Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -୮୯
ଜହ୍ନମାମୁଁ -୮୯
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

2 Minutes   7.5K    12


Content Ranking

ମାୟାବି ଘୋଡା - ୨

ସକାଳ ହେବାରୁ ସେ ଯିବାକୁ ବାହାରିଲା । ଏତିକିବେଳେ ଜଣେ ପରୀ କହିଲା – “ଗୋଟିଏ କଥା ସବୁବେଳେ ମନେ ରଖିଥିବ । ଏଇ ବଣରେ ଗୋଟିଏ ଅଦ୍ଭୁତ ଘୋଡା ଅଛି । ତାହାର ଉଚ୍ଚତା ଖୁବ୍ ଛୋଟ । କେବଳ ସେତିକି ନୁହେଁ, ତା’ ମୁଣ୍ଡରେ ଶିଙ୍ଗ ଅଛି ଏବଂ ଦୁଇଟି ଡେଣା ମଧ୍ୟ ଅଛି । ସେ ଘୋଡାଟି ବଡ ମାୟାବୀ ଅଟେ । ନିଜ ମାୟାବଳରେ ସେ ଏଇ ଜଙ୍ଗଲଟିକୁ ଜଡକରି ରଖିଛି । ତାକୁ ଟିକେ ସାବଧାନ ରହିବ ।”

ଶଶାଙ୍କ ପରୀଟିର କଥା ଶୁଣିଲା । ମାତ୍ର ସେ କଥାରେ ସେ ଏତେ ଗୁରୁତ୍ୱ ଦେଲାନାହିଁ । ସେ ଆଗକୁ ଚାଲିବାକୁ ଲାଗିଲା ।

କିଛିବାଟ ଯିବାପରେ ଶଶାଙ୍କ ସତକୁସତ ସେଇ ଶିଙ୍ଗ ଓ ଡେଣା ଥିବା ଘୋଡାକୁ ଭେଟିଲା । ଘୋଡା ମଧ୍ୟ ଶଶାଙ୍କକୁ ଦେଖିପାରି ତା’ର ମାୟା ବିସ୍ତାର କଲା । ସେ ତାର ମାୟାରେ ଗୋଟିଏ ପାହାଡ ଗୁମ୍ଫାରେ ଯାଇ ପହଁଚିଲା । ସେଇଠି ସେ ଅଚେତ ହୋଇ ପଡିଗଲା ।

ଏହିପରି ଭାବେ କିଛି ମାସ ବିତିଗଲା । ଏଣେ ଶଶାଙ୍କ ରାଜମହଲକୁ ଆଉ ନ ଫେରିବାରୁ ମୟଙ୍କ ବଡ ଚିନ୍ତିତ ହୋଇ ପଡିଲା । ତା’ମନରେ ଟିକିଏ ସନ୍ଦେହ ଜାତ ହେଲା । ମନକୁମନ ସେ ଭାବିଲା; ଶଶାଙ୍କ ଆଉ କୌଣସି ବିପଦରେ ପଡିନି ତ? ସେ ନିଶ୍ଚୟ ତା’ର ସନ୍ଧାନ ନେବ ବୋଲି ସ୍ଥିରକଲା । ତେଣୁ ଦିନେ ସେ କାହାକୁ କିଛି ନଜଣାଇ ଶଶାଙ୍କକୁ ଖୋଜିବା ପାଇଁ ବାହାରି ପଡିଲା । ଅନିର୍ଦ୍ଦିଷ୍ଟ ଭାବେ ଯାଉଯାଉ ଶେଷରେ ସେ ମଧ୍ୟ ସେଇ ଘନ ଜଙ୍ଗଲରେ ପହଁଚିଲା ।

ରାତି ହେବାରୁ ସେହି ପରୀ ଦୁଇଜଣ ଆସି ରାଜକୁମାରଙ୍କୁ ତାଙ୍କର ପରିଚୟ ମାଗିଲେ । ତା’ପରେ ମୟଙ୍କକୁ ନିଜ ଘରକୁ ନେଇଯାଇ ଖାଇବା ପାଇଁ ଦେଲେ । ରାତିରେ ସେଠାରେ ବିଶ୍ରାମ ନେଇ ମୟଙ୍କ ସକାଳୁ ବାହାରି ପଡିଲା । ଏତିକିବେଳେ ଜଣେ ପରୀ କହିଲା – “ବଡ ସାବଧାନରେ ଯିବ । ଏ ଜଙ୍ଗଲରେ ଗୋଟିଏ ମାୟାବୀ ଘୋଡା ଅଛି । ତାର ଦୁଇଟି ଶିଙ୍ଗ ଓ ଦୁଇଟି ଡେଣା ଅଛି । ଯଦି ତା’ ମାୟାରେ ତୁମେ ପଡିଯାଅ ତେବେ ସେଠାରୁ ଜୀବନସାରା ଆଉ କେବେବି ମୁକୁଳି ପାରିବ ନାହିଁ ।”

