Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Senapati

Inspirational

2  

Prasant Kumar Senapati

Inspirational

ଗାର୍ଲ୍ସ ହଷ୍ଟେଲ୍-:

ଗାର୍ଲ୍ସ ହଷ୍ଟେଲ୍-:

1 min
6.9K


 ପାଞ୍ଚଶହ ମିଟର ହେବ ଚାଓମିନ୍ ଷ୍ଟଲଟି ଗାର୍ଲ୍ସ ହଷ୍ଟେଲ୍ ଠାରୁ, ସେହି ଷ୍ଟଲରେ କାମ କରୁଥିଲା ଚଉଦ ବର୍ଷର ସୋନୁ ।

ପ୍ରାୟ ସମୟରେ ସେ ଗାର୍ଲ୍ସ ହଷ୍ଟେଲକୁ ଚାଓମିନ୍ ଦେବା ପାଇଁ ଯାଏ । ଦରମା ନାଁରେ ତିନି ଟାଇମ୍ ଖାଇବା ଓ ଅଳ୍ପକିଛି ପଇସା ମିଳି ଯାଉଥିଲା । କିନ୍ତୁ ଅନେକ ସମୟରେ ଏକଷ୍ଟ୍ରା ଇନକମ୍ ଗାର୍ଲ୍ସ ହଷ୍ଟେଲରୁ ମିଳିଥାଏ....ଯେତେବେଳେ ହଷ୍ଟେଲ୍ ରେ ପାର୍ଟି ହୁଏ । ଆଜି ସଂଧ୍ୟାରେ ବି ପାର୍ଟି ଥିଲା । ସାତ ପ୍ଲେଟ୍ ଚାଓମିନ୍ ନେଇ ଯାଇଥିଲା ସୋନୁ । ଫେରିଲା ବେଳକୁ ଅନେକ ଡେରି ହୋଇ ଯାଇଥାଏ ସତ କିନ୍ତୁ ଭଲ ଟିପ୍ସ ମିଳିଥିଲା । ଭାବୁଥିଲା ନୂଆ ଟିସା୍ର୍ଟ ଟେ ନେବି....ଆଜି ହଷ୍ଟେଲରେ ସାର୍ଟର ସମସ୍ତ ବୋତାମ ଛିଡି ଯାଇଛି ଓ ମଳାଏ ମଳାଏ ଫାଟି ଯାଇଛି, ପ୍ୟାଣ୍ଟର ଚେନ୍ ବି ଭାଙ୍ଗି ଯାଇଛି । ସୋନୁ ନିଜ ବାଳୁତ ପଣରେ ଭାବୁଥିଲା ପ୍ରକୃତରେ ଜମାନା ବଦଳି ଯାଇଛି, ଝିଅମାନେ ବି ଆଜିକାଲି କିଛି କମ୍ ନୁହନ୍ତି । ଶହେ ଟଙ୍କିଆ'ର ସାତ ଆଠଟି ନୋଟ୍ ଗଣୁ ଗଣୁ ସୋନୁ ନିଜ ଶରୀରରେ ହୋଇଥିବା ନଖର କ୍ଷତାକ୍ତ ଚିହ୍ନର ପୀଡାକୁ ଭୁଲି ସାରିଥିଲା ।

ପରିଶେଷରେ କାଲି ବି ତ ତାକୁ କାମକୁ ଯିବା ପାଇଁ ପଡିବ ଓ ହଷ୍ଟେଲ୍ କୁ ବି.... ।

© ପ୍ରଶାନ୍ତ ସେନାପତି


Rate this content
Log in

Similar oriya story from Inspirational