Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବଣ ମଣିଷ
ବଣ ମଣିଷ
★★★★★

© Narayan chandra Senapati

Inspirational

3 Minutes   295    41


Content Ranking


     ତୋର ମଣିଷପଣିଆ ନାହିଁ,ତୁ ମଣିଷ ପଦବାଚ୍ୟ ନୁହଁ,ତୁ ଗୋଟେ ବଣ ମଣିଷ।ଏମିତି ଧିକ୍କାର କରି ଝିଅ ସୁମନ ଉପରକୁ ରାଗି ଗର୍ଜୁଥିଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ଆଦର୍ଶ ସାମନ୍ତରାୟ।ତେବେ ସୁମନର ଭୁଲ ହେଲା ତାଙ୍କ ଘର ଚଟାଣ ଉପରେ ମଇଳା ଲୁଗା ପିନ୍ଧା ଭିକାରୀଟା ଚକା ପକାଇ ବସି ମାର୍ବଲକୁ ଅପରିଷ୍କାର କରିଦେଇଥିବାରୁ ସେ ତାକୁ ଗାଳି ଗୁଲଜ କଲେ।ବ୍ୟବହାରର ଆଦର୍ଶ ବୋଲାଉଥିବା ଆଦର୍ଶ ବାବୁଙ୍କର ଝିଅ ପାଖରେ ଟିକିଏ ବୋଲି ଆଦର୍ଶ ନାହିଁ ବୋଲି ଭିକାରୀଟି ସୁମନକୁ କହିବାରୁ ସୁମନ ଉତ୍ତକ୍ଷିପ୍ତ ହୋଇ ନିଜ ଜୋତାରେ ତାକୁ ବାଡେଇଲା,ତା ଭିକ୍ଷା ଥାଳକୁ ଫିଙ୍ଗିଦେଲା,ଆଉ ତାକୁ ଏତେ ଜୋରରେ ଠେଲିଦେଲା ଯେ ତଳେ ପଡିଯିବାରୁ ଆଣ୍ଠୁଛିଡି ରକ୍ତ ବାହାରିଲା, ଆଉ ବିଚାରୀଟା ଭୋ ଭୋ ହୋଇ କାନ୍ଦୁଥିଲା।ଆଖିରେ ପଡିଗଲା, ଏ ଅସୌଜନ୍ୟ ବ୍ୟବହାରକୁ ସହ୍ୟ କେମିତି ବା କରିଥାନ୍ତେ ସେ?


 ଝିଅ ସୁମନ ଆଖିରୁ ଧାର ଧାର ଲୁହ।ତା ଆତ୍ମାକୁ ବାଧିଛି ବହୁତ।ସେ କ'ଣ ପ୍ରାଇମେରୀ ସ୍କୁଲ ପିଲା ଯେ ବାପା ଏମିତି କହୁଛନ୍ତି।ସେ ପରା ସେଣ୍ଟ୍ରାଲ ସ୍କୁଲ ବୋର୍ଡ଼ର +୨ବିଜ୍ଞାନ ଛାତ୍ରୀ।ସେ କ'ଣ ଶିଷ୍ଟାଚାର ଶିଖିନାହିଁ।ଆଦର୍ଶ ଛାତ୍ରୀ ଭାବେ ଦୁଇଥର ପୁରସ୍କୃତ ହୋଇଛି।ହଁ ଯଦି ରାଗିଲେ ରାଗିଲେ ତେବେ ବଣ ମଣିଷ କାହିଁକି କହିଲେ!ତେବେ ସୁମନ ମୁଣ୍ଡରେ ଗୋଟିଏ କଥା ପ୍ରତିଦ୍ବନ୍ଦିତା କରି ଦ୍ବନ୍ଦ୍ୱ ସୃଷ୍ଟି କରୁଥିଲା,ତାହେଲା ବଣ ମଣିଷ।ବଣ ମଣିଷ କିଭଳି?ତା ସ୍ଵଭାଵ କ'ଣ???


