Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବଳରାମ ବାରିକ

Others

5.0  

ବଳରାମ ବାରିକ

Others

ବଡ଼ ପ୍ରଶ୍ନ

ବଡ଼ ପ୍ରଶ୍ନ

3 mins
7.8K


ମଦ ଶବ୍ଦଟି ଆଖି ସାମ୍ନା କୁ ଆସିଲେ ସାଧାରଣ ଭାବରେ ଆମେ ନାକ ଟେକି ଦେଉ।ଆମ ଆଖି ଆଗରେ ନାଚି ଉଠେ ଏକ ମଦ୍ୟପ ବ୍ୟକ୍ତି ର ଚିତ୍ର।ଆମ ମନରେ, ଅଜାଣତ ରେ ସେ ମଦ୍ୟପ ବ୍ୟକ୍ତି ପ୍ରତି ସୃଷ୍ଟି ହୁଏ ଘୃଣାଭାବ।ମନେ ମନେ ତାର ଚରିତ୍ର ସଂହାର କରି ପକାନ୍ତି ଆଉ ତାର ଚଉଦ ପୁରୁଷ କୁ ବି ଗାଳି କରି ପକାନ୍ତି।ସତେ ଯେପରି ସେ ମଦ ପି ଦୁନିଆ ର ସବୁ ଠୁ ବଡ଼ ପାପ ଆଉ ଅକ୍ଷମଣୀୟ ଅପରାଧ ଟିଏ କରିଛି।

ଆମ ମନରେ ଏମିତି ସୃଷ୍ଟି ହେବା ଟା ବି ସ୍ବଭାବିକ କାରଣ ମଦ୍ୟପାନ କରିଥିବା ବ୍ୟକ୍ତି ଟି ମୁଣ୍ଡ କୁ ନିଶା ଚଢ଼ିଲେ କାହାକୁ ମାନେ ନାହିଁ।

ସ୍ଥାନ, କାଳ ,ପାତ୍ର କିଛି ଦେଖେନି ଯାହା ମନକୁ ଆସେ,ଦୋ ଅକ୍ଷରି, ତ୍ରିଅକ୍ଷରି ସବୁ ଉଗାରି ଦିଏ।

କେବଳ ଇଂରାଜୀ ରେ ହିଁ କଥାବାର୍ତ୍ତା କରେ।

ମଦ ପାନ କଲା ପରେ କଣ ପାଇଁ ଆମେ ଇଂରାଜୀ କହି ପକାଉ ତାର ବି ଲମ୍ବା ଆଲୋଚନା ଅଛି।

କିନ୍ତୁ ସେତେ ବାଟ ନଯାଇ ଆମେ ଟିକେ ଯଦି ଚିନ୍ତା କରିବା ତାହେଲେ ଜାଣି ପାରିବ।, ଇଂରେଜ ମାନେ ଆମ ଦେଶ ଛାଡି ଗଲା ପରେ ,ଆମେ ଭାଙ୍ଗି ପଡ଼ିଥିଲେ ଜମା ଭଲ ଲାଗୁ ନଥିଲା।ସେଥିପାଇଁ ସେମାନେ ବହୁତ୍ ଗୁଡ଼ାଏ ସଂସ୍କୃତି ଆମକୁ ମାଗଣା ରେ ଦେଇ ଚାଲି ଯାଇଥିଲେ।ଆଉ ଆମେ ବି ତାକୁ ହସି ହସି ଗ୍ରହଣ କରି ପକାଇଥିଲୁ। ଇଂରାଜୀ କହିବା ଆଉ ଇଂରାଜୀ ଶୈଳୀ ରେ ବଞ୍ଚିବା ଯେମିତି ଆମର ଏକ ଆନ୍ତରିକ ଇଚ୍ଛା ପାଲଟି ଗଲ।କିନ୍ତୁ ମାଟ୍ରିକ ପରୀକ୍ଷା ଫଳ ବାହାରିଲା ବେଳକୁ ନଜର କୁ ଆସେ ଇଂରାଜୀ ରେ ଜଷ୍ଟ ପାସ୍ ଙ୍କ ସଂଖ୍ୟା ବହୁତ୍ ଅଧିକ।ବୋଧ ହୁଏ ଇଂରାଜୀ ରେ ଜଷ୍ଟ ପାସ୍ କରିଥିବାସେହି ବ୍ୟକ୍ତି ମାନେ ସୁଯୋଗ ନଛାଡ଼ି ତାଙ୍କର ପୁରୁଣା ପାଠ କୁ ସ୍ମରଣ କରୁଥାନ୍ତି।

