Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Others

3  

Satyabati Swain

Others

ମୋ ଡାଡ୍ ଙ୍କ ଦେଶ

ମୋ ଡାଡ୍ ଙ୍କ ଦେଶ

3 mins
512


କାନଡ଼ାର ସମସ୍ତ ଦୈନିକ ଖବର କାଗଜର ମୁଖ୍ୟ ରୋଚକ ଆଶ୍ଚର୍ଯ୍ୟ କଲା ଭଲି ଖବରଟିଏ ପ୍ରକାଶ ପାଇଛି।ଦେଶ ସାରା ଚହଳ ପଡି ଯାଇଛି।ମାତ୍ର ସାତ ବର୍ଷର ପିଲା ସ୍ୱର୍ଣ୍ଣ ପଦକ ଲାଭ କରିଛି ଗ୍ରେଟ ଶବ୍ଦକୁ ନେଇ ଲେଖା ପାଇଁ। ଲେଖିଛି ଜନି, ମିଷ୍ଟର୍ ଓ ମିସେସ୍ ବିଶାଳ ଗୋୟେଙ୍କାଙ୍କ ପୁଅ। ଚକିତ କାନଡ଼ାବାସୀ, ଚକିତ ବିଶାଳ ଗୋୟେଙ୍କା। ଜନି ସେମିତି କିଛି ଚମତ୍କାର ଭାଷାକି ଶୈଳୀରେ ଲେଖିଛି ବୋଲି ନୁହେଁ, ବରଂ ଅଭିଭୂତ ତା କଅଁଳ ମନର ଭାଵ ପାଇଁ।


        ଜନି ଲେଖିଥିବା ଗପଟି ଏମିତି। ଗ୍ରେଟ ଶବ୍ଦ ଆଖିରେ ପଡିଲେ ଆଗ ମନକୁ ଆସେ ପୂର୍ବର ଭାରତ।ଭାରତ ମୋ ଡାଡ୍ ଙ୍କ ଜନ୍ମଭୂମି। ଯେଉଁଠି ଅଛନ୍ତି ମୋ ଗ୍ରାଣ୍ଡପା ଓ ଗ୍ରାଣ୍ଡମା।ଭାରତୀୟ ପ୍ରଥା,ପରମ୍ପରା,ଅନ୍ୟତ୍ର ବିରଳ। ଭାରତ ସେଇ ଦେଶ ଯେଉଁଠି ବୀର ସାହସୀ ଯୋଦ୍ଧା ମୋ ବୟସର ବାଜି ରାଉତ। ଯିଏ ଗୁଳି ଖାଇଲା ପଛେ ଇଂରେଜଙ୍କୁ ନଈ ପାରି କରାଇ ନଥିଲା। ସେଇ ଭାରତ ଯେଉଁଠି ବିନା ପାଠ,ତାଲିମରେ ବାର ବର୍ଷର ଧର୍ମପଦ ଜଣେ ବିଖ୍ୟାତ ଇଂଜିନିୟର ପରି, ବିଚିତ୍ର ବିନ୍ଧାଣିଟିଏ ସାଜି ସଫଳତାର ସହ କୋଣାର୍କ ପରି ବିଶ୍ୱ ବିଦିତ ମନ୍ଦିରର ଦଧି ନଉତି ବସାଇ ପାରିଥିଲା। ଏତିକି ନୁହେଁ ଜାତିଭାଇଙ୍କ ପାଇଁ ହସି ହସି ସମୁଦ୍ରକୁ ଡେଇଁ ପ୍ରାଣ ତ୍ୟାଗ କରିଥିଲା। ଯୁବକ ଭଗତ ସିଂ ବି ମାତୃ

ଭୂମିର ସ୍ୱାଧୀନତା ପାଇଁ ଫାଶୀକୁ ଫୁଲ ମାଳ ପରି ଗଳାରେ ପକାଇ ଥିଲେ।ମୋ ଡାଡ୍ ସେଇ ଗ୍ରେଟ ଭାରତର ପୁତ୍ର।

       

