Sanjitarani Santra

Inspirational


3  

Sanjitarani Santra

Inspirational


ବେଶ୍ୟା

ବେଶ୍ୟା

4 mins 14.8K 4 mins 14.8K

ସବୁଦିନ ଭଳି ଯୁବକଟି ସନ୍ଧ୍ୟା/ରାତ୍ର ଭ୍ରମଣରେ ବାହାରି ପଡିଲେ . Arizonaରେ ମେ' ମାସ. ବେଶ ତପ୍ତ. ଗରମ ପିଚୁରାସ୍ତା,ଗରମ ପବନ କିନ୍ତୁ ଦିନ ସାରାର ଶାରୀରିକ, ମାନସିକ ପରିଶ୍ରମରେ ଭାରାକ୍ରାନ୍ତ ମୁଣ୍ଡକୁ ବେଶ ଆରାମଦାୟକ ଖୋରାକ ଯୋଗାଉଛି. ଯୁବକଟିର ବିଶେଷ ଅନ୍ତରଙ୍ଗ ବନ୍ଧୁ ନଥିଲେ. ଆମେରିକାରେ ସେ ଏକ ଅନ୍ତର୍ଜାତୀୟ ଛାତ୍ର (ଦେଶ ଓ ଯୁବକର ନାମ ଗୋପନ ରଖାଯାଉ ବୋଲି ଲେଖିକାର ମତ), ତଥାପି ସେ ନିତାନ୍ତ ଅସାମାଜିକ ନଥିଲେ.ସମୟେ ସମୟେ ସେ ନିଜ ଦେଶ ଓ ଅନ୍ୟ ଦେଶର ବନ୍ଧୁଙ୍କ ଆତିଥ୍ୟ ବେଶ ଉପଭୋଗ କରନ୍ତି. ସବୁ ଦେଶର ଚଳଣି ବେଶ ଅଲଗା. ଆମେରିକା ର ନିରୋଳା ଜୀବନର ତିକ୍ତତା Arizonaର କଣ୍ଟାଗଛ ଭଳି ଛାତି ରେ ଫୋଡି ହୁଏ. ଏଠି କୁଆଡେ ପରିବାର (ସ୍ତ୍ରୀ ବା ପ୍ରେମିକା) ବିନା ଆପଣ ଏକଲା. ବହୁତ ଏକଲା. ସବୁ ବିଦେଶୀ ଛାତ୍ର ବୟସ, ଆର୍ଥିକ ପରିସ୍ଥିତି, ବ୍ୟକ୍ତିଗତ ଇଛା ଓ ଆବଶ୍ୟକତା ଅନୁଯାୟୀ 'ବିବାହ' ବା 'ପ୍ରେମିକ' ବା 'ଏଇ ଦୁଇଟି ମଧ୍ୟରୁ କୌଣସିଟି ବି ନୁହେଁ' ବାଛି ନିଅନ୍ତି. ଯୁବକଟି ଏଇ ତୃତୀୟ ଗୋଷ୍ଠୀରେ ଥିଲେ. ବିବାହ କରିବାର ବୟସ ହୋଇନି ବୋଲି ବିଚାର କରୁ ଥିଲେ ଏବଂ ଆଜି ପର୍ଯ୍ୟନ୍ତ ନିଜ ଦେଶର ଭଲ ଯୁବତୀକୁ ଭେଟି ନାହାନ୍ତି ବୋଲି କହୁଥିଲେ.

