Paramita Mishra

Drama Others


2  

Paramita Mishra

Drama Others


ମୁକ୍ତ

ମୁକ୍ତ

5 mins 7.2K 5 mins 7.2K

ପିଲାଟି ଦିନରୁ ଗୋଟିଏ ସ୍ୱପ୍ନ ଦେଖି ଦେଖି ବଡ ହୋଇଛି ଶୋଇକି ବି ଆଉ ଚେଇଁ କି ବି,ଯେ ଦିନେ ବଡ ହେବି ଆଉ ବାହାହୋଇ ଯିବି,କାହା ଅଗଣାର ତୁଳସି ଆଉ ମାଣବସାର ଲକ୍ଷ୍ମୀଟିଏ ହେବି,ସୁନ୍ଦର ପୁଅ ଆଉ ଝୁଅଙ୍କୁ ଜନ୍ମ ଦେବି,ଆଉ ସ୍ୱାମୀ ଶାଶୁ ଶ୍ୱଶୁରଙ୍କ ସେବାରେ ମୋର ଜିବନ ଧନ୍ୟ ହେଇଯିବ। ପାଠ.......ମୋ ଅଭିଧାନରେ ପାଠର ଅର୍ଥ କେବଳ ଚୁଲି ମୁଣ୍ଡରୁ ଘର ଅଗଣା ଦେଇ ସ୍ୱାମୀର ଶୋଇବା ଘର ଯାଏଁ। ମୋର ଆଦର୍ଶ ଆମ ସାହି ପଡିଶା ଝିଅ ଆଉ ଆମ ସମ୍ପର୍କିୟ ବଡ ଭଉଣି ମାନେ। ସେମାନଙ୍କ ପରି ହେବା ହିଁ ମୋର ଲକ୍ଷ୍ୟ । ଆଉ ଏଥିରେ ବା ଭୁଲ କଣ?

ପାଠ ପଢାରେ ପୂର୍ଣ୍ଣଛେଦ ପକାଇ ମୋ ପାଇଁ ପ୍ରସ୍ତାବ ଖୋଜା ଚାଲିଥାଏ। ଝିଅଟିଏକୁ କାଳେ ୧୦୦ ରୁ୧୦୦ହେବାର ଥାଏ,ରୂପରେ ଆଉ ଗୁଣରେ। ଝିଅଟିଏକୁ ଯଦି ରୂପରେ ହାଙ୍କାଯାଏ ତେବେ ମୋର ସ୍ଥାନ ନିଶ୍ଚୟ ଶେଷରୁ ଆରମ୍ଭ ହେବ ,ଏଠି ପୁଣି ଗୁଣ କଥା ଆଉ ଶୁଣୁଛି କିଏ? 

ବଡ ଯତନ କଲା ପରେ ଯାଇ ବହାଘର ଠିକ ହେଲା,ବେଶ୍ କିଛି ଛାନଭିନ କରିବାକୁ ଆଉ ତର କାହାକୁ !ସଅଳ ସଅଳ ବାହାଘର କାମ ଛିଡି ଗଲା। ସରକାରୀ ଚାକିରୀଟିଏ କରିଛନ୍ତି ସେ ,ୟାଠୁ ଅଧିକା ଅଶା କରିବା. ସିମା ବାହାରକୁ ଯିବା ଭଳି। ପିଲା ଦିନରୁ ଦେଖି ଥିବା ସ୍ୱପ୍ନ ଶେଷରେ ସତ ହୋଇଆସିଲା। ମୁଁ ସତରେ ବାନ୍ଧି ହୋଇଗଲି ଏକ ଅଦୃଶ୍ୟ ଡୋରିରେ,ବୋଧେ ସାରା ଜୀବନ ପାଇଁ ।

