Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramod Kumar Jena

Inspirational

3  

Pramod Kumar Jena

Inspirational

ସିଗାରେଟ୍

ସିଗାରେଟ୍

2 mins
7.0K



       ଘରଣୀ କହିଥିଲେ, ଅଫିସରୁ ଫେରିବା ବେଳେ କ୍ଷୀର ନେଇ ଆସିବା ପାଇଁ l ଠିକ୍ ପାନ ଦୋକାନ ପାଖରେ ମନେ ପଡିଲା l ସେ ପାନ ଦୋକାନୀ କ୍ଷୀର ପ୍ୟାକେଟ୍ ବି ରଖନ୍ତି l ଗାଡିରୁ ଓହ୍ଲାଇ ଦେଖିଲେ ବେଶ୍ କିଛି ଇଞ୍ଜିନିୟରିଂ ଛାତ୍ରଙ୍କର ଆଡ୍ଡା ଜମିଛି l ପ୍ରାୟ ସମସ୍ତଙ୍କ ହାତରେ ସିଗାରେଟ୍ l ହସର ତାଳେ ତାଳେ ଧୁଆଁର କୁଣ୍ଡଳୀ l କିଛି ବାଛ ବିଚାର ନ କରି ପ୍ରଭାତ ବାବୁ କହିଲେ, ଆରେ ବାବା ! କାହିଁକି ସିଗରେଟ୍ ଟାଣି ଶରୀରକୁ ବରବାଦ କରୁଛ ? ତାଙ୍କ ଭିତରୁ ଜଣେ ସାଙ୍ଗେ ସାଙ୍ଗେ ଜବାବ ଦେଲା, ତୁମ ବାବା..........

       ସେ ଆଉ କିଛି କହିବା ଆଗରୁ ପ୍ରଭାତ ବାବୁ ସେ ପିଲାର ବାକି ବାକ୍ୟଟାକୁ ପୁରଣ କଲେ, “……ର କ’ଣ ଗଲା ? ଏୟା ତ ? ନା.... ମୋ ବାବାଙ୍କର କିଛି ଗଲାନି l ଯିବ ଆଉ କ’ଣ ? ସେ ଆଉ ନାହାନ୍ତି l ତୁମମାନଙ୍କ ବୟସରେ ଏମିତି ସେ ସିଗାରେଟ୍ ଟାଣିବା ଆରମ୍ଭ କରିଥିଲେ l ଏତେ ଅଭ୍ୟସ୍ତ ହୋଇଗଲେ ଯେ, ମୋ ଜେଜେମାଆ ବାଧ୍ୟ ହୋଇ ମୁଣ୍ଡ ଛୁଏଁଇ ନିୟମ କରେଇଥିଲେ ସିଗାରେଟ୍ ନ ଟାଣିବା ପାଇଁ l ଜେଜେମାଆ ମଲା ପରେ ବାବାଙ୍କୁ ସେ ନିଶା ଛାଡିଲା ନାହିଁ l ସିଗାରେଟ୍ ନ ଟାଣି ବିଡି ଟାଣିଲେ l ଗୋଟେ କଠା, ଦୁଇ କଠା l ଆସ୍ତେ ଆସ୍ତେ କେତେ ଯେ କଠା ସେ ଦିନ ସାରା ପିଉଥିଲେ, ତାଙ୍କୁ ହିଁ ଜଣା l ମନା କରିବାକୁ ଆଉ କେହି ବି ନ ଥିଲେ l ଦିନେ ଅଚାନକ ଛାତିରେ ଯନ୍ତ୍ରଣା ଅନୁଭବ କଲେ l ହସ୍ପିଟାଲରେ ଭର୍ତ୍ତି କଲୁ l ଡାକ୍ତର କହିଲେ, ହୃଦ୍ ଘାତ l ଅତ୍ୟଧିକ ଧୂମପାନ ହିଁ କାରଣ l ଡାକ୍ତରଙ୍କ ଚେଷ୍ଟା ସତ୍ତ୍ୱେ କିଛି ଲାଭ ହେଲାନି l ସବୁ ଦିନ ପାଇଁ ବାବା ଚାଲିଗଲେ l କି ସୁନ୍ଦର ତାଙ୍କ ଚେହେରା ଥିଲା l ସେ ଦିନ ବାବାଙ୍କୁ ହରେଇ କି କଷ୍ଟ ପାଇଥିଲୁ ଆମେ ଜାଣୁ l ସେହିଦିନ ଭାବିଥିଲି, ଯାହାକୁ ଧୂମପାନ କରିବା ଦେଖିବି, ବାରଣ କରିବି l ମୁଁ ଭଲ ଭାବେ ଜାଣେ, ସେମାନଙ୍କ ଭିତରୁ ଅନେକ ମୋତେ ଗାଳି କରିବେ l ସେଥିପାଇଁ ମୁଁ ମାନସିକ ସ୍ତରରେ ପ୍ରସ୍ତୁତ l ଏଥିପାଇଁ ଯେ, କେହି ତ ଜଣେ ମୋ କଥା ଶୁଣିବ l କିଛି ମାଆଙ୍କୁ ମୁଣ୍ଡ ଛୁଏଁଇ ନିୟମ କରେଇବାକୁ ପଡିବ ନାହିଁ l କେଇ ଛୁଆଙ୍କୁ ନିଜ ବାବାଙ୍କ ଅସମୟ ଦେହାନ୍ତ ପାଇଁ ବିକଳ ହୋଇ କାନ୍ଦିବାକୁ ପଡିବନି l”


Rate this content
Log in

Similar oriya story from Inspirational