ମଦ ପାନ କରିଥିବା ବ୍ୟକ୍ତି ପାଟିରୁ କେବେ ବି ସଂସ୍କୃତ କି ଆଉ କୌଣସି ଭାରତୀୟ ଭାଷା ପ୍ରାୟ ପାଇବେନି।

ଆଜିକାଲି ଦୁନିଆ ରେ କିଏ ବା ନିଶା ନଖାଉଛି।

ଖାଲି ମଦ ଟା ନିଶା ନୁହେଁ।

ଗଞ୍ଜେଇ ,ଅଫିମ ,ଚରସ,ବ୍ରାଉନ ସୁଗାର, କୋକେନ ,ବିଡି ,ସିଗାରେଟ ,ଗୁଟଖା ବି ନିଶା ଶ୍ରେଣୀଭୁକ୍ତ ।

କିନ୍ତୁ ଆମେ ମଦ କୁ କାହିଁକି ଏକ ବୈମାତୃକ ମନଭାବ ନେଇ ଦେଖୁଛେ।

କେବଳ ଉନ୍ମାଦନା ରେ ଆସିଯାଇ ମଦ୍ୟପ କେଇ ପଦ ଗାଳି ଦେଇ ଦିଏ ବୋଲି ନା ଆଉ କିଛି କାରଣ!!!

ମଦୁଆ ମାନେ କିନ୍ତୁ ମୋ ଜାଣିବାରେ ବହୁତ୍ ଜ୍ଞାନୀ ଆଉ ଦାର୍ଶନିକ ମଧ୍ୟ।

ଗୋଟିଏ କଥା କୁ ସେମାନେ ଏତେ ଥର କହିବେ ଯେ ଲାଗିବ ଯେମିତି ସେ ସାରା ଜୀବନ ପାଟି ଖୋଲିବାର ସୁଯୋଗ ପାଇ ନଥିଲେ।

ମଦ ପିଇବା ପରେ ଲୋକ ମନ ତଳର କୁହୁଳା ନିଆଁ କୁ ବି ପଦା ରେ ପକାଇ ଦିଅନ୍ତି।

କିଏ ସ୍ତ୍ରୀ କୁ ଗାଳି କରେ।କିଏ ନିଜ ପ୍ରେମିକା କୁ ଗାଳି କରେ।ଆଜିକାଲି ବେସରକାରୀ ସଂସ୍ଥା ରେ କାମ କରୁଥିବା କର୍ମଚାରୀ ମାନେ , ଦିନ ଯାକର କଷ୍ଟ ଆଉ ଯନ୍ତ୍ରଣା ,ନିଜ ମ୍ୟାନେଜର ର ଗାଳି ଆଉ ଧିକାର ର ଉତ୍ତର 4 ଟା ପେଗ୍ ଲଗାଇବା ପରେ ଖୁବ୍ ସୁନ୍ଦର ଭାବରେ ଦେଇ ପାରନ୍ତି।

ଥରେ ଜଣେ ମଦୁଆ କୁ ଦେଖିଲି ସେ ଭାରି କୌତୁହଳ ଆବେଗରେ ଥିଲା।ହାତରେ ଥିଲା ଗୋଟେ ରମ୍ ବୋତଲ।ଆଉ ସେ ବୋତଲକୁ ସେ ମଦ୍ୟପ ପ୍ରଶ୍ନ କରୁଥାଏ ।

ଭାଇ ମୋତେ ଗୋଟେ କଥା କହ...

ତୋ ତଣ୍ଟି ପର୍ଯ୍ୟନ୍ତ ତ ମଦ ଭରିଛି।ମାନେ ତୁ ତଣ୍ଟି ପର୍ଯ୍ୟନ୍ତ ମଦ ପିଇଛୁ,ହେଲେ ତୁ ତ କାହିଁ ଟଳମଳ ହେଇ ଭାଙ୍ଗି ପଡୁନୁ।କିନ୍ତୁ ମୁଁ ଦୁଇ ଢ଼ୋକ ମାରିଦେଲ କାହିଁକି ଏମିତି ଟଳଟଳ ହେଇ ରାସ୍ତାରେ ଗଳି ପଡୁଛି।