 ଏହିଭଳି ଅନେକ ଅସମାହିତ ପ୍ରଶ୍ନ ଉଙ୍କି ମାରୁଥାଏ ସୁମନ ମନରେ।ସେ ମନେ ପକାଇଲା ଷ୍ଟାଣ୍ଡର୍ଡ଼ ସିକ୍ସ ଆଇ ମିନ ଷଷ୍ଠ ଶ୍ରେଣୀର ଇତିହାସରେ ସେ ପଢିଥିଲା ଏ ବଣ ମଣିଷ ବିଷୟରେ।ଆଜିର ଅତ୍ୟାଧୁନିକ ମାନବର ଅତି ପୁରୁଣା ପୂର୍ବ ପୁରୁଷ ଯେମିତିକି କ୍ରୋମ୍ୟାନନ ମଣିଷ,ନ୍ୟୁନଡଥାଲ ମଣିଷ ଆଉ ଯେଉଁ ସିମ୍ପାଞ୍ଜି ସେହି ତ।ହେଲେ ଅନେକଙ୍କୁ ଏ ସମ୍ବନ୍ଧରେ ପଚାରିଲା,ମାତ୍ର କିଏ କହିଲା ମୁଁ ସାଇନ୍ସ ପିଲା,କିଏ ବି କହିଲା ମୁଁ କମର୍ସ ପିଲା ଏ ଇତିହାସ ତଥ୍ୟ ଆମେ ଜାଣୁନା କି ଜାଣିବା ଆବଶ୍ୟକ ନାହିଁ।ଭାବିଲା ମୁଁ ଗୁଗୁଲ ରେ ସର୍ଚ୍ଚ କଲେ ସବୁ ମିଳିଯିବ।ତାହା ହିଁ କଲା।ଇଂଲିସରେ ଯାହା ପାଇଲା ତାକୁ ଟ୍ରାନ୍ସଲେଟ କରି ସବୁ ଜାଣିଗଲା।


  ଏ ବଣ ମଣିଷ ଥିଲେ ଯାଯାବର।ଦେଖିବାକୁ କୁତ୍ସିତ ଏମିତିକି ବାନର ପରି।ଦେହରେ ବସ୍ତ୍ର ଶୁନ୍ୟ।ଖାଦ୍ୟ ପଶୁପକ୍ଷୀଙ୍କ ଖାଦ୍ୟର ଅନୁରୂପ,ଡାଳପତ୍ର,ଫୁଲଫଳ, କଞ୍ଚାମାଂସ ପାନୀୟ ହେଲା ନଦୀ ଝରଣାର ଦୂଷିତ ଜଳ।ଭାଷା ଭାବ ଓ ସାହିତ୍ୟରେ ସମ୍ପୂର୍ଣ୍ଣ ଅଜ୍ଞ, ଆଉ ବିଜ୍ଞାନ ଘର ତ ପୁରା ଶୁନ୍।ସଭ୍ୟତା କଣ, ସଂସ୍କୃତି କଣ, ଶିଷ୍ଟାଚାର,ଶାଳୀନତା,ଲଜ୍ଜା,ସ୍ୱାଭିମାନ,ସମ୍ମାନବୋଧ ଏସବୁ ତାପାଇଁ ଦିବାସ୍ବପ୍ନ।ମାତ୍ର ଏତିକି ଅନୁମେୟ ଏସବୁ ତାର ଶିକ୍ଷାର ଅଭାବ ଯୋଗୁଁ ହେଉଥିଲା।ଜଙ୍ଗଲରେ ତାକୁ ନୀତିଶିକ୍ଷା କିଏ ଦେବ?ଯାହା ପଶୁପକ୍ଷୀଙ୍କ ଠାରୁ ଦେଖୁଥିଲା ତାହା ଅନୁକରଣ କରୁଥିଲା।ଏଭଳି ଅଜ୍ଞ ଅଶିକ୍ଷିତ ବଣ ମଣିଷ ବୋଲି ତାକୁ ତା ବାପା କହିଲେ।ଅତି ନିନ୍ଦାର ବିଷୟ।ମ୍ରିୟମାଣ ହୋଇ ଦୁଃଖରେ ମନସ୍ତାପରେ ରହିଲା ସେ।