ପରୀଙ୍କ କଥାଶୁଣି ମୟଙ୍କ ସାବଧାନ ହୋଇଗଲା । ସେମାନଙ୍କ କଥାଶୁଣି ସେ ଭାବିଲା ଶଶାଙ୍କ ଏ ଜଙ୍ଗଲକୁ ଆସି ସେଇ ମାୟାବୀ ଘୋଡା କବଳରେ ଆଉ ପଡିଯାଇନି ତ । ଏହା ଭାବି ସେ ଖୁବ୍ ସାବଧାନ୍ରେ ଜଙ୍ଗଲ ଭିତରେ ଚାଲିବାକୁ ଲାଗିଲା ।

କିଛିବାଟ ଯିବାପରେ ମୟଙ୍କ ସେହି ଡେଣାଥିବା ଘୋଡାକୁ ଭେଟିଲା । ପ୍ରଥମରୁ ସେ ସତର୍କ ହୋଇଗଲା ଏବଂ ଧନୁରେ ବାଣ ସଂଯୋଗ କଲା । ଘୋଡା ମୟଙ୍କକୁ ଦେଖିବା ମାତ୍ରେ ବିକଟ ଶବ୍ଦ କରି ତା’ଆଡକୁ ମାଡି ଆସିଲା । ଏହାଦେଖି ସେ ସେହି ଘୋଡା ଉପରକୁ ବାଣ ଛାଡିଦେଲା । ଚାହୁଁ ଚାହୁଁ ସେ ଘୋଡାଟି ତଳେ ପଡିଗଲା ଓ ମରିଗଲା । ଘୋଡା ମରିଯିବା ପରେ ଜଙ୍ଗଲରେ ଗଛମାନଙ୍କରେ ଫୁଲ ଫଳ ହେଲା । ପକ୍ଷୀମାନେ କଳରବ କଲେ । ମୟଙ୍କ ଏ ପରିବର୍ତ୍ତନ ଦେଖୁଥିବାବେଳେ ଶଶାଙ୍କ ଆସି ତା’ ଆଗରେ ପହଁଚିଲା । ମୟଙ୍କ ଦଉଡିଯାଇ ଶଶାଙ୍କକୁ କୁଣ୍ଢାଇ ପକାଇଲା ।

ସେମାନେ ଏତିକିବେଳେ ରୁଣୁଝୁଣୁ ଶବ୍ଦ ଶୁଣିପାରିଲେ । ମଧୁର ସ୍ୱରରେ ଗୀତବୋଲି ସେହି ପରୀ ଦୁଇଜଣ ସେମାନଙ୍କ ନିକଟରେ ଯାଇ ପହଁଚିଲେ । ମୃତ ମାୟାବୀ ଘୋଡା ବିଷୟରେ ସେମାନେ ସବୁକିଛି କହିଲେ ।

ମୟଙ୍କ ପଚାରିଲେ – “ତୁମେମାନେ ବି ଘୋଡାର ମାୟାରେ ପଡିଯାଇଥିଲ?”

ହଁ, ସେ ଆମର ଉଡିବା ଶକ୍ତି ନଷ୍ଟକରି ଦେଇଥିଲା । ଏବେ ଆମେ ତାହା ଫେରି ପାଇଲୁ । ସେଥିପାଇଁ ମୟଙ୍କକୁ ବହୁତ ଧନ୍ୟବାଦ । ଏହାକହି ସେ ପରୀ ଦୁଇଜଣ କେଉଁଆଡେ ଉଡିଗଲେ । ମୟଙ୍କ ସହିତ ଶଶାଙ୍କ ରାଜମହଲକୁ ଫେରିଆସିଲା । ପରସ୍ପର ମଧ୍ୟରେ ସ୍ନେହଭାବ ଦେଖି ରାଣୀଙ୍କ ମନରୁ ବି ସମସ୍ତ ଈର୍ଷାଭାବ କୁଆଡେ ଦୂର ହୋଇଗଲା । ଏଣିକି ସେ ଶଶାଙ୍କକୁ ମଧ୍ୟ ନିଜ ପୁଅ ପରି ସ୍ନେହ କଲେ ।

ସକାଳ ପରୀ ଶଶାଙ୍କ

Rate the content


Originality
Flow
Language
Cover design

Comments

Post

Some text some message..