Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ବିକ୍ରମ ବେତାଳ - ୫

ବିକ୍ରମ ବେତାଳ - ୫

4 mins
7.7K


ବାଜି ଜିତି ବାହା - ୩

ରାଜା ବିକ୍ରମାଦିତ୍ୟ ଭଅଁରଙ୍କୁ ଲକ୍ଷ୍ୟ ରଖି ସିଧାସିଧା ଯାଇ ଅସଲ ଭାନୁମତୀର ହାତ ଧରି ତାଙ୍କୁ ଘେନି ଆସିଲେ । ଭୋଜରାଜା ଏହି ଆଚମ୍ବିତ ଘଟଣାରେ ତାଟକା ହୋଇଗଲେ । ଇମିତିକା ଭେଳିକି ପୁଣି ଭୋଜରାଜାଙ୍କର କାରସାଦି, ଏହାକୁ ଜିଣିଯିବା ଏତେ ସହଜ କଥା ନୁହେଁ । ଜାଣିଲା ପରି ବିକ୍ରମାଦିତ୍ୟ ସିଧାସିଧା ଯାଇ ଝିଅ ଭାନୁମତୀର ହାତଧରି ଏଠି ହାଜର । ତେବେ ତାଙ୍କ ପାଖରେ ନିଶ୍ଚୟ କିଛି ଦେବକଳା ଅଛି । ସେ ପ୍ରକୃତରେ ସବୁ ବିଦ୍ୟାରେ ବିଚକ୍ଷଣ । ୟା ଭାବି ସେ ଭାରି ଖୁସି ହୋଇ ବିକ୍ରମାଦିତ୍ୟଙ୍କୁ ଧନ୍ୟ ଧନ୍ୟ କହି ତାଙ୍କୁ ଖୁବ୍ ସାବାସି ଦେଲେ । ଅନ୍ଦର ମହଲରେ ରଖି ତାଙ୍କର ବି ଖୁବ୍ ଆଦର ଯତ୍ନ କଲେ । ନିଜ ବନ୍ଧୁବାନ୍ଧବମାନଙ୍କୁ ନିଜ ଝିଅର ବାହାଘର କଥା ଜଣାଇ ଦେବାକୁ କେତେ ଦେଶକୁ ଗୁଆ ଆଉ ଦୂର ଦେଶକୁ ଚିଟାଉ ଦେଲେ । ବିଭାଘରର ଆୟୋଜନ ହେବାକୁ ଲାଗିଲା । ରଜାଘର ବାହାଘର, କେଉଁ କଥା ପୁଣି ଅପୂରୁବ । ତା’ପରେ ଚାକର ବାକର, ପୋଇଲୀ ପରିଚାରୀମାନେ ଯେଝା କାମରେ ଯିଏ ଲାଗିଗଲେ । ଦିନ କେଇଟାରେ ସବୁଆଡେ ସବୁ କଥା ସଜିଲ ହୋଇଗଲା । କେତେ ଆଡୁ କୁଣିଆମାନେ ପଲପଲ ହୋଇ ଆସି ସେ ଉଆସରେ ରୁଣ୍ଡ ହେଲେ । ଲୋକମାନଙ୍କ ଗହଳ ଚହଳରେ ସେ ରାଜନଅର ଖାଲି ଦୁଲ୍ଲୁକିଲା । ଭୋଜରାଜା ରୋଷଣୀ, ଆତସବାଜୀ, ମେଳା, ମଉଛବ, ଯାନିଯାତରା କରି ଖୁବ୍ ଜାକଜମକରେ ଝିଅର ବିଭାଘର କଲେ । ମାସ ମାସ କାଳ ଦାନ ଧର୍ମ କରି ଦୁଃଖୀ, କାଙ୍ଗାଳମାନଙ୍କୁ ସେ ଭୋଜରାଜା ସନ୍ତୋଷ କଲେ । ନଗରର ବୁଢାବୁଢୀ ପାକଳ ଲୋକମାନେ କହିଲେ – “ଇମିତି ବାହାଘର ଆମେ ଆମ ଜୀବନରେ କେବେବି ଦେଖିନଥିଲୁ ।”

