Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବିକ୍ରମ ବେତାଳ - ୪୫
ବିକ୍ରମ ବେତାଳ - ୪୫
★★★★★

© ଓଡିଆ ଶିଶୁ ଗପ

Children

4 Minutes   7.8K    18


Content Ranking

ବିଟପି ରାଜକୁମାରୀ କାହାଣୀ - ୨

ଅଶ୍ୱ ପୃଷ୍ଠରେ ବସି ଦୁହେଁ ଯାତ୍ରା କରିବା ସମୟରେ ପ୍ରଚଣ୍ଡ ରୌଦ୍ର ତାପରେ ଅସହ୍ୟ କ୍ଳାନ୍ତି ଅନୁଭବ କରନ୍ତେ ଏକ ବୃକ୍ଷ ମୂଳରେ ବସିଲେ । ରାଜକନ୍ୟାର ମୁଖକୁ ଚାହିଁ ହରିବଂଶ କହିଲେ ସଖୀ, ମୁଁ ବଡ ତୃଷାତୁର ଜଳଦିଅ । କଣ୍ଠ ଶୁଖିଗଲା ନଚେତ ମୁଁ ମୃତ୍ୟୁ ବରଣ କରିବି । ରାଜକନ୍ୟା ହରିବଂଶ ମୁଖରୁ ଏକଥା ଶୁଣି ଜଳ ଖୋଜିବା ନିମିତ୍ତ ଅରଣ୍ୟ ମଧ୍ୟରେ ପଶିଲେ । ରାଜକନ୍ୟା ସେ, ଅତ୍ୟନ୍ତ ସୁକୁମାରୀ, ଦୁଃଖ କ’ଣ ସେ ଜାଣେନା । ବହୁ କଷ୍ଟ କରି ଜଳ ଖୋଜିଲା । ଗୋଡରେ ତା’ର କଂଟା ଫୁଟିଗଲା । ଗୋଟିଏ କୁଡିଆ ନିକଟରେ ଯାଇ ରାଜକନ୍ୟା ପ୍ରବେଶ ହେଲା । ସେହି କୁଡିଆରେ ପଶି ଜଳ ମାଗିବା ଅବସ୍ଥାରେ ଦେଖିଲା ଶୁଣ୍ଢି ମଦ ବିକ୍ରି କରୁଛି । ଅନ୍ୟଘର ସେଠାରେ ଆଉ କିଛି ପାଇଲା ନାହିଁ । ତେଣୁ ମନ ମଧ୍ୟରେ ଭାବିଲା ଏହାଠାରୁ ଜଳ ନେଇଯିବି । ଅନ୍ୟସ୍ଥାନ ଖୋଜିଲେ ବିଳମ୍ବ ହେବ । ଜଳ ନ ପିଇଲେ ମୋର ସ୍ୱାମୀ ପ୍ରାଣହରାଇବେ । ମନମଧ୍ୟରେ ରାଜକନ୍ୟା ଚିନ୍ତାକଲା ଜାତି କୁଳପଛେ ଯାଉ ଏହାଠାରୁ ଜଳ ନେଇ ମୁଁ ଯିବି । ଏପରି ଭାବି ଶୁଣ୍ଢୀ ପାଶକୁ ଯାଇ ପହଁଚନ୍ତେ ଶୁଣ୍ଢୀର ପୁତ୍ର ଅତି ସୁନ୍ଦର ସେ’ ତାକୁ ଦେଖିଲା ସେ ମୋହ ହୋଇଗଲା । ହରିବଂଶଠାରୁ ସ୍ନେହ ଭୁଲିଗଲା । ଲାଜ ଲଜ୍ଜା ଛାଡି ଶୁଣ୍ଢୀ ପୁତ୍ରକୁ କହିଲା ମୋତେ ଆଲିଙ୍ଗନ କର । ମୋତେ କୋଳାଗ୍ରତ କରି ମୋ ଜୀବନ ରକ୍ଷା କର । ଶୁଣ୍ଢୀ ସୁତ ଏ ଆଶ୍ଚର୍ଯ୍ୟ କଥା ଶୁଣି ପଚାରିଲା ତମ୍ଭେ କିଏ, ତୁମ୍ଭର ଘର କେଉଁଠାରେ । ମୁଁ ତୁମକୁ ଜାଣେନା କି ତୁମେ ମୋତେ ଜାଣନା । ତୁମ ସଙ୍ଗରେ ମୁଁ କିପରି ରତିକ୍ରୀଡା କରିବି । ମୋର ଧର୍ମ ହାନି ହେବ । ରାଜକନ୍ୟା କହିଲା ହେ ଶୁଣ୍ଢୀପୁତ୍ର ଆଗ ମୋର ପ୍ରାଣ ରକ୍ଷାକର । ତା’ପରେ ମୁଁ ମୋର ପରିଚୟ ପ୍ରଦାନ କରିବି ।

