Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pritipriya Mohanty

Inspirational Others

3  

Pritipriya Mohanty

Inspirational Others

ଶେଷରେ ଜେଜେ ବୁଝିଲେ

ଶେଷରେ ଜେଜେ ବୁଝିଲେ

4 mins
15.1K


କୁନା ଓ ମିଲି ପାଟପୁର ଗାଁରେ ଜେଜେ ବାପା,ଜେଜେ ମା' ଓ ନିଜ ମା'ଙ୍କ ସହ ରୁହନ୍ତି ।ବାପା ତାଙ୍କର ଦୂରରେ ଚାକିରି କରନ୍ତି ।ତେଣୁ ସେ ବାହାରେ ରୁହନ୍ତି ।କେବେ କେମିତି ଛୁଟି ହେଲେ ଗାଁ କୁ ବୁଲିବାକୁ ଆସନ୍ତି ।କୁନା ଚତୁର୍ଥ ଶ୍ରେଣୀରେ ଓ ମିଲି ଦ୍ବୀତିୟ ଶ୍ରେଣୀରେ ପଢ଼ନ୍ତି ।ଜେଜେ ଓ ନାତି ନାତୁଣୀଙ୍କର ଖୁବ ଭଲ ଜମେ ।ଜେଜେ ପିଲାମାନଙ୍କୁ ଭଲ ଭଲ ଗପ ଶୁଣାନ୍ତି ।ପିଲାମାନେ ମଧ୍ୟ ଜେଜେଙ୍କୁ ଭାରି ଭଲ ପାଆନ୍ତି ।

ଦିନେ ଜେଜେ ତାଙ୍କ ଝିଅ ଘରକୁ ଯିବା ପାଇଁ ନୂଆ ଧୋତି ଜାମା ପିନ୍ଧି ପାଦରେ ଭଲ ଚପଲ ହଳେ ପିନ୍ଧି ବଙ୍କୁଲୀ ବାଡିଟିଏ ଧରି ବାହାରିଲେ ।ଝିଅ ଘରକୁ ଯିବେ ବୋଲି ଜେଜେଙ୍କ ଖୁସି କହିଲେ ନ ସରେ ।ଫେରିବା ବେଳକୁ କୁନା ଓ ମିଲି ପାଇଁ ଚକୋଲେଟ ଓ ମିଠେଇ ଆଣି ଆସିବେ ବୋଲି କହିଲେ ।ଜେଜେଙ୍କ କଥା ଶୁଣି କୁନା ଓ ମିଲି ବି ଭାରି ଖୁସି । ।ଦାଣ୍ଡ ଦୁଆରେ ଜେଜେ ଗୋଟେ ମୁଣ୍ଡିଆଟେ ମାରି ଝିଅ ଘରକୁ ବାହାରିଗଲେ ।ଜେଜେଙ୍କୁ ଛାଡି କୁନା ଓ ମିଲି ଘରକୁ ପଳେଇ ଆସିଲେ ଓ ଅପେକ୍ଷାରେ ରହିଲେ ଜେଜେଙ୍କ ଫେରିବା ବାଟକୁ ।

