Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalita Mohan Mishra

2.4  

Lalita Mohan Mishra

ପରିଧି

ପରିଧି

10 mins
2.5K


❤❤❤ ପରିଧି❤❤❤
*********************
ସମୀର ସକାଳୁ ଉଠି ନିତ୍ୟକର୍ମ ସାରିବାରେ ବ୍ୟସ୍ତ ଥାଏ କାରଣ ପ୍ରତିଦିନ ଅଫିସ୍ ଯିବାରେ ଡେରି ହେଇ ଯାଉଅଛି ବୋଲି , ଏହି ସମୟରେ ଇତି ଆସି ପଚାରିଲେ ଆଜି କେତେ ତାରିଖ ସମୀର.......
ସମୀର : ତାରିଖ ସହିତ କଣ ଅଛି | ତୁମେ ଆଜି ମୋ ପାଇଁ ଟିକେ ଶୀଘ୍ର ରୋଷେଇ କରିଦିଅ ମୁଁ ଅଫିସ୍ ପଳାଇ ଯିବି, ସବୁଦିନ ଭଳି ଆଜି ଯେପରି ଅଫିସିରେ ଶୁଣିବାକୁ ନ ପଡେ
ଇତି : ତୁମର କିଛି ମନ ପଡିବ ନାହିଁ, ଆଜି ଆମର ବିବାହ ବାର୍ଷିକୀ (Marriage Anniversary) ଅଟେ | ତୁମେ ଏହି କେତୋଟି ବର୍ଷ ଭିତରେ ସବୁ ଭୁଲିଗଲଣି |
ସମୀର : ହଁ ଇତି ସତେ ତ...., ମୁଁ ବ୍ୟସ୍ତତାରେ ଭୁଲି ଯାଇଥିଲି | ମୁଁ ଏବେ ଅଫିସ୍ ପଳାଇ ଯାଉଅଛି, ଅଫିସ୍ ରୁ ଫେରିଲେ ଆମେ ସାଙ୍ଗ ହୋଇ ସନ୍ଧ୍ୟାବେଳେ ମନ୍ଦିର ଯିବା |
ଇତି : ତୁମେ ଆଜି ମୋତେ କଣ ଉପହାର ଦେବ ?
ସମୀର : ତୁମେ ଯମା ବ୍ୟସ୍ତ ହୁଅନି ଇତି, ମୋର ନିୟମିତ( Regular) ଚାକିରୀଟା ହୋଇଯାଉ ଦେଖିବ ମୁଁ ତୁମ ପାଇଁ କ ଣ ନ ଆଣିବି ?
ଇତି : ବିବାହ ହେବାର ପାଞ୍ଚବର୍ଷ ବିତିଗଲା | ପାଞ୍ଚବର୍ଷ ଭିତରେ ତୁମେ ମୋ ପାଇଁ ଭଲ ଶାଢୀ ଖଣ୍ଡେ ଆଣିପାରିଲ ନାହିଁ କି ମୋର ବେକକୁ ଚେନ୍ ଟିଏ କରି ପାରିଲ ନାହିଁ | ଆଜି ପର୍ଯ୍ୟନ୍ତ ଅଫିସ୍ ଯିବା ପାଇଁ ଗୋଟିଏ ମଟର ସାଇକେଲ କିଣି ପାରିଲ ନାହିଁ, Regular ହୋଇଗଲେ ସବୁ କରିଦେବ ? ତୁମର ଖାଲି ସଦାବେଳେ ଭାଇ, ନିଜର ଭଣଜା ଆଉ ବୁଢ଼ା ବାପା ମାଆ ତା ବ୍ୟତୀତ ଆଉ କିଏ ସଂସାରରେ ଅଛି କି ନାହିଁ ତୁମେ କେବେ ଦେଖିଛ ନା ଦେଖିବ ? ଯେତେବେଳେ ଦରମା ପାଇଲ ଭାଇ, ଭଣଜା ଓ ବାପା ମାଆଙ୍କ ପାଇଁ ସବୁକିଛି ଦେଉଛ କିନ୍ତୁ ଆମେ ମାଆ ଝିଅ ଘରେ ପଡିରହିଛୁ, ଝିଅଟି ସ୍କୁଲକୁ ଯିବାକୁ ହେଲାଣି ସେଥିପ୍ରତି ତୁମର ଟିକେ ହେଲେ ନିଘା ନାହିଁ |