ଏଣେ ରାଣୀହଂସପୁରରେ ଭାନୁମତୀ ଆଉ ବିକ୍ରମାଦିତ୍ୟଙ୍କ ଖୁବ୍ ଭାବ ଲାଗିଗଲା । ସେମାନଙ୍କୁ ଜଣାଗଲା ଯେମିତି ପୂର୍ବ ଜନମରେ ବି ସେମାନେ ସ୍ୱାମୀ ସ୍ତ୍ରୀ ହୋଇ ଇମିତି ଏକାଠି ଚଳୁଥିଲେ । ଶଶୁର ଘରୁ ବିଦାୟ ହେବା ଦିନ ପାଖେଇ ଆସିଲାରୁ ରାଣୀ ଭାନୁମତୀ ରାଜାଙ୍କୁ କହିଲେ – “ଦେଖ, ବାପା ସାଆନ୍ତେ ତୁମକୁ ଯଉତୁକ ନେବା କଥା ପଚାରିଲେ, ଆମର ଦି’ଜଣ ଦାସ ଦାସୀ ଅଛନ୍ତି, ସେମାନେ କୁଜା ଆଉ କୁଜୀ, ତୁମେ କେବଳ ସେହି ଦି’ଜଣଙ୍କୁ ହିଁ ମାଗିବ ।” କିଛିଦିନ ଅନ୍ତେ ବିଦା ହେବା ଦିନ ଆସି ପହଁଚିଗଲା । ଭୋଜରାଜା ବିକ୍ରମାଦିତ୍ୟଙ୍କ ଆଚାର, ବ୍ୟବହାର, ବିନୟ, ଭକ୍ତିରେ ଖୁବ୍ ସନ୍ତୁଷ୍ଟ ହୋଇ ପ୍ରସନ୍ନ ମନରେ ଯଉତୁକ ନେବା କଥା ପଚାରିଲେ । ବିକ୍ରମାଦିତ୍ୟ ତ ଆଗରୁ ସିଆଣା ହୋଇ ଯାଇଛନ୍ତି, ତେଣୁ ସେ ସେହି କୁଜା ଆଉ କୁଜୀ, ଦାସ ଦାସୀ ଯୋଡିକୁ ଯଉତୁକ ରୂପେ ମାଗିଲେ । ଏପରି କଥା ଶୁଣି ଭୋଜରାଜା ମନେମନେ ଭାବିଲେ, ମୋର ଏତେ ଧନ, ରତ୍ନ, ଐଶ୍ୱର୍ଯ୍ୟ ପୂରି ରହିଛି । ହେଲେ ଜୁଆଇଁ ସେସବୁ କିଛି ବି ମାଗିଲେ ନାହିଁ, କୁଜା ଆଉ କୁଜୀ ଦି’ଜଣଙ୍କୁ ମାଗିଲେ କାହିଁକି? ସେ ଦିହେଁ ତ ମୋର ଭୋଜବିଦ୍ୟାର ଡାହାଣ ହାତ । ଏହି ଫିସାଦ ମୋ ଝିଅ ଭାନୁମତୀର ନିଶ୍ଚୟ । ଯାହା ହେଉ, ଝିଅ ଜୁଆଇଁଙ୍କ କଥା ତ, ଏହି ମାଗୁଣୀକୁ ତ ଆଉ ମନାକରି ହେବ ନାହିଁ ।