ମାତ୍ର କିଛି ସମୟ ଯାଇଛି ଜେଜେ ଆସି ଘରେ ହାଜର ।ପିଲାମାନଙ୍କ ମନ ଦୁଃଖ ହୋଇଗଲା ଜେଜେଙ୍କୁ ଖାଲି ହାତରେ ଦେଖି ।ପିଲାମାନେ ଜେଜେଙ୍କୁ ପଚାରିଲେ ପିଉସୀଙ୍କ ଘରକୁ ନ ଯାଇ ସେ ଅଳ୍ପ ବାଟରୁ ଏମିତି ପଳେଇ ଆସିଲେ କ'ଣ ପାଇଁ ।ଜେଜେ କହିଲେ ସେ ଯାଉଥିବା ସମୟରେ କୋଉଠି ଥିଲା କେଜାଣି ଗୋଟେ କାଳି ବିଲେଇ ହଠାତ ତାଙ୍କ ଆଗରେ ବାଟ କାଟି ପଳାଇଗଲା ।ତାଙ୍କ ଅନୁକୂଳ ବିଗିଡିଗଲା ।ସେ ଝିଅ ଘରକୁ ଶୁଭରେ ଯାଉଥିଲେ ।କାଳି ବିଲେଇଟା ସବୁ ଅଶୁଭ କରିଦେଲା ।କାଳି ବିଲେଇ ମୁହଁ ଚାହିଁ ଗଲେ କିଛି ଭଲ ଘଟଣା ଘଟେନି ଯେ କୌଣସି ଅସୁବିଧା ହୋଇପାରେ ଏମିତି କି ଦୁର୍ଘଟଣା ବି ଘଟିପାରେ ବୋଲି ଜେଜେ ପିଲାମାନଙ୍କୁ କହିଲେ ।ପିଲାମାନେ ବି ଦେଖିଛନ୍ତି ଜେଜେ ଆଗରୁ ବି ଏମିତି ଅନେକ ଥର ଅଧା ରାସ୍ତାରୁ ଅନୁକୂଳ ବିଗିଡିଗଲା କହି ଫେରିଆସିଛନ୍ତି ।ପିଲାମାନଙ୍କ ମନକୁ ଏ କଥା ଜମା ପାଇଲାନି ।ସେମାନେ ପଚାରିଲେ ସତରେ କଣ ଜେଜେ କାଳି ବିଲେଇ ଏତେ ଅଶୁଭ ତା'ମୁହଁ ଚାହିଁ ଗଲେ ସତରେ କ'ଣ ନାନା ଅସୁବିଧା ହୁଏ ଅନୁକୂଳ ବିଗିଡିଯାଏ ।ଜେଜେ କହିଲେ ହଁ ପିଲାମାନେ ଏ କଥା ସମ୍ପୂର୍ଣ୍ଣ ସତ ।ମୁଁ ପରା ଘର ସଂସାର କରି ବୁଢା ହେଲିଣି ଚାଲିଚଳନୀ,ରୀତିନିତି ବିଷୟରେ ମୁଁ ତୁମ ଠାରୁ ବେଶି ଜାଣେ ।ବିଲେଇ ରାସ୍ତାରେ ଆଗକୁ ଆସିଲେ ,ପଛରୁ କିଏ ଡାକିଦେଲେ ଅନୁକୂଳ ବିଗିଡିଯାଏ ।ଏସବୁ ଆଦୌ ଭଲ କଥା ନୁହେଁ ।ତୁମେମାନେ ତ ଛୋଟ ଛୋଟ ପିଲା ଏତେ କଥା କେମିତି ଜାଣିବ ।ହେଲେ ପିଲାମାନଙ୍କ ମନକୁ ଜେଜେଙ୍କର ଏ କଥା ଜମା ଭଲ ଲାଗିଲାନି ।ବରଂ ଚକୋଲେଟ ଓ ମିଠେଇ ନ ମିଳିଥିବା ଯୋଗୁ ମନଦୁଃଖ କଲେ ।ସେମାନେ ଜାଣିସାରିଥିଲେ କି ଜେଜେ ଭୁଲ ଧାରଣାରେ ଅଛନ୍ତି ।ଏହା ତାଙ୍କ ମନରୁ ଯେମିତି ହେଲେ ଦୂର କରିବାକୁ ପଡିବ ଓ ଜେଜେଙ୍କୁ ଗୋଟେ ଶିକ୍ଷା ଦେବା ପାଇଁ ଦୁହେଁ ବିଚାର କଲେ ।

ଦିନେ ଜେଜେ ଘରେ କହୁଥିଲେ ଆଗାମୀ ଛଅ ଦିନ ଯାଏଁ ବ୍ୟାଙ୍କ ବନ୍ଦ ରହିବ ।ତେଣୁ କିଛି ଜରୁରୀ କାମ ଅଛି ବ୍ୟାଙ୍କରେ ଯାଇ ସାରିଦେବାକୁ ହେବ ନ ହେଲେ ଭାରି ହଇରାଣ ହେବାକୁ ପଡିବ ।କୁନା ଓ ମିଲି ଜେଜେଙ୍କର ଏ କଥା ଶୁଣି ଯୋଜନାଟିଏ ଚିନ୍ତା କରି ରାତିରେ ଶୋଇଲେ ।

ପରଦିନ ସକାଳେ ଜେଜେ ଗାଧୋଇ ପାଧୋଇ ଧୋତି ଜାମା ପିନ୍ଧି ଦୁଆରେ ମୁଣ୍ଡିଆଟେ ମାରି ବ୍ୟାଙ୍କକୁ ବାହାରିଲେ ।ପିଲାମାନେ ଜେଜେଙ୍କୁ ଫେରିବାବେଳେ ଚକୋଲେଟ ଆଣିବ କହି ଜେଜେଙ୍କ ଅଜଣାତରେ ତାଙ୍କ ଆଗକୁ କାଳି ବିଲେଇଟିଏ ଛାଡିଦେଇ ଘର ଭିତରକୁ ପଳାଇଆସି ଲୁଚି ଲୁଚି ଜେଜେଙ୍କୁ ଦେଖିଲେ ।