ମୁଁ ମନେ ମନେ ଭାବିଲି କଥା ରେ ତ ତର୍କ ଅଛି।ବୋଲତ ଟି ପଛେ ନିର୍ଜୀବ ହେଲେ ହେଉ।

ଆଉ ଦିନକର କଥା।ରାଜ ରାସ୍ତାରେ ଗୋଟେ ଦୁର୍ଘଟଣା ଘଟି ଯାଇଥିଲ।

ଦ୍ରୁତ ଗତିରେ ଯାଉଥିବା ଏକ ଭାରି ଯାନ ଏକ ସାଇକେଲ ଆରୋହୀ କୁ ଧକା ଦେଇ ଚାଲି ଯାଇଥିଲା।ରାସ୍ତା କଡ଼ରେ ଲୋକଟି ମୁର୍ମୁଷୁ ଅବସ୍ଥାରେ ଜୀବନ ସହ ସଂଗ୍ରାମ କରୁଥାଏ ।ଅନେକ ପଥଚାରୀ ସେ ରାସ୍ତା ଦେଇ ଯାଉଥାନ୍ତି।କିନ୍ତୁ କେହି ସେ ଲୋକ ପାଖକୁ ଯାଉନଥାନ୍ତି।କାହା ପାଖରେ ଟାଇମ ବି ନାହିଁ।ସଭିଏଁ ଭାବୁଥିଲେ କେହି ତ ଜଣେ ତାକୁ ଡାକ୍ତରଖାନା ନେଇ ଯିବ।ଆଉ କିଛି ଲୋକ ପୋଲିସ୍ କେସ୍ ହେଇଯିବ ଡରି ସେ ଅସହାୟ ଲୋକଟି ପାଖକୁ ଯାଉନଥିଲେ ।ଯେମିତି ମଣିଷ ପଣିଆ ଆଉ ବିବେକ ଆମ ପାଖରେ ଆଉ ଟିକେ ବି ବାକି ନାହିଁ।ଲୋକଟିକୁ ମେଡ଼ିକାଲ ନନେଇ ତାକୁ ପାର ହୋଉ ଚାଲି ଯାଉଥାନ୍ତି ।

ସେ ବାଟ ଦେଇ ଜଣେ ମଦ୍ୟପ ନିଶାରେ ଗୀତ ଗାଇ ଗାଇ ଯାଉଥିଲା ।ତାର ନଜର ସେ ଦୁର୍ଘଟଣାଗ୍ରସ୍ତ ଲୋକ ଉପରେ ପଡ଼ିଲା।ସେ ସେଠି ଅଟକି ଗଲା।ଇଂରାଜୀରେ ବି ଦୁଇ ଶବ୍ଦ କହିଲା।How are you??

Dont worry ..Dont worry ....

ଆଉ ଶେଷରେ କହିଲା।କିଛି ଟେନ୍ସନ ନେ ନି ଭାଇ।

ମୁଁ ତତେ ଡାକ୍ତର ଖାନା ନେଇ ଯିବି।ତୋର କିଛି ହେବ ନାହିଁ ।ମଦୁଆ ଜନକ ଗୋଟେ ଅଟୋ ରିକ୍ସା ର ସାହାଯ୍ୟ ନେଇ ପୀଡିତ ଲୋକଟିକୁ ନିକଟସ୍ଥ ଡାକ୍ତରଖାନା ନେଇ ଗଲା।

ଏ ଦୃଶ୍ୟ ଦେଖି ମୁଁ ବି ହତବାକ ।କାରଣ ସେହି ଭଦ୍ର,ମାର୍ଜିତ ,ଶାଳିନ, ବେବେକି ଲୋକ ମାନଙ୍କ ଭିତରେ ମୁଁ ବି ଜଣେ ଥିଲି,ଯିଏ ସେ ଦୃଶ୍ୟ ଖାଲି ଦେଖୁଥିଲା ।ଆଉ ଲାଚାର ପରି ଛିଡା ହୋଇଥିଲା।

ଗୋଟେ ଶକ୍ତ ଚାପୁଡ଼ା ଖାଇଲା ପରି ମୋତେ ଲାଗିଲା।ମନେ ମନେ ଭାବୁଥିଲି କିଏ ନିଶା ରେ ଅଛି।

ଆମେ ଆଉ ମୁଁ !!!!!

ନା ...

ସେ ମଦ୍ୟପ ଜଣଙ୍କ।

✍ବଳରାମ ବାରିକ।


Rate this content
Log in