ଭୋଜରାଜା ଜୁଆଇଁଙ୍କ କଥାରେ ରାଜିହୋଇ କୁଜାକୁଜୀ ଦିହିଁଙ୍କୁ ଯଉତୁକ ରୂପେ ଦେଲେ । ଆହୁରି ଅନେକ ଘରକରଣା ଦରବ ହୀରା ଠାରୁ ଜୀରାଯାଏଁ, ଗୋଟି ଗୋଟି କରି ମନେ ପକାଇ ଝିଅ ସାଙ୍ଗରେ ଚାରିପୁଞ୍ଜା ଶଗଡ ଗାଡିରେ ବୋଝେଇ କଲେ । ରାଜା ବିକ୍ରମାଦିତ୍ୟ ଶଶୁରଙ୍କୁ ଯଥାବିଧି ମାନ୍ୟକରି ବାହୁଡା ପଟୁଆରରେ ନିଜ ରାଇଜକୁ ବାହାରିଲେ । ଉଆସ ପୋଇଲୀ ପରିବାରୀ, ମୁଦୁସୁଲୀମାନେ ଜେମାଙ୍କୁ ଧରି ଖୁବ୍ ବାହୁନିଲେ, ଗୋଟିଏ ଝିଅ ବୋଲି ରାଣୀ ବି କାନ୍ଦି କାନ୍ଦି ଶେଷରେ ମୁରୁଛା ଗଲେ । ଭୋଜରାଜାଙ୍କ ଆଖିବି ଲୁହରେ ଛଳଛଳ ହୋଇଗଲା ।

ମହାରାଜା ବିକ୍ରମାଦିତ୍ୟ ଚତୁରଙ୍ଗବଳ, ବାଜାବାଲା, ରୋଷଣୀବାଲା, ହାତୀ, ଘୋଡା, ପାରିଷଦଗଣ ଯେମିତି ଆସିଥିଲେ, ତାହା ଠାରୁ ମଧ୍ୟ ଆହୁରି ଉଲ୍ଲାସରେ ବାଟ ସାରା ମଉଜ ମଜଲିସ୍ କରି ଖୁବ୍ ଆନନ୍ଦରେ ନିଜ ଘରକୁ ଫେରିଲେ । କେତେ ଦିନକେ ଯାଇ ବିକ୍ରମାଦିତ୍ୟ ତାଙ୍କ ରାଇଜରେ ପହଁଚିଲେ । ନଗରବାଲା ପରଜାଏଁ ଯେ ଯାହାର ଦୁଆରେ କଦଳୀଗଛ ଆଉ ପୂର୍ଣ୍ଣକୁମ୍ଭର ତୋରଣ ସଜାଇ ରାଜାରାଣୀ ଗଲାବେଳେ ପୁଷ୍ପ ବୃଷ୍ଟି କରି ଶଙ୍ଖ, ଆଉ ହୁଳହୁଳି ଶବ୍ଦରେ ରାଜଦାଣ୍ଡ କମ୍ପାଇଲେ ।

