Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -101
ଜହ୍ନମାମୁଁ -101
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   7.5K    17


Content Ranking

ଏ ବାକ୍ସ କାହାର? 2

ମହେନ୍ଦ୍ର କହିଲା “ଇଏତ ବଡ ଆଶ୍ଚର୍ଯ୍ୟର କଥା! ବାକ୍ସ ମୁଁ ଏ ବୁଢାବାବୁଙ୍କ କଥାରେ ତଳୁ ଟେକିନେଇ ଗାଡିରେ ରଖିଲି, ଏକଥା ଠିକ୍ । କିନ୍ତୁ ତା’ ବୋଲି ବାକ୍ସ କାହିଁକି ମୋର ହେବ?”

ସିପାହୀମାନେ ରାଗିମାଗି କହିଲେ “ଚୁପ୍ କର! ତୁ ଆମକୁ ଏତେ ସହଜରେ ଭୁଲେଇ ଦେବୁ ବୋଲି ଭାବୁଛୁ? ଆମେ ସିପାହୀଟି?”

ମହେନ୍ଦ୍ର ବାରମ୍ବାର କହିଲା କି ବାକ୍ସ ତା’ର ନୁହେଁ କି ଚାବି ବି ତା’ ପାଖରେ ନାହିଁ । ସିପାହୀମାନେ ବାକ୍ସ ଭାଙ୍ଗି ଦେଲେ । ଭିତରେ ଗୁଡାଏ ପୁରୁଣା ଲୁଗା ଥିଲା । ତାକୁ ଉଠାଇ ଦେଖିବା ବେଳକୁ ଗୋଟିଏ ଥଳିରେ ସୁନା ଅଳଙ୍କାର ଭର୍ତ୍ତି ହୋଇ ରହିଛି!

ସିପାହୀ ସର୍ଦ୍ଦାର ଆନନ୍ଦରେ କହିଲା “ମହୁରୀ ଜମିଦାରଙ୍କ ଘରୁ ଚୋରି ଯାଇଥିବା ଅଳଙ୍କାରର ବିବରଣୀ ସହ ଏହା ପୁରାପୁରି ମିଳି ଯାଉଛି!” ମହେନ୍ଦ୍ର ଓ ବୁଢା ଉଭୟଙ୍କୁ ନେଇ ଯାଇ ସେମାନେ କଟୁଆଳଙ୍କ ପାଖରେ ପହଁଚାଇଲେ ।

ସେଠାରେ ବୁଢା ଓ ମହେନ୍ଦ୍ରର ଲୁଗାପଟା ତଲାସ୍ କରାଗଲା । କିନ୍ତୁ ସେ ବାକ୍ସର ଚାବି କାହା ପାଖରେ ମଧ୍ୟ ନଥିଲା । ବାକ୍ସଟି କିଏ ଆଣିଥିଲା, ଚୋର କିଏ, ସେକଥା ମୋଟେ ଜଣା ପଡିଲା ନାହିଁ । ଉଭୟଙ୍କୁ ଅଟକ ରଖା ହେଲା ।

କଟୁଆଳଙ୍କ ସନ୍ଦେହ ମହେନ୍ଦ୍ର ଉପରେ ବେଶି ବୋଲି ଜଣା ପଡୁଥାଏ । ସେ ତାକୁ ଅନେକ ଧମକଚମକ ଦେଲେ । ମହେନ୍ଦ୍ର କାନ୍ଦି ପକାଇଲା । କଟୁଆଳ ଅଗତ୍ୟା ତୁନି ପଡିଲେ ।

ରାତିରେ କଟୁଆଳ ବଡ ଚିନ୍ତିତ ଦେଖା ଯାଉଥାନ୍ତି । ତାଙ୍କ ସ୍ତ୍ରୀ ପଚାରିବାରୁ ସେ ନିଜ ସମସ୍ୟା କହିଲେ, “ଦେଖିଲେ ମନେ ହେବ ଟୋକାହିଁ ଚୋର, କିନ୍ତୁ ସେ ଟୋକା ଏମିତି ଭାବରେ ମନା କରୁଛି ଯେ ତା’ କଥାରେ ଅବିଶ୍ୱାସ ହେଉ ନାହିଁ । ତେବେ ରାତିରେ ସେ ନିଜ ଗାଁରେ ଥିଲା କି ନା, ସେକଥା ବୁଝିବା ପାଇଁ ଆମେ ଗୁପ୍ତଚର ପଠାଇଛୁଁ ।”

“ଏତେ କଥା କାହିଁକି? ଚୋର କିଏ ତାହା ବୁଝିବା ତ ଖୁବ୍ ସହଜ!” ଏହା ପରେ କଟୁଆଳଙ୍କ ସ୍ତ୍ରୀ ତାଙ୍କୁ କିଛି କହିଦେଲେ ।