ସମୀର : ଛି ଛି ଇତି ! ଆଜିର ଭଳି ଦିନରେ ଏସବୁ କଥା କୁହ ନାହିଁ, ସବୁଦିନ ତ କହୁଛ ଆଜି ପାଇଁ ହେଲେ ଟିକେ ଚୁପ୍ ରୁହ ? ଜୀବନର ଅନ୍ୟ ନାମ ଯନ୍ତ୍ରଣା | ଏଠି ହଜାରେ ହା ହୁତାସ ଭିତରେ ମଣିଷ ବଞ୍ଚିବାର ଅଭିନୟ କରେ | ଭାଙ୍ଗିରୁଜି ଯାଉଥିବା କଙ୍କାଳ, ଆଣ୍ଠେଇ ପଡିଥିବା ବୟସକୁ ଜାବୁଡି ଧରି ମଣିଷ ଗର୍ବ କରେ | ଏଠି ବାସ୍ତବିକତା ଗୋଟେ ପ୍ରଶ୍ନବାଚୀ ? ତା ପାଇଁ କଳ୍ପନା ଗୋଟେ ଅସମାପ୍ତ ସମୁଦ୍ର |
ଏହାପରେ ସମୀର ଅଫିସ୍ ଚାଲିଯାଏ, ଅଫିସ୍ ଗଲାବେଳେ ବାଟରେ ବିଭିନ୍ନ ଚିନ୍ତା ଏପଟେ ସ୍ତ୍ରୀ ଏବଂ ଝିଅ ପାଇଁ କିଛି ନ କଲେ ସ୍ତ୍ରୀ କହୁଛି, ସେପଟେ ବାପା ମା ଜନ୍ମ କରିଛନ୍ତି ତାଙ୍କ ପାଇଁ ନ କଲେ ଲୋକେ କହିବେ କଣ ? ଭାଇଟା ବଡ ହେଲାଣି କିନ୍ତୁ କିଛି କରୁ ନାହିଁ ତାର ପାଠ ପଢା ଠାରୁ ଆଜି ପର୍ଯ୍ୟନ୍ତ କେତେ ଟଙ୍କା ଦେଲିଣି ତାର ହିସାବ ନାହିଁ, ଭଣଜାର ପାଠପଢାଇବା ଟଙ୍କା ନ ଦେଲେ ଭଉଣୀ ଅଳି କରୁଛି | ମୋର କେତେ ଅବା ଦରମା ? ଏ ସବୁ କଥା ଚିନ୍ତାକଲେ ମୁଣ୍ଡ ଖରାପ ହୋଇଯାଉଛି |
ଅଫିସ୍ ସାରି ପାଞ୍ଚଟା ବେଳକୁ ଘରକୁ ଫେରିଲା | ଫେରି ଘରେ ଦେଖେ ତ ପଡିଶା ଘର ସୁମନ କଣ ଗୋଟେ ଉପହାର ନେଇ ଘରକୁ ଆସିଅଛି | ଇତିକୁ Marriage anniversary ର Wish ଜଣାଇବାକୁ | ମୁଁ ଝିଅ ଆରୁଷୀକୁ ଡାକି କହିଲି ଏଇ ନିଅ | ଆରୁଷୀ ଦେଖି କହିଲା, ପାପା ! ତୁମେ ଗୋଟେ ଚକୋଲେଟ୍ ଆଣିଛ ? ଅଙ୍କଲ ତ କେତେ ଗୁଡ଼ିଏ ଚକୋଲେଟ୍ ମୋ ପାଇଁ ଆଣିଛନ୍ତି | ମୋତେ ଇତି ଦେଖି ସୋଫାରୁ ଉଠି ପଳାଇ ଆସିଲେ ଏବଂ କହିଲେ ତୁମେ ଆଜି ପରି ଦିନରେ ମୋ ପାଇଁ କଣ ଆଣିଛ ? ଦେଖାଅ ତ..... ମୁଁ ହାତରେ ଧରିଥିବା ଫୁଲ ତୋଡ଼ାଟି ଇତି ହାତକୁ ବଢାଇ ଦେଲି ଏବଂ କହିଲି Happy Marriage anniversary ଇତି ! ଇତି ତାର ଚିରାଚରିତ କଥା ଆରମ୍ଭ କରିଦେଲେ, ସବୁବର୍ଷ ଖାଲି ତୁମକୁ ଫୁଲ ତୋଡା ମିଳୁଛି..... ପଡିଶାଘର ହରେନ୍ଦ୍ର ବାବୁ ତାଙ୍କର ମ୍ୟାଡାମଙ୍କ ପାଇଁ Marriage anniversary ରେ ଗୋଟିଏ ହାର ଆଣିଦେଇଛନ୍ତି | ତୁମ ଅଫିସିର ନରେଶ ବାବୁ ତାଙ୍କ Miss ଙ୍କୁ ନେଇ ଗୋଆ ବୁଲିବାକୁ ଗଲେ, ଆଉ ତୁମେ......