ଉଆସରେ ଆନନ୍ଦର ଲହରୀ ଭାଙ୍ଗୁଥାଏ । ସିଂହଦୁଆର ପୂରି ହଜାର ହଜାର ଲୋକ ନୂଆ ରାଣୀଙ୍କୁ ଦେଖିବେ ବୋଲି ଭିଡ କରି ଥାଆନ୍ତି । ରାଜଉଆସ ଗୋଟାକ ଯାକର ସାଜସଜ୍ଜା ଦେଖିଲେ ଯେମିତି ଆଖି ଝଲସିଯାଉଛି । କେତେ ଜାତିର କେତେ ରଙ୍ଗର ଆଲୋକମାଳାରେ ସେ ନଅରସାରା ହାଲୋଳମୟ ଦିଶୁଛି । ରାଜା ରାଣୀ ହାତୀରୁ ଓହ୍ଲାଇ ଉଆସକୁ ଯିବେ ବୋଲି ଉପରେ ମଖମଲର ଚାନ୍ଦୁଆ ଟଣା ହୋଇଛି । ସେଥିରେ ସବୁ ହୀରା, ନୀଳା, ମୋତି, ମାଣିକର ଝାଲର ଝୁଲୁଛି । ଦି’ପାଖରେ କଦଳୀ ବଗିଚା ପରି କଦଳୀଗଛ ଧାଡି ଧାଡି ହୋଇ ପୋତା ହୋଇଛି । କଡେ କଡେ ଆମ୍ବ ପତ୍ରର ମାଳ ଲମ୍ବିଯାଇଛି ସିଂହଦୁଆର ପରିଯନ୍ତେ । ତଳେ ବି ଠିକ୍ ସେମିତି ଚାମୁଚାମୁନିଆ ଗାଲିଚା ଲମ୍ବହୋଇ ପଡିଛି ଉଆସ ଭିତରଯାଏଁ । ଉଆସର ଭୁଆସୁଣୀଏ ହୁଳହୁଳି ପକାଇ ସାତ ଦୀପରେ ବନ୍ଦାପନା କରି ବରକନ୍ୟାଙ୍କୁ ଉଆସକୁ ନେଲେ । ଶଙ୍ଖ, କାହାଳୀ, ତେଲେଙ୍ଗି ବାଜାରେ ପୁର କମ୍ପି ଉଠିଲା । ଦି’କଡରୁ ଫୁଲ ତୋଡା, ଗଜରା ଆଉ ଝରାଫୁଲରେ ବାଟ ପୋତିହୋଇ ପଡିଲା । ନୂଆ ରାଣୀ ଭାନୁମତୀଙ୍କୁ ସାଙ୍ଗରେ ଧରି ମହାରାଜା ବିକ୍ରମାଦିତ୍ୟ ଉଆସରେ ପଶିଲେ । ସାଙ୍ଗେ ସାଙ୍ଗେ ଆଲଟ, ଚାମର, ଆଡେଣୀ, ତରାସ, ଛତ୍ରୀ ଘେନି ଛାମୁ ଗହଣର ଖଟଣିଆମାନେ ଗୋଡାଇଥିଲେ । ହରିବୋଲ, ହୁଳହୁଳି, ରାଜାଙ୍କ ଜୟନାଦରେ ଆକାଶ, ପବନ ଫାଟିପଡିଲା ।

ତା’ପରେ କୁଟୁମ୍ବ ଚର୍ଚ୍ଚା, ବନ୍ଧୁ ନିମନ୍ତ୍ରଣ, ମଉଜ, ମଉଛବ, ଭୋଜି, ଦାନ ଧର୍ମ, ବଧାଇ, ଅନ୍ନଛତ୍ର, ହରିଲୁଟ, ଯାନିଯାତରା ଲାଗିଲା ଅନେକଦିନ ଯାଏଁ ।

ବାହାଘରରେ ବିତି ଗଲା କେତେ ମାସ ହେବ ମହାରାଜା ବିକ୍ରମାଦିତ୍ୟ ସଭାମଣ୍ଡପକୁ ବିଜେ କରି ନଥିଲେ । ଲୋକେ କାଳେ କିଛି କହିବେ, ନୂଆ ରାଣୀଙ୍କୁ ପାଇଲା ଦିନୁ ରାଜା ତାଙ୍କ ଅନ୍ତଃପୁରରୁ ଆଉ ବାହାରୁ ନାହାଁନ୍ତି, ଏହି ଅପବାଦକୁ ଭାବି ସେ ରାଜା ଖୁବ୍ ଲଜ୍ଜିତ ହେଲେ । ଏବେ ରାଜା ସଭାମଣ୍ଡପରେ ବସି ନିଜର ସଭାସଦ୍ ଆଉ ନବରତ୍ନ ବିଦ୍ୱାନମାନଙ୍କୁ ମିଠା ମିଠା କଥା କହି ବୋଧଶୋଧ କଲେ । ସେ ତ ଗୁଣଚିହ୍ନରା ରାଜା । ସମସ୍ତଙ୍କ ମନନେଇ ସମସ୍ତଙ୍କୁ ଖୁସିରଖି ସେ ତାଙ୍କ ରାଇଜ ସମ୍ଭାଳିଲେ ।

ସମାପ୍ତ


Rate this content
Log in

Similar oriya story from Children