Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shibashis Padhee

Others

3  

Shibashis Padhee

Others

ସନ୍ଦେଶ

ସନ୍ଦେଶ

3 mins
258



ଦଶ ଟା ବାଜି ସାରିଥାଏ । ତରତରରେ ଅଫିସ ବାହାରୁଥିଲା ଶିବମ । ଗାଁ ଠୁ କୋଡିଏ କିଲୋମିଟର ସହର । ସେଇଠି ଜିଲ୍ଲା କୃଷି କାର୍ଯ୍ୟାଳୟରେ କନିଷ୍ଠ ସହାୟକ । ସବୁଦିନ ବାଇକ ରେ ଯାଏ ! ଗାଁ ରୁ ଦୁଇ କିଲୋମିଟର ଗଲେ ପଡେ ଗାଁ ଛକ ସେଇଠୁ ମୁଖ୍ୟ ରାସ୍ତା । ସେଇଠୁ ପନ୍ଦର ମିନିଟ ଲାଗେ ବାଟ ରେ ଆଉ ଗାଁ ପଡ଼େନି ଉଭୟ ପଟେ ଖାଲି କ୍ଷେତ !!ଆଜି ଟିଭିରେ ଟିକିଏ ନିର୍ବାଚନ ଖବର ଦେଖିଦେବାରୁ ଡେରି ହେଇ ଗଲାଣି ।ଏଣୁ ଶୀଘ୍ର ଶୀଘ୍ର ଯାଉଥାଏ ସେ ।


ଗାଁ ଛକ ପାରି ହେଉ ହେଉ ଦେଖିଲା ଆଗରେ ଠିଆ ହୋଇଛନ୍ତି ପୂର୍ଣ୍ଣ କାକା । ଗାଁ ହିସାବ ରେ କାକା ହେବେ ।ବଡ଼ ଚାଷି !ଦୀର୍ଘକାୟ ଶରୀର । ଧୋତି ପଂଜାବୀ ପରିଧାନ କରି ହାତରେ ଏକ କପଡା ବ୍ୟାଗ ଧରି ଥିବେ ।ପ୍ରାୟ ସହର କୁ ଯାଆନ୍ତି ।ନିଜ ଗାଡି ଥିଲେବି ଲିଫ୍ଟକୁ ବେଶି ପସନ୍ଦ କରନ୍ତି ସେ । କିନ୍ତୁ ଗାଁ ଟୋକାଏ ତାଙ୍କୁ ଦେଖିଲେ ଲୁଚନ୍ତି କାରଣ ଏକ ତ ବିଶାଳ ବପୁ ଦୁଇରେ ବାଇକ ରେ ବସି ଜାଣନ୍ତି ନାହିଁ ସେ । ଖାଲି ଏପଟ ସେପଟ ହୁଅନ୍ତି ।


ଶିବମ ବାଇକର ବେଗ ବଢ଼ାଇ ହେଲମେଟକୁ ଆଉ ଥରେ ଚେକ କଲା ଚିନହୀ ଯେମିତି ନ ପାରିବେ । କିନ୍ତୁ ଧରା ପଡି ଗଲା ସେ । ବାଇକରେ ବସୁ ବସୁ କାକା କହିଲେ "ଖରା ହେଉ ଥିଲା ଠିକ ଆସିଲୁ ବାବୁ ଚାଲ ମୋତେ ଟିକିଏ ବସ ଷ୍ଟାଣ୍ଡ ରେ ଛାଡି ଦେବୁ "।


ଇଛା ନ ଥିଲେ ବି କାକାଙ୍କୁ ମନା କରିବ କିଏ ତା ଅଫିସ ରୁ ପୁଣି ଦୁଇ କିଲୋମିଟର ବସ ଷ୍ଟାଣ୍ଡ ଶିବମ ଅଗତ୍ୟା ଗାଡି ବଢ଼େଇଲା ।