ଦେଖ ସୁମନ...... ଆମ ପାଇଁ କଣ ଆଣିଛନ୍ତି କହି ଇତି ଉପହାରଟିକୁ ଖୋଲିବାକୁ ଲାଗିଲେ ଏବଂ କହିଲେ ସୁନା ମୁଦିଟିଏ ଆଣିଛନ୍ତି, ତୁମେ....... ନିଜ ସ୍ତ୍ରୀ ଠାରୁ ପରପୁରୁଷର ପ୍ରଶଂସା ଶୁଣିଲେ ନିଜକୁ ହତୋତ୍ସାହିତ ଲାଗେ | ସନ୍ଦେହଟା ଗୋଟିଏ ଶୀତଳ ଯୁଦ୍ଧ, ଏ ହ୍ରୁଦୟରୁ ସେ ହ୍ରୁଦୟକୁ ଧ୍ବଂସ କରେ କେତେବେଳେ ସମ୍ପର୍କର ପରିଧିକୁ ବି ନଷ୍ଟ କରିଦିଏ | ମୋତେ ମଧ୍ୟ ସେପରି ଲାଗିଥିଲା | ନିଜକୁ ପ୍ରଶ୍ନ କଲି..... ଚାକିରିର ବର୍ଷେ ନ ପୁରୁଣୁ ବାପା ବିବାହ କରିଦେଲେ, ବିବାହର ବର୍ଷେ ପରେ ଝିଅ ଆରୁଷୀର ଜନ୍ମ | ନା ଚାକିରିର ସ୍ବାଦ ଚାଖିଲି ନା ବିବାହର..... | ଏବେ ସଦାସର୍ବଦା ସମସ୍ୟା ଘେରରେ ଗତି କରୁଛି, ଅର୍ବାଚୀନ ସମୟଟା ବହିଚାଲେ ଖରେ ଶଯ୍ୟାଶାୟୀ ହୋଇ ବ୍ୟକ୍ତି ଚିନ୍ତା ଘାରି ମାରେ | ଏ କଥା ଭାବି ଭାବି କେତେବେଳେ ନିଦ ହୋଇ ଯାଇଛି |
ପରଦିନ ଠିକ୍ ସମୟରେ ସମୀର ଅଫିସ୍ ଯିବାକୁ ବାହାରି ପଡିଲେ, ଇତି ଖାଇବା ପାଇଁ ବାଢିଲା ବେଳେ ସମୀର କହିଲେ ! ଆଜି ମୋ ପାଇଁ ଟିକେ ଟିଫିନ୍ କରିଦିଅ ମଧ୍ୟାନ୍ତରରେ ଭୋଜନ କରିବି ନଚେତ୍ ଭୋକ ଲାଗୁଛି | ସମୀରର କହିବା ବାକି ଅଛି, ଇତି କଥା ଛଡାଇ ଆରମ୍ଭ କରିଦେଲେ .....ମୁଁ ତ ସକାଳୁ ଉଠି କାମରେ ଲାଗିଛି ମରିବାକୁ ବି ସମୟ ନାହିଁ, ଗୋଟେ ଚାକରାଣୀଟାଏ ଠିକ୍ କରିଦିଅ | ସେ ଘର କାମ କଲେ ମୁଁ ରୋଷେଇ କାମ କରିବି, କହିଲେ ତ କହିବ ମୋର Regular ହୋଇଯାଉ | ସବୁ କଥା ଖାଲି Regular..... Regular...... Regular.... | ନିଷ୍ପାପ, ନିଶ୍ଚଳ, ନିଃସନ୍ଦେହ ଥିଲା ଆମ ସମ୍ପର୍କର ଭାଷା | ଆଜି କିନ୍ତୁ ସବୁ ପାଲଟି ଯାଇଛି ପାପ ଓ ଅବିଶ୍ଵାସ | ଆଉ ଦୁର୍ବଳତା ସମ୍ପର୍କର ସେତୁକୁ ଧିରେ ଧିରେ ଭାଙ୍ଗି ଦେଉଛି | ହେଉ ହେଲା ଇତି! ଟିଫିନ୍ ନ କଲେ ନାହିଁ କଥା ଆଉ ଆଗକୁ ବଢାଅ ନାହିଁ |
ଏହିଭଳି ଭାବରେ ପ୍ରତିଦିନ କିଛି ନା କିଛି ଝଗଡା ଇତି ଆରମ୍ଭ କରିଦିଏ, ସ୍ବାମୀ ସ୍ତ୍ରୀର ଭଲ ପାଇବା ଠାରୁ ଘ୍ରୁଣା ନୈରାଶ୍ୟ ଓ କଳହ ବେଳକୁ ବେଳ ବଢିବାରେ ଲାଗିଲା | ଜୀବନର ଚାରିଛକିରେ ଦିଗ ହରାଇ ସାରିଥିବା ପଥିକଟିଏ ପରି ମୁଁ | ଜୀବନ ଆଉ ଜୀଇଁବାର ସୁରୁଜ ଧିରେ ଧିରେ ଅସ୍ତ ହେବାକୁ ଲାଗିଲାଣି | ସମୀର ସବୁ ସହି କିଛି ନ କହି ପାରି ଅନ୍ତର୍ବେଦନା ମନ ଭିତରେ ମାରି ଅଫିସ୍ ଚାଲିଯାଏ |