ପରଦିନ ସକାଳେ କଟୁଆଳ ନିଜ କାର୍ଯ୍ୟାଳୟକୁ ଯାଇ ପ୍ରଥମେ ମହେନ୍ଦ୍ରକୁ ଡକାଇଲେ ଓ ତାକୁ ପଚାରିଲେ, “ଯୁବକ! ତମେ ବାସ୍ତବିକ ନିର୍ଦୋଷ । କାରଣ ମୁଁ ଖବର ପାଇଲି, ମହୁରୀ ଜମିଦାରଙ୍କ ଘରୁ ଚୋରି ହୋଇଥିବା ମାଲ୍ ସମେତ ଚୋର ଧରାପଡି ଗଲାଣି । ତମେ ତମ ବାକ୍ସ ନେଇ ଏଠାରୁ ଚାଲି ଯାଅ ।”

ମହେନ୍ଦ୍ର ଆନନ୍ଦିତ ଦେଖାଗଲା ଓ କହିଲା, “ବହୁତ ଧନ୍ୟବାଦ, ହଜୁର୍! କିନ୍ତୁ ଏ ବାକ୍ସ ମୁଁ କାହିଁକି ନେବି? ତାହା ତ ମୋର ନୁହେଁ, ସେ ବୁଢାର ।”

କଟୁଆଳ କଠୋର କଣ୍ଠରେ କହିଲେ, “ଦେଖ ଯୁବକ, ତମେ ଅବାଧ୍ୟ ହୁଅନା । ସେ ବୁଢା କହୁଛନ୍ତି ବାକ୍ସ ତମର । ଆମେ କ’ଣ ତାଙ୍କୁ ବିଶ୍ୱାସ ନକରି ତମକୁ ବିଶ୍ୱାସ କରିବୁ? ଯାଅ, ନେଇଯାଅ କହୁଛି!”

ମହେନ୍ଦ୍ର ବାଧ୍ୟ ହୋଇ ବାକ୍ସ ଧରି ସେଠାରୁ ଚାଲିଗଲା ।

ଏହାପରେ ସେ ବୁଢାକୁ ଡକାଇ କଟୁଆଳ କହିଲେ, “ଅସଲ ଚୋର ଧରା ପଡିଗଲାଣି । ତମକୁ ଓ ସେ ଯୁବକକୁ ଆମେ ଅକାରଣରେ ସନ୍ଦେହ କରୁଥିଲୁ । ଯୁବକ ତା’ ବାକ୍ସ ନେଇ ଚାଲିଗଲାଣି । ତମେ ବି ଏବେ ଏଠୁ ଯାଇପାର ।”

ଏକଥା ଶୁଣିବା ମାତ୍ରେ ସେ ବୁଢା ତ ପ୍ରଥମେ ଖୁସି ଦିଶିଥିଲା, କିନ୍ତୁ ହଠାତ୍ ତା’ ମୁହଁ ମଳିନ ଦିଶିଲା । ସେ ପଚାରିଲା “ହଜୁର ଯୁବକ କୁଆଡେ ଗଲା?”

କଟୁଆଳ ବାଟ ଦେଖାଇ ଦେଲେ । ବୁଢା ତରବର ହୋଇ ଚାଲିଗଲା ।

ଅଳ୍ପ ଦୂରରେ ସେ ଦେଖିଲା ଯୁବକ ବାଟ କଡରେ ବସିଛି । ସେ ପାଟି କରି କହିଲା, “ହଇରେ ଟୋକା! ମୋ ବାକ୍ସ ଧରି ତୁ କୁଆଡେ ଭାଗୁଛୁ?”

“ଭାଗିବାର ଥିଲେ ମୁଁ କାହିଁକି ଏଠି ବସନ୍ତି? ତମକୁ ଅପେକ୍ଷା କରିଛି । ନିଅ ତମ ବାକ୍ସ । କିନ୍ତୁ ତମେ ଖାଲି ଖାଲି କାହିଁକି ଏ ବାକ୍ସ ତମର ନୁହେଁ ବୋଲି କହୁଥିଲ?”

ବୁଢା ଏ ପ୍ରଶ୍ନର କିଛିବି ଉତ୍ତର ନ ଦେଇ ବାକ୍ସ ଚାପି ବସିବା ମାତ୍ରେ ପାଖରୁ କେତେଜଣ ସିପାହୀ ଓ କଟୁଆଳ ନିଜେ ଆସି ତାକୁ ଧରି ପକାଇଲେ ।

କଟୁଆଳ ପଚାରିଲେ “ଏ ବାକ୍ସ ତୋର ନୁହେଁ ପରା?” ବୁଢାର ଆଉ କିଛି କହିବାର ନଥିଲା ।

“ମୂର୍ଖ! ଭାବିଛୁ ଅଳଙ୍କାରତକ ଏଯାଏଁ ଏହା ଭିତରେ ଅଛି? ଏହା ଭିତରେ ଇଟା ଅଛି ।” କଟୁଆଳ ବୁଢାକୁ ଗିରଫ କଲେ । ଅନୁସନ୍ଧାନରୁ ଜଣା ପଡିଗଲା, ସେ ଗୋଟାଏ ନାମଯାଦା ଡାକୁ!

ମହେନ୍ଦ୍ରକୁ କଟୁଆଳ ନିଜ ବିଭାଗରେ ଗୋଟିଏ ଭଲ କାମ ଦେଲେ ।

ବାକ୍ସ ମହେନ୍ଦ୍ର ସିପାହୀ

Rate the content


Originality
Flow
Language
Cover design

Comments

Post

Some text some message..