Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡିଆ ଶିଶୁ ଗପ

Children Comedy

2  

ଓଡିଆ ଶିଶୁ ଗପ

Children Comedy

ଅବୋଲକରା କାହାଣୀ

ଅବୋଲକରା କାହାଣୀ

3 mins
7.4K


ମାୟାବିନୀ ଅସୁରୁଣୀ କଥା - ୨

ଏପଟେ ରାଜା ଥିଲେ ଖୁବ୍ ରମଣୀ ରଙ୍କୁଣୀ । ସେ ଏପରି ଏକ ସୁନ୍ଦରୀ ରମଣୀଙ୍କୁ ଦେଖି ନିଜ ଆଡକୁ ଆକର୍ଷିତ କରନ୍ତେ ସୁନ୍ଦରୀ ମାୟା ଅସୁରଣୀ ଆସି ରାଜାଙ୍କର କୋଳ ମଣ୍ଡନ କଲା । ଅସୁରୁଣୀର କ୍ଷଣକୁ କ୍ଷଣ ନାନା ପ୍ରକାର ବେଶ ଭୂଷା ଓ ଆଚାର ଆଚରଣ ଦେଖି ରାଜା ଆଉ ନିଜ କାମ ଜ୍ୱାଳାକୁ ସହ୍ୟ କରି ପାରିଲେ ନାହିଁ । ସେଠାରେ ସେ ମାୟା ଅସୁରୀ ସହିତ ନାନା ଭାବରେ କ୍ରୀଡା କରିବା ଆରମ୍ଭ କରି ଦେଲେ ।

ଏହି ପରି ଅନେକ ସମୟ ଅତିବାହିତ ହେବା ପରେ ମାୟା ଅସରୁଣୀ କହିଲା – ରାତ୍ରି ଅନେକ ହେବାକୁ ଯାଉଛି । ଏପରି ଏକ ନିକାଂଚନ ସ୍ଥାନରେ ଆମର ରହିବାଟା ନିଶ୍ଚୟ ବିପଦର କଥା, ତା ଛଡା ମୁଁ ଅନେକ ସମୟ ହେଲା ମୋର ନିବାସ ଛାଡି ଆସିଲିଣି । ତେଣେ ମୋତେ ସମସ୍ତେ ବହୁତ ଖୋଜୁ ଥିବେ ।

ରାଜା କହିଲେ – ତୁମେ ମୋତେ ସେପରି କଥା କୁହ ନାହିଁ । ମୁଁ ଗୋପ ନଗରର ରାଜା । ମୁଁ ତୁମକୁ ମୋର ରାଜ୍ୟକୁ ନେଇ ଯାଇ ମୋର ରାଣୀ କରି ରଖିବି । ଏବେ ଚାଲ ମୁଁ ତୁମକୁ ମୋର ରାଜ୍ୟକୁ ନେଇ ଯିବି । ତୁମ ଲାଗି ଗୋଟିଏ ନୂଆ ଉଆସ ଗଢାଇ ଦେବି । କେତେ ଦାସ ଦାସୀ ଖଞ୍ଜି ଦେବି । ତୁମେ ମୋ ପାଖରେ ବହୁତ ଖୁସିରେ ରହିବ ।

ମାୟା ଅସୁରୁଣୀତ ତାହାହିଁ ଚାହୁଁ ଥିଲା । କଙ୍କଡାକୁ ଗୋଳି ପାଣି ସୁହାଇବା ପରି ଅସୁରୁଣୀ କହିଲା ତୁମେ ଯଦି ମୋତେ ରାଣୀ କରି ରଖିବାକୁ ଚାହୁଁଛ ତାହା ହେଲେ ମୁଁ ତୁମ କଥାରେ ରାଜି ।

ଏହା ପରେ ରାଜା ସେହି ସୁନ୍ଦରୀ ମାୟା ଅସୁରୁଣୀକୁ ସୁବର୍ଣ୍ଣର ପାଲିଙ୍କି ମଗାଇ ସେଥିରେ ତାଙ୍କୁ ବସାଇ ନିଜ ରାଜ୍ୟକୁ ନେଇ ଗଲେ । କହି ଥିବା ଅନୁସାରେ ମାୟା ଅସୁରୁଣୀ ଲାଗି ରାଜା ପ୍ରଦୀପ କିଶୋର ରାଜ ଉଆସ ନିର୍ମାଣ କରି ସେଥିରେ କେତେ ଦାସ ଦାସୀ ମଧ୍ୟ ଖଞ୍ଜି ଦେଲେ ।

ରାଜା ପ୍ରଦୀପ କିଶୋର ରାଜ ଉଆସ ନିର୍ମାଣ କରି ଦେବାରୁ ମାୟା ଅସୁରୁଣୀ ସେଠାରେ ଆନନ୍ଦରେ ରହିଲା । ପ୍ରତି ଦିନ ନୂଆ ନୂଆ ରୂପ ହୋଇ ରାଜାଙ୍କ ସହିତ ରତି କ୍ରୀଡା କଲା । ଏହା ବ୍ୟତୀତ ରାଜା ଯେତେବେଳେ ରାଜ କାର୍ଯ୍ୟରେ ବ୍ୟସ୍ତ ରହନ୍ତି ସେତେବେଳେ ମଧ୍ୟ ମାୟା ଅସୁରୁଣୀ ପୁଣି ନୂଆ ରୂପ ଧରି ସେହି ରାଜ୍ୟର ରାଜାଙ୍କ ପରି ଆଉ ଯେତେ ଯେତେ ସୁନ୍ଦର ଯୁବକ ଦେଖେ ସେମାନଙ୍କୁ ନିଜ ରୂପରେ ଆକର୍ଷିତ କରି ସେମାନଙ୍କ ସହିତ ରତି କ୍ରୀଡା କରେ ।