ଆଜିକାଲି ସମୀରର ମନ ମଧ୍ୟ ବଦଳିବାକୁ ଲାଗିଲାଣି | ଆଗରୁ ଅଫିସରୁ ପାଞ୍ଚଟା ବେଳକୁ ଫେରୁଥିଲେ | ଏବେ ଫେରିଲାବେଳକୁ ରାତି ସାତ ଆଠ ହେଇଯାଉଛି | ଅଫିସରେ କେତେ ଦିନ ହେଲା ନୂଆକରି ତରୁଣୀ ସ୍ବପ୍ନା ଜଏନ କରିଛନ୍ତି, ସ୍ବପ୍ନା ସମୀର ଧିରେ ଧିରେ କଥାବାର୍ତ୍ତାରେ କାର୍ଯ୍ୟରେ ନିକଟରୁ ନିକଟତର ହେବାକୁ ଲାଗିଲେଣି | କେଉଁ ସ୍ଥିତି କେଉଁ ପରିସ୍ଥିତିରେ ମଣିଷର ଦରଗଢା ସ୍ବପ୍ନ ଗୁଡିକ ମନ ଭିତରେ ପୁଣି ସଜାଡି ହୋଇଯାଏ କେହି ଜାଣିପାରନ୍ତି ନାହିଁ |
ସ୍ବପ୍ନା ସମୀର ପାଇଁ ଘରୁ ତିଆରି କରି ଟିଫିନ୍ ଆଣେ, ମଧ୍ୟାନ୍ତରରେ ବସି ଦୁଇଜଣ ଯାକ ଖାଆନ୍ତି | ହସ ଖୁସି ହୁଅନ୍ତି | ସମୀର ମଧ୍ଯ ଇତି ଠାରୁ ପ୍ରତିଦିନ ଗାଳିଶୁଣି ସ୍ବପ୍ନା ଆଡକୁ ମନ ବଦଳାଇବାର ଜଣାଯାଏ | ଅବାସ୍ତବ ସ୍ବପ୍ନ, ସ୍ବପ୍ନିଳ ବିଭବରାଶି, ଅଳିକ ଆବେଗର ବଶବର୍ତ୍ତୀ ହୋଇ ସମୀର ଦିବା ନିଶି ଭୁଲିଯାଇଥିଲା |
ଅଫିସରେ ଏ ବର୍ଷ ପିକନିକ୍ କରି ଯିବା ପାଇଁ କେନ୍ଦୁଝରର ସାନଘାଗରା ସ୍ଥିର ହୁଏ | ଅଫିସିର ସମସ୍ତ କର୍ମଚାରୀଙ୍କୁ ନେଇ ତାରିଖ ସ୍ଥିର ହୁଏ | ସେହି ପିକନିକରେ ସ୍ବପ୍ନା ଯାଏ | ଏହା ଭିତରେ ସ୍ବପ୍ନା ଆଉ ସମୀର ଦୁଇଜଣ ଯାକ ଯେପରି ନ ଦେଖିଲେ ବଞ୍ଚିପାରିବେ ନାହିଁ ସେହିଭଳି ଜଣାଯାଏ | କ୍ଷଣିକ ସୁଖରେ ମାପିହୁଏ ନାହିଁ ଜୀବନର ମାନସାଙ୍କ | ଜାଣେନା କି ସ୍ପନ୍ଦନେ ସ୍ପନ୍ଦିତ ତୁମ ଅନୁରାଗ, ଅବାସ୍ତବ କିବା ବାସ୍ତବ ସାଜିବ ପ୍ରତିବାଙ୍କେ |
ପ୍ରଥମେ ମାଆ ତାରିଣୀଙ୍କର ଦର୍ଶନର ଆନନ୍ଦ ଲାଭ କରି, ସାନଘାଗରା ଆଡକୁ ବସ୍ ଟି ସର୍ପିଳ ଗତିରେ ଗତି କରୁଥାଏ | ସମୀର ପାଖରେ ବସିଥାଏ ସ୍ବପ୍ନା | ବସ୍ ଟି ପାହାଡ଼ ଉପରେ ଗତି କରୁଥାଏ | ସବୁଆଡ଼େ ଜଙ୍ଗଲି ଗଛଲତାରେ ଭରପୁର ସବୁଜିମା | ଦୂରରୁ ଶୁଭୁଥାଏ ଝରଣାର କୁଳୁକୁଳୁ ନାଦ | ବାସ୍ତବରେ ପାହାଡ଼ର ଗର୍ଭଚିରି ଲମ୍ପ ଦେଇଛି ଅମ୍ରୁତରଧାରା, ପକ୍ରୁତିର ବିଚିତ୍ର ଲିଳାଖେଳା | ପଥର ପରି ରୁକ୍ଷ ଦେହରେ ବି ଜୀବନର ଅନ୍ବେଷା........ |
ବସ୍ ଟି ସାନଘାଗରାରେ ସମସ୍ତଙ୍କୁ ଓହ୍ଲାଇ ଦେଲା | ରୋଷେୟା ତାର ଜିନିଷ ଲୋକଙ୍କୁ ନେଇ ରୋଷେଇ କରିବାକୁ ପ୍ରସ୍ତୁତ ହେଉଥାଏ | ସମସ୍ତ କର୍ମଚାରୀ ଯେ ଯାହାର ବୁଲିବାକୁ ବାହାରି ପଡିଲେ | କିଏ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ନିଜ କ୍ୟାମେରାରେ କଏଦ୍ କରିବାକୁ ଲାଗିଲା | ମୁଁ ଆଉ ସ୍ବପ୍ନା ଆମେ ଦୁହେଁ ପାଖାପାଖି ହୋଇ ଝରଣାର କୁଳୁକୁଳୁ ନାଦରେ ବହି ଯାଉଥିବା ଏକ ବଡ ପଥର ଉପରେ ବସି ପଡିଲୁ |