ମତେ ବାହାହୋଇ କରିଥିବା ଉପକାରର ବହୁତ ବଡ ମୂଲ୍ୟ ଦେଇଥିଲେ ମୋ ବାପା ମା। ପିଲାଦିନୁ ମୁ ଦେଖି ଆଉ ଶୁଣି ଆସିଛି ,ମା ବଡ ପା ଦେଇକୁ କହିଲାବେଳେ,ପୁରୁଷଙ୍କର କେବେ କୌଣସି ଭୁଲ ନଥାଏ,ଏହି କଥାକୁ ଆଖି ଆଗରେ ରଖି ମୁ ପ୍ରତିଟି କାର୍ଯ୍ୟ ପାଇଁ ପ୍ରଥମରୁ ହିଁ କ୍ଷମା ମାଗିନିଏ କିନ୍ତୁ ସେ ଅଲଗା କଥା ଯେ ସେ କେବେ ମତେ କ୍ଷମା କରିନାହାନ୍ତି। ସ୍ଵାମୀ ବିରୋଧରେ କାହା ଅଗରେ ଆଉ କଣ ବୋଲି ଅଭିଯୋଗ କରିଥାନ୍ତି ମୁଁ! ସେ ମତେ ମାରନ୍ତିନି କିନ୍ତୁ ତାଙ୍କ ଚିମୁଟାରେ ମୋ ଦେହର କୌଣସି ଅଂଶ ବି ବଞ୍ଚିତ ନାହିଁ ଏୟା କହିବି?ଥରେ ମୋ ଗାଲର ନାଲିକୁ ଦେଖି ମୋ ନଣନ୍ଦ କହିଲେ ତାଙ୍କ ଭାଇ କାଳେ ମତେ ଭାରି ଭଲପାଆନ୍ତି। ଭାବିଲି ହଁ ନିଶ୍ଚୟ ସାରାଦେହରେ ତାଙ୍କ ଭଲ ପାଇବାର ଚିହ୍ନକୁ ବଡ ଯତ୍ନରେ ସାଇତି ଆଉ ଲୁଚାଇ ରଖେ ମୁ। ମା କେବେ ମତେ ପଚାରିନି ତୁ କେମିତି ଅଛୁ ବୋଲି, କେବେ ଥରେ କହିନି ଫେରିବାକୁ ଘରକୁ। ଆଉ ମୁ ବି କେବେ ମା ଆଗରେ ଫରିୟାଦ କରିନି କିନ୍ତୁ ମନରେ ବେଳେବେଳେ ଭାବେ ମୋ ଆଖିର କଥା ମୋ ମା କଣ ବୁଝି ପାରୁନି?

 କିଛି ଦିନ ପରେ ମୋ ଜୀବନରେ “ଖୁସି”ଆସିଲା। ତାର କୁନି କୁନି ହାତରେ ସେ ଯେତେବେଳେ ମତେ ସ୍ପର୍ଶ କରେ ମତେ ଲାଗେ ମୋ ଦେହର ସମସ୍ତ କ୍ଷତରେ ସତେକି ଶିତଳ ଚନ୍ଦନ ଲେପ ।ତା ହସରେ ମୋର ସବୁ ଯନ୍ତ୍ରଣାର ଅନ୍ତ ହୋଇଯାଏ। କିନ୍ତୁ ଏତେ ବର୍ଷ ଯାଏଁତ ଛୁଆ ଜନ୍ମ ନପାରି ଶେଷରେ ଝିଅ ଜନ୍ମକରି କରିଥିବା ପାପର ଦଣ୍ଡ ଭୋଗିବା ଏବେ ବାକି ଥିଲା ମୋର।