ବାଟରେ କାକା କହିଲେ"ବାବୁ ମୁଁ ଗୋଟିଏ ଦୀର୍ଘ ଯାତ୍ରା ରେ ବାହାରିଛି । ଗୋଟିଏ କଥା ତ ଭୁଲି ଯାଇଛି ତୁ ଯେମିତି ହେଉ ଫେରିଲା ବେଳେ ଟିକିଏ ଆମଘର ବାଟ ଦେଇ ଯିବୁ ତୋ ଦାଦାକୁ କହିଦେବୁ ଚାବି ପେନ୍ଥା ତା ଆମ ଚାଉଳ ବସ୍ତା ଭିତରେ ଅଛି । ମୁଁ ତରତର ରେ ଆସିଲି ତ ଭୁଲି ଯାଇଛି ପରେ ନ ହେଲେ ବାଉଳା ହେବେ ସେମାନେ । ଆଉ ବି କହି ଦେବୁ କଳିଗୋଳ ନ ହୋଇ ଶାନ୍ତି ରେ ରହିବେ ।"


ହଁ ମାରି ବସ ଷ୍ଟାଣ୍ଡ ରେ ଛାଡିଦେଲା ଶିବମ । ଅଜସ୍ର ଆଶୀର୍ବାଦ ଦେଇ ଭିଡରେ ମିଳାଇ ଗଲେ କାକା ।


ସନ୍ଧ୍ୟାରେ କାକା ଘର ପଟୁ ଆସିବା ପାଇଁ ତାଙ୍କ ଗଲି ଧରିଲା ସେ । କେମିତି ଗୋଟିଏ ଖାଁ ଖାଁ ଭାବ ଅନୁଭବ କଲା ସେ । ଘର ବାହାରେ ଅନେକ ଗାଡି ମଟର । ଗାଡି ରଖି ଭିତରକୁ ଗଲା ସେ ! କିଛି ବୁଝି ପାରୁ ନ ଥାଏ ଏ ଭିଡ କାହିଁକି ? ଭିତର କୁ ଯାଉ ଯାଉ କାନ୍ଦ ବୋବାଳି ପଡିଲା କାନରେ । କାକା ଙ୍କ ବଡ଼ପୁଅ ହେମନ୍ତ ପାଖରେ ଯାଇ ବସି ପଡିଲା ଓ କାକା କହିଥିବା କଥା ସବୁ କହିଲା ।


ହାଁ କରି ଅନାଇ ରହିଥାଏ ହେମନ୍ତ । ବାକି ମାନେ ବି ତା କଥା ଶୁଣି ଜମା ହୋଇ ଯାଇ ଥିଲେ । ହେମନ୍ତ କହିଲା "ଆଜି ପରା ସାଢେ ନ ଟା ରେ ବାପା ହଟାତ ଚାଲି ଗଲେ ରେ ଭାଇ । ବସି କି ପେପର ପଢୁଥିଲେ ଢଳି ପଡିଲେ ଏଇ ତ ତାଙ୍କ ଦାହ କାର୍ଯ୍ୟ ସାରି ଫେରୁଛୁ ତୁ ଭେଟିଲୁ କେତେବେଳେ? ଛାତି ଟା ଧକ ଧକ କରୁଥାଏ ଶିବମର ଯଦି କାକା ସାଢେ ନ ଟା ରେ ମଲେ ତେବେ ସେ ତା ମାନେ ଭୁତକୁ ଭେଟିଛି ଜାଣି ପାରିଲାନି କେମିତି ?


ଚାବି ପେନ୍ଥା ଧରି ଆସୁ ଥିଲା ସାନ ପୁଅ ନରେନ୍ଦ୍ର କହିଲା ଚାଉଳ ବସ୍ତା ରେ ହିଁ ଥିଲା ସବୁ ଚାବି ଭାଇ କହି ନ ଥିଲେ ଆମେ କେବେ ଯେ ପାଇଥାନ୍ତେ ।


ଏକମୁହାଁ ହୋଇ ଘରକୁ ଆସିଲା ଶିବମ ତାକୁ ଜ୍ୱର ମାଡି ବସୁଥିଲା । ଏଵେ ବି ରାସ୍ତାର ସେ ସ୍ଥାନ ଆସିଲେ ତାକୁ ଲାଗେ କାକା ଡାକୁଛନ୍ତି କି ?



Rate this content
Log in