ଜେଜେ ହଠାତ ରହିଗଲେ ।ଓଃ....କ'ଣ ହେଲାରେ ମୋ ଅନୁକୂଳ ବିଗିଡିଗଲା ।କୋଉଠି ଥିଲା ଏ ବିଲେଇଟା ମୋ ଆଗକୁ ଚାଲିଆସିଲା ମୋ ଅନୁକୂଳ ବିଗିଡିଗଲା ।ଯାଉଛି ଆଜି ଘରକୁ ଫେରିଯିବି କାଲି ପୁଣି ବ୍ୟାଙ୍କ ଆସିବି ବୋଲି ଜେଜେ ମନେ ମନେ କହିହେଲେ ।ହେଲେ ହଠାତ ତାଙ୍କର ମନେ ପଡିଗଲା ଯେ,ଆଗାମୀ ଛଅ ଦିନ ଯାଏଁ ବ୍ୟାଙ୍କ ବନ୍ଦ ପୁଣି ବହୁତ ଜରୁରୀ କାମ ଅଛି ।ଆଜି ନ ଗଲେ ନ ହୁଏ ।ଯେମିତି ହେଲେ ଯିବାକୁ ପଡିବ ।ଯାହା ଅଶୁଭ ,ଅଘଟଣ ଘଟିବ ଦେଖାଯିବ ।ଏତକ କହି ଜେଜେ ଆଉ ପୂର୍ବ ଦିନ ମାନଙ୍କ ପରି ପଛକୁ ନ ଫେରି ବ୍ୟାଙ୍କକୁ ଗଲେ ।ରାସ୍ତାରେ ଭାରି ଡରି ଡରି ଏଣୁତେଣୁ ଗୁଡାଏ ଭାବି ଭାବି ଯାଇ ବ୍ୟାଙ୍କ ରେ ପହଁଞ୍ଚିଲେ ।ସବୁ କାମ ବ୍ୟାଙ୍କରେ ଭଲରେ ଭଲରେ ସାରିଦେଇ କୁନା ଓ ମିଲି ପାଇଁ ଚକୋଲେଟ ନେଇ ଘରେ ଆସି ପହଁଞ୍ଚିଲେ ।ଜେଜେ ଘରେ ପହଁଞ୍ଚି ଭାରି ଖୁସି ଥାନ୍ତି ।ତାଙ୍କ ସହ କିଛି ଅଘଟଣ ଘଟିଲା ନାହିଁ ଓ ସେ ନିରାପଦରେ ଆସି ଘରେ ପହଁଞ୍ଚିଲେ ବୋଲି ଠାକୁରଙ୍କୁ ଧନ୍ୟବାଦ ଜଣାଉଥାନ୍ତି ।କୁନା ଓ ମିଲି ଜେଜେ ଆଣିଥିବା ଚକୋଲେଟ ଖାଇଲେ ଓ ଜେଜେଙ୍କର ଆଜି ଏତେ ଖୁସି ହେବାର କାରଣ ପଚାରିଲେ ।ଜେଜେ ତାଙ୍କ ସହ ଘଟିଥିବା ସବୁ ଘଟଣା ଗୋଟି ଗୋଟି ପିଲାମାନଙ୍କୁ ଜଣାଇଲେ ।