 ବିଶ୍ୱର ସବୁଠାରୁ ବଡ଼ ମହାଦେଶ ଏସିଆ।


ଭାରତ ଏସିଆ ମହାଦେଶର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ। ସେଠି ସାମାଜିକ ବନ୍ଧନ ଅତି ଦୃଢ଼। ସମ୍ପର୍କର ପରିଭାଷା ଅତି ମଧୁର। ବନ୍ଧନର ମହତ୍ତ୍ଵ ସର୍ବାଗ୍ରେ। ସ୍ତ୍ରୀ ପାଇଁ ସ୍ୱାମୀ ସେଠି ଭଗବାନ। ପିଲାମାନଙ୍କ ପାଇଁ ବାପା ମା ପିନ୍ଧନ୍ତି ଚିରା, ଖାଆନ୍ତି ଯାହା ବଳେ,ପିଲା ଖାଇ ସାରିଲା ପରେ। ସାହାଯ୍ୟ, ସହଯୋଗ,ସହାନୁଭୂତି ଓ ପ୍ରେମ ଭାରତର ଶ୍ରେଷ୍ଠ ମାନବୀୟ ଗୁଣାବଳୀ। ପ୍ରେମ ଓ ମମତା ପ୍ରାପ୍ତି ନିମନ୍ତ୍ର ଭଗବାନ କୃଷ୍ଣ ରୂପ ନିଅନ୍ତି ଯେଉଁଠି।ବ୍ରହ୍ମା,ବିଷ୍ଣୁ, ଶିବ ପିଲା ପାଲଟନ୍ତି ଅନୁସୟା ନାମୀ ପତିବ୍ରତା ସତୀ ସେହ୍ନ ପାଇଁ। ସେଇ ପୂଜ୍ୟ ପୂଜାର ଦେଶ ମୋ ଡାଡ୍ ଙ୍କ ଗ୍ରେଟ ଭାରତ।


       ଭାରତ ଏପରି ଏକ ଦେଶ ଯେଉଁଠି ଲର୍ଡ଼ ଜଗନ୍ନାଥ ଅଛନ୍ତି। ଯେଉଁଠି ଅଛି ବିଶ୍ୱର ବୃହତ୍ତମ ରୋଷେଇ ଘର।ପ୍ରତିଦିନ ରନ୍ଧାଯାଏ ଷାଠିଏ ପଉଟି। ସେଠି ମଶାଣୀକୁ ସ୍ୱର୍ଗଦ୍ୱାର ବୋଲି କୁହାଯାଏ। ନେତ ଉଡେ ଷାଠିଏ ହାତର। ରଥଯାତ୍ରା ବିଶ୍ଵବ୍ୟାପି ଯାତ୍ରା । ସେଇ ଗ୍ରେଟ ଜଗନ୍ନାଥଙ୍କ ଦେଶ ମୋ ଡାଡ୍ଙ୍କ ଜନଭୂମି।


      ସେଇ ଦେଶର ଲୋକେ ଅତି ଭାବପ୍ରବଣ।କଥା,ଭାଷା,ଖାଦ୍ୟ,ପାନୀୟ,ପୋଷାକ,ରହଣି ସହଣୀ ଭିନ୍ନ ଭିନ୍ନ ହେଲେ ମଧ୍ୟ ସେମାନଙ୍କ ମନ ଆତ୍ମା ଓ ପରିଚୟ ଗୋଟାଏ, ଭାରତୀୟ। ବାହ୍ୟ ଶତ୍ରୁ ଆକ୍ରମଣ କଲେ ହେଇ ଯାଆନ୍ତି ୱାନ୍ ଷ୍ଟେଟ୍ ୱାନ୍ ନେସନ୍ ।


          ସବୁଠୁ ଆଶ୍ଚର୍ଯ୍ୟ ସେଠିକାର ଧର୍ମୀୟ ଭାବନା।ବିରାଟ ଦେଶ,ବିଶାଳ ଭୂଖଣ୍ଡ,ଭିନ୍ନ ଭିନ୍ନ ଧର୍ମାବଲମ୍ବୀ। କିଏ ରାମ କୁହେ ତ କିଏ ରହିମ୍ ପୁଣି କିଏ କୁହେ ଯୀଶୁ। ବିଚିତ୍ର ସତରେ ମୋ ଡାଡ୍ ଙ୍କ ଭାରତ।


