Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବୃଷୋତ୍ସର୍ଗ
ବୃଷୋତ୍ସର୍ଗ
★★★★★

© ଓଡିଆ ଶିଶୁ ଗପ

Children

3 Minutes   374    12


Content Ranking

ଦିନେ ମୁର୍ଶୀଦାବାଦ୍ ନବାବ୍ କୃଷ୍ଣ ନଗରରେ ଉପସ୍ଥିତ ହୋଇ କିଛି ଦିନ ବାସ କରିଥିଲେ । ଦିନେ ରାଜା କୃଷ୍ଣ ଚନ୍ଦ୍ର ରାୟଙ୍କର ପିତୃ ଶ୍ରାଦ୍ଧ ବୃଷୋତ୍ସର୍ଗ ବୃଷଟି ନବାବ୍ ସାହେବଙ୍କ ଆଗରେ ଯାଉ ଥିଲା । ବୃଷଟିକୁ ନବାବ୍ ଦେଖି ତାଙ୍କର ଉଜିର୍କୁ ଡାକି କହିଲେ –

“ଉଜିର୍, ଏତ ବହୁତ ଆଚ୍ଛା ବୟେଲ ହଏ?” ଏହା ଶୁଣି ଉଜିର୍ କହିଲେ –

“ହଁ ହଜରତ୍ ଏ ବୟେଲ୍ ଖୁବ୍ ଆଚ୍ଛା” ତହୁଁ ନବାବ୍ ହୁକୁମ୍ କରିଲେ “ଯଲ୍ଦି ଇସ୍କୋ ପକଡକେ ରଖୋ । ଇସ୍ସେ ବହୋତ୍ ବତିର ଖାନା ହୋଗା ।” ଏକଥା ଶୁଣି ନବାବଙ୍କର ଲୋକ ଷଣ୍ଢଟିଏ ବାନ୍ଧି ରଖିଲେ । କିଛି କ୍ଷଣ ପରେ ଷଣ୍ଢ ବନ୍ଧା ହେବା କଥା ରାଜା କୃଷ୍ଣ ଚନ୍ଦ୍ର ଶୁଣି ବଡ ଚିନ୍ତିତ ହେଲେ । କାହାରି ସହିତ କଥା ଭାଷା ନହୋଇ ମନରେ ଗୋଟିଏ ବଡ ଭାବନା କରି ବସିଲେ “ହାୟ ହାୟ ଦୂରାଚାର ଯବନର ଅଧିନରେ ରହି ହିନ୍ଦୁ ଜାତିର ଧର୍ମ କର୍ମ କି ଏକ ପ୍ରକାର ଲୋପ ପାଇବ? ହାୟ କି ବିଷୟ ମର୍ମାନ୍ତିକ ଯାତନା । ପିତୃ ଶ୍ରାଦ୍ଧର ବୃଷଟି କ’ଣ ନବାବର ଖାନାରେ ନଷ୍ଟ ହେବ? ଏ ବିପଦର କଥା ଆଉ କାହା ଆଗେ ବା କହିବି । ଯିଏତ ରକ୍ଷକ ସିଏତ ଭକ୍ଷକ । ତା’ ହେଲେ ଆଉ କାହା ଦ୍ୱାରା କ’ଣ ହେବ? କୃଷ୍ଣ ଚନ୍ଦ୍ର ଏହି ପରି ଭାବନାରେ ବିମର୍ଷ ବଦନରେ ବସି ଛନ୍ତି । ଏହି ସମୟରେ ଗୋପାଳ ଉପସ୍ଥିତ ହୋଇ କହିଲେ –