ପ୍ରଥମେ ପ୍ରଥମେ ଲୁଚାଇ ରଖୁଥିବା କ୍ଷତ ଏବେ ଆଉ ଲୁଚାଇ ବାକୁ ପଡୁନଥିଲା,ମେଡିକାଲ ଖଟ ଉପରେ ଖୁସିକୁ ଧରି ପଡିଥିବା ବେଳେ ପୋଲିସ୍‍ ମୋ ହାତ ଭାଙ୍ଗିବାର କାରଣ ପଚାରିଥିଲେ,କେମିତି ଯେ ମୁ ନିଜକୁ ରୋକୋଛି ମୁ ହିଁ ଜାଣେ । ଖୁସିର ରାଣ ଦେଇ ମାଁ ସେଦିନ ବି ମୋ ପାଟି ବନ୍ଦ କରିନେଲା। ମୁଁ ମୋର ସେଇ ଭଙ୍ଗା ହାତ କେବଳ ମୋର ଏକ ଭୁଲ ବୋଲି କହି କେତେ ସୁନ୍ଦର ଅଭିନୟ କରି ନେଲି ଆଉ ମୋର ସ୍ୱାମୀ ତଥାପି ରାଗ ଗରଗର ହୋଇ ମତେ ଚେତବନି ଦେଇ ଗଲେ’’ତୁ ଘରକୁ ଫେର୍,ତୋ କଥା ବୁଝୁଛି’’।

 ସେତେବେଳେ ମୋ ଖୁସିକୁ ମାତ୍ର ୩ବର୍ଷ ହୋଇଥାଏ ଆଉ ଭାଗ୍ୟର ଅକାଳମେଘ ମୋ ଉପରେ ଏମିତି ବର୍ଷିବାର ଥିଲା । ମୁ ଏମିତି ଜଣେ ଲୋକର ହାତ ଧରି ଥିଲି ଯାହାର ଭଲ ଗୁଣ ଗଣିଲେ କମ ପଡିଯିବ। ସୋମ ରସରେ ବୁଡି ରହିବା ତାଙ୍କର ଭାରି ପସନ୍ଦ କିନ୍ତୁ ସେଦିନ ମୋର ସହିବାର ସବୁ ସୀମା ଶେଷ ହୋଇଗଲା ଯେତେବେଳେ ମୋ ଖୁସି ତା ବାପାକୁ ନିଜ ହାତରେ ସୁରାର ଗିଲାସ ବଢେଇ ଦେବାକୁ ଗଲା । ମୁ ମନରେ ସ୍ଥିର କରିନେଲି ମୋ ଖୁସି କେବେ ତା ମା'ର ପ୍ରତିଛବି ହେବନି ,ମୁ ତା ହାତରୁ ଗିଲାସଟି ଛଡେଇ ଖୁସି ବାପା ଉପରକୁ ଫୋପାଡି ଦେଇଥିଲି ବଦଳରେ ସେ ମୋ ଉପରେ ନିଜର ହାତ ସଫା କରି ରାଗିକି ଘରୁ ଚାଲିଗଲେ,ଆଉ ଯେଉଁ ରାଗ ଓ ନିଶାରେ ସେ ଘରୁ ଯାଇଥିଲେ ତାପରେ ଆଉ ଫେରି କି କେବେ ବି ଆସିଲେନି,ଆସିଲା ତ ତାଙ୍କର ନିର୍ଜୀବ ଶରୀରଟି।

 ମୁ ବୁଝିପାରୁନଥିଲି ଯେ ଏମିତି ପରିସ୍ଥିତିରେ ମୁ କଣ ପ୍ରତିକ୍ରିୟା କରିବି,କିନ୍ତୁ ମୋ ଆଖିରେ ଟିକେ ବି ପାଣି ନଥିଲା।ମୋ କାନରେ ପଡୁଥିଲା “କେଡେ ଅଲକ୍ଷଣୀ ଏ ବୋହୁ ବାହାଘରର ଦଶଟି ବର୍ଷରେ ସ୍ୱାମୀକୁ ଗିଳି ଗଲା”।ଦଶ ବର୍ଷ୍! ମୁଁ ନିଆଁକୁ ମୋ ଛାତି ଉପରେ ଧରି ବଞ୍ଚିଥିଲି। କିନ୍ତୁ ଏବେ ତ ମୋର ଭୁଲ ଆହୁରି ବଢି ଯାଇଥିଲା ଏବଂ ବର୍ତ୍ତମାନ ମୁ ସମ୍ପୂର୍ଣ୍ଣ ପାପି ହୋଇସାରିଥିଲି। ମୋ ସମ୍ପୂର୍ଣ୍ଣ ପରିଚୟ ମୋ ଠୁ ଛଡାଇ ନିଆଗଲା।ମୋ ଦେହର ସବୁ ରଙ୍ଗ ମୋ ଠୁ କାଢି ନେଇ କଳଙ୍କଙ୍କୁ ଧଳା ରଙ୍ଗରେ ରଙ୍ଗାଇ ମୋତେ ଢାଙ୍କି ଦିଆ ଗଲା। ସମାଜରୁ ଅବାଞ୍ଛିତ କରି ମତେ ଅସମାଜିକ ବୋଲି ଘୋଷଣା କରି ଦିଆଗଲା। ଆଉ ସେହିଦିନ ହିଁ ମତେ ସେ ଶୂନଶାନ ରାତିରେ ଏକାକି ବାହାରକୁ ତଡି ଦେଲେ ମୋ ନିଜର ଶାଶୁ ଆଉ ଶ୍ୱଶୁର୍।

