Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Tragedy

3  

Dr Jharana Satapathy

Tragedy

ଧୋକା

ଧୋକା

2 mins
7.8K


ନା ମୋ ପୁଅ ମତେ ଧୋକା ଦେଇନି! ତୁମେମାନେ କାହିଁକି ମିଛ କହୁଛ? ବାରମ୍ବାର ସେହି କଥା ...ମୋର ବିଶ୍ଵାସ ମୋ ପୁଅ ନିଶ୍ଚୟ ଆସିବ ।ସେ ମତେ କଥା ଦେଇଛି । ତା ଉପରେ ମୋର ପୁରା ବିଶ୍ଵାସ ମୁଁ ତା ପାଇଁ ଅପେକ୍ଷା କରିଛି । ମତେ ଏଠି ବସାଇ ଯାଇଛି ଟିକେଟ ପାଇଁ ।ମତେ ତା ସାଙ୍ଗରେ ନେବ ଆଉ ମୁଁ ମୋ ପୁଅ ସହ ତା ଘରକୁ ଯିବି । ସେ ବାହାରେ ଚାକିରି ଖଣ୍ଡିଏ କରୁଛି। ଛୁଟିତ ବହୁତ କମ ।ଦୀପାବଳି ପାଇଁ ଟିକିଏ କଣ ଆସିଥିଲା ଗାଁକୁ ।

ମୁଁ ତ ଏକୁଟିଆ... ସବୁବେଳେ ଗାଁରେ ରହେ। ମୋ ଦିହ ଭଲ ରହୁନାହିଁ ବୋଲି ମୁଁ ତାକୁ ଫୁନୁ କରିଥିଲି ମୋ କଥା ଶୁଣି ମତେ ନବା ପାଇଁ ଆସିଥିଲା । ମତେ ଟିକିଏ ଏଠି ବସେଇ ଦେଇ ଯାଇଛି ।ଇନା ଆସିଯିବ । ଦେଖ ଦେଖ ମୋ ପୁଅ ଆସିଲାଣି ବୋଧେ। ବସ ଟିକେ ଡେରିରେ ଛାଡିବତ ମତେ ଟିକେ ବସିଥା କହିଛି । ମୁଁ ବୁଢୀ ନୋକ ଆଣ୍ଠୁଗଣ୍ଠି ବାତ ଦେହ ଏଠି ଟିକେ ବସି ଯାଇଛି। କଣ ତୁମେମାନେ ମଧ୍ୟ ସେହି ଵସରେ ଯିବକି?

ରୁହ ମୋ ପୁଅ ଆସିଲେ ତୁମମାନଙ୍କ ସହ ତାର ପରିଚୟ ହୋଇଯିବ । ଆଉ ମାଉସୀ ତୁମ ପୁଅ କେଉଁଠି ରହେ ।ଏ କଣ କହୁଚରେ ଏମତି... ସିଏ ପରା ରୁହେ କଲିକତାରେ ।ମୋତେ ସବୁଦିନ ପାଇଁ ତା ସହ ନେବାକୁ ଆସିଛି । ଜମିବାଡି ଖଣ୍ଡେ କଣ ଥିଲା ତାକୁ ବିକ୍ରି କରିଦେଲା ସବୁତ ତାର ଆଉ ରଖି ଲାଭ କଣ? ଯୋଉ ଗାଁ ଘରେ ମୁଁ ରହୁଥିଲି ତାକୁ ମଧ୍ୟ ବିକ୍ରି କରିଦେଇଛି ।ମୁଁ ତ ତା ସାଥିରେ ଯିବି ଆଉ କଣ ହେବ ? ବାକି ରହିଲା ଯାହା ସୁନା ଅଳପ କିଛି ଟଙ୍କା ସିଏ ତା ମୁଣାରେ ରଖିଛି ।

ଆଜି କାଲି ଚୋରି ହାରି ଭୟତ ସିଏ ନୁଚେଇ ତା ମୁଣି ଭିତରେ ରଖିଛି । ମୋ ପାଖରେ ଆଉ କିଛି ଟଙ୍କା ପଇସା ନାହିଁ ମୋ । ପୁଅ ପାଖରେ ଥିଲେ ସେ ଚଳାଇନେବ ।କିଛି ଅସୁବିଧା ହେବ ନାହିଁ ।ମୁଁ ସିନା ପାଠସାଠ କିଛି ପଢିନି ।ମୋ ପୁଅ ପରା ଜଣେ ଇଞ୍ଜିନିୟର ।କଲିକତାରେ ସମସ୍ତେ ତାକୁ ଜାଣନ୍ତି । ତା ନାଟି ପରା ଉତ୍ତମ କୁମାର । ନାଆ ଯେମିତି ତା ବୁଦ୍ଧି ମଧ୍ୟ ସେମିତି ।ଭାରୀ ପ୍ରଖର ବୁଦ୍ଧି ।

ବହୁତ ପରୋପକାରୀ ।ମା ମାନେ ତାର ଜୀବନ। ସମୟ ନାହିଁ ବୋଲି ସିଏ ଆସିପାରୁନି ।ଏପଟେ ପୁଣି ନାତି ଆଉ ନାତୁଣୀ ସେମାନଙ୍କର ସବୁବେଳେ ଇସ୍କୁଲ , ସେପଟେ ଵହୁର ଚାକିରି ଛୁଟିତ ଯମା ନାହିଁ ଆଉ କରିବ କ'ଣ? ବହୁ କଷ୍ଟରେ ଦୀପାବଳୀ ଛୁଟିଟାରେ ଆସିଛି । ଏ ମାଉସୀ ଖାଲି ତୁମ ପୁଅ କଥା କହୁଥିବ ନା ତା ସାଥିରେ ଯିବ? କେତେବେଳରୁ କହି ଚାଲିଛ..... ଗାଡି ବି ଛାଡିଲାଣି। ତମ ପୁଅ ଗଲା କୁଆଡେ ?ତୁମକୁ ସିଏ ଧୋକା ଦେଲା ମାଉସୀ । ତୁମ ପୁଅ ତୁମର ଟଙ୍କା,ସୁନାତକ ନେଇ ସହର ଚାଲିଗଲା ।

ଆଉ ସେ ଫେରିବନି । କିଏ କହିଲା ସିଏ ମତେ ଧୋକା ଦେବ ?ନିଶ୍ଚୟ ଫେରିବ ମୁଁ କଣ ଜାଣିନି? ମୁଁ ତାର ପରା ଜନମ କଲା ମାଆ । କୁଆଡେ ସିଏ ଯିବ ମତେ ଏକୁଟିଆ ଛାଡିଦେଇ ? ଏଇଠେ ମୁଁ ତା ପାଇଁ ଅପେକ୍ଷା କରି ରହିବି ସେ ନିଶ୍ଚୟ ଆସିବ। ପୁଲିସିକୁ କିଛି କୁହନି ତୁମେମାନେ ମୋ କଥା ବୁଝିଵାକୁ ଚେଷ୍ଟା କର ।ମୋ ପୁଅ ମତେ ଧୋକା ଦେଇନି ଦେଇନି... ରେ । ଖାଲି ତୁମେ କହୁଛ ଧୋକା ଧୋକା ଧୋକା....।

ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


Rate this content
Log in

Similar oriya story from Tragedy