ଏପରି କହୁ କହୁ ରାଜକନ୍ୟା ଶୁଣ୍ଢୀକୁ ଆଲିଙ୍ଗନ କରି ତା’ ମୁଖରେ ଚୁମ୍ବନ ଦେଲା । ଯୁବତୀ ଅଙ୍ଗ ଶୁଣ୍ଢୀ ଦେହରେ ଲାଗନ୍ତେ ମଦନ ବାଣରେ ଶୁଣ୍ଢୀ ଜର୍ଜର । ସେ ନାରୀ ସଙ୍ଗରେ ଇଚ୍ଛା ସୁଖରେ ରତି କଲା । ମନ ଆନନ୍ଦରେ ଦୁହେଁ ରତିକ୍ରୀଡା କରୁ କରୁ ଯାମିନୀ ଶେଷ ହେଲା । ସେ ଦୋଚାରୁଣୀ ରାଜକନ୍ୟା ଶୁଣ୍ଢୀର ପ୍ରେମରେ ପଡି ହରିବଂଶକୁ ପାଶୋରି ଦେଲା । ଶୁକ କହିଲା ହେ ରାଜନ, ଏ ଦେଖ ପ୍ରେମର ପରିଣତି କିପରି । ତେଣେ ହରିବଂଶ ପ୍ରିୟତମା ପଥଚାହିଁ ନିରାଶ ହେଲା । ଦିନ ସରି ରାତ୍ରି ପାହିଗଲା । ପରଦିନ ପ୍ରଭାତରୁ ହରିବଂଶ ନିଜର ପତ୍ନୀକୁ ଖୋଜିଗଲା । ବଣ ମଧ୍ୟରେ ଭ୍ରମଣ କରି ତା’ର ପାଦ କ୍ଷତ ହେଲା । ଖୋଜି ଖୋଜି ଶୁଣ୍ଢୀର ଦ୍ୱାରରେ ପ୍ରବେଶ ହେଲା । ରାଜକନ୍ୟା ଓ ଶୁଣ୍ଢୀ ରାତ୍ରୀତମାମ ପ୍ରେମରେ ବିଭୋର ହୋଇ ରତିପରେ ଉଲଗ୍ନ ହୋଇ ଖଟରେ ଶୋଇଥାନ୍ତି ।

ହରିବଂଶ ନିଜ ପ୍ରିୟାକୁ ଦେଖି ଡାକିଲା ପ୍ରାଣେଶ୍ୱରୀ, ତୁ ମୋତେ ଭୁଲି ଏହିଠାରେ ରହିଛୁ । ମୁଁ ତୃଷାତୁର ଥିଲି । ତୁ ଜଳ ନେବାକୁ ଆସି ଏଠାରେ ରହିଲୁ । ଜଳ ନେଇ ତୁ ଯିବୁ କ’ଣ ମୋତେ ପାଶୋରି ଦେଲୁ । ଶୁଣ୍ଢୀର ଗୃହରେ ରହି ତୁ କି ସୁଖ ପାଉଛୁ । ପ୍ରାଣପ୍ରିୟା ଆସ ଆମ୍ଭେ ଯିବା । ତୋ ବିନେ ମୋତେ ଅଧୈର୍ଯ୍ୟ ଲାଗୁଛି । ସେ ତ ବିଟପି ନାରୀ, ହରିବଂଶକୁ ଦେଖି ମୁହଁ ମୋଡିଦେଲା । ତା’ ଆଡକୁ କର୍ଣ୍ଣପାତ କଲା ନାହିଁ । ହରିବଂଶ ନିରୁପାୟ ହୋଇ ତା’ ଗୋଡ ତଳେ ପଡିଲା । ମୁଁ ତୋଠାରେ କି ଅପରାଧ କରିଛି ସଖୀ । ତୁ ମୋତେ ଛାଡି ଆସିଲୁ । ଯାହା ହୋଇଛି ହେଲା । ଏବେ ଆସ । ହରିବଂଶର ଆକୁଳ ସ୍ୱଭାବ ଦେଖି ରାଜକନ୍ୟା ଏକ କଟୁରି ଧରି ହରିବଂଶକୁ ହାଣିଦେଲା । ତା’ର ମୁଣ୍ଡ ଓ ଗଣ୍ଡିକୁ ନେଇ ଅନ୍ୟ ସ୍ଥାନରେ ଫିଙ୍ଗିଦେଲା । ଶୁକ କହିଲା ହେ ରାଜନ, ଦୋଚାରୁଣୀ ନାରୀର ଏହିପରି ଗତି । ଅତି ପ୍ରୀତି କରିବାରେ ମୃତ୍ୟୁ ସୁନିଶ୍ଚିତ । ଶୁକ କହିଲା ହେ ନୃପ ଏବେ ମୋ କଥା ଶୁଣ । ଶୁକ କଥା ଶୁଣି ନୃପ କହିଲେ ମୁଁ ତୁମ୍ଭ କଥାରେ ଆଜି ସନ୍ତୋଷ ହେଲି । ତାହାପରେ ଶୁକ ନୃପତିଙ୍କୁ ଯିବାପାଇଁ ବିଦାୟ ମାଗିଲେ । ରାଜା ବିକ୍ରମାଦିତ୍ୟ ଶୁକପକ୍ଷୀକୁ ବିଦାୟ ଦେଲେ । ପରେ ରାଜାଙ୍କର ମନରେ ଖେଦ ଜାତ ହେଲା । ଶାରୀ କଥା ଚିନ୍ତାକରି ଶୁକ ଗଗନ ମାର୍ଗରେ ଗମନ କରି ଶାରୀ ପାଖରେ ପହଁଚିଲା । ଶୁକ ଆସିବାର ଦେଖି ଶାରୀ ତାଙ୍କୁ ଅଧା ବାଟରୁ ପାଛୋଟି ନେଲା । ଅତି ଆନନ୍ଦ ହୋଇ ନିଜର ସ୍ୱାମୀଙ୍କୁ ଭୋଜନ ଦେଇ ତାଙ୍କର କୁଶଳ ପୁଚ୍ଛିଲା । ଶୁକ କହିଲା ପ୍ରିୟ ସହି ବହୁତ ଭଲରେ ରହିଥିଲି । ହେ ସଖି କୁହ ତୁମ୍ଭେ କୁଶଳରେ ଅଛ ତ । ଶୁକ କହିଲା ପ୍ରିୟେ ତୁମ୍ଭ କଥା ମୁଁ ଯେତେବେଳେ ଭାବେ ସେତିକି ମୋତେ ଦୁଃଖ ଲାଗେ । ଶୁକ ମୁଖରୁ କୁଶଳ କଥା ଶୁଣି ଶାରୀ କହିଲା ମୁଁ ଭଲରେ ଅଛି । ପୁତ୍ରକୁ ଧରି ମୁଁ ଯେତେବେଳେ ଏକା ଅଛି ତେଣୁ ଅନ୍ୟ ନାରୀ ପାଇ ତୁମ୍ଭେ ମୋତେ ଭୁଲି ଯାଇଛ । ତେଣୁ ତୁମ୍ଭର ଆସିବା ବିଳମ୍ବ ହେଲା । ଶାରୀ କଥା ଶୁଣି ଶୁକ କହିଲା ହେ ଶାରୀ, ମୁଁ ଲମ୍ପଟ ପୁରୁଷ ନୁହେଁ । ଦରବାରରେ ମୁଁ ପ୍ରତିଦିନ ଥାଏ । ମନରେ ଚିନ୍ତାକରେ ମୋତେ ନଦେଖି ମୋ ପ୍ରିୟା ଆନ ଶୁକକୁ ଭଜିଲାଣି । ଶାରୀ କହିଲା ହେ କାନ୍ତ ସେ କଥା ମନରୁ ତ୍ୟାଗକର । ତୁମ୍ଭେ ମୋର ପତି, ଆତ୍ମୀୟସ୍ୱଜନ । ତୁମ୍ଭବିନା ମୋର ଅନ୍ୟକେହିନାହିଁ । ଶୁକ ନିତି ବସାରେ ରହେ ଶାରୀ ଯାଇ ଅରଣ୍ୟରୁ ପକ୍ୱଫଳ ଆଣି ଶୁକକୁ ଭୁଞ୍ଜିବାକୁ ଦିଏ । ଆନନ୍ଦରେ ଦୁହେଁ ରଜନୀ ବିତାନ୍ତି । ଏପରି ଭାବରେ ପନ୍ଦର ଦିନ ସମୟ ଅତିକ୍ରାନ୍ତ ହେଲା । ଶୁକ ଦିନେ ଶାରୀକୁ କହିଲା ପ୍ରିୟେ ଏବେ ମୋତେ ଖୁସିରେ ବିଦାୟ ଦେଲେ ମୁଁ ମୋ କର୍ମକ୍ଷେତ୍ରକୁ ଯିବି । ବିଶେଷ ବିଳମ୍ବ ହେଲେ ରାଜା ବିକ୍ରମାଦିତ୍ୟ ଦୁଃଖିତ ହେବେ । ଶାରୀକୁ ଶୁକ ବହୁତ ବୁଝାଇ ଶୂନ୍ୟମାର୍ଗକୁ ଉଡିଗଲା । ଆକାଶମାର୍ଗରେ ଶୁକପକ୍ଷୀ ଯାଉ ଯାଉ ଗୋଟିଏ ଦେଉଳ ଦେଖିଲା । ମନମଧ୍ୟରେ ଚିନ୍ତା କଲା ମୁଁ ପଥ ଭୁଲିଗଲି କି? କିଛି ନଭାବି ସେ ମନ୍ଦିରକୁ ଗଲା । ସେଠାକାର ବୃକ୍ଷରେ ଅମର ଫଳ ଫଳିଥିବାର ଦେଖି ଚିନ୍ତାକଲା ଏ ଫଳ ସ୍ୱର୍ଗରେ ଅତି ଦୁର୍ଲଭ । ପୁଣ୍ୟବନ୍ତ ଜନମାନେ ଏ ଫଳ ପ୍ରାପ୍ତ ହୁଅନ୍ତି ।

ହରିବଂଶ ଶୁକ ରାଜକନ୍ୟା

Rate the content


Originality
Flow
Language
Cover design

Comments

Post

Some text some message..