ସମୟ ପାଖାପାଖି ରାତି 12. ସ୍ଥାନୀୟ ମୋଟେଲ ସାମ୍ନାରେ ଗୋଟେ ଧଳା ଯୁବତୀ ଠିଆ ହେଇ ସିଗାରେଟ ଟାଣୁଥିଲା. ଯୁବତୀ ଓ ଯୁବତୀଟି ଯେଉଁ କଣ୍ଟାଗଛ ପାଖରେ ଠିଆ ହୋଇଥିଲା , ଦୁହିଁଙ୍କ ମଧ୍ୟରେ ବେଶୀ କିଛି ପ୍ରଭେଦ ଥିଲା ଭଳି ଜଣ ପଡୁ ନ ଥିଲା. ଦୁହେଁ ଭୟଙ୍କର ପରିଵେଶୀୟ ତାଡନା କଷ୍ଟକୁ ଚିରି ଫାଡ଼ି ଶକ୍ତ ହେଇ ଠିଆ ହେଇଥିଲେ. ଯୁବତୀର ଅବୟବ ଭଳି କଣ୍ଟାଗଛର ଅବୟବରେ ମେ ମାସର ଫୁଲ ଫୁଟିଥିଲା ଓ ସର୍ବୋପରି ଦୁହେଁ ଯାତ୍ରୀଙ୍କ ପ୍ରତି ଆସକ୍ତି ବା ପ୍ରେମ ନିବେଦନ କରୁ ନଥିଲେ କିନ୍ତୁ ସମୟେ ସମୟେ ଯାତ୍ରୀ ଏକ ସମବେଦନାର ଚାହାଣି ଫିଙ୍ଗି ଯାଉଥିଲା.