ସ୍ବପ୍ନା କହିଲେ ! ପିଲାଟି ଦିନରୁ ଏଇ ପ୍ରକୃତିର ପ୍ରେମରେ ମୁଁ ତନ୍ମୟ ହୋଇଯାଏ | ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ପାଖରେ ପାଇ ମୁଁ ଆତ୍ମହରା ହୋଇ ପଡୁଛି ସମୀର....... ଭାବ ବିହ୍ବଳ ହୋଇ ସ୍ବପ୍ନା ଝରଣାକୁ ଚାତକ ଭଳି ଚାହିଁ ରହିଥାଏ | ଏହି ସମୟରେ ସ୍ବପ୍ନା ଅନୁଭବ କଲା ଉତ୍ତପ୍ତ ନିଶ୍ବାସ ମୁଁହ ପାଖରେ | କିଛି ଭାବିବା ପୂର୍ବରୁ ଦୁଇ ତପ୍ତ ଓଠର ସ୍ପର୍ଶ ଗାଲ ଉପରେ | ଅଚାନକ କିଛି ବୁଝି ପାରିଲା ନାହିଁ | ମୂହୁର୍ତ୍ତକ ମଧ୍ୟରେ ଲାଗିଲା ସତେ ଯେପରି ଶରୀରର ସମସ୍ତ ରକ୍ତ ପ୍ରବାହ ମୋ ମୁହଁ ଉପରେ କ୍ଷିପ୍ତ ଭାବରେ ଖେଳିଯାଉଛି | ଦେହ ଥରି ଉଠିଲା ଭୟରେ | କାଳେ କିଏ ଦେଖିଲେ କଣ ଭାବିବ ? ଏହି ସମୟରେ ସମୀର କହିଲେ ! ମୋ ଉପରେ ଭରସା ରଖ ସ୍ବପ୍ନା...... ମୁଁ ତୁମର କିଛି କ୍ଷତି କରିବିନାହିଁ |
ସ୍ବପ୍ନା ଧଡପଡ ହୋଇ ଉଠି ପଢିଲା | ସେଇଠି ମୁହୂର୍ତ୍ତଟିଏ ବି ରହିବାକୁ ଇଚ୍ଛା କଲାନାହିଁ କିନ୍ତୁ ସାମ୍ନାରେ ପଥ ଓଗାଳି ରହିଲେ ସମୀର | ସ୍ବପ୍ନାର ବାମ ହାତକୁ ନିଜର ଦୁଇ ହାତ ପାପୁଲିରେ ଚାପିରଖି କହିଲେ... କେବେଠାରୁ ଏକାନ୍ତରେ ତୁମକୁ ଗୋଟେ କଥା କହିବାକୁ ଚାହୁଁଥିଲି | ସାରା ଜୀବନ ତୁମ ସାଥୀରେ କଟାଇବା ପାଇଁ ଚାହୁଁଛି ସ୍ବପ୍ନା...... ତୁମେ ରାଜି ତ ?
ସ୍ବପ୍ନାର ହାତ ସମୀରର ହାତ ପାପୁଲି ଭିତରେ ଝାଳେଇ ଯାଉଥିଲା ଏକ ଅଜଣା ଭୟ ଗ୍ରାସ କରିବାରେ ଲାଗୁଥିଲା | ସ୍ବପ୍ନା କହିଲେ ଆଜି ଯାହା କିଛି ଘଟିଲା ମୁଁ କେବେ କଳ୍ପନା କରି ନ ଥିଲି | ମୋର ମନର ଫୁଲ ବଗିଚାରେ ତୁମେ ଉଡି ବୁଲୁଥିଲ କିନ୍ତୁ ଏ ଭଳି କାର୍ଯ୍ୟ ମୁଁ କେବେ ଆଶା କରି ନ ଥିଲି | ମୁଁ ତୁମକୁ ବନ୍ଧୁପରି ଭାବୁଥିଲି | ମୋର ହୃଦୟରେ ତୁମ ପ୍ରତି ଆକର୍ଷଣ ଥିଲା | ମୁଁ ତୁମକୁ ଭଲପାଉ ଥିଲି ବନ୍ଧୁଠାରୁ ଅଧିକ ହୋଇପାରେ ଆମ ସମ୍ପର୍କ, ହେଲେ ବିବାହ........ କେବେ ବି ଏମିତି ଭାବନା ମୋ ମନରେ ଆସିନାହିଁ | ତୁମର ସାନ୍ନିଧ୍ୟ ମୋତେ ଆନନ୍ଦ ଦେଇଛି, ହେଲେ ମୁଁ ତୁମକୁ ମୋର ଅନେକ କଥା କହିବାର ଅଛି | ସୁଯୋଗ ପାଇଲେ କହିବି | ସମୀର କହିଲେ ବେହୋସ ରାତି ବେହୋସ ସମୟ ତାରି ଭିତରେ ତୁମର ଟୁପୁରୁ ଟାପର କଥା ମତେ ବହୁତ ଖୁସି ଲାଗୁଛି | ସମୀର ଓ ସ୍ବପ୍ନା ନିଜକୁ ପ୍ରକୃତିସ୍ଥ କରିନେଲେ, ସ୍ବପ୍ନା ପ୍ରାୟ ରାଜି ବୋଲି ସମୀର ଅନୁଭବ କରିନେଲେ | ସେଦିନ ପିକନିକ୍ ସାରି ରାତିରେ ଘରକୁ ଫେରିଲେ |