     ସର୍ବ ଧର୍ମ,ସମନ୍ୱୟର ଅତି ଆଶ୍ଚର୍ଯ୍ୟ ଦେଶ ଭାରତ।ସେଠି ହିନ୍ଦୁ,ମୁସଲମାନ, ଖ୍ରୀଷ୍ଟିଆନ, ଶିଖ ଜୈନ ସମସ୍ତ ଧର୍ମର ଲୋକେ ଭାଇ ଚାରା ଓ ଏକତା ରଜୁରେ ବନ୍ଧା ହୋଇ ମିଳି ଜୁଳି ରହିଛନ୍ତି। କେହି କାହା ଧର୍ମୀୟ ଭାବନା ଉପରେ କୁଠାର ଘାତ କରନ୍ତି ନାହିଁ। ସମସ୍ତେ ପରସ୍ପରର ପୁନେଇଁ ପର୍ବ ପାଳନ କରନ୍ତି। ସେଠିକାର ଗୀତା, ବାଇବେଲ,କୋରାନ,ଗ୍ରନ୍ଥ ସାହେବ ଆଦି ଧର୍ମ ଗ୍ରନ୍ଥର ମହିମା ଅତୁଳନୀୟ। ରାମାୟଣ,ମହାଭାରତ,ଭାଗବତର କଥା ଭାରତୀୟଙ୍କ ମନ ପ୍ରାଣକୁ ଛାଇ ହୋଇ ରହିଛି।କାଶୀ, ବୃନ୍ଦାବନ, ଦ୍ୱାରକା ଓ ପୁରୀ ଚାରି ଧାମ ଯେଉଁଠି ଅଛି,ସେଇ ଗ୍ରେଟ ଦେଶ ଭାରତ ମୋଡାଡ୍ ଙ୍କ ଦେଶ।


       ହେ ମୋ ଡାଡ୍ ଙ୍କ ଦେଶ !ମୁଁ ତୋତେ ଦେଖି ନାହିଁ।ଦେଖି ନାହିଁ ମୋ ଗ୍ରାଣ୍ଡପା ଗ୍ରାଣ୍ଡମାଙ୍କୁ ଫୋଟୋ ବ୍ୟତୀତ।ମୋର ଗ୍ରାଣ୍ଡପା ଓ ଗ୍ରାଣ୍ଡମାଙ୍କୁ ଦେଖିବାକୁ, ଟିକେ ଗେଲ ହେବାକୁ ଭାରି ଇଚ୍ଛା। ମୁଁ ଗ୍ରେଟ ଭାରତକୁ ବହୁତ ବହୁତ ଭଲପାଏ । ଡାଡ୍ ସିନା ଏବେ ମୁଁ ଛୋଟ ଅଛି ବୋଲି ମୋ କଥାରେ ଗୁରୁତ୍ୱ ଦେଉ ନାହାନ୍ତି କି ତୋତେ ଦେଖେଇ ନେଉନାହାନ୍ତି। କିନ୍ତୁ ମୁଁ ଯେବେ ବଡ଼ ହେବି ତୋତେ, ଗ୍ରାଣ୍ଡପା ଓ ଗ୍ରାଣ୍ଡମାଙ୍କୁ ନିଶ୍ଚୟ ଦେଖିବାକୁ ଯିବି, ପ୍ରମିଜ୍।


        ଜନିର ଗ୍ରେଟ ଶବ୍ଦକୁ ନେଇ ମୋ ଡାଡ୍ ଙ୍କ ଦେଶ ଲେଖାଟି ନିୟୁଜ ପେପରରୁ ପଢି ଲୁହ ବହି ଯାଉଥିଲା ମିଷ୍ଟର ଗୋୟେଙ୍କା ଙ୍କର। ଅର୍ଥ ମୋହରେ ସେଇ ଯେ ପଢିବାକୁ ଆସିଛନ୍ତି ଆଜକୁ ଉଣେଇଶ ବର୍ଷ ହେଲା ଦେଖି ନାହାନ୍ତି ମା, ବାବା କି ନିଜ ମାତୃଭୂମି। ପଢିଲେ ଚାକିରୀ ପାଇଲେ, ବାହା ବି ହେଲେ , ପୁଣି ପୁଅ ହେଲାଣି ସାତ ବର୍ଷର,କିନ୍ତୁ ଥରଟିଏ ଯାଇନାହାନ୍ତି ଭାରତ।କେବଳ ଫୋନ୍ ଓ ଟା ଟା ସ୍କାଏ ରେ ଯାହା ସେ ଦେଖନ୍ତି କଥା ହୁଅନ୍ତି ମା ବାବା ସାଙ୍ଗେ। ଛିଃ!ଘୃଣା ଲାଗିଲା ନିଜକୁ।


    ତତ୍କାଳ ଫ୍ଲାଇଟ ଟିକେଟ କରି ଜନି ସହ କାନଡ଼ାରୁ ଭାରତ ଯାତ୍ରା କରୁଥିଲେ ଗୋୟେଙ୍କା ପରିବାର। ଜନିର ନାଲିଆ ମୁହଁରେ ହସର ଅପରାଜିତା ଫୁଟୁଥିଲା ଆନନ୍ଦରେ ଆତ୍ମହରା ହୋଇ।


Rate this content
Log in