ଏତେ ବର୍ଷ ଦୁଃଖରେ ବିତାଇ କେବେ କାହାକୁ ଫରିୟାଦ କରିନଥିଲି ଆଉ ଆଜି ବା କଣ କରିବି ତେଣୁ ମୋ ଖୁସିକୁ ସାଥିରେ ନେଇ ଶୁନ୍ୟ ରାସ୍ତାରେ ପାଦକୁ ଆଗକୁ ବଢାଉ ହିଁ ଥିଲି କି, କେହି ଜଣେ ମୋ ହାତକୁ ପଛପାଖୁ ଧରିନେଲା ,ତା ପଣତ କାନିରେ ମୋ ଉଜୁଡି ଯାଇଥିବା ମଥାକୁ ପୋଛିଦେଲା,ଆଉ ମତେ ଭିଡିଧରି ଧରି କହିଲା ଚାଲ ମୋ ସହ।‘’ମାଁ’’ ମୋ ଆଗରେମାଆ ଠିଆ ହୋଇଥିଲା ମୋ ମୁହଁରୁ ବାହାରିଆସିଲା’’ ମାଁ ତମେ?’’ଇଛା ହେଉଥିଲା ମାକୁ ଭିଡି ଧରି ବହୁତକାନ୍ଦିବାକୁ କିନ୍ତୁ ମୋ ଭିତରେ ଯେ ଆଉ ଲୁହ ପାଇଁ ଜାଗା ନାହିଁ। ମୁ ରୋକଠୋକ ମନା କରିଦେଲି ତାଙ୍କ ସହ ଯିବା ପାଇଁ କିନ୍ତୁ ହଠାତ ମୋ ନଜର ପଡିଲା ତା ଗାଲର ନାଲି ଦାଗ ଉପରେ। ସ୍ୱତଃ ପାଟିରୁ ବାହାରି ଆସିଲା ମାଁ ଏ ମାଡ,ମାଆ ତାତ୍ସଲ୍ୟର ହସ ହସି କହିଲା ଆଉ ନୁହଁ ଚାଲ ମୋ ସହ। ମୁ ଅବାକ ହୋଇ ମା ସହ ଚାଲିବାକୁ ଲାଗିଲି ,ଜାଣିନି କେତେବେଳେ ଆମେ ଟ୍ରେନରେ ବସିଲୁ ଆଉ କୁଆଡ଼େ ବା ଗଲୁ। ମୁ ହୋସ ସମ୍ଭଳିଲା ବେଳକୁ ମୋ ଆଖିରୁ ଅଜାଡି ହୋଇପଡିଲା ମୋ ଭିତରର ସମସ୍ତ ଦୁଃଖ ଯନ୍ତ୍ରଣାର ଅସଂଶାରି ନଦୀର ଧାର,ମୋ ଆଗରେ ଯେ ସ୍ୱୟଂ ପ୍ରଭୂ ଶ୍ରୀଜଗନ୍ନାଥ । ମା କହିଲେ କାନ୍ଦ୍,ଯେତିକି କାନ୍ଦିବାର ଅଛି ତୁ କାନ୍ଦ,ତୋ ମନରେ ଯାହା ଅଛି ସବୁ ଏଇ ବଡ ଠାକୁର ଆଗରେ କହିଦେ ଆଉ ସତରେ ମୋ ଲୁହ ସହ ମୋ ଭିତରର ସମସ୍ତ ଯନ୍ତ୍ରଣା ଧିରେ ବୋହି ବୋହି ବାହାରକୁ ଚାଲିବାକୁ ଲାଗିଲା,ମୁ ସେମିତି ଚାହିଁ ରହିଥିଲି ସେ କାଳିଆର ଚକା ଚକା ଆଖି ଦ୍ୱୟକୁ ,ନା ମୋ ମନରେ କିଛି ପ୍ରଶ୍ନ ଥିଲା ନା କିଛି ଉତ୍ତର। ହଠାତ ମାଆ ମୋ ସାମ୍ନାକୁ ଆସି ମୋ ମୁଣ୍ଡରେ ଭରି ଦେଇ ଗଲା କିଛି ମୁ ଚମକି ପଡି ଦେଖେ ତ ମୋ ମୁହ ଦେହ ରଙ୍ଗିନ ହୋଇ ଯାଇଛି  ,ମୁ ଚିତ୍କାରକରି କହିଲି ମା ତମେ ଏକଣ କଲ ମୁ ଯେ ବିଧବା। ଏ ଅପରାଧ ଠାକୁରେ କେବେ କ୍ଷମା କରିବେନି। ମୋ ସ୍ୱାମୀ….

