Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kalyani Nanda

Thriller Others

3  

Kalyani Nanda

Thriller Others

ନିଶାଗ୍ରସ୍ତ ଦୁନିଆଁ

ନିଶାଗ୍ରସ୍ତ ଦୁନିଆଁ

3 mins
307


ଜୀବନ ସହ ନିଶାର ଏକ ଅଦ୍ଭୁତ ସଂପର୍କ । ନିଶାର ବଶବର୍ତ୍ତୀ ହୋଇ ଜୀବନକୁ ବହୁତ ଲୋକ ବହୁ ଭାବରେ ଉପଭୋଗ କରନ୍ତି । ଜୀବନ ଜୀଇଁବାର କୌଶଳ ଆୟତ୍ତ କରି ନିଅନ୍ତି । ଏଇ ନିଶା ନାଲି ପାଣିର ନିଶା ହେଉ ଅବା କ୍ଷମତାର ନିଶା, ଧନ ନିଶା, ପ୍ରଶଂସା ପାଇବାର ନିଶା, କାହାକୁ ସାହାଯ୍ଯ କରିବା ନିଶା, ଇତ୍ଯାଦି ଇତ୍ଯାଦି। ଏଇ ନିଶା ଥିଲେ ମଣିଷ ବଂଚି ରହିବାର ନିଶାରେ ହଜିଯାଏ । କିନ୍ତୁ ଆଜିର ବୈଜ୍ଞାନିକ ଯୁଗରେ ଏକ ନୂଆ ନିଶା ବାହାରିଛି । କ'ଣ ଜାଣିଛନ୍ତି ? ଆଜିକାଲି ଟିଭି, ଟେବ୍,ମୋବାଇଲର ନିଶା । ବିଶେଷ କରି ମୋବାଇଲର ନିଶା ।ଏଇ ନିଶା ଛୁଆରୁ ବୁଢା ସମସ୍ତଙ୍କୁ ନିଜର ଅକ୍ତିଆରରେ ରଖିଛି । ଯିଏ ଏଇ ନିଶାରେ ବୁଡିଛି, ତାକୁ ଆଉ କିଛି ଦିଶୁନି। କାହା କଥା ଭାବିବାକୁ ବି ସମୟ ନାହିଁ । ଯଦି ଏଇଭଳି ନିଶାରେ ଅଭ୍ୟସ୍ତ ବ୍ଯକ୍ତିକୁ କେହି କିଛି କୁହେ ବା ବାଧା ଦିଏ , ତେବେ ନାଲି ପାଣିରେ ବୁଡି ରହିଥିବା ନିଶାଗ୍ରସ୍ତ ବ୍ଯକ୍ତି ପରି ଏକେ ତ ରାଗିଯିବ ନ ହେଲେ କୌଣସି ସଂପର୍କ ରଖିବାକୁ ଚାହିଁବନି । ଏକାକୀତ୍ବର ନିର୍ବାସିତ ଅବସ୍ଥାକୁ ଚାଲିଯିବ । ଆପଣ ମାନଙ୍କୁ ଗୋଟିଏ କଥା କହୁଛି । ଘଟଣାଟି ଶୁଣିଲେ ପୁରା ବୁଝିଯିବେ।