ମହାରାଜା ଏତେ ଦୁଃଖିତ କାହିଁକି? ଏହା ଶୁଣି କୃଷ୍ଣ ଚନ୍ଦ୍ର କହିଲେ – ଗୋପାଳ ମୋ କପାଳ କଥା କ’ଣ କହିବି? ମୁଁ ବଡ ବିପଦଗ୍ରସ୍ତ । ଏ କଥା ତୁମ୍ଭଙ୍କୁ କହି କିଛି କିଛି ଉପକୃତ ହେବି ବୋଲି ଆଶା ନାହିଁ । ଯଦ୍ୟପି କୌଣସି ଉପାୟରେ ଏ ବିପଦରୁ ରକ୍ଷା ପାଏ, ତାହେଲେ ଜାଣିବି ଯେ ମୋର ସ୍ୱର୍ଗୀୟ ପିତୃଗଣଙ୍କର ଅସୀମ ପୂଣ୍ୟ ବଳ ଅଛି । ନଚେତ୍ ସମସ୍ତ ହିଁ ବିଫଳ କ’ଣ କହିବି? ଏହି ପରି ରାଜା ଗୋପାଳକୁ ସମସ୍ତ ବିଷୟ ଆଦ୍ୟପ୍ରାନ୍ତ କରି କହିଲେ – ମହାରାଜ ଏଥି ସକାଶେ ଚିନ୍ତା କ’ଣ? ଆପଣଙ୍କ କୃପା ବଳେ ଯେତେ ବେଳେ ମୁଁ ନବାବ୍ ସାହେବ୍ଙ୍କୁ ଦେଖା କରିବି ସେହି କ୍ଷଣି ବୃଷଟିକି ନେଇ ଆସିବି । କିନ୍ତୁ ମହାରାଜା ଏଥି ସକାଶେ କିଛି ଆୟୋଜନ ମଧ୍ୟ କରିବାକୁ ହେବ ।

ରାଜା କହିଲେ – ନା ଗୋପାଳ ତା ହେବ ନାହିଁ । ତୁମ୍ଭେ ନବାବଙ୍କୁ ପଚାରିଲେ କିମ୍ବା ମୋ ପିତୃ ଶ୍ରାଦ୍ଧର ବୃଷ ବୋଲି ଜଣାଇଲେ, ବିଷମ ବିଭ୍ରାଟ ଉପସ୍ଥିତ ହେବ ।

ଏହା ଶୁଣି ଗୋପାଳ କହିଲେ – ଆଜ୍ଞା, ନା ଆମ୍ଭର ସେପରି କାର୍ଯ୍ୟ ସିଦ୍ଧି ହେବ ଏବଂ ମହାରାଜାଙ୍କର କିଛି ଅସମ୍ମାନ ନ ହେବ, ତାହା ଅବଶ୍ୟ କରିବାକୁ ହେବ । ଏହା କହି ଗୋପାଳ ଶୀଘ୍ର ସେଠାରୁ ଯାଇ ନବାବ୍ ସାହେବଙ୍କ ନିକଟରେ ପ୍ରବେଶ ହେଲେ । ନବାବ୍ ସାହେବ୍ ଗୋପାଳକୁ ଦେଖି ତାଙ୍କ ଉଜିର୍କୁ ପଚାରିଲେ, ଉଜିର୍, ଏ କୌନ ହୈ?

ଉଜିର୍ କହିଲେ – ହଜରତ୍ ଏ ଆଦ୍ମି ରାଜା କିଷନ୍ ଚାନ୍ଦକେ ଭାଣ୍ଡ ହୁଏ, ଅଉର୍ ଇସ୍କେ ଦିଲ୍ମେ ବହୁତ ମୁନ୍ସିଦାରୀ ହଏ । ଇନ୍କେ ମାଫିକ୍ ଇନ୍ ସଭାଦାର ହୁସିଆରୀ ଆଦ୍ମି ବହୁତ କମ୍ତି ନଜରମେ ଆତି ହୁଏ । ନବାବ୍ ଉଜିର୍ଙ୍କ ଠାରୁ ଗୋପାଳର ପ୍ରଶଂସା ଶୁଣି ସାଦରେ ଗୋପାଳକୁ ବସିବାକୁ ଅନୁମତି ଦେଲେ । ନବାବଙ୍କ ନିକଟରେ ଗୋପାଳ ବସି ନାନା କଥା ଆଲୋଚନା କରି ପରେ ପଚାରିଲେ, ହଜରତ୍ ଏ ବୟେଲ୍ ଇହାଁ କାହେକୁ ପକ୍ଡାକେ ରଖା ଦିଏ ହେଁ । ନବାବ୍ କହିଲେ – ଇସ୍କୋ ଖାନା ପକାଓନା ହୋଗା, ଏ ବହୁ ତେଜିଆନ୍ ବଏଲ୍ ହୈ । ଏହା ଶୁଣି ଗୋପାଳ କହିଲେ – ହଜରତ୍, ବହୁତ ଅଛି କାମ ହୁଆ ହୈ ।