ପଡିଶାଘର ସୁମନ ମଝିରେ ମଝିରେ ଘରକୁ ଆସୁଥିବାର ଲକ୍ଷ୍ୟ କରେ, କେବେ ଝିଅ ଆରୁଷୀ ପାଇଁ ଚକୋଲେଟ୍ ତ କେବେ ଖେଳନା |ଏହି ବାହାନାରେ ଆରୁଷୀକୁ ଓ ଇତିକୁ ସେ ଧିରେ ଧିରେ ନିଜର କରି ନେଲେଣି | ଏ କଥା ସମୀରକୁ ଆଉ ଅଛପା ରହିଲା ନାହିଁ | ସମୀର ମଧ୍ୟ ଇତି ଠାରୁ ପିଛା ଛାଡିବାକୁ ଇଚ୍ଛା କଲା |
ସମୀର ସେଦିନ ଅଫିସକୁ ଯିବା ପୂର୍ବରୁ ଇତି ହାତରେ ଗୋଟିଏ କାଗଜ ବଢାଇ ଦେଲେ | ଇତି କାଗଜକୁ ଧରି କହିଲେ..... ଏତେଦିନ ପରେ ତୁମର ମନେ ପଡିଲା ଝିଅର ସ୍କୁଲରେ ନାମଲେଖାଇବା ପାଇଁ ଫର୍ମ ଆଣିବାକୁ | ସମୀର କିଛି କହିଲା ନାହିଁ | ନିରବ ରହିବାର ଦେଖି ଇତି କାଗଜକୁ ପଢିବାକୁ ଲାଗିଲେ ଏ କଣ ସମୀର.... ଛାଡପତ୍ର (Divorce paper) କାଗଜକୁ ପଢି ଇତିର ପାଦତଳୁ ମାଟି ଖସି ଗଲାଭଳି ଲାଗିଲା | ମୁଁ କେତେବେଳେ କଣ ଟିକେ କହିଦେଉଛି ବୋଲି ମୋତେ ଏତେ ବଡ ଶାସ୍ତି | ମୁଁ ତୁମ ବିନା ରହିପାରିବି ନାହିଁ ସମୀର..... ଏହା କହି ସମୀରର କାନ୍ଧକୁ ଧରି ପକାଇଲା ସମୀର | ଇତିର ହାତକୁ କାନ୍ଧ ଉପରୁ ଖସାଇ ଅଫିସ୍ ଚାଲିଗଲା | ହଁ ସମୀର ... ବାସହୀନ ମଧୁଚନ୍ଦ୍ରିକା ପରି ମୁଁ ଆଜି ତୁମର ଅଲୋଡା ମଣିଷ |
ସତରେ କଣ ସମୀର ଇତିକୁ ଛାଡ଼ି ସ୍ବପ୍ନା ସାଥୀରେ ଘରସଂସାର କରିବ ନା ଇତି ସମୀର ଠାରୁ ଛାଡପତ୍ର ପାଇ ଝିଅ ଆରୁଷୀକୁ ନେଇ ସୁମନ ସାଥୀରେ ରହିବ ନା ଯିଏ ଯାହାର ପରିଧି ରେ ରହିଯିବେ | ବାସ୍ତବିକ କହାଣୀ ବେଳକୁ ବେଳ ରୋମାଞ୍ଚକର ହେଉଛି | ଆଗକୁ କଣ ହେଉଛି ଦେଖିବା........
ପିକନିକ୍ ପରଠାରୁ ସ୍ବପ୍ନା ଆଉ ଅଫିସ୍ ଆସୁନାହିଁ | ସ୍ବାସ୍ଥ୍ୟ ଭଲ ନାହିଁ ଦର୍ଶାଇ ଦରଖାସ୍ତ ପଠାଉଛି | ସ୍ବପ୍ନା ନ ଆସିବାରୁ ସମୀର ବିଚଳିତ ହୋଇପଡୁଥିଲା | ସ୍ବପ୍ନାର ଠିକଣା କାଢି ସ୍ବପ୍ନା ଘରକୁ ଯିବାପାଇଁ ମନ ବଳାଇଲେ | ସ୍ବପ୍ନାର ଘର ଠିକଣା ପଚାରି ବୁଝି ପହଞ୍ଚିଗଲା | କନିଙ୍ଗବେଲ୍ ମାରିଲେ କିଛି ସମୟ ପରେ ସ୍ବପ୍ନା ଆସି ଦରଜା ଖୋଲିଲେ ଏବଂ ସୋଫାରେ ବସିବାକୁ ଇସାରା ଦେଇ ଘର ଭିତରକୁ ଚାଲିଗଲେ | ସମୀର ଘରର ଚାରିଆଡକୁ ଦ୍ରୁଷ୍ଟି ନିକ୍ଷେପ଼ କରୁ କରୁ କାନ୍ଥରେ ଟଙ୍ଗା ହୋଇଥିବା ଫଟୋ ଉପରେ ହଠାତ୍ ନଜର ପଡିଲା | ସେ ଫଟୋ ଆଉ କାହାର ନୁହେଁ ସ୍ବପ୍ନା ଆଉ ଜଣେ ଯୁବକର ବିବାହ ବେଳର ଫଟୋ | ସମୀର ଫଟୋକୁ ଦେଖି ଆଶ୍ଚର୍ଯ୍ୟ ଓ ଆଚମ୍ବିତ ହୋଇଗଲା ଏହା ଭିତରେ କଣ ସ୍ବପ୍ନା ବିବାହ କଲେ ନା ପୂର୍ବରୁ ବିବାହ କରିଥିବା ଫଟୋ | ଅମୀମାଂସିତ ପ୍ରଶ୍ନ ବିଭିନ୍ନ ଜିଜ୍ଞାସା ମନ ଭିତରେ ଉଙ୍କି ମାରୁଥାଏ |
ଏହି ସମୟରେ ପ୍ରବେଶ କଲେ ସ୍ବପ୍ନା | ଫଟୋକୁ ଲକ୍ଷ୍ୟ କରୁଥିବାର ଦେଖି ସମୀରକୁ କହିଲେ ....ଏଇ ମୋର ସ୍ବାମୀ | ଆଜକୁ ତିନି ବର୍ଷ ତଳେ ଆମର ବିବାହ ହୋଇଥିଲା | ବିବାହ କିଛି ଦିନ ପରେ ଆମେ ସାଥୀ ହୋଇ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇଥିଲୁ | ବାଟରେ ଫେରିବା ବେଳେ ଆମ କାର୍ କୁ ଗୋଟିଏ ଟ୍ରକ ବାଡେଇ ଦେଲା | ସେ ଦୁର୍ଘଟଣାରେ ଏ କୋମାରେ ଦୀର୍ଘଦିନ ହେବ ଥିଲେ ,ଏବେ ଅଳ୍ପ ଦିନ ହେଲା ଘରକୁ ଫେରିଛନ୍ତି ତଥାପି ଭଲ ଭାବରେ ଚାଲି ପାରୁ ନାହାଁନ୍ତି କି ନିଜ କାମ ନିଜେ କରି ପାରୁ ନାହାଁନ୍ତି | ବିବାହ ସମୟରେ ମୁଁ ଚାକିରୀ କରିବାକୁ ତାଙ୍କର ଘରଲୋକମାନେ ମନା କରିଥିଲେ କିନ୍ତୁ ଏମିତି ଅବସ୍ଥା ହେବା ହେତୁ ମୁଁ ବାଧ୍ଯ ହୋଇ ଚାକିରୀ କଲି | ତୁମର କଥା ମୁଁ ବୁଝି ପାରୁଛି ସମୀର |ମୁଁ ତୁମକୁ ସେଦିନ କହିଥିଲି ସମୟ ପାଇଲେ ମୋର କଥା କହିବି ବୋଲି ତୁମେ କୁହ ସମୀର ୟାଙ୍କୁ ଏହି ଅବସ୍ଥାରେ ଛାଡି ତୁମ ସାଥିରେ ଘରସଂସାର କରିବାକୁ ପଳାଇ ଯିବି, ଧର୍ମ ସହିବ ତ......... |
ମୁଁ ମୋର ମନକୁ ହାଲକା କରିବାକୁ ତୁମ ସହିତ ମିଶୁଥିଲି | ତାର ଅର୍ଥ ନୁହେଁ ତୁମକୁ ଜୀବନ ଦେଇ ଭଲ ପାଉଥିଲି ବା ତୁମକୁ ବିବାହ କରିବା ପାଇଁ ପ୍ରତିଶୃତି ଦେଇଥିଲି | ମୁଁ ତୁମ ପାଇଁ ଗୋଟେ ଅସଂପୂର୍ଣ୍ଣ କବିତା, ସମ୍ପୂର୍ଣ୍ଣ ହେଲେ ସମାପ୍ତି ଆସିଯିବ | ଅସମାପ୍ତିରେ ଅହେତୁକ ଆନନ୍ଦ , ଅସୀମ ଅପେକ୍ଷାରେ ଅମାପ ଏ୍ୟଶ୍ବର୍ଯ୍ଯ | ଅପୂର୍ଣ୍ଣତାରେ ସମ୍ପୂର୍ଣ୍ଣ ଅନୁଭବ | ମୁଁ ତୁମକୁ ସେଦିନ ବନ୍ଧୁ ଭାବରେ ଦେଖୁଥିଲି ଆଜି ବି ତୁମକୁ ବନ୍ଧୁପରି ଦେଖୁଛି | ତୁମ ମନରୁ ତୁମେ ପାପ କଥା ଛାଡ଼ିଦିଅ ଆମେ ଜୀବନସାରା ସ୍ବାମୀ ସ୍ତ୍ରୀ ନ ହୋଇ ଉତ୍ତମ ବନ୍ଧୁ ହୋଇ ରହିଯିବା......... |