ସୁରବାବୁ ଜଣେ ବେଶ୍ ଅମାୟିକ, ମେଳାପି ଭଦ୍ରଲୋକ । ସାଂଗ ମାନଙ୍କ ସହ, ପଡୋଶୀଙ୍କ ସହ ତାଙ୍କର ବେଶ୍ ଭଲ ସଂପର୍କ । କିନ୍ତୁ ହଠାତ୍ କିଛିଦିନ ପରେ, ସେ ଏକେବାରେ ଉଭାନ୍ ହୋଇଗଲେ ମାନେ ସେମିତି କିଛି ଦୁଃଖଦାୟକ, ଗୁରୁତର ଘଟଣା ନୁହେଁ । ହଠାତ୍ ସାଂଗ ମାନେ କିଛିଦିନ ଧରି ତାଙ୍କ ଦେଖା ପାଇଲେନି, ସେମାନଙ୍କ ଆଦରର ଚା' ଖଟିରେ ବେଶ୍ କିଛିଦିନ ତାଙ୍କ ଅନୁପସ୍ଥିତି ଅନୁଭବ କଲେ । ସୁରବାବୁଙ୍କ ପଡୋଶୀ ବି କାଁ ଭାଁ କେତେବେଳେ ତାଙ୍କୁ ବାହାରକୁ ଗଲା, ଆଇଲା ବେଳେ ଦେଖୁଥିଲେ କିନ୍ତୁ ସୁର ବାବୁଙ୍କ ପାଖେ ସେମାନେ ଆଗଭଳି ବାଚାଳତା ଦେଖୁ ନ ଥିଲେ । ସମସ୍ତେ ଆଶ୍ଚର୍ଯ୍ଯ । ବିଶେଷ କରି ତାଙ୍କ ଚା ଖଟି ର ସାଙ୍ଗ ମାନେ । ସୁର ଭାଇନାଙ୍କ ବିନା ଚା ଖଟି ଟା ଯେ ଫିକା ଫିକା ଲାଗୁଥାଏ । ସନିଆ ଚା ଦୋକାନଟା ଅଫିସ ଫେରନ୍ତା ସୁର ବାବୁଙ୍କ ସହ ତାଙ୍କ ସାଂଗ ମାନଙ୍କ ଚା' ଆସରଟା ଚଂଚଳ ହୋଇ ଉଠେ । ସେଇଠି ସୁର ବାବୁଙ୍କ ଉପସ୍ଥିତି ଚା' ଆସରର ମଜାକୁ ଦୁଇଗୁଣ କରିଦିଏ । ସେଥିପାଇଁ ସୁର ବାବୁଙ୍କ ଅନୁପସ୍ଥିତି କୁ ତାଙ୍କ ସାଂଗ ମାନେ ସହଜ ରେ ମାନି ନେଇ ପାରୁ ନ ଥିଲେ । ସେଥିପାଇଁ ସେମାନେ ହରି ଭାଇନା ମାନେ ହରିପ୍ରସାଦଙ୍କୁ ସୁର ଭାଇଙ୍କ ଖବର ଜାଣିବା ପାଇଁ ତାଙ୍କ ଘରକୁ ପଠାଇଲେ। ସନ୍ଧ୍ଯାରେ ଅଫିସରୁ ଫେରି ହରି ଭାଇନା ସୁର ବାବୁଙ୍କ ଗୃହାଭିମୁଖୀ ହେଲେ । ସନ୍ଧ୍ଯା ହେଲେ ବି ଖରାର ଗରମ ଥିଲା । ବୈଶାଖ ମାସ । ଶିତ ଦିନ ପରି ଶୀଘ୍ର ସନ୍ଧ୍ଯା ହୋଇ ନ ଥାଏ । ହରି ଭାଇନା ଯାଇ ପହଞ୍ଚି ଗଲେ ସୁର ବାବୁଙ୍କଙ୍କ ଘରେ ତାଙ୍କ ଅନୁପସ୍ଥିତିର ଖବର ଗୋଚରାର୍ଥେ ।