ନବାବ୍ କହିଲେ – କୈସା ଅଛି କାମ ହୁଆ?

ଗୋପାଳ କହିଲେ – ଏ ବଦମାସ୍ ବୟେଲ୍ କିସ୍କୋ ଝାଡା ଫିର୍ନେ ନେହିଁ ଦେତା ହୁଏ । ଯାହାଁପନା, ସର୍ଫେ ମଇଲା ପତା ହୁଏ । ଘାସ ବିଚାଲି ନଡା ଅଉର କିଛି ଦୁନିଆକା ଶଜ୍ ବିଲ୍କୁଲ୍ ଛୋଡକେ, ଯବ୍ ଦେଖା କି କୋଇ ମଇଦାନମେ ଝାଡା ଫିରନେ ବୈଠେ, ବସ୍ ଉସି ଘଡି କାନ୍କୋ ପିଛୁମ୍ ଯାକେ ବହୁତ ଦିକ୍ଦାରୀ କରନେ ଲାଗେ ଏଇ ବ୍ୟସ୍ତେ ହାମ୍ ବୋଲା ବହୁତ ଅଛି କିଆ ଯାହାଁପନା । ଗୋପାଳର ଏହି ଚତୁରତା କଥାରେ ନବାବ୍ ଦୃଢ ବିଶ୍ୱାସ କରି ବିରକ୍ତି ହୋଇ ଚାକରମାନଙ୍କୁ ଡାକି ହୁକୁମ୍ ଦେଲେ ଯେ, ଦେଖା ଏ ବଦମାସ୍ ବୟେଲ୍ କୋ ଇହାଁସେ ଜଲ୍ଦି ନିକାଲଦୋ । ଇସ୍କୁ ହମ୍ କଭି ଦେଖ୍ନେ ନାହିଁ ମାଙ୍ଗତା ହୁଏ ।

ନବାବ୍ଙ୍କ ଆଜ୍ଞା ମାତ୍ରେ ଚାକର ଷଣ୍ଢଟିକୁ ଫିଟାଇ ଦେଇ ବାଡେଇ ବାଡେଇ ବାହାର କରି ଦେଲେ । ଷଣ୍ଢ ମଧ୍ୟ ମୁକ୍ତି ପାଇ ଡିଆଁ ମାରି ରାଜା ଘରକୁ ପଳାଇଲା । ଏଣେ ଗୋପାଳ ମଧ୍ୟ ନିଜର ଅଭିପ୍ରାୟ ସାଧନ ହେବା ଜାଣି ନବାବ୍ ସାହେବଙ୍କୁ ସଲାମ୍ ଠୁଙ୍କି ଚାଲି ଆସିଲେ । ରାଜା କୃଷ୍ଣ ଚନ୍ଦ୍ରଙ୍କୁ ଏ ଶୁଭ ସମ୍ବାଦ ଜଣାଇ ରୀତି ମତ ପାରି ତୋଷିକ ପାଇ ନିଜ ଘରକୁ ଫେରିଲେ ।

କୃଷ୍ଣ ଉପସ୍ଥିତ ବୃଷ

Rate the content


Originality
Flow
Language
Cover design

Comments

Post

Some text some message..