ଯୁବକଟିର ଦୃଷ୍ଟି ବେଶ୍ୟା ଉପରେ ନିବଦ୍ଧ ହେଲାପରେ ସାମାନ୍ୟ ମୁହୂର୍ତ୍ତ ମଧ୍ୟରେ ସେ ନିଷ୍ପତ୍ତି ନେଇଗଲେ. ଆବଶ୍ୟକତା ନଥିଲା ସେ କଥା ନୁହଁ ମାତ୍ର ଦଶ ଡଲାରରୁ ଅଧିକ ଖର୍ଚ୍ଚ କରିବାକୁ ଚାହୁଁ ନଥିଲେ. ତେଣୁ ମୂଲଚାଲ କଲେ. ଯୁବକଙ୍କ ଭାଗ୍ୟ, ଯୁବତୀ ଦଶ ଡଲାରରେ ବେଶ ରାଜି ଥିଲେ.ତେଣୁ ସମୟ ନଷ୍ଟ ନକରି ଦୁହେଁ ସେହି ମୋଟେଲ ଆଡକୁ ଗଲେ.
ମୋଟେଲ ଭଡା ବାବଦରେ ଯୁବକ ପ୍ରସ୍ତୁତ ନଥିଲେ, ତେଣୁ ସେ କହିଲେ "ଦେଖାତୁମର ଯଦି ଆପତ୍ତି ନଥାଏ , ତେବେ ମୋ ଘରେ ଆଜିକାଲି କେହି ନାହାନ୍ତି." ଯୁବତୀଟି ବେପରୁଆ ଢଙ୍ଗରେ ଉତ୍ତର ଦେଲା "ବ୍ୟସ୍ତ ହବାର କିଛି ନାହିଁ, ମୁଁ ଏଇଠି ରହେ. ସେ ଲୋକ ସହ ମୋର କାରବାର ଅଛି." ମୋଟେଲର ତଳ ପ୍ରାସାଦର ସର୍ବଶେଷ କୋଠରୀରେ ଦୁହେଁ ପହଁଚିଲେ, ଯେଉଁଠି ଯୁବତୀଟି ଛବି ପକାଇ ନଥିଲେ ବରଂ କରାଘାତ କଲେ. "ଖୋଲା ଅଛି" ବୋଲି ମୃଦୁ ନିର୍ଦ୍ଦେଶଟି ପୁରୁଷ କଣ୍ଠରୁ ଆସିଲା. ଯୁବକଟି ନିଜକୁ ଅପ୍ରସ୍ତୁତ ମନେ କଲେ. ଯୁବତୀଟି କହିଲା - "ସେ ମୋ ପ୍ରେମିକ" କବାଟ ଖୋଲୁ ଖୋଲୁ ଯୁବକ ଦେଖିଲେ ଗୋଟେ ଚକଲଗା ଚେୟାରରେ ବସି ଗଞ୍ଜେଇ ଟାଣୁଥିବା ଯୁବକକୁ. ଯୁବକଟି ବେଶ ଖୁସି ହୋଇ ଶୁଭ ସନ୍ଧ୍ୟା ଜଣାଇଲା ଓ ହାତ ଟେକି ସ୍ୱାଗତ କଲା. ଗଞ୍ଜେଇର ଟାଣ ଗନ୍ଧରେ ରୁମଟା ବିଷାକ୍ତମୟ ହୋଇ ପଡିଥିଲା. ସଞ୍ଜଦୀପ ଭଳି ଏକମାତ୍ର bedlight ଦପ ଦପ ହେଇ ଜଳୁଥିଲା. ବିଟେଲସ ଧ୍ଵନିରେ, ଗଞ୍ଜେଇ ନିଶାରେ ଯୁବକ ସେଇ ଫିକା ଆଲୁଅ ଓ ଗଭୀର ଅନ୍ଧକାରରେ ଡୁବି ଯାଇ ଥିଲା. ଯୁବକଟି ଶ୍ଵାସରୁଦ୍ଧ ମନେ କଲେ. ଯୁବତୀଟି ଯାତ୍ରୀଙ୍କ ଅସୁବିଧା ଅନୁଭବ କଲା ଓ ଝରକାର ପରଦା ଟାଣିଦେଲା. AC ର ପଙ୍ଖା ତେଜ କରିଦେଲା. "ଆପଣ ଟିକେ rum ନେବେ?" ଲମ୍ବା ବାଳ ରଖା ସେ ଯୁବକଟି କହିଲା.
"ନା, ମୁଁ ପିଏନି. ଧନ୍ୟବାଦ ତଥାପି"
"କ୍ଷମା କରିବେ. ଏଟା ମୋ ନିଶା, ହାରାମିଟା ମୋ ପିଛା ଛାଡ଼ୁନି. ମୁ ଚେଷ୍ଟା କରିଛି ବାବୁ. ବେଶ କିଛି ବର୍ଷ ଛାଡ଼ିଦେଇ ଥିଲି ମଧ୍ୟ. ସେଇ ଦୁର୍ଘଟଣା. ଫିଲାଡେଲ୍ଫିଆ ରେ ଥିବା ବେଳେ, କାରଖାନା. violet କୁ ସବୁ ଜଣା."
"ଓଃ , ଶୁଣି ଦୁଃଖିତ."
ଇତି ମଧ୍ୟରେ ଯୁବତୀଟି ଅସଜଡ଼ା ବିଛଣା, ଅପରିଷ୍କାର ଚଟାଣ, ଟେବୁଲ, ଫୁଲଦାନୀ ଇତ୍ୟାଦି ସବୁ ସଜାଡି ନେଇ ଥିଲା. ରୁମ ବେଶ ଫାଙ୍କ ଓ ସଫା ଦିଶୁଥିଲା.
"ମତେ ଗିଲାସେ ପାଣି ମିଳି ପାରିବ?"
"ନିଶ୍ଚୟ" ପାଣି ଗିଲାସଟି ଆଣୁ ଆଣୁ ସେ ପ୍ରେମିକକୁ କହିଲା "John , ତୁମେ ଏବେ ବାହାରକୁ ଯିବ କି?ଆମେ ପରେ ଗପିବା."
"ଆରେ ନିହାତି, Violet. ମୋ ପ୍ରେମିକ, ମୋ ମଧୁ, ମୋ ଫୁଲ..." ଇତ୍ୟାଦି କହୁ କହୁ ଚକ ଲଗା ଚେୟାରଟି ଟାଣି ନେଲା.
ସେ ଯିବାପରେ Violet ତା ବିଷୟରେ କିଛି ଗପିଲା ନାହିଁ. ସିଧା ସିଧା ଶବ୍ଦରେ ବେପାର କଥା ଆରମ୍ଭ କଲା.
ଯୁବକଟି ଅନୁଭବ କଲେ Violet ଜଣେ ଭଦ୍ର, ପ୍ରେମିକ ପ୍ରତି ଅନୁରକ୍ତା ନାରୀ. Violetର ଦାରିଦ୍ର୍ୟ ଓ ଦୁର୍ଭାଗ୍ୟ ଉପରେ ସେ ମନେ ମନେ ଭଗବାନଙ୍କ ଉପରେ ବିରକ୍ତ ହେଲେ. ସେ ଯେ ଦଶ ଡଲାରରୁ ଅଧିକ ର ଦାବିଦାର , ତା ବିଚାର କଲେ. ଆସିଲା ବେଳରୁ ସେ ନିଜ ଛାତିରେ ଏକ ରମଣୀୟ spark ସହ କଣ୍ଟାର ବେଦନା ଅନୁଭବ କରୁଛନ୍ତି.

