Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Others

3  

Rasmi Rekha Tripathy

Others

ପୁଅ

ପୁଅ

1 min
527



       ପୁଅକୁ ଅପେକ୍ଷା କରି କରି ମୋର ଚାରି ଝିଅ l ମୋର ସାନ ଝିଅ ଓ ଦିଅରଙ୍କ ପୁଅ ଚାରିଦିନରେ ସାନ ବଡ l ମୋ ଶାଶୁ ନିଜେ ପୁତୁରାର ଯତ୍ନ ନେଇଥିଲେ l କିନ୍ତୁ ମୋ ଝିଅକୁ ଆଡ ଆଖିରେ ବି ଚାହିଁ ନ ଥିଲେ l ଅଥଚ ମୋ ଶାଶୁଙ୍କର ଶେଷ ସମୟରେ ଏହି ସାନ ଝିଅ ହିଁ ବହୁତ ସେବା କଲା l ଅନ୍ୟ ଝିଅ ମାନେ ସମସ୍ତେ ବାହାରେ ପଢୁଥିଲେ l

       ଶାଶୁଙ୍କର ଆଶୀର୍ବାଦରୁ ହେଉ କିମ୍ବା ଆମର ସୁକୃତରୁ ହେଉ ମୋ ଝିଅମାନେ ଆଜି ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ l ଜୋଇଁମାନେ ବି ଭଲ l ମୋ ପୁତୁରା ବି ଏବେ ଆମେରିକାରେ l ନାଗରିକତ୍ୱ ନେଇ ସାରିଲାଣି l

       କିନ୍ତୁ ଫରକ ଏତିକି ଆଜି ଉତ୍ତର ବୟସରେ ମୋ ଝିଅମାନେ ଆମ ଦୁହିଁଙ୍କର ଦାୟିତ୍ୱ ନେଇଛନ୍ତି l ଅଥଚ ମୋ ଯାଆ ଦିଅର ପୁରା ଏକା l ତାଙ୍କ ପୁଅ ସେମାନଙ୍କୁ ଆମେରିକା ନେଇ ଯାଉନି କି ସେମାନେ ବି କେବେ ନିଜ ତରଫରୁ ପୁଅ ବୋହୁଙ୍କ ପାଖକୁ ଯିବା ନାଆଁ ଉଠୋଉନାହାନ୍ତି l



Rate this content
Log in