ମା ଜଗନ୍ନାଥଙ୍କୁ ଚାହିଁ କହିଲେ ଏଇ ଦୁନିଆରେ ଏ ଜଣେ ହିଁ ପୁରୁଷ ଆଉ କେହି ନୁହଁ,ମୋତେ କ୍ଷମା କର ମା ମୁ ତତେ ଗୋଟେ ରାକ୍ଷାସ ହାତରେ ଟେକିଦେଇଥିଲି ହେଲେ ଠାକୁରେ ମତେ ଗୋଟେ ମଉକା ଦେଇଛନ୍ତି ଆଜି ମୁ ସେ ଭୁଲ ସୁଧାରୁଛି। କିଏ କହିଲା ତୁ ବିଧବା ଏଇ ଦେଖ ଏ ଚକା ଆଖିକୁ ଏ ହେଲେ ତୋର ସ୍ୱାମୀ ,ଆଜିଠୁ ତୁ ସାରା ଜୀବନ ପାଇଁ ତୁ ଅହ୍ୟରାଣି। ଆଜି ଯାଏଁ ଯେଉଁ ଅଦେଖା ଦଦଉଡିରେ ତୁ ବନ୍ଧା ହୋଇଥିଲୁ ଆଜି ତୁ ମୁକ୍ତ ହେଲୁ। ଯା ଆଜିଠୁ ତୁ ସେ ରାକ୍ଷସର ବିଧବା ବେଡିରୁ ଆଜାଦ ହେଲୁ। ମୁଁ ତୋ ମାଆ ତୋ ସହ ଅଛି।

ମଥାରେ ଝଟକୁ ଥିବା ସିନ୍ଦୁର ଛୁଇଁ ଦେଖିଲା ପରେ ମୁ କେବଳ ଜଗନ୍ନାଥଙ୍କୁ ଚାହିଁ ରହିଥିଲି ଆଉ ମୋ କାନରେ ମାଆ କହିଥିବା ପଦକ କଥା ହିଁ ଅହରହ ବାଜୁଥିଲା ‘’ଆଜିଠୁ ତୁ ମୁକ୍ତ” । 

କଣ ସତରେ????????????

ପରମିତା ମିଶ୍ର

7064172380


Rate this content
Originality
Flow
Language
Cover Design