ସମୀର ସ୍ବପ୍ନାକୁ କୌଣସି ଉତ୍ତର ନ ଦେଇ ପଳାଇ ଆସିଥିଲା,ଭାବି ପାରିଲା ନାହିଁ କଣ ଘଟିବାକୁ ଗଲା ଓ କଣ ଘଟିବାକୁ ଯାଉଛି | ଘରକୁ ଫେରି ଦେଖେ ତ ସୁମନ ଘରେ ବସିଛନ୍ତି, ପାଖରେ ଇତି ବସି କଣ କଥା ହେଉଛନ୍ତି | ସମୀରର କ୍ରୋଧ ବଢିଗଲା ଆଜି ଏହାର ଗୋଟେ ନିଷ୍ପତ୍ତି ନେବି | ସେ ଘରେ ସୁମନ୍ ରହିବ ନଚେତ୍ ମୁଁ ରହିବି | ସବୁଦିନ ମରିବା ଅପେକ୍ଷା ଆଜି ଦିନେ ମରିଯିବି |
ଏହା ଭାବି ସୁମନ ଓ ଇତିର କଥାବାର୍ତ୍ତା ଶୁଣିଲା | ଇତି କହୁଥାଏ ସମୀର ଆଜି ମୋ ଠାରୁ ଅଲଗା ହେବା ପାଇଁ ଛାଡପତ୍ର କାଗଜରେ ଦସ୍ତଖତ କରି ଦେଇଛନ୍ତି | ମୁ ତାଙ୍କର ସ୍ତ୍ରୀ ବୋଲି ...କେତେବେଳେ କଣ କହି ଦେଉଛି ବୋଲି ...ସେ ମୋତେ ଛାଡି ଦେବେ...... ସୁମନ କହିଲେ ତୁମେ କାହିଁକି ବ୍ଯସ୍ତ ହେଉଛ, ମୁଁ ଅଛି ନା........ ଯଦି ଖରାପ ନ ଭାବିବ ଗୋଟେ କଥା କେବେଠାରୁ ଭାବିଛି ଆଜି ପର୍ଯ୍ୟନ୍ତ ତୁମକୁ କହିପାରି ନାହିଁ ଆଜି କହିବି | ଇତି କହିଲେ କଣ ଭାବୁଛ କହୁନ.... ସୁମନ କହିଲେ ମୁଁ ତୁମକୁ ବିଭା ହେବା ପାଇଁ ଚାହୁଁଛି | ଇତି ଏକ ଶକ୍ତ ଚାପୁଡା ଟାଏ ପକାଇ କହିଲେ ମୋର ସ୍ବାମୀ ଥାଉ ଥାଉ ତୁମେ ଏତେବଡ କଥା କହିବାକୁ ସାହସ କଲ କିପରି ? ଛାଡପତ୍ର କାଗଜ ଦେଇଦେଲେ ବୋଲି କଣ ଛାଡପତ୍ର ହୋଇଗଲା | ତୁମେଏହି ମୁହୁର୍ତ୍ତରେ ମୋ ଘରୁ ବାହାରି ଯାଅ | ହସର ନିଲାମ ନେଇଥିବା ମଣିଷଟି ଯଦି ଲୁହର ଗୋଲାମ ସାଜେ ତାର ଉତ୍ତରଦାୟୀ କିଏ ହେବ ସମୟ ନା ସମ୍ପର୍କ ?
ସୁମନ ଘରୁ ବାହାରି ଯିବା ବେଳକୁ ପ୍ରବେଶ କଲେ ସମୀର | ସମୀରକୁ ଦେଖି ଇତି ଛାଡପତ୍ର କାଗଜଟିକୁ ବଢାଇ ଦେଇ କହିଲେ ମୁଁ ପ୍ରକୃତି, ମୁଁ ବନ୍ୟା ! ମୁଁ ବି ହୋଇପାରେ ନଦୀ ହେଲେ ତୁମର ଗୋଟିଏ କାଗଜ ମୋତେ କରିଛି ବାଟବଣା | ମୁଁ ଆଜି ତୁମ ପାଇଁ ହୋଇଯାଇଛି ଅଲୋଡା ଅନାମିକା ନାୟିକାଟିଏ | ସମୀର କାଗଜ ଟିକୁ ଟିକ୍ ଟିକ୍ କରିଚିରିଦେଲେ, ଇତିକୁ ଭିଡିଆଣି ନିଜ ଛାତିରେ ଚାପିଧରି କୋଳାଗ୍ରତ କରି କହିଲେ ....ସତରେ ଇତି ତୁମେ କେତେ ମହାନ ତୁମର ପରାକାଷ୍ଠା ଅତୁଳନୀୟ | ଆମେ କିଏ ହେଲେ ବି ଜୀବନର ପରିଧିକୁ ଲଙ୍ଘନ କରିପାରିଲେ ନାହିଁ ସତରେ କଣ ଆମ ସମସ୍ତଙ୍କ ପାଇଁ ପରିଧି ଆବଶ୍ୟକତା ? ଇତି କୋହ ସମ୍ଭାଳି ନପାରି କାନ୍ଦିବାରେ ଲାଗିଥାଏ.......... |
ଲଳିତ ମୋହନ ମିଶ୍ର
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
ଚନ୍ଦ୍ରଗିରି, ଗଜପତି, ଓଡିଶା 761017 Phone No - 9437985866


Rate this content
Log in