ସୁର ବାବୁଙ୍କ ଘରେ ପହଞ୍ଚି ହରି ଭାଇନାଙ୍କ ପ୍ରଥମେ ଭାଉଜଙ୍କ ସହ ଦେଖା ହୋଇଗଲା। " ଭାଉଜ, ସୁର ଭାଇନାଙ୍କ ଦେହ ଭଲ ନାହିଁ କି ? ତାଙ୍କ ଦେଖା ନାଇଁ ଯେ ? " ଭାଉଜ ମୁରୁକି ହସି କହିଲେ," ଏବେ ସେ ନୂଆଁ ସାଙ୍ଗ ପାଇଛନ୍ତି । ଅଫିସରୁ ଫେରି ସେ ଏବେ ଛାତ ଉପରେ ବସି ସେଇ ସାଙ୍ଗ ସହ ମସ୍ତି କରୁଛନ୍ତି "! ହରି ଭାଇନା ଖୁବ୍ ବେଶି ଆଗ୍ରହ ଓ କୌତୁହଳ ନେଇ ଛାତ ଉପରକୁ ଗଲେ। କିଏ ସେ ? ସାଙ୍ଗ ନା ସଙ୍ଗିନୀ ? ପ୍ରଶ୍ନ ସବୁକୁ ମନରେ ରଖି ଛାତ ଉପରେ ପହଞ୍ଚି ଦେଖିଲେ, ସୁର ଭାଇନା ଏକା ଆରାମ ଚେୟାର ରେ ବସି, ସନ୍ଧ୍ଯା ବେଳର ହାଲକା ପବନ ଖାଇ , ମୋବାଇଲ ଧରି ପୁରା ମଶଗୁଲ । ହରି ବାବୁଙ୍କ ଆସିବା ବି ଜାଣି ପାରିଲେନି । ଏକ ଲୟରେ ମୋବାଇଲ ଧରି କ'ଣ କରୁଥାନ୍ତି। ହରି ଭାଇ ଯେତେବେଳେ ନିଜ ଉପସ୍ଥିତି ଜଣାଇ ପଚାରିଲେ, " କିରେ ସୁର, କଣ କରୁଛୁ ଏକା ଏକା ବସି ? " ସୁର ବାବୁ ହରି ଭାଇନାଙ୍କ ପ୍ରଶ୍ନ ରେ ତାଙ୍କ ଆଡେ ଚାହିଁ ନିଜ ମୋବାଇଲର ଫେସବୁକ୍, ଟ୍ୱିଟର, ହ୍ବାଟସ୍ ଏପ୍ ବିଷୟରେ ବେଶ୍ ଉତ ଫୁଲ୍ଲିତହୋଇ ଗୁଣଗାନ କରିବାକୁ ଲାଗିଲେ ।ଯେମିତି କିଛି ଗୋଟିଏ ନୂଆଁ ଜିନିଷଟିଏ ଉଦ୍ଭାବନ କରି ପକାଇଛନ୍ତି। ଏମିତି ଉତ୍ସାହର ସହିତ ମୋବାଇଲ ବିଷୟ ରେ ବ୍ଯାଖ୍ଯା କରୁଥାନ୍ତି ଯେ ସେ ହରି ଭାଇନାଙ୍କୁ ବସିବାକୁ, ତାଙ୍କ ଆଗମନର ଉଦ୍ଦେଶ୍ଯ ପଚାରିବାକୁ ଭୁଲି ଯାଇଥିଲେ । ହରି ଭାଇନା ତାଙ୍କ ମୋବାଇଲ ନିଶା ଦେଖି ସବୁ ବୁଝି ଯାଇଥିଲେ । ଆଉ କିଛି ନ କହି ସେ ଫେରି ଯାଉଥାନ୍ତି , ଆଉ ଭାବୁଥାନ୍ତି ,ଓହୋ, କି ଯୁଗ ହେଲା ? ଆଗରୁ ଯେତେବେଳେ ଏସବୁ କିଛି ନ ଥିଲା, ଲୋକେ ନିଜ ନିଜ ଭିତରେ ଦୁଃଖ ସୁଖ ହେଉଥିଲେ। ସଂପର୍କର ଗଭୀରତା ବୁଝି ତାକୁ ଜୋର୍ କରି ଧରି ରଖୁଥିଲେ । କିଛି ଲୋକ ଗଂଜେଇ, ଭାଂଗ, ମଦ ନିଶା ରେ ମସଗୁଲ ରହୁଥିଲେ କିନ୍ତୁ ତାହା ଥିଲା ସାମୟିକ । କିନ୍ତୁ ଇଏ କେମିତି ଯାନ୍ତ୍ରିକ ନିଶା ! ଟିଭି ଆସିଲା, ବାସ , ଲୋକେ ଏମିତି ସେଥିରେ ମଜ୍ଜି ଗଲେ ଯେ ,ଘରୁ ବାହାରିବା, ସାଙ୍ଗ ସାଥୀ ସବୁ ଭୁଲି ଗଲେ । ଆଉ ଏବେ ଏଇ ନେଟ୍ ଯୁଗର ମଣିଷ ପୁରା ପୁରି ଆତ୍ମ କୈନ୍ଦ୍ରିକ ହୋଇ ଗଲାଣି । ଏ ମୋବାଇଲ ନିଶା ତ ମଦ ନିଶାରୁ ବଳି ଗଲାଣି । ଇଏ ତ ରାତିଦିନ, ସଂପର୍କର ଗୁରୁତ୍ବ ସବୁ ଭୁଲାଇ ଦେଲାଣି । ସତରେ ବଂଚି ଥିଲେ, କିସ ନ ଦେଖିବ ଏ ଦୁଇ ନୟନ? ? ନିଶାରେ ପୁରା ଧୁତ୍ ଏ ଦୁନିଆଁ । ନୁହେଁ କି ?


Rate this content
Log in

Similar oriya story from Thriller