ରାତି ପାଖା ପାଖି ଦୁଇ ଏବେ. Violet ଏକ ଅତି ସୁନ୍ଦରୀ ନହେଲେ ବି ଅତି ଉପଭୋଗନୀୟ ନାରୀ. ଏଟା ଆଉ ଗୋଟେ ଯୁକ୍ତି ସେ ଦଶ ଡଲାରରୁ ଅଧିକ ପାଇବା ଉଚିତ. ଅଲଗା ବେଶ୍ୟା ମାନଙ୍କ ଭଳି ସେ ବେଶୀ ଝିକ୍ ଝିକ୍ କରିନି. ଥରକେ ପନ୍ଦର ରୁ ଦଶ ଡଲାର କୁ ଖସି ଆସିଛି.
"ବାବୁ ଆପଣ ଚାହିଁଲେ ମୁଁ ଏଠି ସବୁ ଦିନ ଅଛି. ଆସନ୍ତୁ. ଆପଣଙ୍କ ବନ୍ଧୁଙ୍କୁ ଆଣନ୍ତୁ"
ଯୁବକ ନିଜ wallet ଅଣ୍ଡାଳିଲେ. ଦଶ ଡଲାରର ନୋଟ ପାଖରେ ଥିବା କୋଡିଏ ଡଲାରର ନୋଟଟିକୁ ଟାଣି ଆଣିଲେ ଓ Violet ଆଡକୁ ବଢ଼େଇ ଦେଲେ.
"ଓଃ, ଆପଣଙ୍କ ପାଖେ ଖୁଚୁରା ନାହିଁ ବୋଧେ.କିଛି ସମସ୍ୟା ନାହିଁ. ମୁଁ ସବୁବେଳେ ରଖେ. ଏଇ ନିଅନ୍ତୁ."
ଯୁବକଟି ଦଶ ଡଲାର ପାକେଟରେ ପୂରେଇଲେ. ଆଉ ଏକ ଗିଲାସ ପାଣି ପିଇଲେ. ଯୁବତୀକୁ ଶୁଭରାତ୍ରି ଜଣାଇଲେ.
ବାହାରେ ତାପମାତ୍ରା ବେଶ କମ ଥିଲା. ଯୁବକଟି ବେଶ ଆରାମ୍ ଓ କ୍ଲାନ୍ତ ଅନୁଭବ କରୁଥିଲେ. କାଲି ସକାଳ 7:30ର କ୍ଲାସ ଅଛି ମନେ ପକେଇଲେ. ମୋଟେଲର ବାହାରେ John ବସିଥିଲା ଓ ବେଶ ଖୁସିଥିଲା. "ଆସନ୍ତୁ ସାର, ପୁଣି ଆସନ୍ତୁ" ପତ୍ୟୁତ୍ତର ରେ ଯୁବକଟି ହାତ ଟେକି ଦେଲେ.


Rate this content
Originality
Flow
Language
Cover Design