 ଦିନେ ତାଙ୍କ ଗାଁକୁ ଜଣେ ଦିବ୍ୟଦ୍ରଷ୍ଟା ଆସିଲେ।ବିଖ୍ୟାତ ମନୋବିଜ୍ଞାନୀ ରୂପେ ଜଣାଶୁଣା ସେ।ମୁହଁକୁ ପଢି ଅନେକ ଜଟିଳ ସମସ୍ୟା ସମାଧାନ କରିଦିଅନ୍ତି।ସେ ସୁମନକୁ ଦେଖି ତା ବିରସର କାରଣ ଅନୁସନ୍ଧାନ କଲେ।ସୁମନ ଠାରୁ ସବିଶେଷ ତଥ୍ୟ ପାଇଲା ପରେ ଏକ ସୁନ୍ଦର ବିଶ୍ଲେଷଣାତ୍ମକ ତାତ୍ତ୍ଵିକ ତଥ୍ୟ ଅର୍ପଣ କଲେ ଯାହା ତା ମନରେ ପ୍ରସ୍ଫୁଠିତ ଗୋଲାପର ବାସ୍ନା ବିଞ୍ଚିଦେଲା।ସାଧୁଙ୍କ ମତରେ ବର୍ତ୍ତମାନର ମାନବର ମନ ହିଂସା,ଈର୍ଷା,କପଟ,ଛନ୍ଦ,ପରଶ୍ରୀକାତରତା ମିଷ୍ଟବିହୀନ ମହୁଫେଣାଟିଏ।ଅନୁନ୍ନତ ହେଉ ପଛେ ବଣ ମଣିଷ ଥିଲା ସରଳ ନିରୀହ ବିଶ୍ୱାସୀ ଉଦାର ପ୍ରାଣୀଟିଏ।କେବେ କାହାର ମନ୍ଦ ସେ ପରିକଳ୍ପନା ବି କରୁ ନ ଥିଲା।ଯାହା କରୁଥିଲା ତାହା ଥିଲା କର୍ମ ଓ ଧର୍ମ।ଏହା କରୁ କରୁ ଅଜାଣତରେ କେବେ କେବେ କାହାର ଅନିଷ୍ଟକାରୀ ତ କେବେ କାହାର ହିତକାରୀ ପାଲଟୁଥିଲା।ମାତ୍ର ଆଜିର ଉନ୍ନତ ସଭ୍ୟ ଶିକ୍ଷିତ ସଂସ୍କାରିତ ଭାଷଣ ଦେଉଥିବା ମାନବ ପ୍ରତି ମୁହୂର୍ତ୍ତରେ ଅନ୍ୟର ଅହିତ ପାଇଁ ଯୋଜନା କରୁଛି।ସେ ଶିକ୍ଷା ବିହୀନ କର୍ମ ହୁଏତ ଭୁଲ ହୋଇଯାଉଥିଲା ମାତ୍ର ଆଜି ଭଲ ପାଇଁ ବାରମ୍ବାର ସଚେତନ ହୋଇ ବି ସେ ଭୁଲ କରୁଛି।ତେବେ କହିଲା ଦେଖି କିଏ ଉନ୍ନତ? ଅତ୍ୟାଧୁନିକ ମାନବ ନା ସେଦିନର ବଣ ମଣିଷ।ଏକଥା ସୁମନର ମନକୁ ବେଶ ଛୁଇଁଲା ।ମନେ ମନେ ବିଚରା ବଣ ମଣିଷ ପ୍ରତି ତାର ଶ୍ରଦ୍ଧା ଆସିଲା।ମନ ହେଉଥିଲା, କେମିତି ଦେଖନ୍ତା କି ତାକୁ।ହେଲେ ଅସମ୍ଭବ କଥା ତାକୁ ବଣ ମଣିଷ ଆଣି କିଏ ଦେବ?ଶେଷରେ ଜାଣିଲା ନନ୍ଦନକାନନ ରେ ସେ ସିମ୍ପାଞ୍ଜି ଅଛି।ଅନେକ କୃତଜ୍ଞତା ଜଣାଇଲା ଆମ ଦେଶର ବୁଦ୍ଧିଜୀବୀ, ବୈଜ୍ଞାନିକ,ଶିକ୍ଷାବିତ ଯେଉଁମାନେ ଏ ପ୍ରାଣୀକୁ ସୁରକ୍ଷିତ ରଖି ଜାତିର ଐତିହ୍ୟକୁ ମନେ ପକାଇଛନ୍ତି।ବହୁ ଉତ୍କଣ୍ଠାରେ ଚାଲିଲା ନନ୍ଦନକାନନ,ଅନ୍ୟ କେଉଁଠିବି ତାର ମନ ନାହିଁ।ଶେଷରେ ପହଁଚିଲା ସିମ୍ପାଞ୍ଜି ପାଖରେ।ସନ୍ତାପିତ ମନ ଶାନ୍ତ ଶୀତଳ ହୋଇଗଲା।ହେଲେ ଜିଦ୍ ଧରିଲା ତା ପାଖକୁ ଯାଇ ଟିକେ ଆଖିପୁରେଇ ଦେଖନ୍ତା ତାକୁ।ଯାହାହେଉ ତା ଆବେଦନ ମଞ୍ଜୁର ହେଲା।ତା ସାମନାରେ ବସି ତାକୁ ଦେଖି ଖାଲି ଠୋ ଠୋ ହୋଇ ହସିଲା।ଆଉ ମନେ ମନେ କହିଲା ତୁ ଯାହା ହେଉନା କାହିଁକି, ପକୃତରେ ମହାନ ରେ ବଣ ମଣିଷ,କାହିଁକିନା ତୁ ପରା ଆମ ପୂର୍ବପୁରୁଷ।


ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର

ପୂର୍ବପୁରୁଷ ସିମ୍ପାଞ୍ଜି ବଣ ମଣିଷ

Rate the content


Originality
Flow
Language
Cover design

Comments

Post

Some text some message..