ଲୁଣ ନେଇ ମାଳଦ୍ୱୀପକୁ ଗଲାବେଳେ ସମୁଦ୍ର ଝଡ଼ରେ ଲୁଣଭର୍ତ୍ତି ବୋଇତ ଓଲଟି ଗଲା । ବହୁକଷ୍ଟରେ ପଁହରିପଁହରି ସେମାନେ କୂଳରେ ପହଞ୍ଚିଲେ । ସେଇଦିନୁ ସମୁଦ୍ର ଲୁଣିଆ ପରା । ଇଂଗ୍ଲିଶ୍ ମିଡିୟମ୍ ପୁଅ ମୋର ଭାରି ବିକଳରେ ତା' ବିଜ୍ଞାନ ଅଧ୍ୟାପିକା ମା' ଆଡେ ଚାହିଁଲା । ମୋ' କୋଳରୁ ତାକୁ ଟାଣିନେଇ ପତ୍ନୀ କହିଲେ - ଲେଖକ ! ନିଜ ପୁଅକୁ ବି ଛାଡୁନ ? ଦ୍ୱନ୍ଦରେ ପକାଉଛ ? ଆ' ବାବା ! ମୁଁ କହିଦେବି ସମୁଦ୍ର କାହିଁକି ଲୁଣିଆ ? କ'ଣ ଆଉ କରିଥାନ୍ତି ? ମୋତେ ଯାହା ଆସେ ନା....। ମା-ପୁଅକୁ ଛାଡ଼ି ସମୁଦ୍ର ପ୍ରେମରେ ମୁଁ ପୁଣି ମାତିଗଲି...।

ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର 


Rate this content
Log in