Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Tragedy

2  

Prasant Kumar Nath

Tragedy

ଭାଇରାଲ

ଭାଇରାଲ

2 mins
7.5K


 ରାଜେଶ ବହୁତ ଭଲ ପାଉଥିଲା ଲୁସିମାକୁ । ନିଜ ଜୀବନଠାରୁ ମଧ୍ୟ ଅଧିକ । ଦୁହେଁ ମିଶି କାଟିଥିଲେ କେତେ କାହିଁ ଅନ୍ତରଙ୍ଗ ମୁହୂର୍ତ୍ତ । ପ୍ରେମର ସିଡିରେ ଚଢି ଦୁହେଁ ପହଞ୍ଚି ସାରିଥିଲେ ହୃଦୟର ବଙ୍ଗଳାରେ । ସେହି ବଙ୍ଗଳାରେ ଦୁହେଁ ଦୁହିଁଙ୍କ ପାଇଁ ଗଢି ସାରିଥିଲେ ପ୍ରୀତିର ଏକ ସୁନ୍ଦର ଆଉ ମନୋରମ କୋଠରୀ । ଦୁହେଁ ସ୍ୱପ୍ନ ଦେଖିଥିଲେ ସେହି କୋଠରୀରେ ବାକି ତକ ଜୀବନ ହସଖୁସିରେ କାଟିଦେବା ପାଇଁ ।

  ପରିବାରର ସ୍ୱୀକୃତିକୁ ସେମାନେ ଅପେକ୍ଷା କରିଥିଲେ । କାହିଁକିନା ସେମାନେ ଭଲ ପାଉଥିଲେ ସତ କିନ୍ତୁ ଦୁହେଁ ଚାହିଁଥିଲେ ପ୍ରସ୍ତାବିତ ବିବାହ ପରି ବହୁତ ଯାକଜମକରେ ସମସ୍ତଙ୍କ ଉପସ୍ଥିତିରେ ବିବାହ କରିବା ପାଇଁ । 

  ସେଦିନ ରାଜେଶ ଆଉ ଲୁସିମା ମିଶି ଯାଇଥିଲେ ସହରରେ ଥିବା ଏକ ପାର୍କକୁ । ଆଉ ଦୁହେଁ ନେଇଥିଲେ ଅନେକ ସେଲଫି । ରାଜେଶ ଗୋଟାଏ ଚୁମ୍ବନ ପାଇଁ ତାକୁ ବାଧ୍ୟ କରୁଥିଲା । ଲୁସିମା ତାକୁ ବହୁତ ବୁଝେଇଛି ଆମେ ଏଯାଏ ବିବାହ କରିନାହାନ୍ତି, ଆମେ କେବଳ ପ୍ରେମିକ ପ୍ରେମିକା ସ୍ୱାମୀ ସ୍ତ୍ରୀ ନୁହେଁ, ତାପରେ ଏଇଟା ସର୍ବସାଧାରଣ ଜାଗା ପ୍ଲିଜ ବୁଝିବାକୁ ଚେଷ୍ଟା କର । ରାଜେଶ ରାଗି ଯାଇଥିଲା ଆଉ ତାକୁ ମନେଇବାକୁ ଯାଇ ଲୁସିମା ରାଜେଶର ଗାଲରେ ଆଙ୍କି ଦେଇଥିଲା ଏକ ଚୁମ୍ବନ । ଆଉ ରାଜେଶ ମତୁଆଲା ହୋଇ ଯାଇଥିଲା । ଲୁସିମାର ଓଠକୁ ଛୁଇଁଥିଲା ରାଜେଶର ଓଠ । 

  ଆଉ ଦୁହେଁ ଫେରି ଆସିଥିଲେ ଘରକୁ । ଦୁହେଁ ପାଇଥିଲେ ପ୍ରଥମ ଛୁଆଁର ମଧୁର ସ୍ପର୍ଶ । ଆଉ ଅଳ୍ପଦିନ ପରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହେବେ । ଲୁସିମା କିନ୍ତୁ ଭାବୁଥାଏ ବିବାହ ପୂର୍ବରୁ ଏସବୁ କଣ ଠିକ୍ । ନିହାତି ନୁହେଁ ।

  କେହି ଜଣେ ତାହାର ଭିଡିଓ କରି ଫେସବୁକ ଆଉ ହ୍ଵାଟ୍ସଆପରେ ଭାଇରାଲ କରି ଦେଇଥିଲା । ଯେଉଁ ଭିଡ଼ିଓକୁ ଦେଖି ଲୁସିମା ଲୋକଲଜ୍ଜ୍ୟା ସହି ନପାରିବା ଭୟରେ ନିଜ ଜୀବନ ହାରି ଦେଇଥିଲା ।

 କିନ୍ତୁ ଭାଇରଲ କରିଥିବା ସେହି ଲୋକଟିକୁ କଣ ମିଳିଲା । କଣ ମିଳିଲା ଜଣଙ୍କ ଜୀବନ ନେଇ । ଏମିତି ଭିଡିଓ ଭାଇରାଲ ନ କରିବାକୁ ଅନୁରୋଧ ।


Rate this content
Log in

Similar oriya story from Tragedy