ରାଜ୍ୟରେ ରାଣୀ ଉଆସରେ ରହି ମାୟା ଅସୁରୁଣୀର ଏହି କୁକର୍ମ ଲାଗି ସେହି ରାଜା ଲକ୍ଷ୍ମୀ ଛଡା ହୋଇ ଗଲେ । ଦିନକୁ ଦିନ ରାଜାଙ୍କ ଲାଗି ଖରାପ ସମୟ ବଢିବାକୁ ଲାଗିଲା । ରାଜ୍ୟରେ ଏମିତି ପାପୀ ରାଜା ଥିବା ହେତୁ ଧର୍ମ ସହିଲା ନାହିଁ । ବସୁମାତା ଅଥୟ ହୋଇ ପଡିଲେ । ରାଜ୍ୟକୁ କାଳ ଘୋଟି ଆସିଲା । ଏହାର କୁ ପରିଣାମ ଲାଗି ରାଜ୍ୟକୁ ଦୁର୍ଭିକ୍ଷ, ମହାମାରୀ ପରି ବିପଦ ସବୁ ମାଡି ଆସିଲା । ସେତେବେଳେ ରାଜ୍ୟର ଯେ ରାଜ ଗୁରୁ ଥିଲେ ସେ ଏହାକୁ ଜାଣି ପାରିଲେ । ରାଜାଙ୍କୁ ଡକାଇ ରାଜ୍ୟରେ ଘଟୁ ଥିବା ଅଘଟଣ ବିଷୟରେ ଚେତାଇ ଦେଲେ । ସେ କହିଲେ ଛାମୁଁ ଯେଉଁ ସାନ ରାଣୀଙ୍କୁ ଆପଣ ଏହି ରାଜ୍ୟରେ ଉଆସ ଗଢାଇ ରଖିଛନ୍ତି ସେ ମନୁଷ୍ୟ ନୁହେଁ, ସେ ରାକ୍ଷସୀ । ସେ ମାୟାରେ ମନୁଷ୍ୟ ରୂପ ଧରି ତୁମକୁ ମୋହିତ କରୁଛି ।

ଏହା ପରେ ରାଜା ନିଜ ମନ୍ତ୍ରୀଙ୍କୁ ଏହି ସାନ ରାଣୀଙ୍କ ଉପରେ ନଜର ରଖିବାକୁ ଆଦେଶ ଦେଲେ । ସେହି ଦିନ ଠାରୁ ମନ୍ତ୍ରୀ ସାନ ରାଣୀଙ୍କର ଉଆସ ଉପରେ ତୀକ୍ଷ୍ନ ଦୃଷ୍ଟି ରଖିଲେ ।

ଦିନେ ମନ୍ତ୍ରୀ ଦେଖିଲେ ଯେ ୟେ ମାୟା ଅସୁରୁଣୀ ନିଜର ପୂର୍ବ ରୂପକୁ ପରିତ୍ୟାଗ କରି ଆଉ ଏକ ସୁନ୍ଦରୀ ରମଣୀ ହୋଇ ରାଜ୍ୟର ଯୁବରାଜଙ୍କୁ ମୋହିତ କରି ତାହା ସହିତ ସୁଖ ରମଣ କରୁଛି । ମନ୍ତ୍ରୀ ସଙ୍ଗେ ସଙ୍ଗେ ଯାଇ ରାଜାଙ୍କୁ ଡାକି ଆଣି ଏ ଘଟଣା ଦେଖାଇ ଦିଅନ୍ତେ ରାଜା ସଙ୍ଗେ ସଙ୍ଗେ ତନ୍ତ୍ର ବିଦ୍ୟାରେ ବିଶାରଦ ଥିବା ତାନ୍ତ୍ରିକକୁ ଡାକି ଆଣି ରାଣୀଙ୍କୁ ସେଠାରେ ବନ୍ଧନ କରି ରଖିଲେ । ତାପରେ ସେଠାରେ ଗୋଟିଏ ଦେଉଳ ନିର୍ମାଣ କଲେ । ସେହି ଦେଉଳ ଭିତରେ ମାୟା ଅସୁରୁଣୀକୁ ରଖି ଦେଉଳର ମୁହଁକୁ ସବୁ ଦିନ ପାଇଁ ବନ୍ଦ କରି ଦେଲେ । ରାଜାଙ୍କର ଏହି ପାପାଚାର ଅନ୍ୟାଚାର ଲାଗି ବିଧାତା ଆନ ରାସ୍ତା କଢାଇଲେ – ଯୋଗକୁ ବିଦେଶୀ ଶତ୍ରୁ ଆସି ରାଜାଙ୍କର ରାଜ୍ୟ ଧ୍ୱଂସ କରି ସେହି ରାଜାଙ୍କୁ ହତ୍ୟା କଲେ ।


Rate this content
Log in

Similar oriya story from Children