ଏ କଥା ଶୁଣି କୁନା ଓ ମିଲି ହସାହସି ହେଲେ ।କିନ୍ତୁ, ଜେଜେ କିଛି ବୁଝିପାରିଲେ ନାହିଁ ।ଜେଜେ କହିଲେ ଆରେ ପିଲାମାନେ ମୁଁ ତମକୁ ଏମିତି କଣ କହିଲି ଯେ ତମେ ଦୁହେଁ ହସିହସି ଏମିତି ଗଡିଯାଉଛ ।ପିଲାମାନେ କହିଲେ ଜେଜେ ଶୁଣିବ ତ ଶୁଣ ,ତୁମେ ବ୍ୟାଙ୍କ କୁ ଯିବା ସମୟରେ ଆମେ ଦୁଇଜଣ ହିଁ ଯୋଜନା କରି ତମ ଆଗକୁ ବିଲେଇ ଛାଡିଥିଲୁ ।କାରଣ ଆଗାମୀ ଛଅ ଦିନ ବ୍ୟାଙ୍କ ଛୁଟି ଥିବା ଯୋଗୁଁ ତୁମେ ଆଉ ଉପାୟ ନ ପାଇ ବାଧ୍ୟ ହୋଇ ବ୍ୟାଙ୍କକୁ ଯିବ ଆଉ ତୁମ ମନରେ ଥିବା ଭୁଲ ଧାରଣା ଦୂରେଇ ଯିବ ।ଜେଜେ ଏତକ ଶୁଣୁ ଶୁଣୁ ରାଗି ଉଠିଲେ ଓ କହିଲେ ଭୁଲ ଧାରଣା କି ଭୁଲ ଧାରଣା?ପିଲାମାନେ ଜେଜେଙ୍କ ରାଗ ଦେଖି ଡ଼ରିଗଲେ ଏବଂ କହିଲେ ଜେଜେ,ଯଦି ଆମେ ଭୁଲ କରିଛୁ ତେବେ ଆମକୁ କ୍ଷମା କରିଦିଅନ୍ତୁ ।କିନ୍ତୁ ବିଦ୍ୟାଳୟରେ ଆମକୁ ଆମ ଶିକ୍ଷକ କହୁଥିଲେ ରାସ୍ତାରେ ଗଲାବେଳେ କୌଣସି ଅଘଟଣ କି ଦୁର୍ଘଟଣା କେବେ ହେଲେ ବିଲେଇ ଆଗରେ ଚାଲିଯିବା ଯୋଗୁଁ କିମ୍ବା କେହି ପଛରୁ ଡାକି ଦେଲେ ହୁଏ ନାହିଁ ।ଏହା ମଣିଷର ନିଜର ଅସାବଧାନତା ଯୋଗୁଁ ହିଁ ଘଟିଥାଏ ।ରାସ୍ତାରେ ଗଲାବେଳେ ଅନ୍ୟମନସ୍କ ହେଲେ,ଟ୍ରାଫିକ୍ ନିୟମ ନ ମାନିଲେ,ନିଜର ଅସାବଧାନତା ଯୋଗୁଁ ହିଁ ଆମକୁ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେବାକୁ ପଡେ ।ଜେଜେ ତୁମେ ଆଜି ସାବଧାନ ହୋଇ ଗଲ ଓ ଆସିଲ ତେଣୁ ତୁମେ କୌଣସି ବି ଅସୁବିଧାର ସମ୍ମୁଖିନ ନ ହୋଇ ଭଲରେ ଭଲରେ ଘରେ ପହଁଞ୍ଚିଲ ।ଜେଜେ ମନେ ମନେ ଭାବିଲେ ଆରେ! ସତେ ତ ପିଲାମାନେ ତ କିଛି ଭୁଲ କଥା କହୁନାହାଁନ୍ତି ।ଯଦି ବିଲେଇ ଆଗକୁ ଆସିଲେ କିଛି ଅଘଟଣ କି ଅସୁବିଧା ହେଉଥାନ୍ତା ତେବେ ତାଙ୍କର ଆଜି ନିଶ୍ଚୟ କିଛି କ୍ଷତି ହୋଇଥାନ୍ତା ।ହେଲେ ସେ ତ ନିରାପଦ ଭାବେ ଘରେ ପହଁଞ୍ଚିଲେ ।ନିଜ ଭୁଲ ନିଜେ ବୁଝିପାରିଲେ ।ଭଲ କଥାଟିଏ ଶିଖେଇଥିବାରୁ ଜେଜେ ପଲାମାନଙ୍କ ଉପରେ ଭାରି ଖୁସି ହେଲେ । ପିଲାମାନଙ୍କୁ ଭାରି ପ୍ରଶଂସା କଲେ ।ଆହୁରି ଅଧିକ ମିଠେଇ ଚକୋଲେଟ ଆଣିଦେବେ ବୋଲି କହିଲେ ।ଏହା ପର ଠାରୁ ଜେଜେ କୌଣସି ବି ଦିନ ବିଲେଇ ଦେଖି ଆଉ ଘରକୁ ଫେରି ଆସନାହାଁନ୍ତି ।ବରଂ ବାହାରକୁ କେଉଁଆଡେ ଯିବା ଆସିବା ସମୟରେ ସତର୍କତା ଅବଲମ୍ବନ କରି ରାସ୍ତାର ନିୟମ ତଥା ଟ୍ରାଫିକ୍ ନିୟମ ମାନି ଭଲରେ ଭଲରେ ଘରକୁ ଫେରନ୍ତି ।ଜେଜେଙ୍କ ମନରୁ ଭୁଲ ଧାରଣାକୁ ଦୂରେଇ ଦେଇ ଭଲ ଶିକ୍ଷା ଟିଏ ଦେଇଥିବାରୁ କୁନା ଓ ମିଲି ମଧ୍ୟ ଭାରି ଖୁସି ହେଲେ ।

ପ୍ରୀତିପ୍ରିୟା ମହାନ୍ତି

ମୟୂରଝାଲିଆ,ରଣପୁର

ନୟାଗଡ଼ ।


Rate this content
Log in

Similar oriya story from Inspirational